ସୁନ୍ଦର ତୃପ୍ତିର ଅବସାଦ ନାହିଁ
ସୁନ୍ଦର ତୃପ୍ତିର ଅବସାଦ ନାହିଁ
କୋଉ ଜିନିଷ ସବୁଠୁ ସୁନ୍ଦର ପଚାରିଲେ ଉତ୍ତର ତ ଅନେକ କିନ୍ତୁ କୋଉ ପକ୍ଷୀ ସବୁଠୁ ସୁନ୍ଦର କହିଲେ ମୟୁର ର ନାମ ହିଁ ପ୍ରଥମେ ଆସିବ ଆଖିକୁ. ଆଉ ସେଥିରୁ ବାଦ ଯାଇନି ଟିକି ନାତି ବାବା. ଖନେଇ ଖନେଇ କହେ ମୟୁର ଆମ ଜାତୀୟ ପକ୍ଷୀ ଭାରି ସୁନ୍ଦର. ସୁନ୍ଦର ର ସଂଜ୍ଞା କଣ ବୁଝିଥିଲା କେଜାଣି ସେ କହୁଥିଲା ମୟୁର ଭାରି ସୁନ୍ଦର. ଆଜି ସେ ଜେଜେମାଆ କୋଳରେ ବସିଥିଲା ବୋଟ ରେ ଓ ଗଙ୍ଗା ମାଆ ନଦୀ ଭିତରେ. ଜେଜେମାଆ ଜେବେ ହୁଗୁଳି ନଦୀ କୁ ଗଙ୍ଗାମାଆ କେଡେ ସୁନ୍ଦର ତୋ ଜଳ ରାଶି ବୋଲି କହି ମୁଣ୍ଡିଆ ମାରୁଥିଲେ ବାବା ଚାହିଁ ରହିଥିଲା ଜେଜେମାଆ ଙ୍କୁ ଓ ବୋଟ ଲାଗିଥିଲା କୂଳରେ. ସେଠୁ ଅଳ୍ପ ପାଦ ଚଲା ରାସ୍ତା ଟପି ଗଲାପରେ ବେଲୁର ମଠ. ବେଲୁର ମଠ ଭିତରେ ରାମକୃଷ୍ଣ ପରମହଂସ ଙ୍କ ବିରାଟ ଧ୍ୟାନ ମନ୍ଦିର. ସେଇ ମନ୍ଦିରରେ ସୁଭଦ୍ରାଙ୍କ ସହ ସ୍ୱାମୀ ଆଦିକନ୍ଦ, ପୁଅ ସରୋଜ, ବୋହୁ ରୋଜା, ଟିକି ନାତି ବାବା ବସିଯାଇଥିଲେ ସେ ସୁନ୍ଦର ପରିବେଶ ମଧ୍ୟରେ. ସୁଭଦ୍ରା ଙ୍କ ମନ କିନ୍ତୁ ବାହାରେ ଥିବା କିଛି ଗଛ ଉପରୁ ଶୁଆମାନଙ୍କ ରାବ ଠାଵ କରି ତାଙ୍କୁ ଦେଖିବା. ଉଠି ଆସିଲେ ବାବା କାନ୍ଦୁଥିଲା ଯେ ମାମା ଜେଜେ କାହିଁକି ପଳେଇଲା!ଜେଜେମାଆ କୁ ମାମା ଜେଜେ ଡାକୁଥିବା ବାବା କୁ ବୋହୁ ରୋଜା ଯେବେ ତୁନି ତୁନି କହୁଥିଲା ଦେଖେ ମାମା ଜେଜେ ଏଠି ଅଛନ୍ତି ତ ବାବା ସାରଦା ଦେବୀଙ୍କ ଫଟୋକୁ ଚାହିଁ ଆଖି ବୁଝିଗଲେ ମନ ବୁଝେନା ପୁଣି ମନ ବୁଝିଗଲେ ଆଖି ବୁଝେନା ନ୍ୟାୟ ରେ କାନ୍ଦୁଥିଲା. ମାମା ଜେଜେ କହିଲେ ସେ ତା ଜେଜେମାଆ ସୁଭଦ୍ରା ଦେବୀଙ୍କୁ ହିଁ ବୁଝି ସାରିଥିଲା ଏ ଭିତରେ ତ ଛାଡିଦେଉନଥିଲା ତାଙ୍କୁ ବାହାରକୁ କିନ୍ତୁ ଶୁଆ ଦେଖିବା ନିଶାରେ ସୁଭଦ୍ରା ବାହାରକୁ ଆସିବାକୁ ମନ କରି ମଧ୍ୟ ବାବା ର କାନ୍ଦ ଯୋଗୁଁ ଅଟକି ଯାଉଥିଲେ ସେ ଶାନ୍ତ, ନମନୀୟ, କମନୀୟ ତଥା ସୁନ୍ଦର ବାତାବରଣ ଭିତରେ. ଭାବୁଥିଲେ ସତରେ ଏ କଲିକତା ରେ ମଣିଷ ରୂପୀ ଭଗବାନମାନଙ୍କର ସମ୍ମାନ ପାଇଁ କଲିକତାବାସୀ କେତେ ସୁନ୍ଦର ଧ୍ୟାନ ମନ୍ଦିର ସବୁ କରିଛନ୍ତି. ବେଲୁର ମଠ ତା ଭିତରୁ ଅନ୍ୟତମ ସୁନ୍ଦର ଓ ଆକର୍ଷଣୀୟ ମଠ. ବାବା ପାଖରୁ ତାକୁ ଛାଡ଼ି ବାହାରକୁ ଯାଇ ଶୁଆ ଠାଵ କରିବାକୁ ଯାଇପାରୁନଥିବା ସୁଭଦ୍ରା ଦେବୀଙ୍କ କର୍ଣ୍ଣ ପଟଳ ରେ ଶୁଆମାନଙ୍କ ରାବ ପ୍ରତିଧ୍ୱନିତ ହେଉଥିଲା. ବାବା ସତେ ଯେମିତି ବୁଝିପାରୁଥିଲା ମାମା ଜେଜେ ସୁଭଦ୍ରାଙ୍କ ମନ କଥା ତ ଦରୋଟି ଭାଷାରେ କହୁଥିଲା ବାର୍ଡ ଦେଖିବୁକି!ତାକୁ କୋଳେଇ ନେଇ ସୁଭଦ୍ରା କହୁଥିଲେ ହଁ ଧନ ବାର୍ଡ ଭାରି ସୁନ୍ଦର. ବାବା ର ଟିକି ମନ ବୋଧେ ଭାବୁଥିଲା ଜେଜେମାଆ ସତରେ କାହାକୁ ସୁନ୍ଦର କହୁଛି? ଦକ୍ଷିଣେଶ୍ଵର କାଳୀ ମନ୍ଦିରର ଧଳା ଧଳା ପାରାଙ୍କୁ ନା ଗଙ୍ଗା ମାଆ ଙ୍କୁ ନା କଲିକତାବାସୀଙ୍କ ସୁନ୍ଦର ମନ ଓ ଶାନ୍ତ ପରିବେଶ ର ଏହି ବେଲୁର ମଠ କୁ ନା ତା ବହିରେ ଥିବା ମୟୁର ଭଳି ସୁନ୍ଦର ପକ୍ଷୀଙ୍କୁ!ଟିକି ନାତି ବାବା ମନରେ କଣ ଚାଲିଥିଲା କେଜାଣି ସୁଭଦ୍ରା କିନ୍ତୁ ଶୁଆ ଠାଵ କରୁ କରୁ ଭାବୁଥିଲେ ଅନ୍ୟ କଥା.
ଅନ୍ୟ କଥା ମାନେ ସୁଭଦ୍ରା ଭାବୁଥିଲେ କଲିକତା ରେ ପୁଅ ସରୋଜ ରହୁଥିବା ପ୍ଲାଟ ର ତାଙ୍କ ରୁମ ର ଗ୍ରିଲ ଝରକା ଦେଇ ସକାଳୁ ଉଠୁ ଉଠୁ ଦେଖୁଥିବା ଦୁଇ ଭଦଭଦଳିଆ ପକ୍ଷୀ ଭିତରୁ ଆଜି ଗୋଟିଏ ମନ ଦୁଃଖରେ ବସିଥିଲା. ଅନ୍ୟ ପକ୍ଷୀ ଅର୍ଥାତ ତା ସାଥି ନୀଳକଣ୍ଠି ପକ୍ଷୀଟିକୁ ଦେଖି ନପାରି କେତେକଥା ଭାବୁଥିଲେ ସୁଭଦ୍ରା. ତାଙ୍କ ପୁଅ ସରୋଜ ରହୁଥିବା ଫ୍ଲାଟ ଘର ଆଗରେ ଖାଲି ଥିବା ପ୍ଲଟ ରେ ଆଉ ଗୋଟେ ଫ୍ଲାଟ ମୁଣ୍ଡ ଟେକି ଠିଆ ହେବାକୁ ଯାଉଥିଲା ତ ଗଛ ସବୁ କଟା ଯାଇ ଜେସି ରେ ମାଟି ଖୋଳା ହୋଇ ନିଅଁ ପଡିବା ପରେ ଖୁଣ୍ଟି ଉଠିବା ପର୍ଯ୍ୟନ୍ତ ଜେସି ଦେଖୁ ଦେଖୁ ନାତି ବାବା ର ଯେତିକି ଖୁସି ସେପଟେ ଗଛ ନଥିବାରୁ ଭଦଭଦଳିଆ ବା ନୀଳକଣ୍ଠି ପକ୍ଷୀ ଦୁଇ ମାଟି ଖୋଲରେ ଛୁଆ ଫୁଟେଇବା ପାଇଁ ଅଣ୍ଡା ଉଷୁମଉ ଉଷୁମଉ ଏପଟେ ଖୁବ ଶୀଘ୍ର ଶୀଘ୍ର ଖୁଣ୍ଟି ଗୁଡିକ ଉଠି ଯାଇଥିଲା ଓ ଜେସି ଆସି ପୁଣି ଖୋଳା ଯାଇଥିବା ମାଟି ସବୁକୁ ନିଅଁ ଉପରେ ପୋତି ଚାଲିଥିଲା.ସବୁ ଠିକ ଥିଲା ବେଳେ ଭଦଭଦଳିଆ ପକ୍ଷୀର ସୁନ୍ଦର ଅଣ୍ଡା ଗୋଟେ କି ଦୁଇଟା କି ତିନିଟା କିଏ ଜାଣେ କେତେଟା ହଜି ଯାଇଥିଲା. ହୁଏତ ମାଟିରେ ପୋତି ହୋଇ ଯାଇଥିଲା ସେହି ସୁନ୍ଦର ପକ୍ଷୀର ସୁନ୍ଦର ସୁନ୍ଦର ଅଣ୍ଡା ଗୁଡିକ. ସକାଳୁ ସକାଳୁ ସୁଭଦ୍ରା ଦେଖିଥିଲେ ପଟେ ଭଦଭଦଳିଆ ପକ୍ଷୀ ଉଡି ଉଡି ସାଥିକୁ ଡାକୁଥିଲା ବେଳେ ଅନ୍ୟଟି କୋଉଠି ଦେଖାଯାଉନଥିଲା. ଛାତି କରତି ହୋଇଗଲା ସୁଭଦ୍ରାଙ୍କର. ସେ ଭାବୁଥିଲେ ଆର ପଟକ ଅଣ୍ଡା ଉଷୁମଉ ଉଷୁମଉ ତାକୁ ତା ଅଣ୍ଡା ସହିତ ମାଟିରେ ପୋତି ଦିଆ ଯାଇନି ତ. ମନଦୁଃଖରେ ଫାଟି ପଡୁଥିଲା ବେଳେ ସୁନ୍ଦର ଭଦଭଦଳିଆ ପକ୍ଷୀଟା ଖଣ୍ଡି ଉଡ଼ା ଦେଇ ଦେଇ ବୋବେଇ ଚାଲିଥିଲା. ପୁଅ ସରୋଜ ଡାକରେ ପ୍ରକୃସ୍ଥିତ ହେଲେ ସୁଭଦ୍ରା. ସ୍ୱାମୀ ଆଦିକନ୍ଦ ମଧ୍ୟ ବିରକ୍ତ ହେଉଥିଲେ ଯେ ପକ୍ଷୀ ଦେଖା ନିଶା ଅନ୍ତତଃ କିଛି ଦିନ ଘୁଞ୍ଚାଇ ଦିଅ. ହେଲେ ଏଠି ବେଲୁର ମଠ ରେ ଶୁଆ ଡାକୁଥିଲା ସତେ ଯେମିତି ସୁଭଦ୍ରାଙ୍କୁ ତ ବାହାରେ ତାଙ୍କ ସ୍ୱର ଅନୁକରଣ କରି ସେମାନଙ୍କୁ ଦେଖିବାକୁ ଠାଵ କରୁଥିଲେ ସୁଭଦ୍ରା.
ବେଲୁର ମଠ ବାହାରେ ସୁଭଦ୍ରା ବସିଥିବା ସ୍ଥାନରେ ଏବେ ପରିବାରର ସମସ୍ତ ସଦସ୍ୟ ଆସି ଘେରି ଜମେଇଥିଲେ. ଫଟୋ ଉଠା ବେଳେ ସମସ୍ତେ ସୁନ୍ଦର ମନୋମୁଗ୍ଧକର ଫଟୋ ପାଇଁ ପୋଜ ଦେଇ ଚାଲିଥିଲା ବେଳେ ସୁଭଦ୍ରା ଶୁଆ ସନ୍ଧାନ କରୁ କରୁ ଉପରମୁହାଁ ହୋଇ କେତେବେଳେ ଗଛ ତ କେତେବେଳେ ଆକାଶ କୁ ଚାହିଁଲା ବେଳେ ତିନି ଗୋଟି ଶୁଆ ଦେଖି ଓ ସେମାନଙ୍କ ଚକ୍କର କାଟି ଉଡୁଥିବା ଦେଖି ମୁଗ୍ଧ ହୋଇ ଆକାଶ କୁ ଚାହିଁ ଥିବା ବେଳେ ସ୍ନାପ ନେଉଥିଲା ପୁଅ ଆଉ ବିରକ୍ତ ହେଉଥିଲା ମାଆ ଉପରେ ଯେ ଉପରକୁ ମୁଁହଁ କରିବୁ ତ ତୋ ଫଟ ଭଲ ହେଇନି ବୋଲି କହିବୁନି. ଫଟୋ ଗୁଡିକରେ କିନ୍ତୁ ଶୁଆ ଉଡୁଥିବାର ଚିତ୍ର ଦେଖି ବାବା ସୁନ୍ଦର ବିଉଟିଫୁଲ ପ୍ୟାରଟ ପ୍ୟାରଟ କହୁଥିବା ବେଳେ ସୁଭଦ୍ରା ଖୁବ ଖୁସି ହୋଇ କହୁଥିଲେ ସୁନ୍ଦର ସ୍ନାପ. ଫେରିବା ବେଳେ ବାଟ ସାରା ପକ୍ଷୀ ଅନ୍ୱେଷଣ ଚାଲିଥିଲା ସୁଭଦ୍ରାଙ୍କର. ଏମିତି ସେ ଝିଅ ଘରେ ଜୋଇଁ ଙ୍କ କ୍ଵାଟର ଆଗରେ ଥିବା ବିରାଟ ବିରାଟ ଗଛ ଡ଼ାଳ ରେ ସୁନ୍ଦର ସୁନ୍ଦର ପକ୍ଷୀ ଅନ୍ୱେଷଣ କରୁ କରୁ ଝିଅର ଶାଶୁ ବା ସୁଭଦ୍ରାଙ୍କ ସମୁଦୁଣୀ କହନ୍ତି କଣ ସେ ଉଚ୍ଚା ଉଚ୍ଚା ଗଛରେ ଅଛି କେଜାଣି ବାଲକୋନି ଉପରୁ ସେଇ ଗଛକୁ ଚାହିଁଛନ୍ତି ସମୁଦୁଣୀ!ଝିଅ ତାଙ୍କ ଅନ୍ୱେଷଣ ପ୍ରଶ୍ନର ସୁନ୍ଦର ଉତ୍ତର ଦିଏ ସେ ପରା ଗୋଟେ ବାର୍ଡ ୱାଚର ତ ସମୁଦୁଣୀ କହନ୍ତି ସତରେ ଭାରି ନିରୀହ ଓ କୋମଳ ତଥା ସୁନ୍ଦର କାକଳୀ ତୋଳୁଥିବା ଏ ପକ୍ଷୀ କୂଳ ଭାରି ସୁନ୍ଦର.
