STORYMIRROR

Sunanda Mohanty

Romance Inspirational Thriller

4  

Sunanda Mohanty

Romance Inspirational Thriller

ରାଜଯୋଟକ 

ରାଜଯୋଟକ 

7 mins
0


     କଲେଜ ରେ ପଢିଲା ବେଳେ ପ୍ରତାପ ର ଯାହା ସଙ୍ଗେ ପ୍ରେମ ହୋଇଥିଲା ତାର ନାମ ଥିଲା ଲୋପାମୁଦ୍ରା.ସମୟର ହାର ଜିତ ରେ ଲୋପାମୁଦ୍ରାକୁ ହରେଇ ଆଜି ବୟସର ମଧ୍ଯାହ୍ନରେ " ପ୍ରତାପ " ସମୟର ସାଗର ତୀରେ ବସି ଏକାନ୍ତରେ ଅତୀତର ସ୍ମୃତି ରୋମନ୍ଥନ କରି ଚାଲିଥାଏ । ସମୟର ସାଗର ତୀରେ ବିତି ଯାଇଥିବା ଘଟଣାକୁ ମନେ ପକାଇ ସ୍ମୃତିର ଢେଉକୁ ନୀରବରେ ଗଣି ଚାଲିଥାଏ ପ୍ରତାପ । ମନେପଡେ ସ୍କୁଲ୍ ଜୀବନର ସାଥୀ ସାଙ୍ଗ ମଉଜ ମଜଲିସ୍ ର ଦିନ ଗୁଡାକ । ସମୟ ସାଗର ସ୍ରୋତରେ କେତେ ଭାସି ଯାଇଅଛି କାହିଁ କେତେ ଦୂର । କିଏ ହଜି ଯାଇଅଛି ତ କିଏ କାହାର କର୍ମମୟ ଜୀବନରେ ନିଜ ଘର ସଂସାର ଜଞ୍ଜାଳ ଜାଲରେ ଛନ୍ଦି ହୋଇ ଅଣନିଃଶ୍ବାସୀ ହୋଇ ପଡିଛନ୍ତି । କିଏ ଵା କାହାକୁ ମନେ ରଖୁଛି ?।
          ସ୍କୁଲ ଜୀଵନ ପରେ କଲେଜ୍ ଜୀବନର ନୂଆ ନୂଆ ଅନୁଭୂତି , ନୂଆ ନୂଆ ପ୍ରେମ ପ୍ରୀତି, ଆଃ ,କି ମଜାର ଦିନ ସଵୁ କୁଆଡେ ହଜିଗଲା ସେସବୁ । ପ୍ରତୀକ୍ ଯେତେବେଳେ ୩ ପ୍ରଥମ ବର୍ଷର ଛାତ୍ର । ସେତିକିବେଳେ ୨ ର ପ୍ରଥମ ବର୍ଷର ଛାତ୍ରୀ ଲୋପାମୁଦ୍ରା ପ୍ରତି ତାର ପ୍ରେମ ଭାବ ଜାଗି ଉଠିଥିଲା। ଲୋପା ଝିଅଟି ଚମ୍ପା ଫୁଲ ପରି ଗାରୀ ଓ ଭାରି ସୁନ୍ଦରୀ , ଟଣା ଟଣା ଆଖି ସହିତ ଗୋଲାପି ଅଧର ସାଙ୍ଗକୁ ଘନକୁନ୍ତଳ କେଶର ଲମ୍ବାବେଣୀ ଯେକାହାକୁ ବି ଆକର୍ଷିତ କରି ତୋଳିବା ସ୍ବାଭାବିକ ଅଟେ । ଧିରେ ଧିରେ ପ୍ରେମର ଆକର୍ଷଣ ରେ ଲୋପାମୁଦ୍ରା ସହିତ ପ୍ରତାପ ର ମନର