ଵୁଦ୍ଧିମତ୍ତା ବିଜ୍ଞାନ
ଵୁଦ୍ଧିମତ୍ତା ବିଜ୍ଞାନ
କୋରାପୁଟମାଟିର ଦୁଇ ପାହାଡ଼ ମଝି ସହରର ଝିଅ ସୁକାନ୍ତି. ଓଡ଼ିଆ ଭାଷା ପ୍ରତି ପ୍ରବଳ ଦୁର୍ବଳତା ତାଙ୍କର. ଶାଶୁଘରକୁ ନୂଆ ନୂଆ ଆସିଥିଲା ବେଳେ କେହି ତାଙ୍କୁ କୋରାପୁଟିଆ ନନି ବୋଲି କହିଲେ ତାଙ୍କୁ ବାଧେ ନାହିଁ ବରଂ ସମ୍ବଲପୁରରେ ଝିଅଙ୍କୁ ବୁଇ ଓ ପୁରୀରେ ଟୋକି ପୁଣି କୋଉଠି ଝିଅମାନଙ୍କୁ ଟୋକେଲ କହନ୍ତି ବୋଲି ବୁଝେଇ ସୁକାନ୍ତି ଯେବେ କହନ୍ତି ସାହିତ୍ୟ ସାର୍ବଜନୀନ ହେଲେ ଭାଷା ପରା ଆଞ୍ଚଳିକ. ହସିଦିଅନ୍ତି ଶାଶୁ ତ କହନ୍ତି ହଉ ହଉ ପାନ ଖଣ୍ଡେ ଖାଇଦେଇ ଯା ବୋହୁ.ତ ସୁକାନ୍ତି କହନ୍ତି ଆପଣଙ୍କ ହାତରୁ ପାନ ଖଣ୍ଡେ ମତେ ରାଣୀ ବନେଇଦିଏ ସତରେ ମାଆ. ହଉ ଲୋ ନନି, ଏତେ କଥାକୁ.. ନା ପେଲିଦେଲି କଲିକତାକୁ.ସେଦିନ ସବୁ ଅତୀତ ହେଲାଣି.ଶାଶୁ ମାଆଙ୍କୁ ସେକଥା ମନେପକେଇ ଦେଇ ସୁକାନ୍ତି କିନ୍ତୁ ଶାଶୁମାଆଙ୍କ ହାତଭଙ୍ଗା ପାନ ଖାଇବାରେ ସିଦ୍ଧହସ୍ତ ଥିଲା ବେଳେ ଏବେ ନିଜେ ସେ ଶାଶୁ ଭୂମିକା ଆପଣେଇଛି.
ସୁକାନ୍ତି ଆଜି ବୋହୁ ହୋଇ ଘରକୁ ପୁଅ ଆଣିଛି ମନପସନ୍ଦର କଲିକତି ଝିଅ. ବୋହୁ କରି ଆଣିଲାବେଳେ କେହି କେହି ବଙ୍ଗାଳୁଣି କହିଲାବେଳେ ସୁକାନ୍ତି କହନ୍ତି ମୋ ବୋହୁର ରୂପ ରଙ୍ଗ ପରି ଏ ଗାଁ ତ ଗାଁ, ପାଖାପାଖି ସାତ ଖଣ୍ଡ ଗାଁରେ କେହି ଥିବେ ଭଲା!ଏବେ କିନ୍ତୁ ଆମେରିକାର ବୋଷ୍ଟନ ସହରରୁ ପୁଅ ବୋହୁ ଛୁଟିରେ ଗାଁକୁ ନାତି ବାବାକୁ ନେଇ ଆସିଲେ ସେହି ନାତି ବଂଗାଳି, ହିନ୍ଦି, ଇଂରାଜି, ତେଲୁଗୁ ତାମିଲ ଆଦି କେତେ ଭାଷା କହୁଥିଲେ ମଧ୍ୟ ଓଡ଼ିଆ ନକହୁଥିବାରୁ ସୁକାନ୍ତି ଦୁଃଖୀ ହୋଇଯାଆନ୍ତି ତ ସ୍ୱାମୀ ବୁଝେଇଦିଅନ୍ତି ଆରେ ଯିଏ ଯୋଉଠି ରହିବ ସେଇଠା ଭାଷା ଶିଖିବା ଗୋଟେ ସାଧାରଣ କଥା ନା ନାହିଁ? ଏଥିରେ ଯଦି କଷ୍ଟ ପାଉଛ ତେବେ ବାବାକୁ ଶୁଣାଅ କୋଇଲିର କୁହୁ ଓ ଖେଳାଅ ଚକା ଚକା ଭଉଁରୀ. ପୁଣି ଗାଅ ଆ ଜହ୍ନ ମାମୁଁ ଶରଦଶଶୀ.. ମୋ କାହ୍ନୁ ହାତରେ ପଡ଼ରେ ଖସି.
