STORYMIRROR

Sunanda Mohanty

Children Stories Others Children

4  

Sunanda Mohanty

Children Stories Others Children

ରାଜାଙ୍କ ଅଙ୍ଗରକ୍ଷକ ମୂଷା 

ରାଜାଙ୍କ ଅଙ୍ଗରକ୍ଷକ ମୂଷା 

3 mins
0


ଏ ଭିତରେ ମୂଷାର ବାହାଘର ଓ ଭୋଜିଭାତ ସବୁ ସରି ଯାଇଥିଲା. ସେଦିନ ମୂଷା ତା ବାହାଘର ପରେ ମୂଷି କୁ କପେ ଚା ମାଗି ପାଇଯିବା ପରେ ଖୁବ ଖୁସି ହୋଇଯାଇଥିଲା. ତ ମୂଷା ର ଖୁସି ଦେଖି ମୂଷି କହିଥିଲା ଆପଣଙ୍କୁ ବାଦଲ ରାଜା ତଥା, ସୂର୍ଯ୍ୟ, ଆକାଶ ଓ ପର୍ବତ ରାଜା ଙ୍କ ଝିଅମାନେ ବିବାହ କରିବାକୁ ରାଜି ଥିଲା ବେଳେ ଆପଣ ମତେ କାହିଁକି ବିବାହ କଲେ?ତ ମୂଷା କହିଥିଲା ପ୍ରଥମତଃ ସିଂହ ରାଜା ତାଙ୍କ ବିବାହ ଭୋଜିରେ ସମସ୍ତଙ୍କୁ ନିମନ୍ତ୍ରଣ କରିବା ସ୍ଥଳେ ମତେ କ୍ଷୁଦ୍ର ପଶୁ ବା କ୍ଷୁଦ୍ର କୀଟ ଭାବି ନିମନ୍ତ୍ରଣ କରିନଥିବାରୁ ମୁଁ ବାହା ହୋଇ ଭୋଜିକୁ ସିଂହ ରାଜାଙ୍କୁ ନିମନ୍ତ୍ରଣ ନକରି ଜେସା କୁ ତେସା କରିବାକୁ ଚାହିଁଥିଲି. ସିଂହ ରାଜାଙ୍କ ସହ ଶତ୍ରୁତା କରିବା କଣ ଉଚିତ ସ୍ୱାମୀ? ମୂଷି ଙ୍କ କଥା ଶୁଣି ମୂଷା କହିଥିଲା ଆମ ପରି କ୍ଷୁଦ୍ର ପଶୁ ବା କ୍ଷୁଦ୍ର କୀଟ ବେଳେ ବେଳେ ବଡ଼ ବଡ଼ ପଶୁଙ୍କ ବିପଦ ବେଳେ କାମରେ ଲାଗନ୍ତି.ଯେମିତି ଥରେ ସିଂହ ରାଜା  ଜଙ୍ଗଲ ବାହାରକୁ ଚାଲିଯାଇ ଶିକାରୀ ଜାଲରେ ଛନ୍ଦି ହୋଇପଡ଼ିଥିଲେ. ଠିକ ସେତିକି ବେଳେ ମୋ ଭଳି ଏକ କ୍ଷୁଦ୍ର ମୂଷା ସେହିଠି ପହଁଞ୍ଚି ସିଂହଙ୍କ ଦେହ ରୁ ଜାଲ କାଟି ଦେଇ ସିଂହ ରାଜାଙ୍କୁ ବିପଦରୁ ରକ୍ଷା କରିଥିବାରୁ ଦରକାର ବେଳେ ତତେ ସାହାଯ୍ୟ କରିବି କହି ମତେ ନଖାଇ ଛାଡି ଦେଇଥିଲେ ସିଂହ ରାଜା କିନ୍ତୁ ତାଙ୍କ ବାହାଘର ବେଳେ ମୋ ଭଳି ସାହାଯ୍ୟକାରୀ ମୂଷା କୁ ଭୁଲିଯିବାରୁ ମନ ଦୁଃଖ କରି ବିବାହ କରିବାକୁ ସ୍ଥିର କଲି ଓ ତୁମକୁ ପାଇଗଲି. ମୂଷି ଏଥର କହିଥିଲା ତାହା ସତ ଯେ କିନ୍ତୁ ସିଂହ ରାଜା ଙ୍କ ଭଳି ବଳବାନ ପଶୁ ଙ୍କ ସହ ଶତ୍ରୁତା ରଖିବା ଉଚିତ ନୁଁହଁ. ରାଜା ହୋଇଥିବାରୁ ତାଙ୍କର ଅନେକ କାମ ଥିବ ତେଣୁ ତାଙ୍କ ବାହାଘରକୁ ତୁମ ପରି ଏକ ଛୋଟ ସାହାଯ୍ୟକାରୀଙ୍କୁ ଭୁଲିଯିବା ସ୍ୱାଭାବିକ.
   ଏଥର ମୂଷା ନିଜ ସ୍ତ୍ରୀ ମୂଷି ଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ କହିଲେ ସୂର୍ଯ୍ୟ ଦେବ ଙ୍କ ଝିଅଙ୍କୁ ବାହା ହୋଇଥିଲେ ତାଙ୍କ ତେଜ ମୁଁ ସାହିପାରିନଥାନ୍ତି. ଆକାଶ ରାଜା ଙ୍କ ଝିଅ କୁ ବାହା ହୋଇଥିଲେ ବର୍ଷା କଚଡ଼ା ସହିତ କାଳବୈଶାଖି ର ଭୟ ଲାଗିରହିଥାଆନ୍ତା ଯାହା ଆକାଶ ଓ ମେଘରାଜାଙ୍କ ଝିଅମାନଙ୍କୁ ବାହା ହେବାକୁ ମତେ ନିବୃତ୍ତ କରିଥିଲା. ତା ପରେ ପାହାଡ଼ ରେ ନିଆଁ ଲାଗେ ଓ ପାହାଡ଼ ବିଶାଳ ଅଟେ ତେଣୁ ତାଙ୍କ ଝିଅକୁ ବାହା ହୋଇ ଚା ଟୋପେ ମାଗିବା ବେଳକୁ ସେ କାଳେ ତାଙ୍କ ବାପାଙ୍କୁ ଅଭିଯୋଗ କରି ନିଆଁ ଲଗାଇଦେଇଥାଆନ୍ତେ ବା ପାହାଡ଼ ଲଦି ମତେ ମାରିଦେଇଥାଆନ୍ତେ ର ଭୟ ଯୋଗୁଁ ପାହାଡ଼କୁ ହରାଇ ଦେଇ ତାଙ୍କ ଦେହରେ ଗାତ କରିପାରୁଥିବା ମୂଷା ରାଜା ଙ୍କ ଝିଅ ମୂଷି ଅର୍ଥାତ ତୁମକୁ ବାହା ହୋଇ ସୁଖର ସଂସାର କରିବାକୁ ସ୍ଥିର କରିଥିଲି ବୋଲି ତ ଠିକ ସମୟରେ ଚା ଓ ଜଳଖିଆ ମିଳିଯାଉଛି. ତୁମ ପରି ସ୍ତ୍ରୀ ପାଇ ଭୋଜନ ଓ ଭଜନ କରି ସୁଖରେ ଅଛି. ସ୍ୱାମୀ ମୂଷା କଥା ଶୁଣି ମୂଷି ଖୁବ ଖୁସି ରେ କୂଅରୁ ପାଣି ଆଣିବାକୁ ଚାଲିଗଲା କାରଣ ଜଳ ହିଁ ଜୀବନ ବୋଲି ମୂଷି ଜାଣିଥିଲା.
   ମୂଷି କୂଅ ମୂଳେ ପହଁଞ୍ଚି ଦେଖିଲା ତା ବାଲ୍ଟି ଭିତରେ ସିଂହ ରାଜା. ସେ ଯେତିକି ଆଶ୍ଚର୍ଯ୍ୟ ହେଲା ସିଂହ ରାଜା ହୋଇ କୂଅରେ କେମିତି ପଡିଲେ ଭାବି ତାଙ୍କୁ ସାହାଯ୍ୟ କରିବାକୁ ସେତିକି ତତ୍ପର ହୋଇ ଅନ୍ୟ ସବୁ ପଶୁ ମାନଙ୍କୁ ଡାକ ପକେଇବାରୁ ସମସ୍ତେ ଆସି ସିଂହ ରାଜାଙ୍କୁ ଉଦ୍ଧାର କରିବା ପାଇଁ ମୂଷି ପକେଇଥିବା ଦଉଡି ଭିଡି ଭିଡି ସିଂହ ରାଜା ଙ୍କୁ କୂଅରୁ କାଢିଲେ. ସିଂହ ରାଜା ଉଦ୍ଧାର ହେବା ପରେ ସବୁ କଥା ଜାଣି ମୂଷା କୁ କ୍ଷମା ମାଗିବା ସହ ସେ ଦୁହିଁଙ୍କୁ ବହୁତ ଧନ ରତ୍ନ ଦେବା ସହ ନିଜ ଅଙ୍ଗରକ୍ଷକ ପଦରେ ମୂଷା ଓ ମୂଷି ଉଭୟଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ. ଏଥର ମୂଷା ମୂଷି ରାଜନଅର ଭିତରେ ଘର କରି ରହିବା ସହ ସିଂହ ରାଜାଙ୍କୁ ଗୋଡ଼େ ଗୋଡ଼େ ଜଗିଥିଲେ ଅର୍ଥାତ ନିଜ ଜଙ୍ଗଲର ରାଜା ସିଂହ  କିପରି ଭଲରେ ରହିବେ ସେଥିପ୍ରତି ସଜାଗ ରହିଥିଲେ.
,,,,,,,,,,,,,,,,,,


Rate this content
Log in