STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ପଦ୍ମ ପତରେ ଜଳ ଢଳ ଢଳ

ପଦ୍ମ ପତରେ ଜଳ ଢଳ ଢଳ

3 mins
0

ବହୁ ଡେରିରେ କାନ ଫୋଡା ଉତ୍ସବ ହୋଇଥିଲା ଘରେ ପିଲା ଦୁଇଟିଙ୍କର ସେତେବେଳେ ମିନତିଙ୍କର ତ ତାଙ୍କ ବାପା ମାନେ ପିଲା ଦୁଇଟିଙ୍କ ଅଜାଙ୍କ ଉତ୍ସାହ ଦେଖିବାର କଥା. ତାଙ୍କ ପାଇଁ ପଡ଼ିଥିବା ନିର୍ଦ୍ଦିଷ୍ଟ ଚେୟାରରେ ନବସି ଏପଟ ସେପଟ ହେଉଥାଆନ୍ତି. ଅଚିହ୍ନା ବନ୍ଧୁ ବାନ୍ଧବଙ୍କୁ ଚିହ୍ନି ତାଙ୍କ ସଙ୍ଗେ ଦୁଃଖ ସୁଖ ହେଉଥାଆନ୍ତି. ଘରେ ଚା ପିଇବା ପାଇଁ ଆବଶ୍ୟକୀୟ ଜରି କପ ବଦଳରେ ଶଙ୍ଖ କପ ଆଣିବାକୁ ବରାଦ କରି ନିଜେ ମଧ୍ୟ ନେଇଆସୁଥାଆନ୍ତି. ପୁଣି ଗୋଟେ ଦିଟା କଣ ମନମୁତାବକ ଅଧିକା ଖବର କାଗଜ ନିଜେ ମଗେଇ ବନ୍ଧୁ ବାନ୍ଧବଙ୍କ ପାଇଁ ସଜାଡି ରଖୁଥାନ୍ତି, ପୁଣି ବୋଉକୁ ଚୁପ ଚୁପ ପଚାରୁ ଥାଆନ୍ତି ନାତି ଜିଟୁ ଓ ନାତୁଣୀ ରିଟୁ କୁ ଦେବାପାଇଁ କଣ ସବୁ ଭଲ ଜିନିଷ ଆଣିଛ ତ!ଝିଅ ମିନତି ଓ ଜୋଇଁ ବିରଞ୍ଚିଙ୍କ ପାଇଁ ଭଲ ଲୁଗାପଟା ଆଣିଛ ନା ମତେ ଏଇ ସହରରୁ ଆଣିବାକୁ ପଡିବ ବୋଲି ମଧ୍ୟ ପଚାରୁଥାଆନ୍ତି ବାପା.ତ ଏସବୁ ଖୁସି ତାଙ୍କର ସବୁଦିନ ଥାଉ ଭାବି ମାଆ ଦୁର୍ଗାଙ୍କୁ ଲକ୍ଷେ ମୁଣ୍ଡିଆ ମାରିଚାଲିଥାଆନ୍ତି ନିଜ ବାପାଙ୍କ ପାଇଁ ମିନତି. ଅନ୍ୟ ଭାଇ ଭଉଣୀମାନଙ୍କୁ ବାପାଙ୍କ ଖୁସି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରି କହୁ କହୁ କହିପକାଉଥାଆନ୍ତି ମୋ ଦୁଇ ପୁଅ ଝିଅଙ୍କ ବାହାଘର ଯାଏଁ ଏମିତି ବସିରହନ୍ତୁ ମୋ ବାପା ଓ ଖୁସିରେ ତଦାରଖ କରୁଥାଆନ୍ତୁ ସବୁ କଥା ଓ କାମ. ହେଲେ ନଜର