STORYMIRROR

Sunanda Mohanty

Comedy Tragedy Thriller

4  

Sunanda Mohanty

Comedy Tragedy Thriller

ଅସରପା 

ଅସରପା 

2 mins
0


ସାଆନ୍ତ ଆଜି ଆଉ ପୂର୍ବବର୍ଷ ସବୁ ପରି ସଭାରେ ନିଜକୁ ଗାଁ ମୁଖିଆ ରୂପେ ବାଛିବାକୁ ଚାଁହୁନଥିଲେ ମଧ୍ୟ କୋଉଠି କେମିତି ଛାତି କରତି ହୋଇଯାଉଥିଲା ତାଙ୍କର . ବଳ ବୟସ ଖସିଗଲାଣି. ରୋଗ ମାଡି ଆସିଲାଣି କିନ୍ତୁ ଅନ୍ୟ କେହି ଗାଁ ମୁଖିଆ ବା ସାଆନ୍ତ ପଦବୀ ନେଇଯାଉ, ଏକଥା ମଧ୍ୟ ହଜମ କରିପାରୁନଥିଲେ ବୁଢା ସାଆନ୍ତ. ପୁଅ ଦୂର ରାଇଜରେ ଅମିନ ଚାକିରୀ ପାଇ ସନ୍ତୁଷ୍ଟରେ ଥିଲେ ମଧ୍ୟ ସାଆନ୍ତଙ୍କ ଇଛା କିଛି ଅନ୍ୟ ରକମ କିନ୍ତୁ ପରିବେଶ ପରିସ୍ଥିତି ତଥା ସ୍ଥାନ କାଳ ପାତ୍ର ମୁକାବିଲା ତଥା ସନ୍ଦର୍ଶନ କରୁ କରୁ ପୁରା ଚୁପ ହୋଇଯାଇଛନ୍ତି ବୁଢା ସାଆନ୍ତ. ସେତିକି ବେଳକୁ ସଭାରେ ବସିଥିବା ପଢୁଆ ତଥା ଶିକ୍ଷିତ ଯୁବକମାନେ ତାଙ୍କୁ ଗୋଟେ ଗୋଟେ ପରିପକ୍ୱ ସମ୍ଭାବନା ଭଳି ଦିଶୁଥିଲେ ତ ସାଆନ୍ତ କୋଉଠି ନା କୋଉଠି ନିଜ ପୁଅ ପ୍ରଶାନ୍ତର ଆଗମନକୁ ଚାହିଁ ରହିଥିଲେ. ଅମିନ ହେଲାପରେ ସାଆନ୍ତ ଙ୍କ ଇଛାକୁ ପୁରଣ କରିବାକୁ ଯାଇ ସାଆନ୍ତ କୋଉ ପଚାଶ ବର୍ଷ ତଳୁ ରଖିଥିବା ବନ୍ଧକ ଜମି ସବୁକୁ ମୁକୁଳେଇ ଗାଁ ଲୋକମାନଙ୍କୁ ତାଙ୍କ ନିଜ ନିଜ ପଟ୍ଟା ଫେରେଇଦେଲାବେଳେ ଲୋକେ ପୁଅର ନୁଁହଁ ବରଂ ବାପା ବୁଢା ସାଆନ୍ତଙ୍କ ଗୁଣଗାନ କରି ଜୟଧ୍ୱନି ଦେଉଥିଲେ.ପ୍ରଶାନ୍ତ ଖୁସି ହେଉଥିଲା ବେଳେ ସାଆନ୍ତେ ଯେ ଭିତରେ ଭିତରେ ପୁଅ ଉପରେ ରକ୍ତ ଚାଉଳ ଚୋବାଉଥିଲେ ଏକଥା ପ୍ରଶାନ୍ତ ବୁଝୁନଥିଲା କିନ୍ତୁ ବୟସ ଖସିଯିବା ପରେ ସାଆନ୍ତ ପଦ ମଧ୍ୟ ଖସି ଗାଁର କୋଉ ଯୁବକ ପାଇବ ଏକଥା ମଧ୍ୟ ଚାଁହୁଁନଥିଲେ ବୁଢା ସାଆନ୍ତ .
    ଏତିକି ବେଳେ ପ୍ରଶାନ୍ତ ପହଞ୍ଚିଥିଲା କିନ୍ତୁ ପଛେ ପଛେ ସାଆନ୍ତଙ୍କ ରଇତ ରୂପେ ବନ୍ଧା ପଡି ରହିଥିବା ପ୍ରଜା, ଯେଉଁମାନେ ଆଜି ଶଗଡ଼ରେ ଧାନବସ୍ତା ଲଦି ସହରକୁ ଯାଉଥିଲେ ସେହି ରଇତମାନଙ୍କ ସହ କେତେ କେତେ ବଳଦ ସବୁ ଫେରିଆସିଥିଲେ ତ ଘଟଣା ବୁଝିବାକୁ ବାକି ନଥିଲା ସାଆନ୍ତଙ୍କୁ. ପ୍ରଶାନ୍ତ ଅଭିଯୋଗ କରୁଥିଲା ଦେଖ ବାପା ଆମ ପ୍ରଜା ସବୁ ଏତେ ଏତେ ବସ୍ତା ଶଗଡ଼ରେ ଲଦି ବଳଦ ସବୁଙ୍କୁ କଷ୍ଟ ଦେଇ ସହରକୁ ନେଇଯାଉଥିଲେ ଧାନ ବିକ୍ରୀ କରିବାକୁ . ପଚାରିବାରୁ କହୁଛନ୍ତି ଆମ ମାଲିକ ସାଆନ୍ତଙ୍କ ଦାନା ଖାଉଛୁ ତାଙ୍କ ଆଜ୍ଞା କୁ ଅବଜ୍ଞା କରି ପାରିବୁ ନାହିଁ. ଆପଣ କଣ ବଳଦ ମାନଙ୍କୁ ଖାଇବାକୁ ନଦେଇ, ବାଡେଇ ବାଡେଇ, ଏତେ ଓଜନ ପୂର୍ଣ୍ଣ ଧାନ ବସ୍ତା ଲଦି ଶଗଡ଼ରେ ନେଇଯିବାକୁ କେବେ କହିଥିବେ ବାପା!ଆପଣ ପରା ଗାଁ ର ସାଆନ୍ତ. ସବୁରି ମୁରବୀ. ସମସ୍ତ ମଣିଷ, ପଶୁ, ପକ୍ଷୀ ଙ୍କ ଦୁଃଖ ସହ ସୁଖ ବୁଝିବା ଆପଣଙ୍କ ଧର୍ମ ତେଣୁ ଏ ମିଛୁଆ ପ୍ରଜାଙ୍କୁ ଆମ ଘର କାମରୁ ମୁକ୍ତି ଦେବା ସହ ଟ୍ରକ ଯୋଗେ ଧାନ ବସ୍ତା ସବୁ ମଣ୍ଡି କୁ ପଠେଇ ଏହି ବଦଳ ବିଚରାମାନଙ୍କୁ ଖୁଆଇ ପିଆଇ ଶ୍ରମ ବିରତି ସହ ସେମାନଙ୍କ ହେପାଜତ ଜରୁରୀ ମଣି ତାଙ୍କୁ ଖୁଆଡ଼ରେ କିଛି ସମୟ ବା କିଛି ଦିନ ଶ୍ରମ ଲାଘବ ପାଇଁ ଛାଡି ଦେବାକୁ ନେଇ ଆସିଛି. ସାଆନ୍ତଙ୍କ ପାଟିରୁ ବଚନ ବାହାରୁନଥିଲା. ଭାବୁଥିଲେ ଶେଷ ସୁଯୋଗ ଟିକକ ମଧ୍ୟ ହାତଛଡା ହୋଇଗଲା ଏ କୁଳାଙ୍ଗାର ଅସରପା ପରି ପୁଅ ପାଇଁ. ହେଲେ ତାଙ୍କୁ ଚକିତ କରି ଗାଁ ଲୋକେ ତାଙ୍କ ଜୟଗାନ କରିବା ସହ କହୁଥିଲେ ଆପଣ ଏବେବି ସକ୍ଷମ ଆଜ୍ଞା. ଆପଣ ଥିବା ପର୍ଯ୍ୟନ୍ତ ଏ ଗାଁ ର ମୁଖିଆ ବା ସାଆନ୍ତ ହିଁ ଆପଣ. ଖୁସିର ମୁହୂର୍ତ୍ତରେ ଉକୁଟି ଆସୁଥିବା ପାନଖିଆ ଓଠର ହସକୁ ଚାପି ସାଆନ୍ତ ଉଠିଲେ ଆସନରୁ. ଜୟ ଜୟକାର ଭିତରେ ପୁଅକୁ କୁଣ୍ଢେଇ ପକେଇ କହିଲେ ସବୁ ତୋ ପାଇଁ ସମ୍ଭବ. ମୁଁ ତୁମ ପୁଅ, ଅସରପା କହି ପ୍ରଶାନ୍ତ ଫେରିପଡୁଥିଲା ଚାକିରୀ ଜାଗାକୁ.


Rate this content
Log in

Similar oriya story from Comedy