ପାଣିବୋତଲ
ପାଣିବୋତଲ
ସେଦିନ ଇଲେକ୍ସନ ଡିଉଟି ରେ ଯାଇଥିଲେ ଦାମୋଦର ଭାଇନା. ଭାରି ଗଣ୍ଡଗୋଳିଆ ବୁଥ. ପାର୍ଟି ପଲଟିକ୍ସ କୁ ଖୁବ ଘୃଣା କରି ରାଜନୀତି ରୁ ଦୂରେଇ ରହିଲେ ସାନଭାଇ, ପୁଅ ଓ ସ୍ତ୍ରୀ ତଥା ଝିଅ କହନ୍ତି ଜୀବନର ସମ୍ଭାବନା ହିଁ ରାଜନୀତି. ଘରେ, ବାହାରେ, ସ୍କୁଲ କଲେଜ ଏମିତିକି ଚାକିରୀ ସ୍ଥଳ ରେ ମଧ୍ୟ ରାଜନୀତି କରିବାକୁ ପଡେ ତ ଦାମୋଦର ଭାଇନା ସହକର୍ମୀ କୁମ କୁ ଢେର ପ୍ରବର୍ତ୍ତେଇ ଥିଲେ ଯେ ତୋର ତ ଇଲେକ୍ସନ ଡିଉଟି ପଡିନି. ତୁ ବରଂ ଡିଉଟି କର ମୋ ସ୍ଥାନରେ.ତୁ ବରଂ ମୋ ସ୍ଥାନ ରେ ସବଷ୍ଟିଚୁଟ ହୋଇ ଇଲେକ୍ସନ ଡିଉଟି ରେ ଚାଲିଯା ଯେ ଭଲ ପଇସା ପାଇବୁ.କୁମ କିନ୍ତୁ କହିଥିଲା ଝିଅଟାକୁ ଏଇ ବର୍ଷ କଲେଜ ରେ ଦାଖିଲା କରିଛି ଭାଇନା. କେତେ ସମ୍ଭାବନା ସ୍ବପ୍ନ ଦେଖିଛି ସେଇ ଏକମାତ୍ର ଝିଅ ପାଇଁ ହେଲେ ସବୁ ସମ୍ଭାବନା ମୋର ଫସର ଫାଟି ଯାଉଛି ଭାଇନା. କାଇଁ କଣ ହେଲା କି? ଝିଅ ତ ହଷ୍ଟେଲ ପାଇଲା ଭଲ କଲେଜ ରେ ମଧ୍ୟ ସିଟ ପାଇଗଲା ତେବେ ଅସୁବିଧା କୋଉଠି!କାହା ଆଗେ କହିବି ଭାଇନା! ହଷ୍ଟେଲ ପାଇବା ଦିନ କି ଖୁସି ହୋଇଥିଲା ମୋ ଝିଅ ସ୍ନିଗ୍ଧା ହେଲେ ତା ସାଙ୍ଗ ମାମି ଏତେ ଡରିବ ବୋଲି ଜଣା ନଥିଲା ପରା ଭାଇନା. ଆରେ କଥାଟା ଖୋଲିକି ନକହିଲେ କେମିତି ଜାଣିବି!କେମିତି ଆଉ କଣ ଭାଇନା ସେ ରୁମ ରେ ଆଗରୁ ଗୋଟେ ଝିଅ କୁଆଡେ କାହାକୁ ପ୍ରେମ କରି ଧୋକା ଖାଇବା ପରେ ସେହି ରୁମ ରେ ଥିବା ଫ୍ୟାନ ରେ ଦୌଡ଼ି ଦେଇ ଜୀବନ ହାରି ଦେଇଥିଲା. ସେ କଥା ଶୁଣି ମଧ୍ୟ ମୋ ଝିଅ ସ୍ନିଗ୍ଧା ଡ଼ରୁନଥିବା ବେଳେ ତା ସାଙ୍ଗ ମାମି ଡ଼ରିକି ଶୋଉ ନଥିଲା. ସେଦିନ ସକାଳୁ ଢେର ବେଳ ଯାଏଁ ମାମି ନିଦରୁ ଉଠିବା ଡେରି କରିବା ଫଳରେ ସ୍ନିଗ୍ଧା ତାକୁ ଉଠେଇବାକୁ ଯାଇ ଯେମିତି ଡାକିଛି ସେ ଉଠିବ କଣ ସ୍ନିଗ୍ଧା ଯୋଉ ହାତରେ ତାକୁ ଉଠାଉଥିଲା ସେହି ହାତ ଦେଖି ହାତ... ଏହା ତୁମ ହାତ ନୁଁହଁ ସ୍ନିଗ୍ଧା.. ଏ ହାତ ଭୁତର ହାତ କହି ଦୌଡ଼ି ପଳେଇଗଲା ସୁପରିଟେଣ୍ଡାଣ୍ଟ ଶାନ୍ତି ଦିଦି ଙ୍କ ପାଖକୁ. ସେ ସବୁ ଶୁଣି ଯେମିତି କହିଛନ୍ତି ସ୍ନିଗ୍ଧାର ଏଇ ହାତ ଦେଖି ଡ଼ରିଲ ମାମି! ସ୍ନିଗ୍ଧା ପରା ତୁମ ସାଙ୍ଗ. ମାମି ଦେଖିଥିଲା ଶାନ୍ତି ମ୍ୟାଡାମ ଙ୍କ ହାତ କୁଆଡେ ଥିଲା ଠିକ ସେମିତି ଯେମିତି ସ୍ନିଗ୍ଧା ହାତ ପରି.ସେହି ଲୋମଶ ପୂର୍ଣ୍ଣ ଓ ବଡ଼ ବଡ ନଖ ଥିବା ହାତ ପରି. ଡରରେ ସେଠୁ ମାମି ସିଧା ରିକ୍ସାରେ ବସି ବସ ଷ୍ଟାଣ୍ଡ ଗଲା ଓ ରିକ୍ସାବାଲା କୁ ପଇସା ଦେବାକୁ ଯାଇ ଦେଖିଲା ରିକ୍ସାଵାଲା ର ଲମ୍ବି ଆସିଥିବା ହାତ ଟି ମଧ୍ୟ ଠିକ ପୂର୍ବ ପରି ଥିଲା . ଏମିତିକି ଡରି ଡରି କଣ୍ଡକ୍ଟର ହାତକୁ ପଇସା ଦେଲାବେଳେ ଦେଖିଥିଲା କଣ୍ଡକ୍ଟର ହାତ ଠିକ ସେମିତି ଓ ଘରକୁ ଏବେ ଅବେଳରେ କାହିଁକି ଆସିଲୁ ମାମି,ପଢ଼ା ପଢି ଛାଡ଼ି,ଆଗକୁ ପରୀକ୍ଷା ଅଛି ଇତ୍ୟାଦି କହି ମାଆ ଯେବେ ପଚାରିଲେ ତ ମାମି ସେଦିନ ସକାଳୁ ତା ସହ ଘଟିଥିବା ସମସ୍ତ ଘଟଣା କହି ନିଜ ମାଆ ଙ୍କ ଉପରକୁ ଅନେକ ସମ୍ଭାବନା ରେ ଆଉଜି ପଡିଲା ବେଳକୁ ମାଆ କୋଳେଇ ନେଇ ଯୋଉ ହାତ ରେ ଝିଅ ମାମିର ମୁଣ୍ଡକୁ ଆଉଁସି ଦେଉଥିଲେ ସେ ହାତ ଥିଲା ସକାଳୁ ଉଠୁ ଉଠୁ ସାଙ୍ଗ ସ୍ନିଗ୍ଧା ପରି ତଥା ସୁପରିଟେଣ୍ଡାଣ୍ଟ ଶାନ୍ତି ଦିଦି ଙ୍କ ପରି ପୁଣି ରିକ୍ସାଵାଲା ଓ ବସ କଣ୍ଡକ୍ଟର ପଇସା ନେବାକୁ ବଢ଼େଇ ଥିବା ହାତ ପରି ତ ସେଇଠି ମାମି ବେହୋସ ହେଲା. ହସ୍ପିଟାଲ ରେ ଡାକ୍ତର ମୃତ ଘୋଷଣା କଲେ ମାମିକୁ ଆଉ ହଷ୍ଟେଲ ରୁମ ସିଜ ହେବା ସହ ସ୍ନିଗ୍ଧା ରହିବା ପାଇଁ ଘରଭଡା ଖୋଜୁଛି ମୁଁ. ଭଡା ଘର ପୁଣି ମିଳିଗଲେ ଝିଅ ପାଖରେ ରହିବାକୁ ପଡିବ ମତେ କହି କୁମ ଏକରକମ ଭାଙ୍ଗି ପଡ଼ିଥିବା ଦେଖି ଅଗତ୍ୟା ଆଉ ରାଜନୀତି ନକରି କୁମ ଓ କୁମ ଝିଅର ସମ୍ଭାବନା ସ୍ବପ୍ନ ସାର୍ଥକ ହେଉ ଭାବି ଇଲେକ୍ସନ ଡିଉଟି କରିବାକୁ ବାହାରିପଡିଥିଲେ ସେହି ଭୟପୂର୍ଣ୍ଣ ବୁଥ କୁ!