ଲାଗିଗଲା କି କୋଉ ଦୋଷର ଦଣ୍ଡରୁ କେଜାଣି ମିନତିଙ୍କ ଝିଅ ବାହାଘର ଅଳ୍ପ ଦିନ ପୂର୍ବରୁ ଅଜା ମାନେ ମିନତିଙ୍କ ବାପା ଚାଲିଗଲେ. ଦୁର୍ଗାଙ୍କ ପାଖରେ କେତେ କାନ୍ଦିଲେ ମିନତି. ହୃଦୟରୁ ଶୁଭୁଥିଲା ଜଳ ବୁନ୍ଦା ଭଳି ଜୀବନକୁ କଣ ଅଟକେଇ ହୁଏ!ନାହିଁ ମାଆ, ନିର୍ଦୟ ହୁଅନାହିଁ, ବୋଉକୁ ମୋର ଭଲରେ ରଖିଥାଅ. ବୋଉ କିନ୍ତୁ ବାପାଙ୍କ ବିନା ରୁଗ୍ଣ ହେଉଥାଏ ଦିନକୁ ଦିନ.
   ସେଦିନ ଖୁବ ରାଗିଯାଇ କେତେ ଭକ୍ତି ଭାବର ରାଗ ପଦର୍ଶନ କରି ମାଆ ଦୁର୍ଗାଙ୍କ ଉପରେ ବୋଉର ଭେଣ୍ଟିଲେଟର ଲାଗିଥିବା କ୍ୟାବିନରେ ଶୋଇଗଲେ କହିଲେ ଅତ୍ୟୁକ୍ତି ହେବ ଘୁମେଇ ପଡ଼ିଥିଲେ ମିନତି. ଛଅ ଭାଇ ଭଉଣୀଙ୍କ ଭିତରୁ,ବୋଉକୁ ଜଗିବା ପାଳି ଆଜି ତାଙ୍କ ଉପରେ ନ୍ୟସ୍ତ ଥିଲା . ମାଆ ଦୁର୍ଗାଙ୍କ କରୁଣାରୁ ସବୁ ସୁରୁଖୁରୁରେ ଚାଲିଥିବା ବେଳେ ବାପା ଚାଲିଯିବା ଓ ତାଙ୍କ ପଛେ ପଛେ ଆତ୍ମବିଶ୍ୱାସ ଭରପୁର ବୋଉ ହାରିଯିବା ସହ ମନୋବଳ ଭାଙ୍ଗିଦେବା ଦୁଃଖଦାୟକ ଥିଲା. ଏଇ ମନେପଡେ ବାପାଙ୍କ ପଞ୍ଚମ ବାର୍ଷିକ ଶ୍ରାଦ୍ଧ ବେଳେ, ବୋଉ ତା ପୁଅ ଦୁହିଁଙ୍କ ସହ ଆମେ ଚାରିଜଣ ଭଉଣୀଙ୍କୁ ଶୋକ ନକରି ଚଞ୍ଚଳ ଖାଇବାକୁ କହୁଥଲା. ତା ସହିତ ବାପା ଏଭିତରେ କୋଉଠି ନା କୋଉଠି ପୁଅ କି ଝିଅ ରୂପେ ପାଞ୍ଚବର୍ଷର ହେବେଣି ତୁମେ ଆଉ ମନଦୁଃଖ କରନା କହୁଥିବା ବୋଉ ସେହି ରାତିରେ ଅଣନିଶ୍ୱାସୀ ହୋଇପଡି, ହସ୍ପିଟାଲ ଓ ଏବେ ଭେଣ୍ଟିଲେଟର ୱାର୍ଡରେ ଥିଲା . ହଠାତ ମିନତିଙ୍କୁ କେହି ଡାକି ଉଠେଇ କହିଲେ ବୋଉର ହାତ ଦେଖେ. ଧଡ଼ପଡ଼ ହୋଇ ବୋଉର ହାତ ଦେଖିଲା ବେଳକୁ ଖସିଯାଇଛି ଭେଣ୍ଟିଲେଟର ସହ ଲାଗିଥିବା ଅନ୍ୟାନ୍ୟ ନଳୀ ସବୁ ତ ସାଙ୍ଗେ ସାଙ୍ଗେ ଡାକି ଆଣି ନର୍ସଙ୍କୁ ଦେଖାଇଥିଲେ ମିନତି. ଖୁବ ଚଞ୍ଚଳ ଜଣେଇଲେ ବୋଲି ନହେଲେ କଥା ସରିଯାଇଥାନ୍ତା ବୋଲି କହୁଥିବା ଡାକ୍ତରାଣୀଙ୍କ ମୁଁହଁ ଦିଶୁଥିଲା ପୁରା ଦୁର୍ଗାଙ୍କ ଭଳି. ପୁଅ କଲିକତାରେ ଚାକିରୀ କଲାପରେ ମିନତି ସ୍ୱାମୀଙ୍କ ସହ ପୂଜାରେ କଲିକତାରେ ବସିଥିବା ପ୍ରାୟେ ମାଆ ଦୁର୍ଗଦେବୀ ଙ୍କ ମୂର୍ତ୍ତି ଭଳି ମେଢ଼ରେ ଦେଖିଥିବା ମାଆ ଦୁର୍ଗାଙ୍କ ମୁଁହଁ ଥିଲା ଡାକ୍ତରାଣୀଙ୍କର . ସକାଳୁ ବୋଉ କଥା କହିଲା. ଅଳ୍ପ କିଛି ଖାଇଲା. ଭେଣ୍ଟିଲେଟର କାଢ଼ଗଲା ହେଲେ ରାତିର ଡାକ୍ତରାଣୀଙ୍କୁ ଖୋଜି ଖୋଜି ହାରାଶ ହେଉଥିଲା ବେଳେ କାଲି ରାତିରେ ତ କେହି ଲେଡି ଡକ୍ଟର ନଥିଲେ ଡିଉଟି ରେ ଶୁଣି ରୁମ ଟାଙ୍କୁରି ଉଠୁଥିଲା ମିନତିଙ୍କର ତ ହଠାତ ତାଙ୍କର ମନେପଡ଼ିଲା ସେହି ମୁଁହଁ, ଯିଏ ତାଙ୍କ ଅର୍ଦ୍ଧନିଦ୍ରିତ ସ୍ବପ୍ନରେ ଆସି ତାଙ୍କୁ ଡାକିଥିଲେ. ହଁ ଇଏ ତ ସେଇ. ସେଇ ଲେଡି ଡାକ୍ତର.ମନର ଶବ୍ଦ ପାଟିରେ ଆସିଯାଇଥିଲା ତ ଭାଇଭଉଣୀମାନେ କହୁଥିଲେ କିଏ, କେଉଁଠି, କାହା କଥା କହୁଛୁ ତୁ!ବୋଉ କିନ୍ତୁ ବଞ୍ଚିଗଲା, ଜଳ ବୁନ୍ଦା ଭଳି ଜୀବନରୁ ଆଉ ଅଢେଇ ବର୍ଷ. ସେହି ଅଢେଇ ବର୍ଷ ଭିତରେ ମିନତିଙ୍କ ପୁଅର ବାହାଘର ହୋଇ ବୋହୁ କୋଳକୁ ନାତି ରୂପେ ବାପା ଆସିଯାଇଥିଲେ ବାବା ନାମରେ ନିଶ୍ଚୟ,ନହେଲେ ଯିଏ ଯେତେ ଡାକିଲେ ମଧ୍ୟ ବୋଉ, ମିନତିଙ୍କ ନାତିକୁ ଛାଡି ଏମିତିକି ପୁରୀ, ନିଜଘରକୁ ଯିବାକୁ ରାଜି ନଥିଲା.ବାବାକୁ ଡାକୁଥିଲା ଜଗା ବୋଲି ଖୁସିରେ.



Rate this content
Log in

Similar oriya story from Tragedy