STORYMIRROR

Sunanda Mohanty

Tragedy Fantasy Thriller

3  

Sunanda Mohanty

Tragedy Fantasy Thriller

ଆଉଟସୋର୍ସ 

ଆଉଟସୋର୍ସ 

4 mins
0


ମାଆ କହିଥିବା କଥା ଭୁଲିଗଲା ଶିଳ୍ପୀ. କାନେ କାନେ ମାଆ କହିଥିଲା ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ଝିଅ. ସହରରେ କଲେଜରେ ପଢିବାକୁ ଯାଉଛୁ ଆଗକୁ ଚାରିପାଦ ପକେଇଲେ ତିନିହାତ ପଛକୁ ଫେରି ଫେରି ପାଠ ପଢି ବଢୁଥିବୁ ଝିଅ.କୋଉ ପୁଅ ପିଲା ସଙ୍ଗେ ନଟର ପଟର ହେବୁନି. ମାଆର ସେ ଲଷ୍ମଣ ରେଖା ପରି ତିନିଗାର ଖୁବ ଶୀଘ୍ର ଭୁଲିଗଲା ଶିଳ୍ପୀ. ବାପା ମଧ୍ୟ ଅନେକ ବୁଝେଇଥିଲେ ଯେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିଦେଲେ କଣ ହେବ ଝିଅ, ଆଗକୁ ଭଲ କରିବାକୁ ହେଲେ ଘରୁ ଶାଗ, ମୁଗ, ପଖାଳ ଖାଇ ଗାଁ ପାଖ କଲେଜରେ ପଢି ମଧ୍ୟ ମୋ ଝିଅ ମୁଁ ଦେଇଥିବା ତା ନାମ ଶିଳ୍ପୀ ବୋଲି ଚମକାଇ ଦେଇ ପାରିବ. ଝିଅ ଶିଳ୍ପୀର କିନ୍ତୁ ଅକାଟ୍ୟ ଯୁକ୍ତି.ଗାଁ କଲେଜରେ ଆଉଟସୋର୍ସ କିଛି ମିଳିବନି ବାପା. ଭଲ ଲାଇବ୍ରେରୀ ବି ନାହିଁ ଯେ ଭଲ ନୋଟ କରି ପଢି ଭଲ ନମ୍ବର ପାଇବାକୁ . କୃଷକ ତଥା ଶ୍ରମ ଉପରେ ବିଶ୍ୱାସ କରୁଥିବା ମେହେନତି ମଣିଷ ବାପା ଆଉଟସୋର୍ସ କଥା କେତେ ବୁଝିଲେ କି ନାହିଁ କେଜାଣି ,ଏକମାତ୍ର ଝିଅ କଥାରେ ରାଜି ହୋଇଗଲେ ତ ଝିଅ ସହରକୁ ଆସିଲା ପାଠ ପଢବାକୁ. ପଢ଼ା କଥା ଛାଡ଼ି ପୁଅ ସାଙ୍ଗ ଅନୁଜ ସଙ୍ଗେ ସମୁଦ୍ରକୂଳେ କୂଳେ ବୁଲି ଭବିଷ୍ୟତ ଚିତ୍ର ଆଙ୍କୁଥିବା ଝିଅ ଶିଳ୍ପୀ ଏଥିରୁ ପାଠ ପାଇଁ କେତେ ଆଉଟସୋର୍ସ ପାଉଥିଲା ପିତା ମାତା ଜାଣୁନଥିଲେ, ଶୁଣିନଥିଲେ କି ବୁଝିନଥିଲେ କିନ୍ତୁ ରୀତିମତ ପଇସା ଟଙ୍କା ଯୋଗାଡ଼ କରି ପଠାଉଥିଲେ ଶିଳ୍ପୀ ପାଖକୁ.
    ଶିଳ୍ପୀ କିନ୍ତୁ ସ୍ବପ୍ନ ଦେଖୁଥିଲା. ଉଡ଼ିବୁଲିବକୁ ପକ୍ଷୀଟିଏ ପରି ଅନୁଜ ସାଥିରେ ତ ପୁଣି କେଵେ ସ୍ବପ୍ନ ଦେଖୁଥିଲା ମତ୍ସକନ୍ୟାଟିଏ ହୋଇ ସମୁଦ୍ରର ଉର୍ମିମାଳା ଭିତରେ ପହଁରି ପହଁରି ନୀଳ ଆକାଶର ଗଭୀରତା ମାପିଇବାକୁ . ଅନୁଜର ବାରଣ ସତ୍ୱେ ଘରକୁ ଚିଠି ଲେଖେ ଶିଳ୍ପୀ ଯେ ତାର ମତ୍ସକନ୍ୟା ଡ୍ରେସ କରିବା ଜରୁରୀ ଅଟେ.ଟଙ୍କା ପଠାଅ. ସାଇନ୍ସ ପଢ଼ୁଥିବା ଝିଅର ନିଶ୍ଚୟ ଏଇଟା ଆଉଟସୋର୍ସ ପାଇଁ ନିହାତି ଦରକାର ଥିବ ବୋଲି ବାପା ବୁଝିଗଲେ. କାରଣ ତାଙ୍କ ଗାଁ ପଢୁଆ ପୁଅ ଟୁକୁନା କହୁଥିଲା ଶିଳ୍ପୀ ସାଇନ୍ସରେ ଜୁଲୋଜି ରଖିଛି ମାନେ ପ୍ରାଣୀମାନଙ୍କ ଉପରେ ଗବେଷଣା କରିବା ତାର ନିହାତି ଜରୁରୀ ଥିବ କାକା.ତ ବାପା ହରିବନ୍ଧୁ ଜମି ବିକି ମୋଟା ଅଙ୍କର ଟଙ୍କା ପଠେଇ ଦେଇଥିଲେ ଝିଅ ପାଇଁ .
   ମତ୍ସକନ୍ୟା ପାଇଁ ଡ୍ରେସ କିଣି ଶିଳ୍ପୀ ଅନୁଜ ସହ ସମୁଦ୍ର କୂଳକୁ ଆସି ଅନୁଜକୁ ନିଦେଦନ କରିଥିଲା ମୁଁ ମସ୍ଚ୍ୟକନ୍ୟା ହୋଇ ପାଣିରେ ଉର୍ମି ଭିତରେ ଖେଳିବୁଲୁଥିଲା ବେଳେ ତୁମେ ମତେ ପାଇବାକୁ ପଣ ଛଡେଇ ଉଠେଇ ଆଣିବ ଅନୁଜ . ଆଗରୁ ତ ହୋଟେଲ ବୁକ ହୋଇସାରିଛି. ମସ୍ଚ୍ୟକନ୍ୟା ରୂପରେ ତୁମକୁ ପାଇବା ମୋର ପ୍ରଥମ ସ୍ବପ୍ନକୁ ପୁରଣ କରିବ ନା ଅନୁଜ!ପୁଅ ପିଲା ଅନୁଜ. ସିନିଅର କ୍ଲାସରେ ପଢ଼ୁଥିବା ଅନୁଜ ଆଖିରେ ଦୁଷ୍ଟାମୀ ରହିବା ସ୍ୱାଭାବିକ ତ ସେ ରାଜି ହୋଇଗଲା.  ଶିଳ୍ପୀର ପ୍ରସ୍ତାବ ଫିଲ୍ମର ରିଲ୍ସ ଭଳି ଲାଗୁଥିଲା ତାକୁ.ମସ୍ଚ୍ୟକନ୍ୟା ଡ୍ରେସ ପିନ୍ଧି ସମୁଦ୍ରକୁ ଡେଇଁ ପଡିଲା ଶିଳ୍ପୀ. ଉର୍ମିମାଳା ଭିତରେ ଆକତାମାକତା ହୋଇ ଥରକୁ ଥର ଅନୁଜ ହାତରୁ ଖସି ଯାଉଥିଲା ତ ଶିଳ୍ପୀ ମଜା ନେଉଛି ଭାବୁଥିଲା ଅନୁଜ. ଏଥର କିନ୍ତୁ ଚକ୍କର ଖାଇ ଖାଇ କୂଳରେ ଲାଗିବା ବେଳକୁ ତା ଦେହରେ ଜୀଵନ ନଥିଲା. ଡର, ଭୟ ଓ ଲଜ୍ଜ୍ୟାରେ ଅନୁଜ ଡାକ୍ତରଖାନା ନନେଇ କେହି ଦେଖିବା ଓ ଜାଣିବା ପୂର୍ବରୁ ହଷ୍ଟେଲ ଚାଲିଯାଇଥିଲା. ବାପା ହରିବନ୍ଧୁ ଦୁଇଦିନ ଧରି ଝିଅ ଶିଳ୍ପୀ ର ଫୋନ ନପାଇ ଆସି ସମୁଦ୍ରକୂଳରେ ଭିଡ଼ ଠେଲି ଦେଖୁଥିଲେ ତାଙ୍କ ଝିଅର ମାଛ ବେଶ ସହିତ ଶେତା ପଡିଯାଇଥିବା ମୁହଁଟିକୁ.ପୋଲିସ ପଚାରୁଥିଲା ଝିଅର ମୃତ୍ୟୁ ବିଷୟରେ ତ ବାପା କହୁଥିଲେ,ସାଇନ୍ସ ପାଠପଢ଼ାରେ ଜୁଲୋଜି ବିଷୟରେ ଆଉଟସୋର୍ସ ପାଇଁ ଝିଅ ମୋର  ମସ୍ଚ୍ୟକନ୍ୟା ହେବାକୁ ଯାଇ ଜୀବନକୁ ନିଃଶେଷ କରିଦେଲା ବାବୁ .ସବୁ ଶୁଣି ଟୁକୁନା କହୁଥିଲା ତୁମେ ଯେତେ ଯାହା କୁହ କାକା ଏହା ଏକ ହତ୍ୟାକାଣ୍ଡ ହୋଇପାରେ. ଖୁଡିଟା ଆଖିରୁ ଲୁହ ଶୁଖୁନଥିବା ବେଳେ କାକା ମୁଣ୍ଡରେ ହାତ ଦେଇ ଆକାଶକୁ ଚାହିଁ ରହିଥିଲେ. ଗାଁ ସାରା ଲୋକ ସ୍ତବ୍ଧ ହୋଇଯାଇଥିଲା ବେଳେ ଖୁଡିଙ୍କ କାନ୍ଦଣାର ସ୍ୱର ତରଙ୍ଗୟିତ ହେଉଥିଲା ଗାଁର ମାଟି, ପାଣି ଓ ପବନରେ.ସରସ୍ବତୀପୂଜା ଦିନ ଗାଁ ପୁଅ, ଗାଁ ସ୍କୁଲର ଶିକ୍ଷକ ଟୁକୁନା ସାର, ଗାଁର ଝିଅ ଗାଁରେ ବଢ଼.... ଗାଁରେ ପଢ଼ ଇତ୍ୟାଦି ର ସ୍ଲୋଗାନ ଦେଇ ପିଲାମାନଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପରି ପ୍ରଭାତ ଫେରି କରିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା ବେଳେ ଶିଳ୍ପୀ ର ମାଆ ସେହି ଝିଅମାନଙ୍କୁ ପୁଣି କହୁଥିଲେ ତୁମେ ଜାଣିଛ ଝିଅମାନେ,ସତେ ଯେମିତି ପ୍ରତ୍ୟେକ ସୁନେଲି ସକାଳେ ଫୁଲ କୁହେ: “ସେଇ ସାର୍ଥକ ଜୀବନ, ଯେଉଁଠି ଉପକାର ରହିଥାଏ.”ଫୁଲ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ଜୀବନର ଏକ ଗଭୀର ପାଠକୁ ଅତୁଟ ଭାବେ ଶିଖାଏ. ତଳେ ପଡ଼ିଥିବା ମାଟି, ବାତାବରଣର ଅନୁକୂଳତା ନଥିବା ସତ୍ୱେ ମଧ୍ୟ, ଫୁଲ ନିଜ ସୌନ୍ଦର୍ୟ ଓ ସୁଗନ୍ଧକୁ ବିକିରଣ କରିଥାଏ.ସେ କାହାକୁ ଅପମାନ କରେନାହିଁ ବରଂ ସମସ୍ତଙ୍କ ସେବା କରିଚାଲେ.କିଏ ତା' ରୂପ ବାସ୍ନାରେ ବଶବର୍ତ୍ତୀ ହୋଇ ସ୍ୱପ୍ନ ଦେଖି ନିଜ ଦୁଃଖ ଭୁଲେ ତ କିଏ ତାକୁ ନେଇ ଗଭାରେ ଖୋସି ନିଜକୁ ସଜାଇ ହୁଏ. ପୁଣି କିଏ ତାକୁ ନେଇ ପାଦ ତଳେ ମକଚି ଦିଏ ତ  ଆଉ କିଏ ତାକୁ ନେଇ ଦେବତାଙ୍କ ଗଳାର ହାର କରେ.ଏମିତି ଇତ୍ୟାଦି ଇତ୍ୟାଦି ଅନେକ କିଛି.  ଫୁଲ ଭଳି ଆମେ ମଧ୍ୟ ଆପଣା ଜୀବନରେ ହସ ବିକିରଣ କରିପାରିବା, ଯାହା ଅନ୍ୟଙ୍କ ଅନ୍ତରକୁ ପ୍ରଭାବିତ କରିପାରିବ ଏବଂ ତାଙ୍କୁ କର୍ମମନସ୍କ କରି ଖୁସି ଦେଇ ପାରିବ. ନିଜେ ହସିବା ଓ ଅନ୍ୟକୁ ହସାଇବା ପାଇଁ ଫୁଲର ଯେମିତି ଜନ୍ମ ପ୍ରବାସରେ ଥାଇ ପ୍ରବାସୀ ଭାରତୀୟ ମାନେ ପ୍ରତ୍ୟେକ ଅଢେଇ ଦିନର ଜୀଵନ ରହଣିରେ ନିଜ ଜନ୍ମଭୂମି ଭରତ ବର୍ଷର ସାମଗ୍ରିକ ଉର୍ନ୍ନତି ପାଇଁ ଚିନ୍ତା କରିବା ଉଚିତ.