ଆକାଶକୁସୁମ
ଆକାଶକୁସୁମ
7 mins
1
ବଗିଚାରେ ମାଳିଟି ତା ପରିବାର ଧରି ରୁହେ. ଏକମାତ୍ର ଝିଅ ତୁଳି, ବଗିଚାର ଯତ୍ନ ନେବାରେ ବାପାଙ୍କୁ ତାହାର ସାହାଯ୍ୟ କରିବା ଭିତରେ, ପଶିଆସେ ଛେଳି. ଝିଅ ତୁଳି,ଛେଳି ସହିତ ଖେଳି ସମୟ କାଟୁଥିଲା ବେଳେ ବାପା ବଗିଚାର ମାଳି ହିସାବରେ, ବଗିଚାର ରକ୍ଷକ ଭାବରେ ଛେଳିକୁ ଘଉଡ଼ାଇବାକୁ ଯାଇ ତା ସହିତ ଏକରକମ ଖେଳୁଥାଆନ୍ତି ଲୁଚକାଳି.ଅଳ୍ପ ଅଳ୍ପ ବର୍ଷାରେ ଗଛ ସବୁ ସବୁଜ ବର୍ଣ୍ଣ ଧାରଣ କରି, ନେଳି ନେଳି ପତ୍ର ସବୁ କଅଁଳି ଥାଏ. ତାକୁ ଖାଇବାକୁ ଛେଳିଟି ଟାକି ବସିଥାଏ ତ କୋଉପଟେ ପଶିଯାଏ ବଗିଚାରେ. ସହଜେ ମାଳିଙ୍କ ଝିଅ ତୁଳି ତାକୁ ଦେଖିଲେ ତା ବେକରେ ପିନ୍ଧାଏ କାଇଁଚ ମାଳି, ତୋଳି ଆଣି ଖୁଆଏ ସବୁଜ ଦୁବ ଘାସ ପତ୍ର ନେଳି ନେଳି. ଏସବୁ ଦେଖି ବିରକ୍ତି ପ୍ରକାଶ କରନ୍ତି ବାପା ତ ଏକରକମ କୋଳାହଳ ପୂର୍ଣ୍ଣ ଗହଳି ଲାଗିରହେ ବଗିଚାରେ.
ଏବେ ସବୁ କୋଳାହଳକୁ ପଛରେ ପକାଇ ଛେଳି ଆସୁନଥିଲା ବଗିଚାକୁ. କୋଳାହାଳ ଉର୍ଦ୍ଧରେ ଦୁଃଖ କରୁଥିଲା ତୁଳି. ପଚାରୁଥିଲା ବାପାଙ୍କୁ ତ ବାପା କହୁଥିଲେ ତୁ ମନ ଦେଇ ପାଠ ପଢେ, ଛେଳି ନଆସୁ. ଝିଅ ମନଦୁଃଖ କରେ ବୋଲି, ବାପା ବଜାରରୁ କେତେ ରକମର କୋଳି ନେଇଆସନ୍ତି ତୁଳି ପାଇଁ,ହେଲେ ସେ ଆଙ୍କି ବସେ ଛେଳିର ଚିତ୍ର. ଜୀବନ୍ତ ଛେଳି ନହେଲେ ବି ଛେଳିର ଚିତ୍ରକୁ ତୁଳୀ ସାହାଯ୍ୟରେ ତୋଳି, ତୁଳି ସିନା ସାମାୟିକ ସୁଖ ପାଏ ହେଲେ ବଗିଚାରେ ନଥାଏ କୋଳାହଳ କି ଗହଳି. ହେଇ ଗଲା ଗଲା, ଖାଇଯିବ କହି ଅଡ଼େଇବାକୁ ପଡ଼େନି ତୁଳିର ବାପା, ବଗିଚାର ମାଳିଙ୍କୁ.
ସେଦିନ ଗୁରୁଦିବସ ଥାଏ. ତୁଳି ସ୍କୁଲରେ ଗୁରୁଙ୍କ ବିଷୟରେ ବକୃତା ଦେବା ସହ ଗୁରୁ ବନ୍ଦନା ଓ ଗୁରୁ ପୂଜା ସହ ଢେର ସାରା ଉପହାର ନେଇ ଫେରୁଥାଏ ଘରକୁ. ମାଆ ବାଢି ଦେଲେ ଭାତ ଓ ମାଂସ ତରକାରୀ. ହେଲେ ତରକାରୀରେ ତୁଳି ଦେଖିପାରୁଥିଲା ସେହି ଛେଳିଟିକୁ. ମାଆ ଯେତେ ବୁଝେଇଲେ ବୁଝୁ ନଥିଲା ତୁଳି .ସେହି ଦିନଠାରୁ ତୁଳି ମାଛ ମାଂସ ପରିବର୍ତ୍ତେ ସବୁଜ ନେଳି ପରିବା ଖାଇବାକୁ ଶପଥ ନେଇଥିଲା. ଛେଳିଟା ମଧ୍ୟ କାଇଁ ଆସୁନଥିଲା ଭାବି ତୁଳି ଖାଲି ଭାଳି ହେଉଥିଲା, ଆଉ ଛେଳିଟିର ଚିତ୍ର କରୁ କରୁ ଗୋଟେ ବଡ଼ ଚିତ୍ରକର ପାଲଟି ଯାଇଥିଲା ତୁଳି.କିନ୍ତୁ ମଝିରେ ମଝିରେ ଚାହିଁ ରହି ଦୂରକୁ ଚାହିଁ ନିଜକୁ ନିଜେ ପ୍ରଶ୍ନ କରୁଥିଲା ଛେଳି ଆସୁନି କାହିଁକି???ତା ସାଙ୍ଗ ମୁନା କହୁଥିଲା ଏଇ ଛେଳିମାନଙ୍କର ଜହ୍ନଦେଶ ଯିବାକୁ ଖୁବ ମନ. ଆମ ଘର ଛେଳି କୁସୁମୀ କଥା ଶୁଣୁ କହି ମୁନା କହିଚାଲିଥିଲା ତାଙ୍କ ଘର ଛେଳି କଥା.
ବନ୍ଧା ହୋଇଥିବା ଛେଳି ସବୁଦିନ ତା ମାଲିକାଣୀ ତାଙ୍କ ପୁଅ ମୁନାକୁ ଶୁଆଇଲା ବେଳେ କି ଖୁଆଇଲା ବେଳେ ଅବା ବେଳ ଅବେଳାରେ ଗାଉଥିବା ଆ ଜହ୍ନମାମୁଁଶରଗ ଶଶୀ... ମୋ କାଁହ୍ନୁ ହାତରେ ପଡ଼ରେ ଖସି ଗୀତଟି ଶୁଣେ. ଏମିତି ଶୁଣି ଶୁଣି ଜହ୍ନମାମୁଁ ଘରକୁ ଯିବାକୁ ତାର ଖୁବ ମନ ହୁଏ ତ କାହାକୁ ମନକଥା କହିବ ଭାବି ଚୁପ ରୁହେ. ଏବେ ମୁନା ବଡ଼ ହେଲାଣି ତା ସହିତ ତା ଛୋଟ ଛୋଟ ଛୁଆ ଛେଳିଙ୍କୁ ଖୁବ ଭଲପାଏ ସେ. କଅଁଳ ଘାସ, ଦୁବ, ପତ୍ର ଆଣିଦିଏ. ମାଆ ଓ ଦୁଇଛୁଆଙ୍କ ବେକରେ ଘାଗୁଡ଼ି ବାନ୍ଧିଦିଏ ପୁଣି ତା ବୋଉର ଟିକିଲି ଆଣି ମାଆ ଛେଳି କୁସୁମୀ ଓ ତା ଦୁଇଛୁଆ କେତକୀ ଓ କୌତୁକି, ତିନିଜଣଙ୍କ ମଥାରେ ଦେଇ ଗୀତ ଗାଉଥାଏ, ଆ ତତେ ମୁଁ ଚାନ୍ଦ ରାଇଜକୁ ବୁଲାଇ ନେବି ତ ମାଆ କୁସୁମୀର ମନ ପୁଣି ଜହ୍ନମାମୁଁ ଦେଶକୁ ଯିବାକୁ ବେଗ୍ର ହୁଏ. କାହାକୁ କହିନପାରି ଚନ୍ଦ୍ର ପକ୍ଷ ରାତି ରେ ଗୁହାଳ ଭିତରୁ ଜହ୍ନକୁ ଅନେଇ କେତେ କଥା ଭାବୁଥାଏ.
