STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ପାର୍ବତୀଙ୍କ ସହର ବୁଲା

ପାର୍ବତୀଙ୍କ ସହର ବୁଲା

2 mins
3

ପାର୍ବତୀଙ୍କୁ ଯେତେ ବୁଝେଇଲେ ଶିବ ଯେ ତୁମ ପୁଅ ଗଜାନନଙ୍କ ଚତୁର୍ଥୀରେ ଓଡ଼ିଶାର ସହର ପୁରୀ ବୁଲିବାକୁ ଯିବ ମାଆ ପାର୍ବତୀ ନାହିଁ କଲେ ଓ କହିଲେ ମୋ ପୁଅକୁ କୋଉଠି ସାଇକେଲ ଚଢ଼େଇ, ବିଡି ପିଆଇ ଧୂଆଁ ଉଡେଇ, ପୁଣି କୋଉଠି ବାଇକରେ ତ କୋଉଠି ପ୍ଲେନରେ ଉଡେଇ ପୂଜା କରିବା ଦୃଶ୍ୟ ବହୁତ ହୋଇଗଲା ମହାଦେବ. ପିଲାଦିନେ ତ ତାକୁ ଯାହା କଲ କଲ ଶେଷକୁ ହାତୀ ମୁଣ୍ଡ ଆଣି ଯୋଡି ଜିଆଁଇଲ!ଏବେ ତା ମୂଷିକ ବାହାନ ଭଲ ତ ସେ ଭଲ. ମତେ ଟିକେ ସ୍ବାଧୀନତା ପାଳନ ଅବସରରେ ଘେରେ ବୁଲେଇଆଣିବାକୁ ସହରରେ ମୋର ଅନୁରୋଧ, ଆଉ କିଛି ନୁହେଁ.
    ଶିବ ବାଧ୍ୟ ହୋଇ ସାପକୁ ଡାକିଲେ ଯେ ମାଆ ପାର୍ବତୀଙ୍କ ଏକାଯିଦ ସେ ସାପ ପିଠିରେ ବସିକି ଯିବେ ନାହିଁ ତ ନନ୍ଦି ଭୃଙ୍ଗୀ ଆସି ହାଜର ହେଲେ. ଶେଷକୁ ନନ୍ଦି ପିଠିରେ ବସି ମାଆ ପାର୍ବତୀ ଯାଉଥାଆନ୍ତି ବାଟରେ ଦେଖିଲେ ଛୋଟ ଛୋଟ ପିଲାମାନେ ଷଣ୍ଢ ଲାଞ୍ଜରେ ଓହଳି ତାକୁ ଏମିତି କ୍ଷତାକ୍ତ କରିଛନ୍ତି ଯେ ବିଚରା ଲାଞ୍ଜ ଟେକି ମଶା ମାଛି ଘଉଡ଼େଇ ପାରୁନାଁହାଁନ୍ତି. ଶିବ ଶଙ୍କର କହିଲେ ଆଜି ସ୍ୱାଧୀନତା ଦିବସ ବୋଲି ପିଲାମାନେ ଯାହା ଇଛା ତାହା କରୁଛନ୍ତି, କଟକଣା ନାହିଁ. ଏକି କଥା ମ, ଆମ ନନ୍ଦି ଭୃଙ୍ଗୀ ଙ୍କ ବଂଶଧର ଏ ସହରରେ ଏତେ ନିର୍ଯ୍ୟାତିତ ହେଉଥିଲା ବେଳେ ଲୋକେ ଠାକୁ ଠା ଜାତୀୟ ପତାକା ଉଡେଇ, ବନ୍ଦେ ମାତରଂ, ଜୟ ଦେଶ ଜନନୀ, ଜୟ ଯବାନ ଜୟ କିଷାନ ଆଦି ଏତେ ଏତେ ଭଲ ଭଲ ସ୍ଲୋଗାନ ଦେଇ କଣ ଲାଭ. ବଡ଼ମାନେ ତଥା ଗୁରୁମାନେ କେବଳ ସେଇ ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନ କଥା କହିଲେ କଣ ହେବ ବରଂ ପିଲାଙ୍କ ଆଚ୍ଚରଣ ଓ ଉଚ୍ଚାରଣ କିପରି ରହିବା ଉଚିତ ଦେଖିବା ଓ ଶିଖେଇବା କଥା. ସେହି ପୁରୁଣା କଥା ସବୁ ତ ଇତିହାସରେ ଅଛି, ପିଲା, ବଡ ଓ ଯୁବକ ଯୁବତୀ ଅର୍ଥାତ ଛାତ୍ର ଓ ଛାତ୍ରୀ ତଥା କାଲିର ନାଗରିକମାନେ ପଢିନେବେ କିନ୍ତୁ ସେମାନେ ଗ୍ରନ୍ଥକୀଟ ନହୋଇ କେମିତି ମାନବିକତା ଆପଣେଇବେ ସେଥିପାଇଁ ଗଳ୍ପ ଓ କବିତା ମାଧ୍ୟମରେ ଶିକ୍ଷା ଦେବା ଉଚିତ.
    କହୁ କହୁ ମାଆ ପାର୍ବତୀ ଗୋଟେ ସ୍ଥାନରେ ଅଟକି ଗଲେ କାରଣ ସେଠାରେ ମାଆ ଅର୍ଥାତ ନିଜ ଜନ୍ମ ଦାତ୍ରୀଙ୍କୁ ପୂଜା କରି ପିଲାଠୁ କିଶୋର ପର୍ଯ୍ୟନ୍ତ ସମସ୍ତେ ଶପଥ ନେଉଥିଲେ କି ଆମେ ଆଉ ମିଛ କହିବୁ ନାହିଁ. ଗାନ୍ଧି ଯେମିତି ତିନି ମାଙ୍କଡ଼ଙ୍କ ସାହାୟତରେ ଖରାପ କଥା କହିବୁ ନାହିଁ କି ଦେଖିବୁ ନାହିଁ କି ଶୁଣିବୁ ନାହିଁ ଶିଖାଉଥିଲେ, ଆମେ ସବୁ ସେମିତି କରିବା ସହିତ ଚୋରୀ କରିବୁ ନାହିଁ, କାହାରିକୁ ମାନସିକ କି ଶାରୀରିକ କଷ୍ଟ ଦେବୁ ନାହିଁ, ଗୁରୁଜନମାନଙ୍କ କଥା ଶୁଣିବୁ ଓ ଆବଶ୍ୟକ ସ୍ଥଳେ ଦାନ, ସେବା କରି ପୁଣ୍ୟ ପାଇବାକୁ ଐଶ୍ବର୍ଗୀକ ସତ୍ତା ଯଥା ପାର୍ବତୀ, ସୀତା, ଗଙ୍ଗା, ଦୁର୍ଗା, ଲଷ୍ମୀ, କାଳୀ, ସରସ୍ବତୀ ପରି ନିଜ ଜନନୀ ମନରେ କଷ୍ଟ ଦେବୁ ନାହିଁ କହି ସେମାନେ ଜୟ ସ୍ବାଧୀନ ଦେଶର ଜନନୀ କହି ସ୍ଲୋଗାନ ଦେଉଥିବା ଦେଖି ମାଆ ପାର୍ବତୀ ଖୁସିରେ ସ୍ୱର୍ଗକୁ ବାହୁଡ଼ିବା ବେଳେ ଗୋଟେ ସ୍ଥାନରେ ଅଟକି ଗଲେ କାରଣ ସେଠାରେ ଷଣ୍ଢଟିଏ ଶୁନ୍ୟ ଖାଦ୍ୟ ଜରି ସବୁକୁ ପାକୁଳେଇ ଚାଲିଥିଲା. ଶିବ କହିଲେ ତୁମେ ଆରବର୍ଷକୁ ଆସିଲା ବେଳେ ଆଉ ଏ ଦୃଶ୍ୟ ଦେଖିବାକୁ ପାଇବନି. କେମିତି!କେମିତି କଣ!ପଲିଥିନ ବ୍ୟବହାର ବ୍ୟାନ ହୋଇଛି. ତେବେ ଷଣ୍ଢ ଯଦି ଠୁଙ୍ଗା ଖାଏ ତେବେ!ଶିବ ଶଙ୍କର ଓ ମାଆ ପାର୍ବତୀ ନନ୍ଦିଙ୍କ ପ୍ରଶ୍ନରେ ଟିକେ ବିଚଳିତ ହେଲେ ବି କହିଲେ ଧର୍ଯ୍ୟ ରଖ. ସ୍ବାଧୀନ ଭାରତର ସବୁ ଦେଶରେ ଏଣିକି ସବୁ ସ୍ବାଧୀନରେ ମିଳିଯିବ.ସ୍ବପ୍ନ ଦେଖାରୁ ସୁରେଶର ନିଦ ଭାଙ୍ଗି ଯାଇଥିଲା ତ ସେ ସାଙ୍ଗମାନଙ୍କୁ ଏକାଠି କରି ସମୁଦ୍ର କୂଳରେ ପଡ଼ିଥିବା ସବୁ ପଲିଥିନ, ଜରି, ଠୁଙ୍ଗା, କାଗଜ ଗୋଟେଇ ସଫା କରୁ କରୁ ଗାଉଥିଲା ଆମେ ତ ସ୍ୱାଧୀନ ଦେଶର ପିଲାରେ... ଆଉ କେ ଆମ ପରି ଥିଲାରେ!



Rate this content
Log in