ଏପଟେ ଟ୍ୟାକ୍ସି ଲାଗିଯାଇଥିଲା ଯାତ୍ରାଗୋଛି ଆପାର୍ଟମେଣ୍ଟ ରେ. ଟିକି ନାତି କୁଆଡେ ଗଲା ଦେଖିଲା ବେଳକୁ ସୁନ୍ଦର ସୁନ୍ଦର ଅଣ୍ଡା ଦୁଇଟି ଧରି ଠିଆ ହୋଇଛି. କୋଉଠୁ ପାଇଲୁ ବାବା କହି ବୋହୁ ସେ ଅଣ୍ଡା ଦୁଇଟି ତା ହାତରୁ ସଂଗ୍ରହ କରିନେଇ କହୁଥିଲା କି ସୁନ୍ଦର ଇଷତ ନୀଳ ଅଣ୍ଡା ଦୁଇଟି କାହାର କେଜାଣି. ସୁଭଦ୍ରା ଏଥର କିଛି ଦୂରରେ ଛାତ ଉପରେ ବସି ବୋବାଳି ଛାଡୁଥିବା ଭଦଭଦଳିଆ କୁ ଦେଖେଇ କହୁଥିଲେ ଏହା ନୀଳକଣ୍ଠିର. ସୁଭଦ୍ରା ଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ପୁଅ ସରୋଜ ଓ ବୋହୁ ରୋଜା ଦୁହେଁ ମିଶି ଅନଲାଇନ ରୁ ମଗେଇଥିବା ପିଆଜ, ରସୁଣ, ଟମାଟ ଓ ଅନ୍ୟାନ୍ୟ ମୁଣି ସହିତ କାଗଜ ବ୍ୟାଗର ଛିଣ୍ଡା କାଗଜଚିରି ତିଆରି କରିଥିଲେ ସୁନ୍ଦର ପକ୍ଷୀବସା ବା ଘୋଷଲା ଆଉ ସେଇଟିକୁ ରଖିଦେଇଥିଲେ ଆଦିକନ୍ଦ ଓ ସୁଭଦ୍ରା ରହୁଥିବା ରୁମ ସଂଲଗ୍ନ ଥିବା ଖୋଲା ଝରକା ର ବାହାର ପଟ କାନ୍ଥି ରେ. ସକାଳୁ ନିଦ ଭାଙ୍ଗିଥିଲା ଡେରିରେ ସୁଭଦ୍ରାଙ୍କର. ଉଠୁ ଉଠୁ ହାତ ପାପୁଲି ଦେଖି କହିବାକୁ ଭୁଲି ଯାଇଥିଲେ କରାଗ୍ରେ ବସତି ଲଷ୍ମୀ.. କର ମଧ୍ୟେ ସରସ୍ବତୀ... କରମୂଳେ ତୁ ଗୋବିନ୍ଦ.. ପ୍ରଭାତେ କର ଦର୍ଶନ. ବରଂ ଖୋଜୁଥିଲେ ଚଷମା. ଶୁଭୁଥିବା ଭଦଭଦଳିଆ ପକ୍ଷୀ ଦେଖିବାକୁ ଝରକା ସେପଟେ ସୁଦୂର ପ୍ରସାରୀ ଆଖି ମେଲି ଦେଖିବାକୁ ଚେଷ୍ଟା କରୁଥିଲେ ପଟେ ନା ଦିପଟ ସେଇ ନୀଳକଣ୍ଠି!