ବଜାରରୁ ନିଶ୍ଚୟ ପାଇଯିବି ଭାବି ତିନିଘେରା ବୁଲି ଆସିଲା ପରେ ମଧ୍ୟ କୋଉଠି ମିଳିଲା ନାହିଁ ସାରୁ. ପରିବା ବ୍ୟାଗଟା ଖୋଲି ଘରଣୀ ମୁଁହଁ ଶୁଖେଇ ଦେଲେ ଓ କହିଲେ ସାରୁ ଆଣିନ କି? ଦୀପଙ୍କର କହିଲେ ବଜାର ସାରା ତିନିଘେରା ବୁଲିଲି. ଠାଏ ସାଇକେଲ ଧକ୍କା ଖାଇଲି. ବିଚରା ଆଳୁ ଅଖା ପରିବାଵାଲା ତଳେ ପଡିଗଲା ତ ତା ଆଳୁସବୁ ଗୋଟଉ ଗୋଟଉ ପଚାରିଲି ଭାଇ ବଜାର ସାରା ତିନିଥର ଘୁରି ଆସିଲିଣି ହେଲେ ସାରୁ ପାଉନି. କହିପାରିବ କୋଉ ପରିବା ଦୋକାନରେ ମିଳିବ ସାରୁ!ଆଳୁ ଗୋଟେଇ ଅଖାରେ ବାନ୍ଧି ସାଇକେଲରେ ନଦିବା ଯାଏଁ ବିଚରା ବେପାରୀକୁ ସାହାଯ୍ୟ କଲେ ଠିକଣା ଦୋକାନ ବତେଇଦେବ ଭାବିଲା ବେଳକୁ ସେ କହୁଥିଲା ବାବୁ ଆଳୁ ହେଲା ଆମ ଭଳି ମଧ୍ୟବିତ୍ତ ଓ ଗରୀବ ଲୋକର ମାଂସ, ଆଳୁ ନିଅ ମୋଠାରୁ, ସାରୁ କଣ ମୋ ଆଲୁଠୁ ଭଲ!ଦୋକାନ ନଫିଟେଇବା ପୂର୍ବରୁ ଗୁରୁଜ୍ଞାନ ଦେଲାଣି ଭାବି ପୁଣି ତିନି ଘେରା ବାଜାର ସାରା ଖୋଜିଲେ ମଧ୍ୟ କିଏ କହୁଥିଲା ଏ ବର୍ଷା ପାଗରେ ସାରୁ ପୋଚିଯିବାରୁ ବିକ୍ରୀ ପାଇଁ ଆଣୁନୁ ତ କିଏ କହିଲା ପଚି ଯାଉଛି ସାରୁ ବୋଲି ଆମେ ସାରୁ ବଦଳେ ଆଳୁ ବିକୁଛୁ ଓ କିଣୁଛୁ. ଭାବିଲି ଘରେ ପଶିବା ବେଳେ ଚାଳ ବାଜିଲା ଭଳି ଏକଥା. କାହାକୁ କହିବି ଏଡ଼େ ବଡ଼ ବଜାରରେ ସାରୁ ନାହିଁ.
ସବୁ ଶୁଣି ସ୍ତ୍ରୀ କହିଲେ କାହାକୁ କହିବ କଣ ଯେ,ତୁମକୁ ସତ ହେଲେ ମତେ ତ ମିଛ ଲାଗୁଛି. ଘାଣ୍ଟ ହେଉ ଅବା ସନ୍ତୁଳା ବା ସାରୁ ଚକଟାର ସ୍ୱାଦ କଣ ଅନ୍ୟ କୋଉ ପରିବା ଦେବ ନା ତରକାରୀ ସ୍ୱାଦିଷ୍ଟ ହେବ!ଏମିତିକି ସାରୁ ଦିଟା ନପଡିଲେ ଚୁଙ୍ଗୁଡ଼ି ଘାଣ୍ଟ କି ଶୁଖୁଆ ଘାଣ୍ଟ କୋଉ ଭଲ ଲାଗେ ଯେ!ସ୍ୱାମୀ ହିସାବରେ ଦୀପଙ୍କର ଏଥର କହିଲେ ମୁଁ ବୁଝୁଛି ସାରୁ ପରି ପରିବା ନାହିଁ. ହେଲେ ତୁମେ ତ ନିଜେ ସାରୁ ପରିବା. ତୁମ ସ୍ନେହ, ମମତା, ସମ୍ମାନ ଓ ଅନୁରାଗ ଢାଳି ଘାଣ୍ଟ କର ଅବା ସନ୍ତୁଳା, ତାହା ଖୁବ ସ୍ୱାଦିଷ୍ଟ. ଭିତରେ ଭିତରେ ଦିଲ ଟା ଗାର୍ଡେନ ଗାର୍ଡେନ ହୋଇଗଲେ ଵି ସ୍ତ୍ରୀ କହୁଥିଲେ ହେଲେ ସାରୁ ଚକଟା ସ୍ୱାଦ ନିଆରା. ସେତେବେଳକୁ ଦୀପଙ୍କର କିନ୍ତୁ ଭାବୁଥିଲେ ଏଥର ବଜାର ଗଲେ ତିନି ଥର କଣ ଦଶ ଥର ଖୋଜିବି ସାରୁ.ସ୍ତ୍ରୀ କହୁଥିଲେ ଆହେ ଆଉ ସାରୁ ଖୋଜିବ କଣ!ଗାନ୍ଧି ଓ ଶାସ୍ତ୍ରୀ ଦୁହେଁ ପରା ଠିକ ସାରୁ ପରିବା ପରି ଆମ ଦେଶର ଲୋକଙ୍କ ଭିତରେ ସାହାସ, ସତ୍ୟ, ଅହିଂସା ବାଣ୍ଟି ସ୍ବାଧୀନତା ଆଣିଦେଇଥିଲେ. ସତକୁ ସତ ଦୀପଙ୍କର ସେଦିନ ତିନିଘେରା ବଜାର ବୁଲି ଦେଖିଲା ବେଳକୁ ସାରୁ ବଦଳରେ ଖାଲି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫୋଟୋ. ସେଦିନ ଅକ୍ଟୋବର ଦୁଇ ତାରିଖରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ କିନ୍ତୁ ପୁଆ ସାରୁ ବଜାର ସାରା ଭର୍ତ୍ତି ଦେଖି ଦୀପଙ୍କର କୋଉ ଦୋକାନରୁ କିଣିବେ ବୋଲି ତିନି ଘେରା ବୁଲୁଥିଲେ ବଜାର ସାରା. ତାଙ୍କ ପାଟିରୁ ବାହାରି ପଡିଲା ଗାନ୍ଧିଜୀ ଅମର ରହେ ଓ ଶାସ୍ତ୍ରିଜୀ ଅମର ରହେ.
,,,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
9040977327