ସମ୍ଭାବନା
ସମ୍ଭାବନା
2 mins
1
ବହୁଦିନ ପରେ ସହରରୁ ଆସିଥିବା ଦୁଇ ବନ୍ଧୁଙ୍କର ଗାଁରେ ଭେଟ ହୋଇଥିଲା.ଦୁଇ ହଜାର ତିରିଶ ବେଳକୁ ଯୁଗ ନିଶ୍ଚୟ ବହୁ ଅଗ୍ରଗତି କରିଥିବ. ବିଭିର୍ନ୍ନ ଟେକ୍ନୋଲୋଜି ରେ ସମସ୍ତେ ପାରଦର୍ଶିତା ହାସଲ କରିଥିବେ ବୋଲି ଦୁଇ ବନ୍ଧୁ କଥା ହେଉଥିଲା ବେଳେ ସୁରେଶ କହିଲା କିନ୍ତୁ ମଣିଷପଣିଆ ନଥିଲେ ସମାଜବାଦ ଭୁଶୁଡି ପଡ଼ିବାର ସମ୍ଭାବନା ବେଶୀ ଥିବ ତ ଅଶୋକ କହୁଥିଲା କେବେ ନୁହେଁ ବରଂ ମଣିଷର ମାନବତା ବୃଦ୍ଧି ପାଇଥିବ. ଏଇ ଦେଖୁନୁ ମୋ ପୁଅ କଥା!ହୋଟେଲରେ ପ୍ରତି ରବିବାର ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ପୁଅକୁ ନେଇ କିଛି ନୂଆ ନୂଆ ଖାଇବାକୁ ଯାଉ କିନ୍ତୁ ବାହାରେ ଗିନା ଥାଳିଆ ଧରି ବସିଥିବା ପିଲାମାନଙ୍କୁ ଦେଖି ପୁଅ କହେ ସେମାନଙ୍କୁ ସବୁ ଆମେ ଯାହା ଖାଇବା ଆଗ ଦେଇସାରିଲା ପରେ ଯାଇ ମୁଁ ଖାଇବି. ସେମିତି ତୁ ତ ଜାଣୁ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଅନାଥ ଆଶ୍ରମରେ ପଢି ଓ ବଢ଼ି ବିବାହ କରିଛୁ. ଏବେ ପୁଅ କଣ କହୁଛି ଜାଣୁ!କହୁଛି ତୁମେ ଦୁଇଜଣ ମୋ ଜେଜେ ଓ ଜେଜେମାଆଙ୍କୁ ଗାଁ ରେ କାହିଁକି ଛାଡିଛ!ଖାଲି କଣ ଏତିକି, କହୁଛି ଶୀଘ୍ର ସେମାନଙ୍କୁ ଆମ ପାଖକୁ ନେଇଆସ ତ ବୁଦ୍ଧି ବାଟ ଦିଶିଲାନି ଆମ ଦୁହିଁଙ୍କୁ ତ ଆମେ ବଢିଥିବା ଅନାଥଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧାଶ୍ରମରୁ ରାଜି କରେଇ ଦୁଇ ବୁଢା ବୁଢୀଙ୍କୁ ଜେଜେ ଓ ଜେଜେମାଆ ବୋଲି ପରିଚିତ କରାଇ ଆଣିଛୁ ଘରକୁ. ଖାଲି କଣ ସେତିକି ତାଙ୍କ ପାଇଁ ସ୍ମାର୍ଟ ଫୋନ କିଣିଦିଅ, ତାଙ୍କ ପାଇଁ ଭଲ ସ୍ମାର୍ଟ ୱାଚ କିଣିଦିଅ ଓ ଶିଖାଇ ଦିଅ. ଏସବୁ କରିବା ପରେ ମଧ୍ୟ ପୁଅ କହୁଛି ବଦଳୁଥିବା ସମାଜର ସବୁ ଉର୍ନ୍ନତିମୂଳକ ଟେକ୍ନିକାଲ ପଦ୍ଧତି ବିଷୟରେ ଜେଜେ ଓ ଜେଜେମାଆ ଜାଣିଥିବା ଦରକାର କାରଣ ସେମାନେ ବୟସ୍କ ତଥା ଅନୁଭୂତିସମ୍ପର୍ଣ୍ଣ ତେଣୁ ସେମାନେ ଜାଣିଲେ ନୂଆ କିଛି ଚିନ୍ତା କରିବେ. ତେଣୁ ଦୁଇହଜାର ତିରିଶ ମସିହା ନିଶ୍ଚୟ ଭଲ ହେବ.
ଅଶୋକ କଥା ଶୁଣି ସୁରେଶ କହିଲା ସତ କଥା ମୋ ଝିଅ ପରା ସେମିତି ନିରାଶ୍ରୟ ଲୋକଙ୍କୁ ଦେଖି କହୁଛି ସେମାନେ ଖରା, ବର୍ଷା, ଶୀତ ଓ କାକରରେ ଏଠି ସେଠି ଅର୍ଥାତ ରାସ୍ତା ପାର୍ଶ୍ୱରେ, କୋଉ ବରଗଛ ବା ଓସ୍ତ ଗଛ ତଳେ ଅବା ପ୍ଳା୍ଟଫର୍ମ ରେ ରହୁଛନ୍ତି କାହିଁକି ବାପା!ପୁଣି କହୁଛି ଆମ ଖାଲି ପଡ଼ିଥିବା ଘରେ ଏମାନଙ୍କୁ ନେଇ ରଖିବା କଥା ବାପା ତ ମୁଁ ଅଦେଖା ନୀରବ ଅଶ୍ରୁ ପୋଛୁଥିଲି ଆଖିରୁ, ଝିଅକୁ ଲୁଚେଇ. ପୁଣି ଜାଣିଛୁ ଅଶୋକ ଝିଅ ମୋର ଆମିଷ ମୋଟେ ଖାଉନି କହୁଛି ସେମାନେ କଥା କହି ପାରୁନଥିଲେ ମଧ୍ୟ ଅନୁଭବ ଶକ୍ତି ଅଛି ତେଣୁ ତାଙ୍କୁ ଆମେ ନିର୍ଦ୍ଦୟ ହୋଇ ମାରି ଖାଇବା ଉଚିତ ନୁହେଁ ନା ବାପା!ତାକୁ ବିଜ୍ଞାନ ଭିତ୍ତିକ ସନ୍ତୁଳନ କଥା କହିବାରୁ ସେ ପରା ମତେ ଓଲଟି କହୁଛି କାହିଁକି ତାଙ୍କର ସ୍ୱାଭାବିକ ମୃତ୍ୟୁ ପରେ ମଣିଷମାନଙ୍କୁ ପୋଡିବା ପରି ପୋଡିଲେ କ୍ଷତି କଣ? ତଥାପି ମୁଁ ବୁଝାଇ କହିଲି ବାୟୁ ପ୍ରଦୁଷଣ ହେବା ଭୟରେ ନିଶ୍ଚୟ ପୂର୍ବରୁ ଏମିତି ପ୍ରଥା ରହିଆସିଛି. ତା ଉତ୍ତରରେ ଝିଅ କଣ କହିଲା ଜାଣୁ ସାଙ୍ଗ!ଛୋଟ ପିଲାଙ୍କର ଏତେ ଵୁଦ୍ଧି ପ୍ରଖର ଯେ କହିଲା ତେବେ ପୋତିଦେଲେ ଜୈବିକ ଶକ୍ତି ବଢିବ. ମୂର୍ତ୍ତିକା ଉର୍ବର ହେବ. ଏବେଠୁ ଯଦି ତୋ ପୁଅ ଓ ମୋ ଝିଅ ଭିତରେ ଏତେ ଭାବାନ୍ତର ତେବେ ଦୁଇହଜାର ତିରିଶ ସକାଳ ନିଶ୍ଚୟ ସମ୍ଭାବନାର ବର୍ଷ ହେବ. ହଉ ହଉ ଚାଲ ଯିବା, ଆଜି ନୂଆଖାଇ ନବାହ୍ନ ଏକତ୍ରିତ ହୋଇ ଖାଇ ମାଆ ସମଲେଇଙ୍କୁ କୃପା ଭିକ୍ଷା କରିବା ଖାଲି ପଶ୍ଚିମ ଓଡିଶା କାହିଁକି ସମଗ୍ର ଓଡିଶା ଏହି କୃଷିଭିତ୍ତିକ ଗଣପର୍ବ ପାଳନ କରିବା ଉଚିତ. ଦୁହେଁ କହୁଥିଲେ ଦୁଇହଜାର ତିରିଶ ରେ ବୋଧହୁଏ ସମଗ୍ର ଓଡିଶାରେ ଭେଟଘାଟ ଉତ୍ସବ ପାଳନ ହେଉଥିବ. ହଁ କାଲିକି କାଲି ଆମ ପୁଅ ଝିଅ ପରି ପିଲାମାନେ ପରା କୃଷିବିଜ୍ଞାନ ପଢି ଓଡିଶା ସାରା ଏକାଠି ଧାନ କାଟୁଥିବେ କୃଷକଭାଇମାନେ. ସତରେ ଖୁବ ବଢିଆ ହେବ କହି ଦୁହେଁ ଆଗେଇ ଯାଉଥିଲେ ଗାଁ ପୋଖରୀ ଆଡ଼େ.
,,,,,,,,,,,,,,,,,,,,,