ସୁକାନ୍ତି କିନ୍ତୁ ଛବିଳ ମଧୁ ବର୍ଣ୍ଣବୋଧ ବହି କିଣି ରଖିଥିଲେ ନାତି ବାବା ପାଇଁ. ତାଙ୍କ ବେଳେ ଯେମିତି ସେ ଶିଖିଥିଲେ ହାତୀ ପିଠିରେ ବାଘ ବସିଛି ବାଘ ପିଠିରେ ଛେଳି... କୁକୁର ଚଳାଏ ସାଇକେଲଟି ଭାଲୁ ଖେଳଇ ଦୋଳି. ପୁଣି ମାଙ୍କଡ଼ ଖାଏ କାଙ୍କଡ଼ କଷି... ବାଙ୍କ ବାବୁଙ୍କ ବାଡ଼ିରେ ପଶି, ଇତ୍ୟାଦି ପଦ୍ୟାଂଶ ସହ ବାବାକୁ ପରିଚିତ କରାଇବାକୁ ଭାବୁଥିବା ବେଳେ ବାବା କିନ୍ତୁ ଏବେ ଖଣ୍ଡି ଓଡ଼ିଆ ରେ କହୁଥିଲା ମତେ ଏବେ ଓଡ଼ିଆ ଆସୁଛି ଜେଜେମା. ମୋ ମାମା ମତେ ନୂଆ ବର୍ଣ୍ଣବୋଧ ବହି କିଣିଦେଇଛନ୍ତି ଯୋଉଥିରେ ତୁମେ ପଢ଼ୁଥିବା ଛବିଳ ମଧୁ ବର୍ଣ୍ଣବୋଧ ବହିର ମଲାଟରେ ବିଲେଇ ପରିବର୍ତ୍ତେ ହରିଣ ଓ ଦୁଆତ ସହିତ ପରକଲମ ଚିତ୍ର ଏବଂ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣମାଳା ରହିଛି. କାବା ହୋଇ ସୁକାନ୍ତି ନାତି ବାବାଠୁ ଏସବୁ ଶୁଣୁଥିଲା ବେଳେ ବଙ୍ଗାଳୁଣି ବୋହୁ ବୋଲି କହି ସାହି ପଡିଶା କେତେ କଥା କହୁଥିବା ବେଳେ ସୁକାନ୍ତି ଦୁଇ ଦୂର ପାହାଡ଼ ମଝିରେ ଠିଆ ତାଙ୍କ ନିଜ ବାପାଙ୍କ ଘର ମନେପକାନ୍ତି. ବୋହୁଟିକୁ ଥରେ ବୁଲେଇ ଆଣନ୍ତେ ଭାବୁ ଭାବୁ ବୋହୁଟି ସୁନ୍ଦର ଝୋଟି ଚିତା ସାଙ୍ଗକୁ ରାକ୍ଷୀ ପୂର୍ଣ୍ଣମୀରେ ର ଓଡ଼ିଆ ଘର ଖାଦ୍ୟ ପରଷି ଚାଲିଥିଲା ସୁକାନ୍ତିଙ୍କ ସହ ସମସ୍ତଙ୍କୁ. ସୁକାନ୍ତିଙ୍କୁ ଚମତ୍କୃତ କରିବା ସହ ଗୁରୁବାର ଦିନ, ବଳରାମ ଦାସ ଲେଖିଥିବା ଲଷ୍ମୀପୁରାଣ ବୋଲୁଥିଲା ପ୍ରାଞ୍ଜଳ ଭାବେ.