STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରେମ

ପ୍ରେମ

3 mins
0

ସଜୀଵ ବା ଜୀବନ ଥିବା ଵ୍ୟକ୍ତି ସଜୀଵ ବା ଜୀବନ୍ତ ବ୍ୟକ୍ତିକୁ ପ୍ରେମ କରିପାରେ. ଏ ଧାରଣା ମୋର ନୁହେଁ ଅନେକଙ୍କର କିନ୍ତୁ ବୟସର ଉଜାଣୀ ରେ ନଈ ଭିତରେ ଭାଷି ଆସୁଆସୁ ଆଜି ଅନେକ ନିର୍ଜୀଵଙ୍କୁ ମୁଁ ପ୍ରେମ କରେ ବୋଲି ମନେହେଲା. ଯେମିତି ନଈ ତୁଠରେ ପଡ଼ିଥିବା ସେଇ ଶିଉଳି ଲଗା ପଥର ଖଣ୍ଡ ଠାରୁ ଆରମ୍ଭ କରି ନାଡ଼ ଭାଙ୍ଗିଯାଇଥିବା ଚା ପିଉଥିବା ସେଇ ଜଡ଼ କପଟି. ସେତେବେଳେ ବୟସର ଉଦ୍ଦାମ ଭିତରେ ଯାହା ବୁଝି ହୋଇନଥିଲା ଆଜି ବାର୍ଦ୍ଧକ୍ୟରେ ଅନେକ ଫର୍ଦ୍ଦ ଆଖି ସାମ୍ନାରେ ଖୋଲିଯାଉଥିଲା. କୋଇଲି ର କୁହୁ ଶୁଣୁ ଶୁଣୁ ହୁଏତ ସେ ବସିଥିବା ଗଛ ସଙ୍ଗେ ପ୍ରେମ ହୋଇଯାଏ କିନ୍ତୁ ତାକୁ ଲୁଚେଇ ରଖିଥିବା ମୁଠେ ନେଳି ଓ ଶାଗୁଆ ପତ୍ରସହ ଆଖି ଯୋଡି ମଧ୍ୟ ଫେରିଆସେ କାହିଁକି!ଯୌବନର ଦାମ୍ଭିକତା ନା ଅପ୍ରେମ!ଆଖି ଆଗରେ ବୁଢ଼ୀ ଚାଲିଗଲେ ଆଗ କିନ୍ତୁ ସେ ଚାଲିଯିବା ପରେ ପାନଡାଲାରେ ପଡ଼ିଥିବା ତାଙ୍କ ଖିଲିକାତି ବା ଗୁଆକାତିରେ ପୁଅ କିଛି କରୁଥିଲେ ଛାତି ଥରେ କାହିଁକି!ଏଇଟା ତାଙ୍କ ସଜୀଵ ବା ଜୀବନ୍ତ ସ୍ତ୍ରୀ ପ୍ରତି ଅନୁରାଗ ପୂର୍ଣ୍ଣ ପ୍ରେମ ନା ନିର୍ଜୀଵ ଗୁଆକାତିକୁ ସେ ଏବେ ପ୍ରେମ କରୁଛନ୍ତି କେଜାଣି!ସ୍ମୃତି ର ଅନ୍ୟନାମ ଯଦି ପ୍ରେମ ତେବେ ଚାହିଁଲି ସେଇ ନଈତୁଠ ଉପରେ ପଡ଼ିଥିବା ଶିଉଳି ଲଗା ପଥର ଖଣ୍ଡିକ ଉପରେ. ଅନେକ ଥର ତା ଦେହରେ ଗୋଡ଼ ଘଷି ଶାନ୍ତି ପାଇଛି. ସେ ମଧ୍ୟ ଶିଉଳି ଭାରା ରେ ଅତିକ୍ରାନ୍ତ ହେଉ ହେଉ ଅଳ୍ପ ଆଶ୍ୱସ୍ତ ହୋଇଛି, ମୋ ଘୋଡଘଷିବାରେ . ତେବେ ତାହା ସଙ୍ଗେ ଗଢିଉଠିଥିବା ମୋ ହୃଦୟରେ ପ୍ରେମର କମ୍ପନ ମତେ ଶୁଣାଯାଇ ନାହିଁ କାହିଁକି!
