STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ମରିଗଲେ ଦିଅନ୍ତି ବେଣା ମୁଣ୍ଡେ

ମରିଗଲେ ଦିଅନ୍ତି ବେଣା ମୁଣ୍ଡେ

2 mins
2

ଦୁଇଭାଇ ବାପା ଚାଲିଗଲା ପରେ ଗାଁର ମୁରବୀମାନଙ୍କୁ ଡାକିବାକୁ ଯାଇ କହିଥିଲେ ବୁଢା ଚାଲିଗଲେ, ଶୁଦ୍ଧିଘର ବି ସରିଗଲା. ଏଥର ବଣ୍ଟୁଆରା ବା ଭାଗବଣ୍ଟା କାର୍ଯ୍ୟକ୍ରମ କରିବା ପାଇଁ ଡାକିବାକୁ ଆସିଛୁ ସାଆନ୍ତେ,ଆସନ୍ତା ରବିବାର ଆମ ଘରକୁ ଆସନ୍ତୁ.ତ ଦୁଇଭାଇଙ୍କ କଥାରେ କିଛି ଅଶାଳୀନତାର ଗନ୍ଧ ବାରୁଥିଲେ ମଧ୍ୟ ମୁରବୀ ମାନେ ନିର୍ଦ୍ଦିଷ୍ଟ ଦିନରେ ଉପସ୍ଥିତ ରହି ସମସ୍ତ ଜିନିଷ ପତ୍ର ବାଣ୍ଟି ଚାଲିବା ଶେଷ କରି ଚାହିଁଲେ ଦିବାକାର ବାବୁଙ୍କ ବିଧବା ପତ୍ନୀ ସୁଲୋଚନାଙ୍କ ଆଡ଼େ ଓ କହିଲେ ବୋଉକୁ କିଏ ନେବ ନା ଆଜିକାଲି ମାସେ ମାସେ ରଖିଲା ପରି ବୋଉଙ୍କ ଦାଇତ୍ୱ ସମ୍ଭାଳିବ?ଏକଥାରେ ଦୁଇ ଭାଇ ପରସ୍ପରକୁ ଚାହିଁବା ପରେ ବୋଉକୁ ନିଜ ନିଜ ପାଖକୁ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ତ ଏଥର ବୋଉ ନିଜେ ଉଠିଲେ ଓ କହିଚାଲିଥିଲେ
    ମୁଁ ମାସେ ଲେଖାଏଁ ବଣ୍ଟା ହେବାକୁ ଚାହେଁନା ଆଜ୍ଞା. ତାର ପ୍ରଥମ କାରଣ ବାପାଙ୍କ ମୃତ୍ୟୁ ପରେ ମୋ ସ୍ୱାମୀ ବାପାରୁ ବୁଢା ହୋଇଯାଇଛନ୍ତି ଓ ମୁଁ ବଞ୍ଚିଥାଉ ଥାଉ ବୋଉରୁ ବୁଢ଼ୀ ହୋଇପାରିବିନି. ଦ୍ୱିତୀୟତଃ ଯୋଉ ଯୋଉ ମାସ ଏକତିରିଶ ତାରିଖରେ ଶେଷ ହେବ ସେଦିନ ହୁଏତ ମତେ ଭୋକରେ ରହିବାକୁ ପଡିବ. ତେଣୁ ସବୁ ଜିନିଷ ପୁଅ ମାନେ ନିଅନ୍ତୁ କିନ୍ତୁ ଏ ଘର ମୋର. ସେଇ ଘରକୁ ନେଇ ମୁଁ ଚଳି ଯାଇପାରିବି. ବୋଉ କଥା ଶୁଣି ଦୁଇଭାଇ ପରସ୍ପରକୁ ଚାହିଁ ଯିଏ ଯାହା ଚାକିରୀ ସ୍ଥାନକୁ ପିଲାପିଲିଙ୍କୁ ନେଇ ସ୍ଥାନାନ୍ତର ହେଲା ପରେ ପରେ ପ୍ରଥମେ ପ୍ରଥମେ ବାଡ଼ି, ବଗିଚାର ଆୟ ନଦିଆ, କଦଳୀ, ବାଉଁଶ ବିକି ଓ ପନିପରିବା ବାଡ଼ିରୁ ପାଇ ଚଳିଯାଉଥିବା ବୋଉ ରୋଗୀଣା ହେଲେ ଓ ପରେ ପରେ ଚାଲିଗଲେ. ଏଥର ବୋଉରୁ ବୁଢ଼ୀ ହୋଇସାରିଥିବା ଵ୍ୟକ୍ତି ଚାଲିଯିବା ପରେ ପୁଣି ଦୁଇଭାଇ ଗାଁ ମୁରବୀମାନଙ୍କୁ ଡାକିଥିଲେ ଘର ବାରି ଓ ବଗିଚା ବାଣ୍ଟିବା ପାଇଁ.
    ନିର୍ଦ୍ଦିଷ୍ଟ ଦିନ, ବାର ଓ ତାରିଖରେ ସେସବୁ ମଧ୍ୟ ସୁରୁଖୁରୁରେ ହୋଇଯିବା ପରେ ଶେଷକୁ ବୋଉର ପେଟେରା କିଏ ନେବ ପ୍ରଶ୍ନରେ ଦୁଇଭାଇ କହିଥିଲେ ତା ଭିତରେ ଥିବା ସୁନା ଅଳଙ୍କାର, ରୁପା ବାସନ ହୁଏତ ବୋଉ ରଖିଥାଇ ପାରେ ତେଣୁ ସେସବୁକୁ ବାଣ୍ଟି ଦେଇ ସିନ୍ଦୁକ ବା ପେଟେରାଟିକୁ ବିକିଦେବା ଠିକ ହେବ. ସେୟା ହେଲା. ସମସ୍ତଙ୍କ ଉପସ୍ଥିତିରେ ସିନ୍ଦୁକ ଫିଟିଲା. ସେଥିରେ ନା ଥିଲା ସୁନା ଅଳଙ୍କାର କି ରୁପା କି ତମ୍ଭା ଅବା ପିତ୍ତଳ ବାସନ ବରଂ ଥିଲା ବାପାଙ୍କ ସହ ବୋଉର ଯୁଗ୍ମ ଫୋଟୋ ସହ ବିବାହ ପରେ ବୋଉ ବାପାଙ୍କ ପାଖକୁ ଲେଖିଥିବା କିଛି ଚିଠି ଯାହା ପୋଷ୍ଟ ଅଫିସ ଯାଇନଥିଲା. ତା ସହ ଦୁଇଭାଇଙ୍କ ପିଲାଦିନର ସାର୍ଟ, ଫ୍ୟାଣ୍ଟ, ଖେଳନା ସହ ପିଲାଦିନେ ଦୁଇଭାଇ ବାପା ଆଣିଦେଇଥିବା ନେଳି ଓ ନାଲି ରଙ୍ଗର କଲମ. ଏଥର ଦୁଇଭାଇ କହୁଥିଲେ କେବଳ କଲମ ଦୁଇଟି ଆମ ଦୁଇଭାଇଙ୍କୁ ଦେଇ ବାକି ସିନ୍ଦୁକ ରଖିଦିଅନ୍ତୁ ସାଆନ୍ତେ. ତେବେ ସିନ୍ଦୁକ ବା ପେଟେରାଟି କାହାର ହେବ ବା କିଏ ନେବ ପଚାରି ଉତ୍ତର ପାଇନଥିଲେ ମୁରବୀ ସାଆନ୍ତମାନେ କାରଣ ଏବେ ଦୁଇଭାଇ ଦୁହେଁ ଦୁଇହାତରେ ନିଜ ନିଜ ନାଲି ଓ ନେଳି କଲମ ଧରି ପରସ୍ପରକୁ ଜାବୁଡି କୁଆଡେ ଗଲୁଲୋ ବୋଉ ବୋଲି କହି ଭୋ ଭୋ କାନ୍ଦୁଥିଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy