ମିଛ କହିଲେ ମହାପାପ
ମିଛ କହିଲେ ମହାପାପ
ସନ୍ତରଣ ବେଳେ ମୁନାର ଦେଖା ହୋଇଗଲା ବାଟଭୁଲା ଜଳପରୀ ସହିତ ନଦୀରେ . ମୁନା ସନ୍ତରଣ ଶିଖିବାକୁ ସ୍ଥିର କରିଥିଲେ ତା ନିଜ ବାପା. ମୁନା ସମ୍ପୂର୍ଣ୍ଣ ବଡ଼ ହେଲା ପରେ, ସାଇକେଲ ଚଲେଇବା ଯେପରି ସବୁଠାରୁ ବଡ଼ ବ୍ୟାୟମ, ସେହିପରି ଅତି ଛୋଟ ବେଳୁ ସନ୍ତରଣ ଶିଖିବା ଦେହର ଆଭ୍ୟନ୍ତରୀଣ ଅର୍ଥାତ ଅନ୍ତଃର୍ଦେଶ ଓ ବହିଃର୍ଦେଶ ସୁରକ୍ଷିତ ରହିବାର ସହଜ ସରଳ ଉପାୟ ବ୍ୟାୟମ ହେଲା ସନ୍ତରଣ ବୋଲି ବାପା କହିଥିଲେ . ବାପାଙ୍କ ସହିତ ଆସନ୍ତା କାଲିଠାରୁ ସନ୍ତରଣ ଅଭ୍ୟାସ କରିବାକୁ ଯିବାକୁ ସ୍ଥିର ହେବା ପରେ ମୁନା ଜେଜେ ଓ ଜେଜେମାଆଙ୍କ ମଝିରେ, ଗପ ଶୁଣି ଶୋଉ ଶୋଉ, ସପନ ଦେଖିଲା.
ସନ୍ତରଣ ସମୟରେ ନଦୀ ଭିତରେ ଜଳପରୀ ସହ ଦେଖା ହେବା ପରେ ମୁନା ପଚାରିଲା ଜଳପରୀ ବିଷୟରେ ସମସ୍ତେ ଶୁଣିଛନ୍ତି ସତ ହେଲେ ଆଖିରେ ଦେଖିନାଂହାନ୍ତି ଏଯାଏଁ. କେତେକ ଝିଅ, ଜଳପରୀ ପରି ମିଳୁଥିବା ସ୍ୱତନ୍ତ୍ର ଡ୍ରେସ ପିନ୍ଧି ସନ୍ତରଣ କରୁଥିବା ଫଟୋ ମାଆଙ୍କ ସହ ଫେସବୁକରେ ଦେଖିଛି ମୁନା.ଏବେ କିନ୍ତୁ ଏବେ ସତ ଜୀବନ୍ତ ଜଳପରୀ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ମୁନା.
ପାଖକୁ ଆସିଲେ ଜଳପରୀ. କହିଲେ, ତୁମେ ଭଲ ପାଠ ପଢୁଛ, ଚିତ୍ର ଆଙ୍କୁଛ, ଭଲ ଖେଳୁଛ, ବକୃତା ପ୍ରତିଯୋଗିତା, ରଚନାଲେଖା ଭଲ କରୁଛ, ପୁଣି ବାପାଙ୍କ କଥା ମାନି ସନ୍ତରଣ କରିବାକୁ ରାଜି ହୋଇଛ, ସେଥିପାଇଁ ମୁଁ ତୁମକୁ ଦେଖାଦେଲି, ମୁନା କହିଲା ହଁ ସେକଥା ସତ ଯେ କିନ୍ତୁ ମୋ ସାଙ୍ଗମାନେ କେହି ବିଶ୍ୱାସ କରିବେନାହିଁ, ମୋର ସତସତିକା ତୁମ ସହ ଦେଖା ହୋଇଥିଲା ବୋଲି. ଜଳପରୀ କହିଲେ ମୁଁ ତୁମ ହାତରେ ମୋ ଦସ୍ତଖତ ରଖିନେବି ଯେ ତୁମ ସାଙ୍ଗମାନେ ତାହା ଦେଖି ତୁମର ମୋ ସଙ୍ଗେ ଦେଖା ହୋଇଥିଲା ବୋଲି ବିଶ୍ୱାସ କରିବେ. ମୁନା ଅତ୍ୟନ୍ତ ଖୁସି ହୋଇଯିବା ଦେଖି ଜଳପରୀ କହିଲେ କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି, ତୁମ ସାଙ୍ଗମାନେ ତୁମ ପରି ସନ୍ତରଣ କରିବା ଉଚିତ. ସେମାନେ ସନ୍ତରଣରେ ପାରଙ୍ଗମ ହେଲେ ତୁମ ହାତରେ ଥିବା ମୋ ଅଟୋଗ୍ରାଫ ନିଶ୍ଚୟ ଦେଖି ପାରିବେ. ମୁନା ୟୁରେକା ୟୁରେକା କହି ନିଦ ଭାଙ୍ଗି ଉଠିଲା ବେଳକୁ ଜେଜେ ଜେଜେମା ଓ ବାପା ମାଆ ଆଶ୍ଚର୍ଯ୍ୟରେ ତା ମୁହଁକୁ ଚାହିଁ ଥିବାବେଳେ ବାପା କହୁଥିଲେ ବାହାରେ ବାହାରେ ନଦୀକୁ ଯିବା ସନ୍ତରଣ ପାଇଁ. ମୁନା ଖାଲି ନିଜ ହାତ ପାପୁଲିକୁ ଚାହୁଁଥିଲା ବାରମ୍ବାର.