ଟୁକୁନା ଭାବିଲା କାଳବୈଶାଖିର କାଦୁଆ ପବନ ତେଜି ଉଠିବସିଲା ଭଳି ଶିଳ୍ପୀ ର ମାଆ, ଯାହାକୁ ସେ ଖୁଡି ଡାକେ ସେ ଆଜି ଝିଅର ଶେଷ ପରିଣତି ଦେଖି ଏମିତି ପ୍ରଗଳ୍ଭ ହୋଇଛନ୍ତି.ତାକୁ ଏହି ଭାବନା ବିଚଳିତ କରୁଥିଲା. ଏପଟେ ଶିଳ୍ପୀ ର ବାପା ମାଆ ଙ୍କ କଥାର ଉତ୍ତର ଦେଇ କହୁଥାନ୍ତି କି ସ୍ୱଳ୍ପ ଜୀବନର ଏକ ବଡ଼ ମହଷୋଧି ହେଲା ନିଜ ଜନ୍ମଭୂଇଁ ପାଇଁ କିଛି ଚିନ୍ତା ପ୍ରକଟ କରିବା ଦରକାର.ସନ୍ତ୍ରାସବାଦର ଉପଯୁକ୍ତ ଜବାବ ଦେବାକୁ ଦେଶ ସିନ୍ଦୁର ନାମକ ଅପରେସନ ଆରମ୍ଭ କରିଥିବା ବେଳେ ପ୍ରବାସୀ ଭାରତୀୟ ମାନଙ୍କୁ ଏକାଠି କରି ବୈଜ୍ଞାନିକ ମନୋଭାବ ରଖି କାରିଗରୀ ବିଦ୍ୟା ପ୍ରୟୋଗ କରିବା ସହିତ ସୀମାନ୍ତରେ ସୈନିକମାନଙ୍କ ପାଇଁ କିଛି କରିବାକୁ ହେବ ବୋଲି ଭାବିବା ଦରକାର.
    ଫୁଲ ପରି ମଣିଷମାନଙ୍କ ଭିତରେ ଅନେକ ସୁବାସ. କାହାର ବଳ ତ କାହାର କଳ, କାହାର ବୁଦ୍ଧି ତ କାହାର ବିଦ୍ୟା, କାହାର ପ୍ରେରଣା ତ କାହାର ଆହ୍ୱାନକୁ ଏକାଠି କରି କିଛି କରିବାକୁ ହୁଏ. ଟୁକୁନା ଏକାଠି କରେଇଥିଲା ଅନେକ ପ୍ରବାସୀ ଭାରତୀୟଙ୍କୁ ପରବର୍ତ୍ତୀ ଜୀବନରେ ସତ ହେଲେ ଦାଦା ଓ ଖୁଡି ଡାକୁଥିବା ଶିଳ୍ପୀ ର ପିତା ମାତାଙ୍କୁ ବଦଳେଇ ପାରିନଥିଲା. ଏହା ତାର କ୍ଷୋଭ ହୋଇ ହିଁ ରହିଯାଇଥିଲା ଜୀବନସାରା. ତଥାପି ଆମ ଦେଶ ଭାରତର ଜାତୀୟ ଦିବସ ମାନଙ୍କରେ ସୈନିକ, କୃଷକ ଓ ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ସଜଫୁଲ ବା ତାଜା ଫୁଲ ପଠାଇବାକୁ ଭୁଲୁନଥିଲା ଟୁକୁନା କାରଣ ଶିଳ୍ପୀକୁ ଦିନେ ଟୁକୁନା ହିଁ କଥା ଦେଇଥିଲା ସେ ସୈନିକ ବା କୃଷକ ବା ପ୍ରବାସୀ ଭାରତୀୟ ହୋଇ ଦେଶକୁ ସମୃଦ୍ଧଶାଳୀ ନିଶ୍ଚୟ କରିବ. ଶିଳ୍ପୀ ଯେ ତାକୁ ଠକିଦେବ ସେ ଜାଣିନଥିଲା କିନ୍ତୁ ଦାଦା ଖୁଡିଙ୍କ ଯତ୍ନ ନେବାକୁ ପଛେଇ ନଥିଲା ଟୁକୁନା କେବେହେଲେ .


Rate this content
Log in

Similar oriya story from Tragedy