       ସେଇ ପଥର ପରି ହୋଇଯାଇ ମୁଁ ଆଜି ମୋର ଅନେକ ପ୍ରେମର ଜିନିଷ ହରେଇଛି ଯଥା ମୋ ଉଦିଷ୍ଟ କୋଠରୀଟିକୁ. ସେଇଟି ଏବେ ବୋହୁର ଜନ୍ମଦାତ୍ରୀଙ୍କର ହୋଇଯାଇଛି. ଏମିତିକି ମୋର ପ୍ରିୟ ଫୋଟୋ ଗୁଡିକ ସହ ଖଟ, ଡ୍ରେସିଂ ଟେବୁଲ ଓ ବୁଢ଼ୀର ଆଲମିରା ସବୁ ତାଙ୍କର ଆଉ ଯୋଉ ଦାଣ୍ଡଘରେ ମୁଁ ସାଇକେଲ ରଖେ ଓ ତା ସଙ୍ଗେ ମୋର ସମ୍ପର୍କ କେବଳ ଏଇ ତୁଠ ପଥର ଭଳି, ତାହା ଆଜି ମୋର ଏକାନ୍ତ ସାଥି. ଯୋଉ ଖଟ ନିଜେ ମୁଁ କରାଇଥିଲି କିଏ କେମିତି ଆସିଲେ ବସିଯିବେ ବୋଲି ସେଇଟି ଆଜି ମୋର ଏକାନ୍ତ ସାଥି. ନାତି କି ନାତୁଣୀ କେହି ମୋ ପାଖରେ ଘଡିଏ ବସିଗଲେ ତାଙ୍କୁ ଡାକିନିଆଯାଏ କାହାର ହୋମ ଟାସ୍କ ଅଛି ତ କିଏ ହ୍ରଲିକ୍ସ ବିସ୍କୁଟ ଖାଇବ ବୋଲି. ଆଉ ମୁଁ ପ୍ରେମ କରିବସେ ସେଇ କାନ୍ଥ ସହିତ, ଯାହାର ପଲସ୍ତରା ଠିକ ଠାକ ହୋଇଛି କି ନାହିଁ ବୋଲି ମୁଁ ନିଜେ ତଦାରଖ କରୁଥିଲି ଦିନେ.ଆଜି ମନେହେଲା ସଜୀଵ ବା ଜୀବନ୍ତ ପ୍ରାଣୀ ନୁହେଁ ବରଂ ସବୁ ନିର୍ଜୀଵ ପଦାର୍ଥ ହିଁ ପ୍ରେମ କରନ୍ତି ମତେ ଓ ଆମମାନଙ୍କୁ ତ ଆଜି ନଈ ଗାଧୁଆ ପାଧୁଆ ସାରି ସେଇ ଶିଉଳି ଲଗା ଛୋଟ ତୁଠପଥର ଖଣ୍ଡକ ଧରି ଆଗେଇ ଗଲି ଘରକୁ.
    ଆଖି ଆଗରେ ପ୍ରଥମେ ପୁଅ ନଜରରେ ପଡ଼ିଗଲି ଆଗ ତ ଏତେ କଷ୍ଟ କରି ତୁମେ ଏ ତୁଠ ପଥରଟିକି କାହିଁକି, କିପରି,  କେମେତି ବୋହି ଆଣିଲ ବାପା ପଚାରୁଥିଲା ତ ମୁଁ କହିଲି ବୋଉର ଗୁଆକାତିଟିର ଦାଢ଼ ମରିଗଲାଣି ତ ଘଷି ଦାଢ଼ କରିବାକୁ ପଡିବ ଏଥିରେ . ପୁଅ ସେଇଟିକୁ ଛଡାଇ ବୋହୁ ସିପ୍ରାକୁ ନୂଆ କପରେ ଚା ନେଇଆସ ବାପାଙ୍କ ପାଇଁ କହୁଥିଲା ତ ମୋ ମନ ମନ ସେଇ ପୁରୁଣା ନାଡ଼ ଭଙ୍ଗା କପଟିକୁ ଝୁରୁଥିଲା ବେଳେ ପୁଅ ବୋହୁ ନାତି ଓ ନାତୁଣୀ ମୋ ହାତକୁ ଶାଳଗ୍ରାମ ପଥର ଖଣ୍ଡିକ ବଢ଼େଇ ଦେଇ ବୋହୁ ସିପ୍ରା କହୁଥିଲା ଆପଣ ଆଜି ତାଙ୍କ ଚାଳିଶତମ ଜନ୍ମଦିନରେ ଶାଳଗ୍ରାମ ଥୋଇ ଉତ୍ସବର ଶୁଭ ଉଦଘାଟନ କରିବେ. ହେଲେ ଶାଳଗ୍ରାମ କାହିଁକି ପଚାରିବା ପୂର୍ବରୁ ଆଜି ଯେ ଭାଗବତର ଜନ୍ମ ବୋଲି ଶୁଣିବାକୁ ପଡିଥିଲା ତ ଶାଳଗ୍ରାମଟିକୁ ଛାତିରେ ଚାପିଧରି ମୁଁ କହୁଥିଲି ମଣିଷ ଜନମରେ, ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance