STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଉପହାର

ଉପହାର

2 mins
1

ଅନେକ ତତ୍ତ୍ୱ ଶୁଣିଛି, ପଢ଼ିଛି ଓ ଅନୁଭବିଛି ହେଲେ ମନେ ମନେ ବାଖ୍ୟା କରିଛି ସିନା କହିପାରିନି କିଛି କେବେ କିନ୍ତୁ କେବେ ଲେଖିଛି ଓ କେବେ କେବେ ନିଜ ସୃଷ୍ଟି ସେହିସବୁ ବ୍ୟାଖ୍ୟାର କବିତା ଓ ଗଳ୍ପକୁ ନିଜେ ପଢିଛି. ଥରେ ନୁହେଁ ଅନେକ ଥର. ସେଥିପାଇଁ ଉପହାର ମଧ୍ୟ ପାଇଛି ବହୁବାର. ସବୁ ଉପହାର ପାଇବା ବେଳେ ମନେପଡିଛି ନିଜ ବାହାଘର ବେଳ ର କଥାଟିଏ . ସ୍ୱାମୀ ତାଙ୍କ ନିଜ ପଟ ବାହାଘର କାର୍ଡରେ ଲେଖିଥିଲେ ପ୍ରେଜେଣ୍ଟସନସ ଆର ଷ୍ଟ୍ରିକ୍ଟଲି ପ୍ରୋହିବିଟେଡ଼ ଅର୍ଥାତ ଉପହାର ନିଷେଧ.ବାହାଘରର ଫୋଟୋଟିଏ ନଥିଲା ମଧ୍ୟ ଉପହାର ରୂପେ କିଛି କହିବାକୁ, ବୁଝିବାକୁ ବା ଛବିର କଥା ପରପିଢ଼ି ଜାଣିବାକୁ. ତେବେ ବାହାଘର କାର୍ଡରେ ଉପହାର ନିଷିଦ୍ଧ ବୋଲି ଲେଖିଥିବା ସ୍ୱାମୀଙ୍କ ଷ୍ଟାଫମାନେ ସେକଥା ନମାନି ଦେଇଥିଲେ ଗୋଟେ କାନ୍ଥ ଘଣ୍ଟା. ସମୟାନୁବର୍ତ୍ତିତା ର ପରାକାଷ୍ଠା ର ନିଦର୍ଶନ .ଘରେ ଅନେକ କାନ୍ଥ ଘଣ୍ଟା ଭିତରୁ ସେଇଟିକୁ ତେବେ ସାଇତି ରଖିଛନ୍ତି ସ୍ୱାମୀ ଏଯାଏଁ କାହିଁକି!ଏକଥା ଭାବିବା ବେଳେ ଅନେକ କାରଣ ଭିତରୁ ଉପହାର ଯେ ମନ ମୁନ ଓ ଚୈତନ୍ୟକୁ ଆବୋରି ବସେ ଓ ଆନନ୍ଦ ପ୍ରଦାନ କରେ ବୋଲି ନିଶ୍ଚୟ ପ୍ରମାଣିତ ହୋଇଛି ନଚେତ ଅନେକ ସୁନ୍ଦର ସୁନ୍ଦର, ବଡ଼ ଓ ଡିଜାଇନବାଲା କାନ୍ଥ ଘଣ୍ଟାସବୁ ଖରାପ ହେଇଗଲେ କଚରା ହୋଇଯାଉଥିବା ବେଳେ ସେଇ ଉପହାର ଘଣ୍ଟାଟିକୁ ସଜାଡି ପୁଣି ସେଇଟିକୁ ଚାଲୁ କରିବାରେ ସ୍ୱାମୀଙ୍କର ଏତେ ଆନନ୍ଦ ଥାଏ, ଏକଥା ଅନୁଭବର କଥା, ଦେଖିବା ସହ ଉପଲବ୍ଧି ଓ ଲେଖିରଖିବାର କଥା, ଯେମିତି ଅନେକ କଥା କାକୁହା ବା କୁହାଯାଇପାରେନା, ଲେଖିହୋଇଯାଏ. କେବେ ମନ ପୃଷ୍ଠାରେ ତ କେବେ କାଗଜ ଫର୍ଦରେ.