ଆଉ ଦୁଇ ଟା ବର୍ଷ ପରେ ଭାଇନାଙ୍କ ସରକାରୀ ଚାକିରୀରୁ ଅବସର. ସେଥିରେ ଇଲେକ୍ସନ ଡିଉଟି କୁ ନଯାଇ ରକ୍ଷା ନାହିଁ. ସ୍ତ୍ରୀ କହୁଥିଲେ ହୁସିଆର ଥିବ. ପୁଅ କହୁଥିଲା ବ୍ୟାଲେଟ ବକ୍ସ କିଏ ଛଡେଇ ନେଲେ ସଙ୍ଗେ ସଙ୍ଗେ ପୋଲିସ କୁ ଫୋନ କରିବ. ଝିଅ କହୁଥିଲା ଏ ଖରା ଗରମ ଦିନରେ ପାଖରେ ପାଣି ବୋତଲ, ଛତା ଓ ଓଦା ଗାମୁଛା ରଖିଥିବ ନନା. ପୁଣି ସ୍ତ୍ରୀ କହୁଥିଲେ ପାଣି ପିଇବାକୁ ଭୁଲିବନି. ପେଟରେ ପାଣି ମୁନ୍ଦେ ଥିଲେ ଖାଦ୍ୟ ଖାଇବା ବେଳ ଯେତେବେଳ ହେଉଛି ହେଉ. ଜଳ ହିଁ ଜୀବନ. ହଁ ହଁ ପାଖେ ପାଖେ ପାଣି ରଖିବି କହି ବ୍ୟକ୍ତିଗତ ବ୍ୟାଗ ସଜାଡୁ ସଜାଡୁ ପାଣି ଟପ ଟପ ଆବାଜ ଶୁଣି ଦାମୋଦର ଙ୍କ ସ୍ତ୍ରୀ ଝିଅକୁ କହୁଥିଲେ ଦେଖିଲୁ ମାଆ କାଳେ ପାଇପ ଭଲ ସେ ବନ୍ଦ ହୋଇନି କି? ଟ୍ୟାପ ଭଲରେ ଟାଇଟ କରିଦେବୁ. ଜଳ କଷ୍ଟରେ ଲୋକ, ପଶୁ ଓ ପକ୍ଷୀ ସମସ୍ତେ କଷ୍ଟ ପାଇ ହଇରାଣ ହରକତ ତଥା ଅଂଶୁଘାତ ରେ ପୀଡିତ ହୋଇ କେହି କେହି ମୃତ୍ୟୁ ବରଣ କରୁଥିଲା ବେଳେ ଆମେ ନିଜ ଅସବାଧାନତା ଯୋଗୁଁ ଜଳ କୁ ଅବମାନନା କରିବା ଉଚିତ ନୁଁହଁ. ଜଳ କେତେ ଭୋକିଲା ଓ ତୁଷାର୍ତ୍ତ ପେଟ ର ସମ୍ଭାବନା ର ସ୍ବପ୍ନ. ଝିଅ ଦୌଡ଼ି ଯାଇ ଟ୍ୟାପ ବନ୍ଦ କରିବା ସହ ବାପା ଦାମୋଦର ଭାଇନା ଙ୍କ ବ୍ୟାଗ ରେ ଜଳ ଭର୍ତ୍ତି ବୋତଲ ରଖୁ ରଖୁ ମନେକରି ପିଇବ ବାପା କହୁଥିଲା ତ ଦାମୋଦର ବାବୁ ହଁ ହଁ କହି ଘରୁ ବାହାରିବା ସମୟରେ ଝିଅ ମୁଁହଁ କୁ ଦେଖି କହୁଥିଲେ ଖରାରେ କୁଆଡେ ଯିବୁନି ଝିଅ ତ ପୁଅ କହୁଥିଲା ମୁଁ ତାର ଛାତ ହେଇ ବାଇକ ରେ ଛାଡ଼ି ଦେବି ବାପା ତୁମେ ବ୍ୟସ୍ତ ହୁଅ ନାହିଁ. ପୁଅ ଏକଥା କହୁଥିଲା ବେଳେ ଦାମୋଦର ଭାଇନାଙ୍କର ସହକର୍ମୀ କୁମର ଝିଅ ସ୍ନିଗ୍ଧା କଥା