ଜାଗର ପୂର୍ବଦିନ ସେଇବାଟ ଦେଇ ପାର୍ବତୀ ଛଦ୍ମ ବେଶରେ ସହର ବୁଲି ଯାଉଥିଲେ ତ ସୁକାନ୍ତି ଓ ତାଙ୍କ ବୋହୁଙ୍କ ଭିତରେ ଥିବା ଭାଷା ସହ ସାହିତ୍ୟ ପ୍ରୀତି ଦେଖି ସେ ଦୁହିଁଙ୍କୁ ଆଶୀର୍ବାଦ ଦେଇ ଯାଇଥିଲେ. ବାବା ଛି ଛି ଛିରେ ନନି ଛି,ଗୀତ କ୍ୟାସେଟ ଲଗେଇ ଖୁବ ସୁନ୍ଦର ନାଚ କରୁଥିଲା ତ ସୁକାନ୍ତି କହୁଥିଲେ ମୁଁ କୋରାପୁଟିଆ ନନି ବୋଲି ଜାଣିଛୁତ!ବାବା କହୁଥିଲା ହଁ ଜେଜେମା ତୁମେ ପିଲାଦିନୁ ମତେ ଠକି ଆସିଛ, ଏଣିକି ମୋ ପାଖରେ ରହିବ ଚାଲ. ବାବା କଥା ଶୁଣି ପୁଅ ବୋହୁ କହୁଥିଲେ ହଁ ମା ଏଥର ବାପା ଓ ଆପଣ ଆମ ସଙ୍ଗେ ଚାଲନ୍ତୁ. ସେମାନଙ୍କ ଅଲକ୍ଷରେ ମାଆ ପାର୍ବତୀ ସବୁ ଶୁଣି ଖୁସିରେ ଶିବ ଶଙ୍କରଙ୍କୁ କହୁଥିଲେ ମତେ ଆପଣଙ୍କ ଏ ମର୍ତ୍ତ୍ୟଟି ବୈକୁଣ୍ଠ ଭଳି ଲାଗୁଛି. ଶିବ କହୁଥିଲେ ଆଜି ତ ପଙ୍କୋଝଳା ଏକାଦଶୀ. ଜାଗର ଦିନ ଦେଖିବ ରୁହ ଲୋକଙ୍କର ଆମ ପ୍ରତି ଭକ୍ତି. ମାଆ ପାର୍ବତୀ କହୁଥିଲେ ଏହାହିଁ ମର୍ତ୍ତ୍ୟବାସୀଙ୍କ ସାହିତ୍ୟ ପ୍ରୀତି ସହ ମୈତ୍ରୀଭରା ସଂସ୍କୃତି ଓ ଶାନ୍ତି
ବାବା ଏବେ ବଡ଼ ହୋଇଛି. ବୋଷ୍ଟନ ସହରରେ ରହି କ୍ଵାଣ୍ଟମ କମ୍ପ୍ୟୁଟିଙ୍ଗରେ ମନୋନିବେଶ କରିଛି. ସେଥିରେ ରହିଥିବା ଆନୁବଂଶିକ ରୋଗ ନିବାରଣ ନିମନ୍ତେ ଆଶା ଥିବା କ୍ରିସପର ଭଳି ଗୁଣସୂତ୍ର ସମ୍ପାଦନା ଜ୍ଞାନକୌଶଳ, ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଓ ବାସ୍ତବଧର୍ମୀ ଚିତ୍ର ସୃଷ୍ଟି ଭଳି ସାମର୍ଥ୍ୟଯୁକ୍ତ ତଥା ଅତି ଉର୍ନ୍ନତ କୃତ୍ରିମ ବୁଦ୍ଧିମତା ବା ଏ.ଆଇ ଏବେ ଏକ ଆଶ୍ଚର୍ଯ୍ୟ ତଥା ବିସ୍ମୟ ପ୍ରଯୁକ୍ତି ବିଦ୍ୟା ହୋଇ ଜଟିଳ ହିସାବପତ୍ର ଓ କଳ୍ପନା ଜଳ୍ପନା ନିମନ୍ତେ ନୂତନ ସମ୍ଭାବନାର ଗୁଣସୂତ୍ରଧାରୀ ଏହି କ୍ଵାଟିଙ୍ଗ କମ୍ପ୍ୟୁଟିଙ୍ଗ କେବଳ ପୁଅ ବାବା ପାଇଁ ନୁହେଁ ବରଂ
