ଡର ଚେହେରା
ଡର ଚେହେରା
ଖାଲି ପାଣି ନୁହେଁ ବରଂ ପଙ୍କିଳ କାଦୁଆ ପାଣି ମାଟି ଭିତରୁ କେହି ଜୀବନ୍ତ ଅଛନ୍ତି କି ନାହିଁ ପରଖ କରି ଦେଖୁ ଦେଖୁ କୁଢ଼ କୁଢ଼ ଶବ. ଖାଲି ଶବ ନୁହେଁ ବରଂ ବିବତ୍ସ ଡର ରୂପ. କାଲିର ଜୀବନ୍ତ ମଣିଷଟା, ଜ୍ଞାନ, ଵୁଦ୍ଧି, ବିବେକ ଓ ମଣିଷପଣିଆ ଥିବା ଲୋକଗୁଡା ଆଜି ବନ୍ୟାରେ ଭାଷି ଯାଇ ବିବତ୍ସ ରୂପ ମୃତକ ପାଲଟି ଯାଇଛନ୍ତି . ସେଇ ସବୁ ଶବ ମାନଙ୍କୁ ସନ୍ତୋଷ, ଅନ୍ୟ ସୈନିକ ଭାଇ ମାନଙ୍କ ସହ ମିଶି ସ୍ଥାନାନ୍ତର କରି କେଉଁମାନଙ୍କୁ ପୋତି ଓ କେଉଁମାନଙ୍କୁ ପୋଡ଼ିଲା ବେଳେ ସନ୍ତୋଷ ଭାବେ ଆହା ବିଚରା ମଣିଷଗୁଡା!ପ୍ରକୃତିର ତାଣ୍ଡବ ଆଗରେ କେତେ ନାଚାର!କେତେ ସ୍ବପ୍ନ ଦେଖିଥିବା ମଣିଷ, ନିଜ ପୁଅ, ଝିଅ, ସ୍ତ୍ରୀ ଓ ବାପା,ମାଆ ତଥା ପୋଷା ଜୀବ ଜନ୍ତୁ ସହ ବେଘର ହୋଇ ଏମିତି ମୃତ୍ୟୁ ବରଣ କରିବେ ବୋଲି ସ୍ୱପ୍ନରେ ଭାବି ନଥିବେ କେବେ . ଯିଏ ବି ଜୀବନ୍ତ ମିଳୁଥିଲେ ଛାଟିପିଟି ହୋଇ କହୁଥିଲେ ମୃତ୍ୟୁ ଆମକୁ କଣ ପାଇଁ ଛାଡିଗଲା କେଜାଣି!କୋଉ ସୁଖ ଅବା କୋଉ ସ୍ବପ୍ନ ତଥା ନିଆଶ୍ରୀ ହୋଇ କେମିତି ବଞ୍ଚିବୁ! ସତରେ ସେସବୁ ଉପଲବ୍ଧି କରି ରାତିରେ ନିଦ ଆସୁନଥିଲା ସନ୍ତୋଷକୁ.
ଠିକ ସେତିକି ବେଳକୁ ୱଇଜଡମ ପତ୍ରିକାରୁ ପଢିଥିବା ଗୋଟେ ଭୟ ଚେହେରା କଥା ମନେପଡୁଥିଲା ସନ୍ତୋଷର ଯାହାର ହାତଟି ଲୋମ ପୂର୍ଣ୍ଣ ଓ ବଡ଼ ବଡ଼ ଲୋମଶ ନଖ ଥିଲା. ହେଲେ ସେଇ ହାତ ଗୋଟେ ନିର୍ଦ୍ଦିଷ୍ଟ ଲୋକର ନଥିଲା ବରଂ ଝିଅଟିକୁ ସେଦିନ ଘରୁ ବାହାରି କଲେଜରୁ ଫେରିବା ଯାଏଁ ଦେଖାଯାଇଥିଲା ସେହି ହାତ, ବିଭିର୍ନ୍ନ ଲୋକଙ୍କ ହାତ ହୋଇ . ପ୍ରଥମେ ଅଟୋ ବାଲାକୁ ପଇସା ଦେଉଥିବା ବେଳେ ଅଟୋ ଵାଲା ହାତ ଥିଲା ସେହିପରି. ତା ପରେ ପରେ କ୍ୟାଣ୍ଟିନରେ ଖାଇବା ବେଳେ, ପୁଣି ଲାଇବ୍ରେରୀଆନଙ୍କ ଠାରୁ ବହି ଆଣିବା ହାତ ମଧ୍ୟ ସେମିତି ଥିଲା ତ ଭୀଷଣ ଡରିଯାଇ ଝିଅଟି ଯେବେ କାହାକୁ କିଛି ନକହି, ପାଦରେ ଚାଲି ଚାଲି ଘରେ ପହଁଞ୍ଚି ମାଆଙ୍କ ଆଗେ ସବୁ କହିଥିଲା, ମାଆ ନିଜ ହାତ ଦେଖାଇ କହିଥିଲେ ଆରେ ଏଇ ହାତ ଦେଖି ତୁ ଡରୁଛୁ? ସେଇଠି ସଙ୍ଗେ ସଙ୍ଗେ ଝିଅଟି ମୃତ୍ୟୁ ବରଣ କରିଥିଲା କାରଣ ମାଆଙ୍କ ହାତ ମଧ୍ୟ ଠିକ ସେଇ ଭାଲୁ ଭଳି ଡର ଚେହେରା ବିଶିଷ୍ଟ ଥିଲା. ଆଜି ସେଇ ଗଳ୍ପଟି ସତ ହୋଇ ସନ୍ତୋଷ ଆଗରେ କାହିଁକି କେଜାଣି ହୃଦୟରେ ଆଲୋଡନ ସୃଷ୍ଟି କଲାବେଳେ ଦୁଆରେ କଲିଂ ବେଲ ବାଜୁଥିଲା.