ଭାବନା ଆଖିରେ ଆଖିରେ ଢେଉ ଖାଉ ଖାଉ, ବାସ୍ତବ ପ୍ରେମ ଆଡକୁ ଗଡିଗଲା । ପ୍ରେମର ନିଵିଡତା ଚରମ ସୀମାରେ ପହଞ୍ଚି ସାରିଥିବା ସମୟରେ ହଠାତ୍ ଲୋପାମୁଦ୍ରାଙ୍କର ବାପାଙ୍କ ଚାକିରିରେ ବଦଳି ହେତୁ ଦୂର ସହରକୁ ଚାଲି ଯାଇଥିଲା ଲୋପାମୁଦ୍ରା । ସେତେବେଳେ ପେଟ୍ରୋମାକ୍ସ ଲାଇଟ ଥିଲା କିନ୍ତୁ ଏମିତି ମୋବାଇଲ ସୁଵିଧା ନଥିବା କାରଣରୁ ଯୋଗା ଯୋଗ ଅଭାଵରୁ ସମ୍ପର୍କରେ ଧିରେ ଧିରେ ଶୀତିଳତା ଆସିଯାଇଥିଲା । ଶେଷରେ ପ୍ରେମରେ ଭଟ୍ଟା ପଡି ଯାଇଥିଲା ଠିକ ପେଟ୍ରୋମାକ୍ସ୍‌ ଲାଇଟ୍‌ ପର।ସେତେବେଳେ ଦୁଇ ପ୍ରକାର ପେଟ୍ରୋମାକ୍ସ ଲାଇଟ୍‌ ଉପଲବ୍ଧ ଥିଲା। କିରୋସିନି ଟାଙ୍କି ତଳେ ଥିବା ଲାଇଟ୍‌ ଓ କିରୋସିନି ଟାଙ୍କି ଉପରେ ଥିବା ପେଟ୍ରୋମାକ୍ସ ଲାଇଟ୍‌। ଉପର ବାଲା ଟାଙ୍କି କୁ ଡେ-ଲାଇଟ୍ କୁହାଯାଏ ଏବଂ ବିଭିନ୍ନ ଉତ୍ସବ ବେଳେ ସେ ସବୁ ଭଡା ସୁତ୍ରରେ ଆଣିବାକୁ ପଡେ।ଭଡାଟିଆ ବି ଭଲ ଦିପଇସା ରୋଜଗାର କରେ ବିଭାଘର ଆଦି ଯାନୀ ଯାତ୍ରା ସମୟରେ। ଜଣେ ଜଣେ ବ୍ୟବସାୟୀ ପଚାଶରୁ ଉର୍ଦ୍ଧ ପେଟ୍ରୋମାକ୍ସ୍‌ ଲାଇଟ୍‌ ଘରେ ରଖୁଥିଲେ ଓ ଭଡା ସୁତ୍ରରେ ଦେଉଥିଲେ। ଅବଶ୍ଯ ଲାଇଟ୍‌ ଭଡା ସେବେଳ ପୁରୁଣା ଯୁଗ ଅନୁସାରେ କମ୍‌ ଥିଲା। ସେମାନେ କେବଳ ଲାଇଟ୍‌ ଦେବେ କିନ୍ତୁ କିରୋସିନି ପକାଇବା ଦାୟିତ୍ବ ତାଙ୍କର ନଥିଲା। ଯିଏ ଭଡା ନେବ,ସିଏ କେତେ ସମୟ ଜାଳିବ,ସେଇ ଅନୁସାରେ କିରୋସିନି ପକାଇବ ଟାଙ୍କିରେ। ପୁଣି ଦିନିକିଆ ଭଡା ଅର୍ଥ ପାଂଚ ଘଣ୍ଟା ପାଇଁ ଯଦି ଜଣେ ଭଡା ନେବ ତେବେ ସିଏ ପୁରା ଗୋଟିଏ ଦିନର ପଇସା ପଇଠ କରିବ। ସେଇ ଅନୁସାରେ ଯିଏ ଯେତେଦିନ ପାଇଁ  ଭଡା ନେଇ ପାରିବ।