STORYMIRROR

Sunanda Mohanty

Tragedy Fantasy Inspirational

4  

Sunanda Mohanty

Tragedy Fantasy Inspirational

ଆତ୍ମନୈପଦୀ

ଆତ୍ମନୈପଦୀ

2 mins
15

ପବିତ୍ରାଙ୍କୁ ସେଦିନ ବାସନ୍ତୀ କହିଥିଲା ଜାଣିଛ ମାଆ ଆମ ଏ ଛୋଟ ସହରକୁ ଜଣେ ସାଧୁ ସନ୍ଥ ଆସିଛନ୍ତି. ଡେରା ପକେଇ ରହିଛନ୍ତି. ତୁମର ସନ୍ତାନ କଷ୍ଟ ପାଇଁ ପରାମର୍ଶ କଲେ ହୁଅନ୍ତା ନାହିଁ!ବାବୁ ଓ ତୁମେ ଦୁହେଁ ମିଶିକି ଯାଇ ଥରେ ବୁଲିଆସ. ପବିତ୍ରା ଭାବୁଥିଲେ ଆମ ଦେଶ ହେଉଛି ବର୍ଷାଣାଂ ଭାରତ ଶ୍ରେଷ୍ଠ. ତା ମଧ୍ୟରେ ଉତ୍କଳ ଦେଶସମ ଦେଶ ନାସ୍ତି ମହୀତଳେ କାରଣ ଏ ଦେଶ ଓ ଆମ ରାଇଜ ପୂଜ୍ୟ ପୂଜା ର ଦେଶ. ସାଧୁ ସନ୍ଥ ଓ ମୁନି ମାନଙ୍କ ଦେଶ. ଭଗବାନ ନିଜେ ଆସି ଦେଖାଦିଅନ୍ତି ନାହିଁ.ସେ ଏହି ମୁନି, ଋଷି, ସାଧୁ, ସନ୍ଥ ମାନଙ୍କ ମାଧ୍ୟମରେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି. ସତରେ ବାସନ୍ତୀ କଥା ମାନି ଥରେ ଗଲେ କେମିତି ହୁଅନ୍ତା ଭାବି ସ୍ୱାମୀଙ୍କୁ କେତେ କଷ୍ଟରେ ମନେଇ ଦୁହେଁ ସେଠି ପହଁଚିଲା ବେଳକୁ ସେମାନଙ୍କ ଆଗରୁ ପବିତ୍ରାଙ୍କ ସାଙ୍ଗ ଶତାବ୍ଦୀ ସେଠି ପହଂଚିସାରିଥିଲା. ପବିତ୍ରା ଦେଖିଥିଲେ ଶତାବ୍ଦୀ କଣ ସବୁ ପାଟି କରି  କହୁଥିଲା ସାଧୁଙ୍କୁ. ବ୍ୟକ୍ତିଗତ ସ୍ବପ୍ନ ଟିକକ ମାରିଦେଇ ମୋର ତୁମେ କୋଉ ସତ୍ୟ ସନ୍ଧାନ ରେ ସନ୍ଥ ପାଲଟିଛ ଅସିତ!ତୁମକୁ ନେଇ ସ୍ବପ୍ନ ଦେଖିବା କଣ ମୋର ଭୁଲ ଥିଲା? ତେବେ ତୁମର ସେ ହାତ ଲେଖା ଚିଠି କଣ ଭୁଲ ଥିଲା!କୋଉ ଦୋଷ ଦେଖି ମତେ ଦୁନିଆଁ ର ଏ ବିରାଟ ଦାଣ୍ଡ ରେ ଦଣ୍ଡ ଦେଇ ଏକେଲା କରି ସାଧୁ ପାଲଟି କାହାର କଣ ଉପକାର କରିପାରିବ ଶୁଣେ !ଜଣଙ୍କ ଆଖି ଲୁହ ପୋଛି ନପାରି ଗଣଙ୍କ ଆଖି ଲୁହ ପୋଛିବାକୁ କେମିତି ସାହାସ କଲ ଅସିତ!
   ପଛରୁ ପବିତ୍ରା ସବୁ ଶୁଣି ସ୍ୱାମୀଙ୍କୁ ନେଇ ଫେରିଆସିବାକୁ ଚାହିଁଥିଲେ କାରଣ ଦୁନିଆଁ ଆଖିରେ ତାଙ୍କ ନିଜ ପୁଅ ହୋଇ ବଢୁଥିବା ମୁନା ଆଖିର ସ୍ବପ୍ନ କୁ ଭାଙ୍ଗିବା ଅପେକ୍ଷା ମୁନାର ଭବିଷ୍ୟତ ର ସ୍ବପ୍ନକୁ, ମାଆ ବାପା ହିସାବରେ ସାକାର କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ବୁଝିସାରିଥିଲେ. ଉତ୍କଳ ଗୌରବ ମଧୁସୂଦନ ହୁଅନ୍ତୁ ଅବା କର୍ମବୀର ଗୌରୀଶଙ୍କର କି ସ୍ଵଭାଵ କବି ଗଙ୍ଗାଧର ମେହେର ଅବା ଗୋପବନ୍ଧୁ ଦାସ ତଥା ପଣ୍ଡିତ ନୀଳକଣ୍ଠ ଦାଶ ସମେତ ଗଜପତି କୃଷ୍ଣ ଚନ୍ଦ୍ର ଙ୍କ ପରି ଅନେକ ବରପୁତ୍ର ତାଙ୍କ କର୍ମ ଓ ଧର୍ମ ପାଇଁ ଉତ୍କଳ ଜନନୀ ବା ଓଡିଶା ପାଇଁ ଦେଖିଥିବା ସ୍ବପ୍ନକୁ ସତସତିକା ସତ୍ୟ କରି ଉଣେଇଶ ଛତିଶ ମସିହା ଏପ୍ରିଲ ଏକ ତାରିଖରେ ମାତୁଭୂମି ଓ ମାତୃଭାଷା ର ସ୍ୱାତନ୍ତ୍ରତା ବଜାୟ ରଖି ଓଡିଶାକୁ ଯଦି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ର ମାନ୍ୟତା ଦେଇପାରିଥିଲେ ଆମେ ତାଙ୍କ ପଦାଙ୍କ ଅନୁସରଣ କରି ଦେଶ ପାଇଁ, ଜାତି ପାଇଁ କିଛି କରି ନପାରିଲେ ମଧ୍ୟ ଆମ ପୁଅ ବୋଲି ମାନିନେଇଥିବା ମୁନାର ଭବିଷ୍ୟତ ସ୍ବପ୍ନ କୁ ସତ୍ୟ କରିବା ଚାଲ କହି ଫେରିଆସିଥିଲେ ଘରକୁ ତ ବାସନ୍ତୀ କିଛି କିଛି ବୁଝିପାରି ପବିତ୍ରାଙ୍କୁ ପଚାରୁଥିଲା ପଖାଳ ବାଢ଼ିବି ମାଆ!
,,,,,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy