STORYMIRROR

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ଜନ୍ମଦାତ୍ରୀଙ୍କ ସ୍ୱାଧୀନତା 

ଜନ୍ମଦାତ୍ରୀଙ୍କ ସ୍ୱାଧୀନତା 

3 mins
1


ଗୁରୁଦ୍ୱାରଠାରେ ପରଷା ଯାଉଥିବା ଖାଦ୍ୟ ପନ୍ତିରେ ପୁଣି ଦେଖା ହୋଇଗଲା ତାଙ୍କ ସହ. ସାଠିଏ ବୟସରୁ ଉର୍ଦ୍ଧ ଲାଗୁଥିବା ବୃଦ୍ଧା ଜଣଙ୍କ ମୁଁହରେ ଲଳିତ୍ୟ, ଚାଲିରେ ଶାନ୍ତିର ଝଲକ, ପ୍ରୀତିରେ ଆମାୟିକ ଭାବେ ସମସ୍ତଙ୍କ ସଙ୍ଗେ ହସି ହସି କଥା ହେଉଥିଲେ ଆଉ ମୈତ୍ରୀ ରେ ସମସ୍ତଙ୍କୁ ଆପଣାର ଭାବୁଥିବା ଭଦ୍ରମହିଳା କିନ୍ତୁ ଏକୁଟିଆ ଥିଲେ. ଟ୍ରେନ ବଗିରେ ପ୍ରଥମ ଦେଖାରେ ଭାବୁଥିଲି ବୋଧେ କୌଣସି ବନ୍ଧୁ ବାନ୍ଧବ ବା ପଞ୍ଜାବ ର ଅମୃତସହର ରେ ଥିବା ପୁଅ ବା ଝିଅ ଘରକୁ ଆସିଛନ୍ତି କିନ୍ତୁ ସେମାନେ କଣ ଏକୁଟିଆ ଛାଡ଼ିଦେଇଛନ୍ତି ବୃଦ୍ଧାଙ୍କୁ ଏମିତି ଏକୁଟିଆ ଏକୁଟିଆ ସ୍ବର୍ଣ୍ଣମନ୍ଦିରକୁ!ବୃଦ୍ଧାଙ୍କ ମୁଣ୍ଡରେ ଗେରୁଆ ପଗଡି. ଖୁବ ଶାନ୍ତ ଓ କମନୀୟ ଲାଗୁଥିଲା ତାଙ୍କ ମୁଖମଣ୍ଡଳ କିନ୍ତୁ ହଠାତ କୁଆଡେ ହଜିଗଲେ ଜାଣି ହେଉନଥିବା ବେଳେ ଦେଖା ହେଲେ ଜୋତା ଷ୍ଟାଣ୍ଡରେ. ପଟେ ଜୋତା ସନ୍ଧାନରେ ଅପେକ୍ଷା କରିଥିଲେ ସେ ସେଠି ତ ପଚାରିଦେଲି ଓଡିଶାର କୋଉଠୁ ଆସିଛନ୍ତି ଆପଣ? ଅତି ସହଜ ଭାବେ ଉତ୍ତର ଦେଲେ ପୁରୀ, ଜଗନ୍ନାଥ ଧାମରୁ. ଓଡ଼ିଆ ଭାଷା ଶୁଣି ମୋ ପାଟିରୁ ଟିକେ ସହଜ ହେଲେ ଓ ପଚାରିଲେ ତୁମେ ମଧ୍ୟ ଓଡିଶାରୁ ଆସିଛ ପୁଅ? ଆଜ୍ଞା. କଣ ଏଠିକୁ ବୁଲିବାକୁ ନା ଚାକିରୀ କରିଛ ପୁଅ? ପୁଅ ଡାକରେ ବିଗଳିତ ହୋଇଗଲି. ମାଆ ବୋଲି ଡାକି ଘନିଷ୍ଠ ହେଲି ଓ ଜାଣିବାକୁ ଚାଁହୁଥିଲି ସେ ଏଠି କାହିଁକି ପୁଣି ଏକୁଟିଆ. ଡର ଲାଗିଲା ସେ ଯେବେ ପଚାରନ୍ତି ତୁମେ ଏକୁଟିଆ ଏଠି କାହିଁକି!