ଡେ-ପେଟ୍ରୋମାକ୍ସ୍‌ ଲାଇଟ୍‌ ଭଡା ଅଧିକ କାରଣ ସେ ଲାଇଟ୍‌ ଟିକେ ଜୋରେ ଜଳିବ କିନ୍ତୁ କିରୋସିନି ବେଶି ପିଇବ। ବଡଲୋକି ମାନେ ଡେ-ପେଟ୍ରୋମାକ୍ସ୍‌ ଲାଇଟ୍‌ ନିଅନ୍ତି ବାହାଘର,ବ୍ରତଘର ଆଦି ଯାନୀ ଯାତ୍ରା ସମୟରେ। ଡିବିରୀ ବତୀ ଓ ଲଣ୍ଠନ ଯୁଗରେ ଯେତେବେଳେ ପେଟ୍ରୋମାକ୍ସ୍‌ ଲାଇଟ୍‌ ଜଳୁଥିଲା ସେତେବେଳେ ସମସ୍ତେ ଆନନ୍ଦ ମୁଖର। କାରଣ ଭୋଜି ଭାତ ପରଷା ସମୟରେ ନିହାତି ରାତିବେଳେ ସେ ଲାଇଟ୍‌ ଆବଶ୍ଯକ ପଦେ।ଯଦି ଗାଁ ଗଣ୍ଡାରୁ ରାତିରେ କିଏ ମରୁଥିଲେ ତେବେ ସାହା ଭରଷା ଥିଲା ମଶାଣି ଭୁଇଁରେ ସେଇ ପେଟ୍ରୋମାକ୍ସ୍‌ ଲାଇଟ୍‌ କାରଣ ଏବେ ସିନା ତା ବଦଳେ ଗାଁ ମଶାଣି କୁ ଗ୍ୟାସ୍‌ ଲାଇଟ୍‌ ନିଆଯାଉଛି। ଯେବେ ଗ୍ୟାସ୍‌ ଲାଇଟ୍‌ ନଥିଲା ସେବେ ଶବ ରାତିରେ ସଂସ୍କାର ବେଳେ ଦରକାର ହୁଏ ପେଟ୍ରୋମାକ୍ସ୍‌ ଲାଇଟ୍‌।ସବୁ କ୍ଷେତ୍ରରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଥିଲା ସେ ଯୁଗର ସେଇ କିରୋସିନି ପକାଇବା ଲାଇଟ୍‌ ଟି। ବିଦ୍ୟୁତ ବିତରଣ କେବଳ ସହରାଞ୍ଚଳରେ ଥିବା ବେଳେ ଗ୍ରାମାଞ୍ଚଳର ଉତ୍ସବ ବେଳେ ମୁଖ୍ଯ ଭୁମିକା ଥିଲା ତାହାର। କିରୋସିନି ଷ୍ଟୋଭ୍‌  ଭଳି ମାନବ ସମାଜରୁ ଉଭେଇ ଯାଇଛି ଓ  ହଜିଯାଇଛି  ସେଇ ଆକର୍ଷଣୀୟ ପେଟ୍ରୋମାକ୍ସ୍‌ ଲାଇଟ୍‌।ଭଙ୍ଗା ଦଦରା ହୋଇ କେଉଁ ଘରେ ପଡି ରହି ସେ ତା'ର ଅସ୍ତିତ୍ୱ ଖୋଜୁଛି ସିନା ହେଲେ ବିକଶିତ ମାନବ ସମ୍ବଳ ଆଗରେ ସବୁ ଦିନ ପାଇଁ ଅଲୋଡା ହୋଇ ରହିଯାଇଛି ଠିକ ପ୍ରତୀକ ର ଲୋପାମୁଦ୍ରା କୁ ପାଇବା ସ୍ବପ୍ନ ପରି।
            ଲୋପାମୁଦ୍ରା ଏବେ ଆଉ କାହା ହାତଧରି କାହାର କୁଳବଧୂ ସାଜି ନିଜ ଘର ସଂସାର ପିଲା ଛୁଆ ର ଜଞ୍ଜାଳରେ ତାକୁ ମନେ ରଖିଥିବ କି ନା ତାହା ଏକ ବଡ଼ ପ୍ରଶ୍ନବାଚୀ ? ସେ କିନ୍ତୁ ସମୟ ସାଗର ତୀରେ ଏବେବି ଏକୁଟିଆ ରହି ଯାଇଛି । ଆଜି ବି ସେ ଏକାନ୍ତରେ ବସି ସମୟ ସାଗର ତୀର ଵେଳାଭୂମିର ଵାଲୁକା ଶର୍ଯ୍ଯାରେ ଅତୀତର ପାଦଚିହ୍ନ କୁ ଗଣି ଚାଲିଛି । ଜୀବନର ଦୋଛକିରେ ଛିଡ଼ା ହୋଇ ସମୟ ସାଗର ତୀରରେ ତର୍ଜମା କରୁଛି ତା ଜୀବନର ହାର୍ ଜିତ୍।ହଠାତ ପ୍ରତାପ ର ଯାହା ଉପରେ ନଜର ପଡିଲା ସେ ଥିଲା ଲୋପାମୁଦ୍ରା. ଅବିବାହିତ ଥିଲା ଏପର୍ଯ୍ୟନ୍ତ. ପ୍ରତାପ କୁ ଖୋଜି ଖୋଜି ସେ ହରେଇ ସାରିଥିଲା ବୟସର ଅନେକ ବସନ୍ତ.ଏବେ କିନ୍ତୁ ପ୍ରତାପ ସହ ଦେଖାହେବା ଓ ଦୁହିଁଙ୍କ ଭିତରେ ପୁଣି ସେଇ କଥାବାର୍ତ୍ତା ସବୁ ପରେ କଥା ବଢିଲା ଓ ଉଭୟ ପଟର ପିତା ଓ ମାତା ରାଜି ହେବାରୁ ଲୋପାମୁଦ୍ରା ବୋହୁ ହୋଇ ଆସିଲା ପ୍ରତାପ ଘରକୁ.
    ପ୍ରତାପ ର ସ୍ତ୍ରୀ ଲୋପାମୁଦ୍ରା,ନୂଆବୋହୁର ମାଛ ଖୁବ ପସନ୍ଦ. ସବୁଦିନ ଶାଶୁମାଆଙ୍କ ବରାଦରେ ଘରକୁ ମାଛ ଆସୁଥିଲେ ବି ଶାଶୁମା କେଵେ ଖାଆନ୍ତି ନାହିଁ. ବୋହୁର ସାହାସ ହୁଏନି ପଚାରିବାକୁ କାହିଁକି ବୋଲି କିନ୍ତୁ ପ୍ରତାପ କହେ ସେ ତୁମ ଭଳି ବିଲେଇ ହୋଇକି ନାହିଁ. ଏ ଉତ୍ତର ଶୁଣି ଲୋପା କୁ ଲାଗେ ତେବେ ଆଗରୁ କଣ ମାଆ ବିଲେଇ ପରି ମାଛ ଖାଉଥିଲେ? ଏବେ ତେବେ କାହିଁକି ଖାଉନାହାଁନ୍ତି ବୋଲି ଭାବେ କିନ୍ତୁ ପଚାରିପାରେନା,ଯଦିଓ ମାମୁଁଶଶୁର ଘର ସମୁଦ୍ରକୁଳିଆ ଅଞ୍ଚଳରୁ ଆସୁଥାଏ ଋତୁ ଅନୁଯାଇ ଢେର ମାଛ ତା ପାଇଁ. ମାଆ କହନ୍ତି କାହିଁ ଏତେ କଷ୍ଟ କରି ଆସିଲ ଦାମ କକା?ତ ମାମୁଁଘର ପ୍ରଜା ଦାମକକା କହନ୍ତି ତୁମେ ସିନା ଛାଡିଦେଲ ମାଛ ଖାଇବା ଦେଇ ହେଲେ ନୂଆବୋହୂ ଲୋପା ମାଆ ପରା ମାଛ ପ୍ରିୟ. ଏଥର ଲୋପା କିନ୍ତୁ ଗୋଟେ କଥାରେ ନିଶ୍ଚିନ୍ତ ହୋଇଗଲେ ଯେ ଆଗରୁ ମାଆ ତେବେ ଖାଉଥିଲେ ମାଛ. ମାଛତ ମାଛ ରୋହି ଭାକୁର ମୁଣ୍ଡ.ଲୋପା ନୂଆରୁ ପୁରୁଣା ହୋଇ ଦୁଇ ଦୁଇଟା ଛୁଆର ମାଆ ହେଲେଣି. ଲାଜ ଭୟ ସଂଭ୍ରମ ବଦଳରେ ସାହାସୀ, ନିର୍ଭୟା ହେବା ସହ ପରିବାରର କର୍ତ୍ତୀ ନହେଲେ ମଧ୍ୟ ମୁକ୍ତପକ୍ଷୀଟିଏ ହୋଇପାରିଲେଣି ତ ସେଦିନ ଡ଼ଲଫିନ ଦେଖିବାକୁ ଯାଇ ପିଲାଦୁହିଁଙ୍କ ସହ ସ୍ୱାମୀଙ୍କ ସଙ୍ଗେ ଶାଶୁଙ୍କୁ ବାଧ୍ୟ କରି ଜୋର କରି ନେଇଯାଇଥିଲେ,ନୀଳ ସମୁଦ୍ରକୁଳିଆ ଅଞ୍ଚଳକୁ . ଆସନ୍ତୁ ମାଆ ସେତେବେଳର ଡଲଫିନ ଓ ଏବେର ଡଲଫିନଙ୍କ ମଧ୍ୟରେ ପ୍ରଭେଦ ଦେଖିବେ. ସତକୁ ସତ କେତେ ସମ୍ବେଦନଶୀଳ ସେମାନେ! ଗ୍ରୁପ ପରେ ଗ୍ରୁପରେ ଯାଉଥିବା ଦର୍ଶକ ଭିତରେ ଥିବା ସମସ୍ତଙ୍କୁ କଥାରେ ନକହିପାରି ଠାରରେ ହାଲୋ ହାଏ କରିବା ଓ ସମସ୍ତଙ୍କୁ ଗେଲ କରିବା ଆଦି ସମ୍ବେଦନଶୀଳ କାର୍ଯ୍ୟକଳାପରେ ଅଭିଭୂତ ହେଉ ହେଉ ଫେରିଲା ବେଳେ ମାଆ କହୁଥିଲେ ଏ ତିମି, ଡଲଫିନମାନଙ୍କ ଭଳି ମାଛମାନେ ମଧ୍ୟ ଖୁବ ସମ୍ବେଦନଶୀଳ.ଲୋପା କିଛି ବୁଝି ବି ନବୁଝିବା ଆଖିରେ ଶାଶୁଙ୍କୁ ଚାହିଁ ଭାବୁଥିଲା ମାଛ ଖାଇବାକୁ ଡାକ୍ତର ମାଆଙ୍କୁ ପରାମର୍ଶ ଦେଲା ବେଳେ ମାଆଙ୍କର ମାଛମାନଙ୍କ ସମ୍ବେଦନଶୀଳତା ହୁଏତ ଅତୀତରେ କିଛି ଘଟଣା ଘଟିଛି ଯାହାଦ୍ୱାରା ମାଆ ମାଛ ଖାଇବାକୁ ରାଜି ନୁହଁନ୍ତି . ଏଣିକି ଗାଁ ଘରେ ଥିବା ପୋଖରୀ ଗାଧୁଆ ବନ୍ଦ ମାଆଙ୍କର, ନଈତୁଠରେ ବସି ଭାବନା ରାଇଜରେ ବୁଡିଯିବାରେ କଟକଣା ଲୋପାଙ୍କର, କାରଣ ଛୋଟ ବଡ଼ ମାଛଙ୍କ ସନ୍ତରଣ ଦୃଶ୍ୟ ଭିତରେ ହୁଏତ ଲୁଚିଛି ମାଆଙ୍କର ଏଇ ମାଛ ନଖାଇବାର କାରଣ ବୋଲି ମନେହୁଏ ଲୋପା ଙ୍କୁ . କେମିତି ମନେଇ ମାଆଙ୍କୁ ମାଛ ଖୁଆଇବାକୁ ପଡିବ ବୋଲି ଚିନ୍ତିତ ରହୁଥିଲେ ଲୋପା . ହେମୋଗ୍ଲୋବିନ ପୁରା କମ, କେତେଥର ଝୁଙ୍କି ପଡିଲେଣି ମାଆ ଘରେ ଏ ଭିତରେ.
    ଲେଖାଲେଖି କରୁଥିବାରୁ କେଵେ କେଵେ କବି ସମ୍ମିଳନୀ ବା ସାହିତ୍ୟ ଆସରକୁ ଯିବାକୁ ହୁଏ ଲୋପା ଙ୍କୁ ତ ସେଦିନ ଅଟୋରେ ଫେରିବାବେଳେ ସ୍କୁଲ ଫେରନ୍ତା ଛାତ୍ରୀମାନଙ୍କୁ ଦେଖି କବୀ ବାନ୍ଧବୀ ଜଣେ କହୁଥାନ୍ତି ଆଜିକାଲି ବାଟ, ଘାଟ,ହାଟର ପରିବର୍ତ୍ତନ ଯୋଗୁଁ କେତେ ସୁବିଧା! ଆମ ପିଲାବେଳେ ଏସବୁ ସୁବିଧା କୋଉଠି ଥିଲା!କେତେ କଷ୍ଟରେ ଆମେ ପାଠ ପଡ଼ିବାକୁ ଯାଇ ଆସି କଷ୍ଟ କରି ପାଠ ପଢ଼ୁଥିଲୁ ଏ ଗାଁ ଗଣ୍ଡାରେ. ସହରରେ ବଢିଥିବା ଲୋପା ଏସବୁ ଅସୁବିଧାର ସମ୍ମୁଖୀନ ହୋଇନଥିଲେ ତ ସ୍ୱାମୀଙ୍କୁ ପଚାରିଥିଲେ କି କି ଅସୁବିଧା ଥିଲା ସେତେବେଳେ ଗାଁ ମାନଙ୍କରେ!
     ପ୍ରତାପ ଙ୍କ ଆଖି ଆଗରେ ଭାସି ଉଠିଲା ନିଜ ପିଲାଦିନକଥା . ବାପା ଥିଲେ ତାଙ୍କର ଶିକ୍ଷକ. ଅଳ୍ପ ଦରମାରେ ଜେଜେ ଜେଜେମା ତଥା ଦୁଇପିଇସୀ ଓ ମାଆ ସହ ସେମାନେ ଦୁଇ ଭାଇ ଭଉଣୀଙ୍କୁ ଚଳେଇବା ଭିତରେ ବାପା ଖୁବ କଷ୍ଟ କରୁଥିଲେ. ବାରି ବାଇଗଣ ଚକଟା ଲଗେଇ ଭାତ ଖାଇବା ଯେମିତି ଅଭ୍ୟାସ କରି ନେଇଥିଲେ ସେ . ସେଦିନ ଜେଜେ ମାଛଟିକେ ଖାଇବାକୁ ମନ କରିବାରୁ ବାପା ମାଛ ଆଣିଥିଲେ ଓ ବୋଉ ସବୁଥର ପରି ଖୁବ ସୁଆଦିଆ ରା଼ନ୍ଧିବା ଆରମ୍ଭ କରିଦେଇଥିବା ଭିତରେ ବାପା କହିଲେ ଦେହଟା ଟିକେ ଭଲ ଲାଗୁନି.ସଂସାରର ଦୁଃଖ କଷ୍ଟ କିଛି ବୁଝିବା ବୟସ ପୂର୍ବରୁ ଆମେ ଦୁଇଭାଇଭଉଣୀ ଜାଣିଥିଲୁ ବାପାଙ୍କ ଦେହ ଖରାପ ହେଲେ ଆମେ ଦୁଇ ଭାଇ ଭଉଣୀ ବାପାଙ୍କ ଉପରେ ଚଢି ଅଣ୍ଟାରୁ ପାଦ ଯାଏଁ ଘଷି ଦେଲେ ବାପା ପୁଣି ଉଠି ବସିବେ . ଏଥର ମଧ୍ୟ ସେମିତି କରୁଥିଲୁ ହେଲେ ସବୁଥର ପରି ବାପା ଆମକୁ ଶହେରୁ ଶହେ ବା ମୋର କେତେ ବା ମୋ ଭଉଣୀର କେତେ ନମ୍ବର ନକହି ପଡି ରହିଥାଆନ୍ତି. ଜେଜେ ଓ ଜେଜେମାଆଙ୍କୁ ଖାଇବାକୁ ଦେଇସାରି ମାଆ ବାପାଙ୍କୁ ଡାକୁଥିଲା ଆଉ ସେ ଉଠୁନଥିଲେ. ମାଆ କହୁଥିଲା ତୁମ ଦୁଇ ଭଉଣୀଙ୍କ ବାହାଘର ପାଇଁ ହୋଇଥିବା କରଜ ଶୁଝିବାକୁ ଜମା ଡର ନାହିଁ. ମୋ ଭାଇଙ୍କୁ କହିଛି ଏ ସନ ଧାନ ବିକି ଆମକୁ ପଇସା ଦେଲେ ଆମେ ଆଗ ଧାର କରଜ ଶୁଝି ଦେବା. ପରେ ଆସ୍ତେ ସୁସ୍ଥେ ତାଙ୍କୁ ଟଙ୍କା ଦେଇଦେବା କହି ଯେତେ ବାପାଙ୍କୁ ଡାକିଲେ ବି ସେ ଉଠୁନଥିଲେ. ହଲେଇ ଦେଇ ଛାତିରେ ହାତ ରଖି ମାଆ କଣ ବାରିଥିଲେ କେଜାଣି ଭୋ ଭୋ କାନ୍ଦି ମୋ ସଂସାର ଭାସିଗଲା କହୁଥିଲେ . ରାସ୍ତା ଘାଟ ଭଲ ନଥିବାରୁ ହସ୍ପିଟାଲ ନେଇ ହେଲାନି ବାପାଙ୍କୁ. ସ୍କୁଲ ର ହେଡ଼ମାଷ୍ଟରଙ୍କ ପୁଅ ସହରରେ ଡାକ୍ତରୀ ପଢୁଥାଆନ୍ତି. ଛୁଟିରେ ଗାଁରେ ଥିବାରୁ ସେ ଭାଇନା ବାପାଙ୍କୁ ଦେଖି କହିଲେ ପ୍ରଥମ ଷ୍ଟ୍ରୋକରେ ହାର୍ଟ ଆର୍ଟାକରେ ମଉସା ଆଉ ନାହାଁନ୍ତି . ସେହି ଚିନ୍ତାରେ ଜେଜେ ଓ ଜେଜେମା ଆଗ ପଛ ହୋଇ ସେପୁରକୁ ଗଲେ. ଆଉ ମାମୁଁଘର ସହାୟତାରେ ଭଉଣୀ ବେବିନାର ପଢ଼ା ବାହାଘର ଇତ୍ୟାଦି ହେବା ସହ ମୁଁ ମଧ୍ୟ ଆଜି ଡାକ୍ତର ହୋଇପାରିଛି . ହେଲେ ମାଆ .. କହି ଅଟକି ଯାଉଥିବା ପ୍ରତାପ ଙ୍କ କଥା ସମ୍ପୂର୍ଣ୍ଣ କରି ଲୋପା କହିଲେ ସବୁଦିନ ପାଇଁ ମାଛ ଛାଡିଲେ. ଆଁ କରି ଅନେଇ ଥିଲେ ପ୍ରତାପ ସ୍ତ୍ରୀ ଙ୍କ ମୁହଁକୁ.
   ସେଦିନ ହଠାତ ଲୋପା କହିଲେ ତୁମେ ଡାକ୍ତର ପୁଅ ହୋଇ ମାଆଙ୍କୁ ମାଛ ଖୁଆଇବାକୁ କେତେ ଚେଷ୍ଟା କରିଛ ଶୁଣେ? ପ୍ରତାପ ସିନା ଚୁପ ରହିଲେ ହେଲେ ଲୋପା କିଛି ପରାମର୍ଶ କଲେ କୁଳ ପୁରୋହିତଙ୍କ ସହିତ ଗୁପ୍ତରେ ତ ସେ ଶଶୁରବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଘରେ ପହଁଞ୍ଚି ମାଆଙ୍କ ଆଗେ କିଛି କହିଲେ. ଭିତରେ ଭିତରେ ଲୋପା ଖୁସି ଥିଲେ ତ ଶ୍ରାଦ୍ଧ ସରି, ପଞ୍ଚୁପତ୍ରରେ ଆମିଷ ବଢ଼ା ଯାଇଥିବା ଗୋଟେ ପତ୍ର ଭିଡ଼ିଆଣି ମାଆ ବସିବା ଦେଖି ପ୍ରତାପ ବିସ୍ମିତ ହୋଇ ସ୍ତ୍ରୀ ଙ୍କୁ ଚାହୁଁଥିବା ଦେଖି ପରେ ଲୋପାମୁଦ୍ରା କହିଥିଲେ କୁଳ ପୁରୋହିତ ଶ୍ରାଦ୍ଧ ପୂର୍ବରୁ ମାଆ ଙ୍କୁ କହିଗଲେ କି ଘରେ ଲାଗୁଥିବା ଆମିଷ ପଞ୍ଚୁପତ୍ରରେ ଯଦି ବର୍ତ୍ତମାନର ମୁରବୀ ବସି ମାଛ ନଖାଆନ୍ତି ତେବେ ପୁତ୍ର ଉପରେ ଶନି ଓ ମଙ୍ଗଳଙ୍କ ଅଶୁଭ ଦୃଷ୍ଟି ରହିବ. ହେଲେ ତୁମେ ଏତେ କଥା କେମିତି ଜାଣିଲ!ମାଆ ମତେ ତ ଏ ବିଷୟରେ କିଛି ତ କହିନି. ମତେ କହିଛନ୍ତି ନା କହି ଚୁପି ଚୁପି ହସୁଥିଲେ ଲୋପା ଆଉ ଆଜି ଏତେ ବର୍ଷ ପରେ ପ୍ରତାପ ନେଇଯାଇଥିଲେ ନୀଳ ସମୁଦ୍ର ବେଳାଭୂମିକୁ ସ୍ତ୍ରୀ ଙ୍କୁ, କଲେଜ ଜୀବନର ପୁରୁଣା ପ୍ରେମ ମନେପକାଇ ଭାଙ୍ଗୁଥିଲେ ସାମୁଦ୍ରିକ ଲହଡି ସବୁକୁ, ଗୋଡାଉଥିଲେ ବାଲିକଙ୍କଡା ପଛେ ପଛେ ପିଛିଲା ସ୍ମୃତି ସାଉଣ୍ଟାଈ.
,,,,,,,,,,,,,,,,,,,



Rate this content
Log in

Similar oriya story from Romance