ଜନକଲ୍ୟାଣକାରୀ,ଜନମଙ୍ଗଳକାରୀ ତଥା ବିସ୍ମୟ ହୋଇଥିବା ବେଳେ କ୍ଵାଟିଙ୍ଗ କମ୍ପ୍ୟୁଟିଙ୍ଗ ଦ୍ୱାରା ଔଷଧ ଆବିଷ୍କାର ଟିମରେ ଯୋଗଦେଇ ବାବା ନିଜ ଜେଜେ ଓ ଜେଜେମାଙ୍କୁ ସୁସ୍ଥ ରଖିବାକୁ ତଥା ପିତା ମାତାଙ୍କୁ ଚିରସବୁଜ ରଖିବାକୁ ଚିନ୍ତାକଲା ବେଳେ ଜେଜେ ଜେଜେମା ଆଜି ଆରପାରିରେ ସତ ହେଲେ ବାବା ଆଶା ନହରାଇ ଏହି କ୍ଵାଣ୍ଟମ କମ୍ପ୍ୟୁଣ୍ଟିଙ୍ଗ ଦ୍ୱାରା ଭାଷା ସାହିତ୍ୟ କ୍ଷେତ୍ରରେ କିପ୍ଟୋଗ୍ରାଫି ବା କଟଲିପି ସହ ଅନ୍ୟ ସବୁ ଉର୍ନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିବ ସେହି ଚିନ୍ତାରେ ବାବାକୁ ନିଦ ନଥିଲା ବେଳେ ମାଆ କହୁଥିଲେ ଉର୍ନ୍ନତମାନର ରୋବର୍ଟ ତିଆରି କୌଶଳ ତୁମ ଟିମ କେଵେ ଜାଣିବ ବାବା? ବାବା କହୁଥିଲା ଅପେକ୍ଷା କର ମାଆ. ଆଜିକାଲି ଏ.ଆଇ ସିଷ୍ଟମ ବା କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ମନୁଷ୍ୟର ଭାଷା ବୁଝିବା ସହିତ ନିଜେ ବି ଭାଷା ସୃଷ୍ଟି କରିପାରୁଛି. ଏମିତିକି ବାସ୍ତବଧର୍ମୀ ଚିତ୍ର ସହ କାର ଚଳାଇବା ଭଳି କାର୍ଯ୍ୟ ସବୁକୁ ସମ୍ପାଦନ କରି, ଅନେକ ଶିଳ୍ପ ସମସ୍ୟାର ପ୍ରତିହତ କରିବା ସହ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି କରିବା ତଥା ଏ.ଆଇ ରୋବର୍ଟ ମନୁଷ୍ୟ ସହ ଆଉ ଜଣେ ମନୁଷ୍ୟ ଭଳି ଭାବ ଆଦାନ ପ୍ରଦାନ କରିପାରୁଛି.