କବିତା ବା ଗଳ୍ପ ଆକାରରେ.କିନ୍ତୁ ଉପହାର ନିଶ୍ଚିନ୍ତ ସୁଖ ଦିଏ, ଆନନ୍ଦ ଦିଏ, ଏହା ଅନସ୍ଵୀକାର୍ଯ୍ୟ.
    ସେଦିନ ଉପହାର ପାଇବାକୁ ବା ସମ୍ବର୍ଦ୍ଦିତ ହେବାକୁ ଖବର ପାଇଲି. ଲେଖିଛି କିଛି ଜଗନ୍ନାଥଙ୍କ ତତ୍ତ୍ୱ, ସେଇଥିପାଇଁ . ସେଇ ଲେଖା ପାଇଁ ସମ୍ବର୍ଦ୍ଦିତ ହୋଇ ଉପହାର ପାଇଲି. ଆଗରୁ ଅନେକ ପାଇଛି, ଅନେକ ଦେଖିଛି ଅନେକ ଅନୁଭବିଛି ହେଲେ ସେସବୁ ଉପହାର ଫୋଟୋ ହୋଇ ଠାକୁର ଘର ଆଗରେ ଝୁଲୁଛି କାନ୍ଥରେ . ଆଜି ଏଠାରେ ବକ୍ତାମାନଙ୍କ ଜଗନ୍ନାଥଙ୍କ ତତ୍ତ୍ୱ ସମ୍ବଳିତ ଅନୁଭବ, ଆଧାର ଓ ନୀତି କାନ୍ତି ତଥା ଜଗନ୍ନାଥଙ୍କ ମହିମା ଓ ଅଲୌକିକତା ମଧ୍ୟରେ ଥିବା ଭାବ, ଭକ୍ତି ଖୁବ ନିଆରା ଥିବା ଭିତରେ ମୁଁ ପାଇଲି ଉପହାର . ମୋ ପାଳି ଆସିଗଲା. ମାନପତ୍ର ସାଙ୍ଗକୁ ରଥକାଠ, ନିର୍ମାଲ୍ୟ, ଜଗନ୍ନାଥଙ୍କ ଶିରୀକପଡା ବନ୍ଧା ସହ ଜଗନ୍ନାଥଙ୍କ ଫୋଟୋ ଥିବା ଓ ତଳେ ମୋ ନାମ ଲେଖା ଥିବା ଫଳକ ପାଇ ମତେ ଲାଗୁଥିଲା ପ୍ରଭୁ ଜଗନ୍ନାଥଙ୍କ କରୁଣା ମୋ ପ୍ରତି ବଢିଯାଇଛି ନିଶ୍ଚୟ ଦଶଗୁଣା.ମୁଁ ଫେରିଲା ବେଳେ ପୁଅ କହୁଥିଲା ଜଗନ୍ନାଥଙ୍କ ଶିରୀକପଡା ତ ତୋର ଦରକାର ଥିଲା ନା ମମି. ମୁଁ ଉପରକୁ ହଁଟିଏ ମାରି ଭିତରେ ଭିତରେ ଭାବୁଥିଲି ଏକଥା ଜଗନ୍ନାଥ କେମିତି ଜାଣିଲେ!ଉପହାର ବାକ୍ସଟିକୁ ଧରି ଘରେ ପହଁଞ୍ଚି ମୁଁ ଜଗନ୍ନାଥ ପ୍ରଣାମ କହି ସନ୍ଧ୍ୟାଧୂପ ଓ ଦୀପ ଲଗାଉଥିଲି ପରମ ଆନନ୍ଦରେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract