ଚେୟାରଟି ଖାଲି ପଡିଥିଲା
ଚେୟାରଟି ଖାଲି ପଡିଥିଲା
2 mins
4
ନାତୁଣୀ ବୁଝୁନଥିଲା ଜେଜେଙ୍କ ଚେୟାର ଖାଲି ପଡିଛି କାହିଁକି!ଏ ଘରର ସାତ ପୁରୁଷି ଚଉକି ଏଇଟା, ପୁଣି ଶିଶୁ କାଠର. ସାତ ପିଢ଼ିର ବୁଢା ସବୁ ଆଗ ଚାଲିଯାଉଥିବା ବେଳେ ତାଙ୍କ ବିଧବା ପତ୍ନୀମାନେ ସେଇ ଅମୁଲ୍ୟ ରତ୍ନ ବିଜଡିତ ସ୍ମୃତି ସବୁକୁ ଗୋଟେଇ ପୋଟେଇ ସତେ ଯେମିତି ଆର୍ମ ଚେୟାରଟିକୁ କିଏ କୋଉ ପିଢ଼ିରେ ରଙ୍ଗ କରୁଥିଲା ତ କିଏ କୋଉ ପିଢ଼ିରେ ଛିଣ୍ଡି ଯାଇଥିବା ପ୍ଲାଷ୍ଟିକ ତାର ବଦଳେଇ ପୁଣି ନୂଆ ତାର ଯୋଡି ସରସ ସୁନ୍ଦର କରୁଥିଲା ଚୌକିଟିକୁ.ଆଉ ଚେୟାରଟି ପଡ଼ିଥିବା ସିଧାରେ ବଳିପଡିଥିବା କିଛି ସ୍ଥାନରେ ପିତୃପୁରୁଷଙ୍କ ଦିନିକିଆ ପିଣ୍ଡ ଦାନ ସହ ମହାଳୟା ଶ୍ରାଦ୍ଧ ମଧ୍ୟ ଅତି ଶ୍ରଦ୍ଧାରେ କରୁଥିଲା ପିଢ଼ି ପରେ ପିଢ଼ି.
ଏଇ ପ୍ରଥମ ଜାଣ ବିପତ୍ନୀକ ରବି ବାବୁ ଚୌକିଟିରେ ବସି ବସି, ନାତୁଣୀକୁ ଗଳାର ମାଳି କରି ଚୌକିରେ ପଡି ରହୁ ରହୁ ଫେରିଗଲେ ସ୍ୱର୍ଗକୁ. ବୁଢ଼ୀ ସିନା ନଥିଲେ ହେଲେ, ପୁଅ ଟୁଲୁ ବାବୁଙ୍କର ଏକମାତ୍ର ଝିଅ କୁନି ନାତୁଣୀ ଟା ବୁଝିପାରୁନଥିଲା ଚଉକି ଉପରୁ ଜେଜେ କୁଆଡେ ଆନ୍ତର୍ଦ୍ଧାନ ହେଲେ ଓ ତାକୁ କୋଳକୁ ନେଇ ଛାତି ଉପରେ ପକେଇ ଚୌକିରେ ବସୁନାଁହାନ୍ତି କାହିଁକି!ରାହା ଧରି କାନ୍ଦୁଥିଲା ନାତୁଣୀ ତ ରବିବାବୁଙ୍କ ପୁଅ କାନ୍ଦିବା ସ୍ୱାଭାବିକ ଥିଲେ ମଧ୍ୟ ବୋହୁ କାନ୍ଦୁଥିଲା ଅନର୍ଗଳ ଓ କହୁଥିଲା ଶଶୁରବାପା ଥିଲେ ବୋଲି. ସ୍ୱାମୀ ଅଫିସକୁ ଯିବେ ତେଣୁ ରାନ୍ଧବଢ଼ା ଓ ଟିଫିନ କରିବାକୁ ଶଶୁରଙ୍କ ଯୋଗୁଁ ସୁବିଧା ହୁଏ. ଏ ଅତିକ୍ରାନ୍ତ ବୟସରେ ମଧ୍ୟ ନାତୁଣୀକୁ ସମ୍ଭାଳି ଦିଅନ୍ତି ବୋଲି ବୋହୁ ଆଭା କରିପାରେ ରୋଷେଇ, ଠାକୁର ପୂଜା ଇତ୍ୟାଦି ସବୁକାମ ନିର୍ବିଘ୍ନରେ.ପିଲା ସମ୍ଭାଳିବା କଣ କମ କଷ୍ଟ କାମ ନା କଣ!
ଏବେ ଘରର କଳେବର ବଦଳିବା ସହ ଜାଗାର ଘୋର ଅଭାବ. ପିଣ୍ଡ କୋଉଠି ଦିଆଯିବ ବୋଲି ରବି ବାବୁଙ୍କ ପୁଅ ଟୁଲୁ ବାବୁଙ୍କର ଘୋର ଚିନ୍ତା ବେଳେ ସ୍ତ୍ରୀ ଅର୍ଥାତ ରବି ବାବୁଙ୍କ ବୋହୁ ଆଭା କହିଥିଲେ ଶଶୁର ବାପାଙ୍କ ଶିଶୁ କାଠର ଆର୍ମ ଚେୟାରଟିକୁ ବୈଠକ ଘରକୁ କାଢିନେଲେ, ତା ତଳେ ଯେତିକି ସ୍ଥାନ ବଳିପଡିବ ବା ଯୋଉ ଜାଗା ବଞ୍ଚିବ ସେଇଠି ବ୍ରାହ୍ମଣ ଓ ତୁମେ ନିର୍ଦୋନ୍ଦରେ ବସିପାରିବ ଓ ପିଣ୍ଡ ଦାନ.. ମହାପୂଣ୍ୟ କାର୍ଯ୍ୟଟିକୁ ସମାପନ କରିପାରିବ. ସ୍ତ୍ରୀଙ୍କ କଥାଟି ରବିବାବୁଙ୍କ ପୁଅ ଟୁଲୁବାବୁଙ୍କ ମନକୁ ପାଇଲା.
ଭାଇନା କୁଶ, ପାତ୍ରୀ ସହ ଗୋଟା ଗୁଆ ଓ ମୁରୁଜ ନେଇ ଆସି ପହଞ୍ଚିଗଲେ ଓ ତାଙ୍କ ପାଇଁ ଉଦିଷ୍ଟ ପିଢାରେ ବସିଗଲେ. ଶ୍ରାଦ୍ଧ କାର୍ଯ୍ୟ ଆଗକୁ ବଢୁଥିଲା ବେଳେ ନିଦ ଭାଙ୍ଗିଗଲା ଦୁଇବର୍ଷର କୁନି ନାତୁଣୀର ତ ଶ୍ରାଦ୍ଧ ସ୍ଥାନକୁ ଚାହିଁ ରାହା ଧରି ଏମିତି କାନ୍ଦିଲା, ବୁଝିହେଲାନାହିଁ କାରଣ. ଏବେ ଏବେ କେତେ କଷ୍ଟରେ ଜେଜେଙ୍କୁ ଭୁଲିଥିବା ନାତୁଣୀକୁ ବୁଝେଇ ହେଉନଥିଲା ତ ଆଭା ପିଣ୍ଡ ସଜାଡି ଦେଇପାରୁନଥିଲେ କି ଝୁଣା,ଦୀପ, ଧୂପ ସଜାଡି ପାରୁନଥିଲେ, ଝିଅ କାନ୍ଦୁଥିଲା ତୁହାଇ ତୁହାଇ ତ ଟୁଲୁବାବୁ କଣ ବୁଝିଲେ କେଜାଣି ଉଠିଯାଇ ଆର୍ମ ଚେୟାରଟିକୁ ବୈଠକ ଘରୁ ଆଣି ପୁଣି ସେଠି ପକାଇବାର ବନ୍ଦୋବସ୍ତ କରି ବଳି ପଡ଼ିଥିବା ଅଳ୍ପ ସ୍ଥାନରେ ପିଣ୍ଡ ପକେଇବାକୁ ନନାଙ୍କୁ ଅନୁରୋଧ କରୁଥିଲେ ତ ନନା ବା ଭାଇନା କହୁଥିଲେ ଆହେ ଜଗନ୍ନାଥଙ୍କ ବାଇଶ ପାହାଚରେ ଏବେ ପିମ୍ପୁଡି ପାଇଁ ସ୍ଥାନ ନଥିବ ଆଉ ଏଠିତ ଅନେକ ସ୍ଥାନ,ଅସୁବିଧା କଣ! ବ୍ରାହ୍ମଣ ଭାଇନାଙ୍କ ଆଶ୍ୱାସନା କଥା ଅପେକ୍ଷା ଛୋଟ ଝିଅ ତୁନି ପଡିବା ଅଧିକା ଆଶ୍ୱାସନା ଦେଉଥିଲା ସ୍ୱାମୀ ଓ ସ୍ତ୍ରୀ ଦୁହିଁଙ୍କୁ.
,,,,,,,,,,,,,,,,,,,,,