   ଅନୁଭୂତି ଓ ଅଭିଜ୍ଞ ମହିଳା କିଛି ବୁଝିନେଲେ ଓ କହିଲେ ମୋର ସମସ୍ତେ ଅଛନ୍ତି. ଠାକୁର ବି ବଡ଼ ଦେଉଳରେ ବସିଛନ୍ତି କିନ୍ତୁ କିଛି ହରେଇ ଓ ତ୍ୟାଗ କରି ପୁଣି କିଛି ଶିଖିବାକୁ ଆସିଛି. ଏଇ ଯେ ଏ ପର୍ଯ୍ୟନ୍ତ ସେବା ଯୋଗାଉଥିବା ଏ ଶିଖ ସମ୍ପ୍ରଦାୟ ଭାଇମାନଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରିବାକୁ ଆସିଛି. ସ୍ୱାର୍ଥ ଓ ସର୍ତ୍ତ ବ୍ୟତିରେକେ ଏମାନେ ଏତେ ସେବା ମନୋଭାବ କୋଉଠୁ ଶିଖିଲେ!ଏତିକି କହିଛନ୍ତି ମାଆ ସୁପର୍ଣ୍ଣା ତାଙ୍କ ଆରପଟକ ଚପଲ ମିଳିଯାଇଥିଲା ତ ସେ ଚପଲ ପିନ୍ଧି ଆଗେଇ ଚାଲିଥିଲେ ଆଗକୁ କିନ୍ତୁ କୋଉଠିକୁ! ଏ ଅପରିଚିତ ସହରରେ କୋଉଠି ସେ ଆଶ୍ରୟ ନେବେ!
    ଦେଖାହୋଇଗଲା ପୁଣି ତାଙ୍କ ସଙ୍ଗେ ସେଇଠି, ଯୋଉଠି ଅନ୍ଧକୂପ ହତ୍ୟା ପରି ଜାଲି୍ୱାନାବାଗ ହତ୍ୟାକାଣ୍ଡ ଘଟିଥିବାର ପ୍ରତ୍ୟେକ୍ଷ ପ୍ରମାଣ ଥିଲା ତ ମାଆ ପୁଣି ଆରମ୍ଭ କରିଥିଲେ ନିଜ ଆଡୁ.ନାରୀମାନେ ପ୍ରତି ମୁହୂର୍ତ୍ତରେ ହତ୍ୟାକାଣ୍ଡର ଶୀକାର ହେଉ ହେଉ ମୋହ ମାୟା ତଥା ଆସକ୍ତିରେ ବଂଚୁଛନ୍ତି. ବୟସ ଥିବା ଯାଏଁ ବାହାରକୁ ଗୋଡ଼ ନକାଢି ଅନ୍ଧକୂପ ହତ୍ୟାର ଶୀକାର ହେଉଛନ୍ତି ସେଇଥିପାଇଁ ସବୁ ତେଜ୍ୟ କରି ଯଥା, ନିୟନ୍ତ୍ରଣ କରିବାର ଅଭ୍ୟାସ ଛାଡିଦେଇଛି.ପ୍ରଥମଥଃ ଆଗରୁ ସମସ୍ତଙ୍କୁ ହାତମୁଠାରେ ରଖିବାକୁ ଚାଁହୁଥିଲି ଯଥା ସ୍ୱାମୀ, ପିଲାମାନେ, ପଡୋଶୀ ଓ ଟଙ୍କାପଇସା. ଏବେ ସେଗୁଡିକୁ ବାଲି ପରି ବହି ଯିବାକୁ ଦେଖିଛି ତ ମନ ହାଲକା ଲାଗୁଛି ଦ୍ୱିତୀୟରେ ଲୋକଙ୍କଠାରୁ ଆଶା ରଖିବା ଛାଡିଦେଲି. ପୁଅ କି ଝିଅ କେହି ଫୋନ କଲେ ଭଲ, ନକଲେ ଭଲ. ମୁଁ ସେମାନଙ୍କୁ ଜନ୍ମ ଦେଇଛି. ଠିକା ନେଇନାହିଁ. ବାସ ପ୍ରଫୁଲ୍ଲ ଲାଗୁଛି. ତୃତୀୟରେ ଅନ୍ୟମାନଙ୍କୁ ବଦଳେଇବାର ଚେଷ୍ଟା ଛାଡିଦେଇଛି. ପଚାଶ ବର୍ଷ ଯାଏଁ ସ୍ୱାମୀଙ୍କୁ, ସମାଜକୁ, ବନ୍ଧୁବାନ୍ଧବଙ୍କୁ ବଦଳେଇବାକୁ ଚେଷ୍ଟା କରି ମତେ ପୁଣି ଥରେ ପ୍ରମାଣ ମିଳିଛି ଯେ ମତେ ଯେତେ ମାଠିବୁ ମାଠ.. ମୁଁ ସେଇ ଦରପୋଡା କାଠ. ଚତୁର୍ଥରେ ସମସ୍ତଙ୍କୁ ଖୁସି ରଖିବାର ଅପଚେଷ୍ଟା ନକରି ଦୁଃଖ ସୁଖ ସହ ନିଜ ଭୁଲ ପାଇଁ ପସ୍ତେଇବାକୁ ପଡୁନି କାରଣ ମୁଁ ମଣିଷ ରୂପୀ ମାନବୀ.. ଦେବୀ ନୁହେଁ. ପଞ୍ଚମରେ ପ୍ରତ୍ୟେକ ଫଳାଫଳ ପାଇଁ ନିଜକୁ ଦୋଷ ଦେଇ ରୋଗ କିଣିବା ଛାଡିଦେଇଛି. ଷଷ୍ଠରେ ପ୍ରତ୍ୟେକ ଭୁଲକୁ ନିଜ ଆଡକୁ ଆଣି ଓ ଟାଣି ମନ ଓ ହୃଦୟକୁ ମୋହ ତଥା ମାୟା ଜାଲରେ ରୁଗ୍ଣ କରିବା ମଧ୍ୟ ଛାଡିଦେଇଛି. ସପ୍ତମରେ ଭବିଷ୍ୟତ ଭୟରେ ବର୍ତ୍ତମାନକୁ ହରେଇବା ଛାଡିଦେଲି. କାଲି ହାର୍ଟରେ ଯନ୍ତ୍ରଣା ହେବ ଭାବିକି ଆଜି ପାହାଡ଼ ଚଢ଼ିବି ନାହିଁ କାହିଁକି!ଆଠରେ ଯାହା ମୋ ଅଧୀନ ବା ନିୟନ୍ତ୍ରଣରେ ନାହିଁ ସେଥିରେ ଶକ୍ତି ଅପଚୟ କରିବା ଛାଡ଼ିଦେବାରୁ ଏବେ ରକ୍ତଚାପ ଠିକ ଅଛି. ନଅରେ ଏବେ ମୁଁ ନିଜର ଯତ୍ନ ନିଏ ଓ ନିଜ ସହ ନିଜର ସାକ୍ଷାତକାର କରାଏ ଅର୍ଥାତ ନିଜେ ନିଜକୁ ଖୁବ ଭଲ ପାଉଛି. ଦଶମ ରେ. କିଏ କଣ କହୁଛି ଗୋଟିଏ କାନରେ ଶୁଣି ଆର କାନରେ ବାହାର କରିଦେଉଛି. ସେମିତି ଆଖିକୁ ଓ ପାଟିକୁ ନିଜର  ନିୟନ୍ତ୍ରଣରେ ରଖିଛି କେବଳ ମୁଁ ମତେ.
      ପାଣି କୋଉ ଦିଗକୁ ବହିବ, ଆଲୋକ କୋଉ ଦିଗରେ ପଡିବ ଯଦି ଆମ ହାତରେ କିଛି ବି ନାହିଁ ତେବେ ଝଡ଼ ଆସିଲେ, କି ସୁନାମୀ ହେଲେ ଅବା ମନସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ବଢିଲେ କି କମିଲେ ମୁଁ କିଏ!ତେଣୁ ଶାନ୍ତି ମୋ ମନର ଐଶ୍ଵର୍ଗିକ ଶକ୍ତି ହୋଇ ଅଛି. ପ୍ରୀତି ମୋ ଅଲୌକିକ ଆତ୍ମାରେ ବିଦ୍ୟମାନ. ମୈତ୍ରୀ ସ୍ଥାନ କାଳ ପାତ୍ର ଅନୁଯାୟୀ ନିଶ୍ଚୟ ଆସିବ କାରଣ ଆମେ ସମସ୍ତେ ଜନ୍ମରୁ ସାମାଜିକ ଓ ସ୍ବାଧୀନତା ଆମ ରକ୍ତଗତ . ଏବେ ଡର କାହାକୁ...  ଭୟ କାହାକୁ... ଇଶ୍ୱର ଅଛନ୍ତି ଚତୁଃପାର୍ଶ୍ୱ ଓ ଚଉବାହାକୁ. ମୁଁ ଦୁନିଆଁ କୁ ଯୋଡ଼ିଥିଲି ପୁଅ. ଏବେ ବୃଦ୍ଧାବସ୍ଥାରେ ନିଜେ ନିଜକୁ ଯୋଡୁଛି. ବୋଝ ନାହିଁ ବୋଲି ଖୁବ ହସୁଛି. ଡର ନାହିଁ ବୋଲି ସାଠିଏ ବର୍ଷ ପରେ ବଞ୍ଚିବା ଆରମ୍ଭ କରିଛି କହି ଫେରିପଡୁଥିଲେ ବୃଦ୍ଧା ଜଣକ. ମୁଁ ପଛରୁ ତାଙ୍କୁ ଆବାକ ଆଖିରେ କେବଳ ଚାହିଁ ରହିଥିଲା ବେଳେ ମୋ ପାଟିରୁ ବାହାରି ଆସିଥିଲା ମାଆ.


Rate this content
Log in

Similar oriya story from Abstract