ମାଆ ଆଶଙ୍କାଗ୍ରସ୍ତ ଭାବେ କହୁଥିଲେ ଏଥିରେ ତୋ ଜେଜେମାଙ୍କ ଜନ୍ମଭୂମି କୋରାପୁଟ ମାଟିର ସେହି ବିଶ୍ଵପ୍ରସିଦ୍ଧି ଲାଭ କରିଥିବା ଛି ଛି ଛିରେ ନନି ଛି ଗୀତଟିର ଅଗ୍ରଗତି ଅର୍ଥାତ ପ୍ରଚାର ପ୍ରସାର କିଛି ମାତ୍ରାରେ କମି ଯିବ ନାହିଁ ତ? ବାବା ହସି ହସି କହୁଥିଲା ସାହିତ୍ୟର ଅଗ୍ରଗତି ପାଇଁ ଓଡ଼ିଆ ଭାଷାକୁ ମାନ୍ୟତା ଦେବାରେ କୋରାପୁଟର ସ୍ବାଧୀନଚେତା ତଥା ବିପ୍ଲବୀ ଜମିଦାର ଭେଙ୍କେଟେଶ୍ଵର ଦେଓଙ୍କର ହିତବାଦିନୀ ସଭାରେ ଉଦବୋଧନ ସହିତ ଓଡ଼ିଆ ଭାଷାଭାଷିଭିତ୍ତିକ ଓଡିଶା ରାଜ୍ୟର ମୁଳୁଦୂଆ ପକାଇବା କେହି କଣ ଭୁଲେ ମାଆ? ତୁ ତାଙ୍କ ବିଷୟରେ ଜାଣିଛୁ ନା ନାହିଁ? କ୍ଵାଣ୍ଟମ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଯେତେ ଅଗ୍ରଗତି ହେଲେ ମଧ୍ୟ ପୁରାତନ ଭାଷା ସାହିତ୍ୟର ମୂଳତ୍ପାଟନ କେଵେ ହୋଇନି କି ହେବାକୁ ଦେବୁନି ଆମେ ପରପିଢ଼ି ମାଆ. ରଙ୍ଗବତୀ ଲୋ ରଙ୍ଗବତୀ... ରଙ୍ଗ ବତୀ ରଙ୍ଗବତୀ କନକଲତା.....ହସି ପଦେ କହଲୋ କଥା ଭଳି ଛି ଛି ଛିରେ ନନି ଛି ମଧ୍ୟ ଅଗ୍ରଗତି କରିଚାଲିବ ମାଆ. ହଉ ଧନ ତୋ ଯଶ କୀର୍ତ୍ତୀ ରହୁ.ତୁ ବଡହୋଇ ଓଡିଶା ମାଟିର ନାମ ଓ ଚିହ୍ନକୁ ଏ ବିଦେଶ ମାଟିରେ ରହି ବଢେଇବା ପାଇଁ ଆଶୀର୍ବାଦ ମାଗିବାକୁ ଯାଉଛି ଶହେଆଠ ବେଲପତ୍ର ସହ ଶିବମନ୍ଦିର ବାପାଙ୍କ ସହ . ଆଜି ପରା ଜାଗର. ବାବା କହୁଥିଲା ରହ ରହ ମାଆ ମୁଁ ତୁମ ଦୁହିଁଙ୍କ ସାଙ୍ଗରେ ଯିବି ଓ ଦୁଇପାହାଡ଼ ମଝିରେ ଥିବା ଜେଜେମାଆଙ୍କ ସହରଟିକୁ ଆଉଥରେ ପାଖରୁ ଦେଖିଆସିବି.
,,,,,,,,,,,,,,,,,,,,,,