ସନ୍ତୋଷ ଏକେରେ ଡରି ଯାଇଥିଲା କିନ୍ତୁ ଦେଶର ଜଣେ ସଚେତନ ନାଗରିକ ପୁଣି ସୈନିକ ହିସାବରେ ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବାକୁ ଶପଥ ନେଇ ଦେଶ ଓ ଦେଶର ନାଗରିକଙ୍କୁ ବଞ୍ଚେଇବା ଯାହାର ଲକ୍ଷ, ସେ ଲକ୍ଷଚ୍ୟୁତ ହୁଅନ୍ତା କିପରି!ଦୁଆର ଖୋଲିଦେଇ ସେ ଏକ ଭୟଙ୍କର ଚେହେରା ଦେଖିଲା. ଯିଏ ଦେହରୁ ମୁଣ୍ଡ, ପୁଣି ମୁଣ୍ଡରୁ ପାଦ କେବଳ ପଙ୍କ ବୋଳିଥିଲେ. ସନ୍ତୋଷ ସଚେତନ ହେଲା. ବନ୍ୟାରେ ପୋତି ହୋଇ ଏମିତି ଅନେକ ମୃତ ଶରୀର ସେ ଦେଖିଛି. କାହାକୁ ପୋତିଛି ତ କାହାକୁ ସବୁ ପୋଡିଛି. ତେବେ ସେହିମାନଙ୍କ ଭିତରୁ କେହି ପ୍ରେତାତ୍ମା ନୁହେଁ ତ!ସେ କିନ୍ତୁ କଥା କହୁଥିଲେ. ଅସ୍ପଷ୍ଟ ଓ ଥରଥର କଣ୍ଠରେ ପ୍ରାଣଭିକ୍ଷା କରି ବଞ୍ଚିବାକୁ ଚାଁହୁଥିଲେ ତ ଡର ଛାଡି କର୍ତ୍ତବ୍ୟ ପଥରେ ଆଗେଇ ଗଲା ସୈନିକ ଭାଇ ସନ୍ତୋଷ. ତାଙ୍କୁ ଉପଯୁକ୍ତ ଶୁଶୃଷା ପରେ ଶୁଖିଲା ପିନ୍ଧାଇ ଚା କପ ବଢ଼େଇଦେଇ ଶୁଣୁଥିଲା ତାଙ୍କ ଦୁଃଖ କଥା. ଆଶ୍ଚର୍ଯ୍ୟ କେବଳ ସନ୍ତୋଷ ନୁହେଁ ବରଂ ଦେଶର କୋଣେ କୋଣେ ଆଶ୍ଚର୍ଯ୍ୟ ହେଉଥିଲେ ଏମିତି ବି ଜଣେ ବଞ୍ଚିପାରେ, ଏତେ ଦିନ ମାଟି ତଳେ ପୁଣି ପଙ୍କ ଭିତରେ!ଡର ପରିତ୍ୟାଗ କରି ନିର୍ଭିକ ଓ ସାହାସୀ ସୈନିକ ଭାଇ ସନ୍ତୋଷକୁ ଜାତୀୟ ପତାକା ତଳେ ଅଗଷ୍ଟ ପନ୍ଦର ଦିନ ସମ୍ମାନ ମିଳୁଥିଲା ବେଳେ ସେ ଭାବୁଥିଲା ଏହା କେବଳ ଗଣପତି, ଗଜାନନ, ଗଣନାଥଙ୍କ ଦୟା. କାରଣ ବୋଧହୁଏ ଏବର୍ଷ ଗଣେଷ ପୂଜା ପରେ ଗଣେଷ ବିସର୍ଜ୍ଜନ ନଦୀରେ ନକରି ଗଣେଶଙ୍କୁ ସେହି ବନ୍ୟା ବିତ୍ପାତ ମୃତକଙ୍କ ଭଳି ଫିଙ୍ଗି ନଦେଇ ନଈ କି ପୋଖରୀ ଅବା ଗାଡିଆରେ ସନ୍ତୋଷ, ସହସାଥିମାନଙ୍କୁ ମନେଇ ତାଙ୍କୁ ସବୁଦିନ ପୂଜା କରିବାକୁ ନେଇଆସିଥିଲା ଘରକୁ. ବିସର୍ଜ୍ଜନ ମନ୍ତ୍ର ପରେ ପୁଣି ଆବାହନ ମନ୍ତ୍ର ନିଜେ କରିଥିଲା ସନ୍ତୋଷ. ଆଜି ଡର କି ଭୟ ବଦଳରେ ସେଥିପାଇଁ ସେ ବୀର ରୂପେ ସମ୍ମାନିତ.