ମୁନା ଏବେ ସତକୁ ସତ ଗୋଟେ ବଡ଼ ସନ୍ତରଣକାରୀ ବନିଗଲାଣି. ବାପାଙ୍କ ବ୍ୟତିରେକେ ସେ ଏଥର ଏକୁଟିଆ ନଈକୁ ପହଁରିବା ପାଇଁ ଆସିଲାଣି. ଏମିତିକି ନିଜ ଭିତରେ ଥିବା ଡ଼ର ଓ ଭୟ ଛାଡି ଏକୁଟିଆ ନିଜ ରୁମରେ ଶୋଇଲାଣି. ଜେଜେମାଆ ଯେତେ ଡାକିଲେ ମଧ୍ୟ ତାଙ୍କ ଉପରେ ଗୋଡ଼ ହାତ ଲଦି ନଶୋଇ ନିଜେ ସାହାସର ସହିତ ଡ୍ରଇଂ ରୁମରେ ଶୁଏ ମୁନା ଓ ମନଦେଇ ପଢିଲାଣି. ସେଦିନ ଗାଁକୁ ଆସିଥିବା ମୁନା ଗାଁ ନଈରେ ପହଁରିବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଜେଜେ ଓ ଜେଜେ ମାଆ ମନା କରି କହିଥିଲେ କି ଆମ ଗାଁ ପୋଖରୀ ନାମ ବଡ଼ପୋଖରୀ. ଏମିତି ନାମକରଣ ର କାରଣ ପୋଖରୀ ଖୁବ ଗଭୀର. ମୁନା ତେଣୁ ଗାଁ ପୋଖରୀରେ ସନ୍ତରଣ କରିବାକୁ ଗଲେ କାଳେ ବୁଡିଯିବା ଭୟରେ ଜେଜେ ଓ ଜେଜେମାଆ ବାରଣ କରୁଥିଲେ ସିନା କିନ୍ତୁ ଏ ଭିତରେ ସାହାସୀ ହୋଇଯାଇଥିବା ମୁନା ଯାଇଥିଲା ଗ୍ରାମ ପୋଖରୀକୁ ଓ ସେଠି ସତକୁ ସତ ଗୋଟେ ଜଳପରୀ ସଙ୍ଗେ ତାର ଭେଟ ହୋଇଗଲା. ସେ ଦୂରରୁ ଦେଖୁଥିଲା ବାଟ ଭୂଲି ଆସିଥିବା ଜଳପରୀ ଗୋଟେ ଭୟଙ୍କର ସାପ ଦେଖି ଭୟରେ କମ୍ପୁଛି. ମୁନାର ମନେପଡ଼ିଗଲା ବେଙ୍ଗ ଓ ମାଛ କଥା. ଏମିତି ଏକ ସନ୍ତରଣ ଦିନରେ ସେ ଦେଖିଥିଲା ସାପ ହାବୁଡ଼ରୁ ରକ୍ଷା ପାଇବାକୁ ମାଛ ଓ ବେଙ୍ଗ, ଦୁହେଁ ମଲାପରି ଅଭିନୟ କରିଥିଲେ ତ ସେହି କଥା କହି ଜଲପରୀ କୁ ବଞ୍ଚାଇଦେବାକୁ ଯାଉଛି ତ ମୁନା ଦେଖିଲା ସାପଟି ବାଟ ଭାଙ୍ଗି ଚାଲିଗଲା. ସାହାସ ପାଇ ମୁନା ଏଥର ଜଳପରୀ ପାଖକୁ ଯାଇ ଦେଖେତ ସେ ତାଙ୍କ ଗାଁ ଝିଅ ମୀନା ଥିଲା. ତାକୁ କୂଳକୁ ଆଣି ମୁନା କହିଥିଲା ଆଉ ଦିନେ ଏମିତି ମିଛ ଅଭିନୟ କରିବୁନାହିଁ. ମିଛ କହିଲେ ବା ମିଛ ଅଭିନୟ କଲେ ବିପଦ ପଡେ.ଜଳପରୀ କହିଥିଲା ଆଉ କେବେ ବାଟ ହୁଡ଼ିବି ନାହିଁ ମୁନା ଭାଇ . ବାପା ବୋଉଙ୍କ କଥା ମାନି ମନଦେଇ ପାଠ ପଢ଼ିବି ଏଥର. ମୁନା ତାକୁ ସାବାସୀ ଦେଇ ଘରକୁ ଫେରିଥିଲା.
,,,,,,,,,,,,,,,,,,,,,,,,,