ରବିବାର କୁ ରବିବାର ମାଆ ଓ ତା ଦୁଇଛୁଆ ଛେଳିଙ୍କୁ ଗୋଠ ରେ ନଛାଡି ମୁନା ନିଜେ ଛେଳି ଚରେଇବାକୁ ତୋଟାକୁ ଯାଏ ଓ ସେଇଠି ପାଠ ପଢେ. ମାଆ ଛେଳି କୁସୁମୀ ର ଆଖି ମୁନା ବହି ଉପରେ. ମୁନା ଯେବେ ବଡ଼ ପାଟି କରି ସବୁ ବିଷୟ ପଢେ, ଯେମିତିକି ତା ପିଲାଦିନେ ଛବିଳମଧୁ ବର୍ଣ୍ଣବୋଧରୁ ବାଘମାମୁଁ କଥା ପଢେ ସେତେବେଳେ ଛେଳି ଭାବେ ଜହ୍ନତ ମାମୁଁ ଏ ବାଘ ମାମୁଁ ପୁଣି କିଏ. ମୁନା ଯେବେ ବୋଲୁଥାଏ ହାତୀ ପିଠିରେ ବାଘ ବସିଛି ବାଘ ଉପରେ ଛେଳି, କଥା ଆକାରରେ ଏହି ଗୀତ ଛେଳିକୁ ଆମୋଦିତ କରେ ହେଲେ ମୁନା ଏବେ ବଡ଼ ହେଲାପରେ ଚନ୍ଦ୍ରପୃଷ୍ଟରେ ପ୍ରଥମ ପ୍ରାଣୀ ଲାଇକା ନାମ୍ନୀ କୁକୁର ଶୁଣି ମନ ଦୁଃଖ କରେ ଭାବେ ମୋ ମାଲିକ ଯଦି ଜଣେ ବୈଜ୍ଞାନିକ ହୋଇଥାଆନ୍ତେ ତେବେ ମତେ ନିଶ୍ଚୟ ଜହ୍ନମାମୁଁ ଘର ପ୍ରଥମେ ଦେଖେଇଥାଆନ୍ତେ. ପୁଣି ଯେବେ ଲାଇକା ମରିଯାଇଥିବା ଶୁଣେ ମନଦୁଃଖ କଲେ ମଧ୍ୟ ଥରେ ଜହ୍ନ ଦେଶକୁ ଯିବାକୁ ତାର ଭାରି ମନ. ଏମିତିକି ତାର ଦୁଇ ଛୁଆ ଯେବେ ବିକ୍ରୀ ହୋଇଗଲେ ମୁନା କାନ୍ଦି କାନ୍ଦି କହୁଥିଲା ଯା ଜହ୍ନମାମୁଁ ଘରେ ରହିବୁ ତ ମାଆ ଛେଳିର ଥନ ଫାଟି କ୍ଷୀର ଭାସିଯାଉଥିଲେ ବି ସେ ଭାବୁଥିଲା ତା ଛୁଆ ଦୁହେଁ ପୁଣ୍ୟ କରିଥିଲେ ବୋଲି ତା ମାଆ ଜହ୍ନ ଦେଶ ନଦେଖୁଣୁ ସେମାନେ ଦେଖିଲେ.