ମନେପଡୁଥିଲା. ବିଚାରୀ ସାଙ୍ଗ କୁ ହରେଇ ପୁଣି ଆଜି ଥାନା କାଲି ସାଇକାରିଆଷ୍ଟି ତ କାଲି ଘରଭଡା ବୁଝିବୁଝି ଥକିପଡ଼ିଥିବା ବାପା କୁମ କୁ କେତେ ସମ୍ଭାବନା ର ସ୍ବପ୍ନ ଦେଖେଇବ ବିଚାରୀ ଝିଅଟା ଭାବୁ ଭାବୁ ଘରୁ ବାହାରି ଗଲେ ଦାମୋଦର ଭାଇନା. ପୁଣି ତେଣେ ପ୍ରିଜାଇଡିଙ୍ଗ ଅଫିସର ଓ ଫାଷ୍ଟ ପୋଲିଙ୍ଗ ଅଫିସର ଙ୍କ ସଙ୍ଗେ ଦ୍ୱିତୀୟ ପୋଲିଙ୍ଗ ଅଫିସର ରୂପେ କେତେ ଦାଇତ୍ୱ ବହନ କରିବାକୁ ପଡିବ.ସବୁ ସାର୍ଥକ ସମ୍ଭାବନା କୁ ସାଉଁଟି ଭଲରେ ଭଲରେ ଇଲେକ୍ସନ ଡିଉଟି ସାରି ଫେରିଆସିବାକୁ ମାଆ ମଙ୍ଗଳା ଓ ବୀରହନୁମାନ ଙ୍କୁ ମୁଣ୍ଡିଆ ମାରି ବାହାରି ପଡିଲେ ବୁଥକୁ.
ସ୍କୁଲ ଘରେ ବୁଥ ପ୍ରସ୍ତୁତ ହୋଇଥିଲା . ଗାଁ ଲୋକ ସବୁ ଭାରି ଭଲ ଓ ଆପଣାର ତଥା ଗାଁ ମୁଖିଆ ଇଲେକ୍ସନ ପାର୍ଟି ର ସମସ୍ତ ଭଲ ମନ୍ଦ ତଥା ସୁବିଧା ଓ ଅସୁବିଧା ବୁଝୁ ଥାଆନ୍ତି. ପୂର୍ବଦିନର ଆତିଥ୍ୟୟତା ପରଦିନ ଅର୍ଥାତ ଭୋଟ ଦିନ ଭଲରେ ଭଲରେ ଭୋଟ କାମହୋଇଯିବ ଭାବି ସମସ୍ତେ ପ୍ରସ୍ତୁତ ହୋଇଗଲେ . ଆରମ୍ଭରୁ ସବୁ ଠିକ ଠାକ ଥିଲା ବେଳେ ହଠାତ ଖଣ୍ଡା ତଲୁଆର, ଚୋପଡା ଇତ୍ୟାଦି ମାରଣାସ୍ତ୍ର ଧରି ଦଳେ ଯୁବକ ଭିତରକୁ ପଶି ଆସିଲେ. ବିକଳ ରେ ଦାମୋଦର ଭାଇନା ଗଲା ସବୁ ସମ୍ଭାବନା ସ୍ବପ୍ନ ଗଲା କହି ଭୋଟ ବାକ୍ସ ଜାବୁଡି ଧରି ପୈତୃକ ପ୍ରାଣ ଯାଉ ପଛେ ସରକାରୀ କାର୍ଯ୍ୟ ର ଅବହେଳା ନହେଉ ଭାବିଲା ବେଳକୁ ସେମାନେ ଦାମୋଦର ଭାଇନା ବା ତାଙ୍କ ଗ୍ରୁପ ରେ ଥିବା କାହାର କିଛି କ୍ଷତି ନକରି ଅନ୍ୟ ଏକ ଯୁବକକୁ ଖଣ୍ଡା ଓ ଭୁଜାଲି ରେ ହାଣି ଦେଇ ବୀର ଦର୍ପରେ ଫେରିଗଲେ. ଦାମୋଦର ଭାଇନା ପାଣି ବୋତଲ କାଢି ପିଉ ପିଉ କ୍ଷତାକ୍ତ ଲୋକଟି ବିକଳରେ ମୁନ୍ଦେ ପାଣି, ମୁନ୍ଦେ ପାଣି ବୋଲି ଚିତ୍କାର