ପୁଣି ଗୋଟିକୁ ଦେଖି ମନ ଖରାପ ହୋଇ ଯାଉଥିବା ବେଳେ ନଜର ପଡିଲା ଝରକା କାନ୍ଥି ରେ ଥିବା ପକ୍ଷୀ ଘୋଷାଲା ଉପରେ ତ କି ଖୁସି ସୁଭଦ୍ରା!ନାଚୁଥିଲେ ଯେମିତି. କାରଣ ଅଣ୍ଡା ଦୁଇଟି ଉପରେ ବସି ରହିଥିଲା ଆର ପଟକ ଭଦଭଦଳିଆ ବା ନୀଳକଣ୍ଠି ପକ୍ଷୀ. ସୁଭଦ୍ରାଙ୍କ ସହ ନାଚୁଥିଲା ନାତି କହି କହି ସୁନ୍ଦର ସୁନ୍ଦର ନିଲକଣ୍ଠି ପକ୍ଷୀ ଛୁଆ. କଣ ବୁଝୁଥିଲା କେଜାଣି ଯାହା ସବୁ ଶୁଣୁଥିଲା ସେହି ଅନୁଯାୟୀ କହୁଥିଲା ଟିକି ନାତି ଖନେଇ ଖନେଇ ଏମିତି କିଛି.ତା ଆରଦିନ ସ୍କୁଲରୁ ତାକୁ ଆଣିବାକୁ ଗଲେ ବୋହୁ ଅର୍ଥାତ ବାବାର ମାଆ ରୋଜା ଓ ମାମା ଜେଜେ ଅର୍ଥାତ ବାବାର ଜେଜେମାଆ ସୁଭଦ୍ରା ତ ମିସ ଡାକିକି କହିଲେ ବାବା କେଡେ ସୁନ୍ଦର ମନେରଖି ନାସନାଲ ବାର୍ଡ କହିଲେ ପିକକ କୁ ଦେଖେଇ ଦେଉଥିଲା ଆଜି ପିକକ ବା ମୟୁର ଦେଖି କହୁଥିଲା କି ସୁନ୍ଦର ନୀଳକନ୍ଥି,କି ସୁନ୍ଦର ନିଲକନ୍ଥି. ଶାଶୁ ସୁଭଦ୍ରା ଓ ବୋହୁ ରୋଜା ପରସ୍ପର ପରସ୍ପର ମୁଁହଁ କୁ ଚାହୁଁଥିଲେ କେବଳ .ବାବା ସହ ଅଟୋ ରେ ବସିବା ବେଳେ ସେ କହୁଥିଲା ସୁନ୍ଦର ପକ୍ଷୀ ସୁନ୍ଦର ପକ୍ଷୀ. ଦେଖିଲା ବେଳକୁ ରାସ୍ତା ଦୁଇପାଖେ ଯାଇଥିବା ଇଲେକ୍ଟ୍ରି କେଭି ତାର ଉପରେ ନୀଳକଣ୍ଠି ପକ୍ଷୀଟିଏ ବସିଛି. ଏ ଭିତରେ ପକ୍ଷୀବସା ସହ ପକ୍ଷୀ ଦୁଇଟି କିନ୍ତୁ ଝରକା କାନ୍ଥି ରୁ ଅନ୍ୟ କୁଆଡେ ଚାଲିଯାଇଥିଲେ.