କରୁଥିଲା. ଦାମୋଦର ଭାଇନା ନିଜ ବୋତଲ ଧରି ଲୋକଟି ପାଖକୁ ଆଗେଇ ଗଲା ବେଳକୁ କେହି ତାଙ୍କୁ ଧରି ନେଇଥିଲା. ସେ ହାତ ସେତେବେଳେ ଦାମୋଦର ଭାଇନା ଙ୍କୁ ଲାଗୁଥିଲା ଭାରି ଲୋମଷ ଓ ବଡ଼ ବଡ଼ ନଖ ଥିବା ଭୂତ ପରି ଯେମିତି କୁମ ଝିଅ ସ୍ନିଗ୍ଧା ର ହାତ ଦେଖିଥିଲା ମାମି. ସେ ହାତ ରୁ ନିଜକୁ ରକ୍ଷାକରି ଲୋକଟି ପାଖକୁ ପହଞ୍ଚିବା ପୂର୍ବରୁ ତା ପ୍ରାଣବାୟୁ ଉଡି ସାରିଥିଲା. ତା ପରେ ଭୋଟ ଠିକ ଠାକ କରି ସେ ବର୍ଷ ଇଲେକ୍ସନ ର ସମସ୍ତ ସମ୍ଭାବନା ସ୍ୱପ୍ନକୁ ଚରିତାର୍ଥ କରିଥିଲେ ମଧ୍ୟ ତା ପରଠୁ ଆଉ କେବେ ଦାମୋଦର ଭାଇନା ଙ୍କୁ ବୋତଲରେ ପାଣି ପିଇବା କେହି ଦେଖିନଥିଲେ. ଝିଅ ପୁଅ ଓ ସ୍ତ୍ରୀ କେବେ ବାହାରକୁ ଖରା ଗରମ ରେ ବାହାରୁଥିବା ଦାମୋଦର ବାବୁଙ୍କୁ ପାଣି ବୋତଲ ଧରେଇଲେ ସେ କହନ୍ତି ବୋଲାଲ ରୁ ସବୁ ପାଣି ତ ପିଇହେବନି ବରଂ ଜଳ ନଷ୍ଟ ବଡ଼ କଷ୍ଟ ଦେବ. ପରିବାର ସଦସ୍ୟ ସବୁ ଦାମୋଦର ବାବୁଙ୍କ କଥା କିଛି ବୁଝିନପାରି ଆଁ କରି ଚାହିଁରହନ୍ତି. ଦାମୋଦର ବାବୁ କାହାକୁ କେବେ ବୁଝେଇ ପାରନ୍ତିନି ଜଳ ଦାନ ମହା ପୁଣ୍ୟ ଭିତରେ ସେ କେତେ ପାପ କରିଛନ୍ତି.କୁମ ଝିଅ ବାପା କୁମର ସମସ୍ତ ସମ୍ଭାବନା ସ୍ବପ୍ନ ପୁରଣ କରି ଯୋଉଦିନ ସରକାରୀ ଚାକିରୀ ପାଇ ଦାମୋଦର ମଉସାଙ୍କ ଘରକୁ ମିଠା ନେଇ ଆସିଥିଲା ତା ହାତରେ ଟଙ୍କା ଦୁଇ ହଜାର ଗୁଞ୍ଜିଦେଇ ଦାମୋଦର ବାବୁ କହିଥିଲେ ତୃଷାର୍ତ୍ତ ଙ୍କୁ ପାଣି ବୋତଲ କିଣି କି ଦେବୁ ଝିଅ. ତୋ ସଫଳତା ଓ ତୋ ବାପା କୁମର ସମ୍ଭାବନା ସ୍ବପ୍ନ ସାର୍ଥକ କରି ଆଜି ମୋ ଜାଚଜ୍ଞା ପୁରଣ କର ମାଆ. ସ୍ନିଗ୍ଧା ଫେରିପଡ଼ୁ ପଡ଼ୁ କହୁଥିଲା ନିଶ୍ଚୟ ମଉସା ଜଳ ହିଁ ଜୀବନ ଓ ଜଳ ଦାନ ମହାପୂଣ୍ୟ. ଆପଣ ସୁଵିଚାର ଜାଚଜ୍ଞା କରିଛନ୍ତି.