ଏଥର ଛାଡ଼ଖାଇରେ କୁସୁମୀ ଛେଳିର ପାଳି ପଡିଲା. ଜହ୍ନମାମୁଁ ଦେଶ ଦେଖିବ ବୋଲି ତାକୁ ବୋଧହୁଏ ସେଇ ଚାଚା ସଙ୍ଗେ ଛାଡ଼ଗଲା ହେଲେ ମୁନା ସ୍କୁଲରୁ ଫେରି କୁସୁମୀ ନଥିବା ଜାଣି ନଖାଇ ନପିଇ ରହିମ ଚାଚା ଘରୁ ତାକୁ କାହିଁକି ଯେ ମୁକୁଳେଇ ନେଲା ଜହ୍ନମାମୁଁ ଦେଶ ଓ ଘର ବୁଲିବା ତା ଭାଗ୍ୟରେ ନଥିଲା. ମୁନା ଯୋଗୁଁ ସେ ସେଥିରୁ ବଞ୍ଚିତ ହେଲା ଭାବି କୁସୁମୀ ଛେଳି ମୁନାର ବହିଟିକୁ ପାକୁଳି କରି ସତେ ଅବା ଜହ୍ନ ଦେଶକୁ ଖାଇଦେଲା ଭାବୁ ଭାବୁ ମୁନା ଯେ ତାକୁ ଖୁବ ଭଲପାଏ ବୁଝିବାକୁ ତାକୁ ବାକି ନଥିଲା. ଜହ୍ନମାମୁଁ ଯେମିତି ଆକାଶରେ ମୁନା ସେମିତି ତା ପାଇଁ ଏଇ ଘରେ ବୋଲି କୁସୁମୀ ବୁଝିଯାଇ ମୁନା ଆଣିଥିବା କଅଁଳ କଅଁଳ ଦୁବାଘାସ ଖାଉ ଖାଉ ଭାବୁଥିଲା ମୁନା ରେ ତୋ ବହି ଖାଇଦେଲି ସିନା ଜହ୍ନମାମୁଁ ଦେଶକୁ ଯିବାରେ ମୋର ବାଧକ ସାଜିଲୁ ବୋଲି କିନ୍ତୁ ତତେ ବି ମୁଁ ଖୁବ ଭଲ ପାଏ. ତୁ ହିଁ ମୋ ଜହ୍ନ ଓ ଏ ଘର ମୋ ଜହ୍ନରାଇଜ.ତୁଳି ଏସବୁ କଥା ଶୁଣି ଘରକୁ ଚାଲିଗଲା ହେଲେ ମୁନା!
ମହାକାଶର ଗଭୀରତା ମାପିବାକୁ କେଡେ କେଡେ ମହାକାଶଚାରୀ ମଧ୍ୟ ବିଫଳ ହେଉଥିଲା ବେଳେ ଛେଳିଟି ଭାବୁଥିଲା ମୁନା ହିଁ ତାର ବିଫଳତାର କାରଣ. ଚରି ବୁଲି ଗଲାବେଳେ ସେ ବାଟରେ ପଡୁଥିବା ସ୍କୁଲ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହୁଥିବା ଓ ପଢ଼ାଉଥିବା ବହୁ ଉପାଦେୟ କଥା ଛେଳି ଶୁଣିଛି. ତା ଭିତରୁ ଅନେକରେ ଏକ ଯେ ମଲେ ହିଁ ସ୍ୱର୍ଗ ଦର୍ଶନ. ସ୍ୱର୍ଗ ତ ଆକାଶ ବୋଲି ଛେଳି ବୁଝେ. ଆକାଶର ଯେତେ ଗଭୀରକୁ ଯିବ ତାହା ମହାକାଶ ବୋଲି ମଧ୍ୟ ଛେଳି ଜାଣେ. ମରିବାକୁ ହେଲେ କରିମ ଚାଚାଙ୍କ ଚୋପଡାରେ ବେକ ଛେଦନ ହିଁ ସ୍ୱର୍ଗ ଦର୍ଶନ ବା ମହାକାଶ ଗମନ ତଥା ଜହ୍ନମାମୁଁଙ୍କ ଘର ଯିବା ବୋଲି ବୁଝିଥିବା ଛେଳି ଏଇ ଘର ମାଲିକଙ୍କ ପୁଅ ମୁନାର ସ୍ନେହ ମମତାର ଡୋର ତଥା ମାୟା ମୋହର ଶିକୁଳି କାଟି ଯାଉଥିଲେ ବି ମୁନା ତାକୁ ଯିବାକୁ ଦେଉନି. ନଖାଇ ନପିଇ ଚାଚାଙ୍କ ଘରୁ ଯାଇ ତାକୁ ମୁକୁଳେଇ ଆଣୁଛି. ତା ବହି ପାକୁଳି କରିଦେଇ ରାଗ ଶୁଝେଇଲେ ମଧ୍ୟ ମୁନାର କି ଯେ ଅହେତୁକ ଦୁର୍ବଳତା ତା ପ୍ରତି ବୁଝିପାରେନା ଛେଳି ଟି. ଏଥର ସେଇ ସୁଯୋଗ ଆସିଛି. ମୁନା ବହି ଓ ନୂଆ ସାଇକେଲ କିଣା ପାଇଁ ଏଥର କରିମ ଚାଚାର ଚୋପଡା ବାଜି ସେ ଯିବ ନିଶ୍ଚୟ, ସ୍ୱର୍ଗକୁ ପୁଣି ମହାକାଶକୁ ତାପରେ ତ ସିଧା ଜହ୍ନମାମୁଁ ଘରକୁ. ଏପଟେ ମୁନାର ନୂଆ ବହି ଓ ନୂଆ ସାଇକେଲ କିଣାରେ ମୁନା ବୁଝିଯିବନିକି!
ଅପୂର୍ବ ସୁଯୋଗ ଆସିଛି ଭାବି ଖୁଣ୍ଟରେ ବନ୍ଧା ହୋଇ ଆଁ କରି ଅନାଉ ଅନାଉ ଗୋଟାକ ପରେ ଗୋଟେ ବୋଦା ଓ ଖାସୀ ମରିଶୋଉନାଁହାଁନ୍ତି ଯେ ତାଙ୍କ ପାଳି ଯେମିତି ଆଗ ପଡି ଯାଉଛି ସ୍ୱର୍ଗ ଆଡକୁ . ଘୁମେଇ ପଡିଲା ମୁନାଘର ଛେଳି କୁସୁମୀ. ଦିବାସ୍ବପ୍ନରେ ଦେଖୁଥିଲା ତା ବେକରେ ଚୋପଡା ପଡ଼ୁ ପଡ଼ୁ ସେ ସିଧା ପାହାଡ଼ ସବୁ ଅତିକ୍ରମ କରି ତାରା ମେଳରେ ପହଞ୍ଚିଗଲା. ବଞ୍ଚିଥିଲା ବେଳେ ଥରେ ମାମୁଁଘର ବୁଲା କଥା ଭାବି ଘରୁ ଲୁଚି ପଳେଇ ଆସି ଏମିତି ପାହାଡ଼ ଚଢ଼ିଥିଲା ଯେ ବାଘ ହାବୁଡ଼ରେ ପଡିଥିଲା. ବାଘ ଯେମିତି କହିଛି କିଏ ରେ ତୁ? ବୁଦ୍ଧି ଖଟେଇ ସଙ୍ଗେ ସଙ୍ଗେ ସେ କହିଥିଲା ଯେ ମୁଁ ମେଁ ମେଁକା ମାଣିକ ରାଜା... ଶିଙ୍ଘ ଦୁଇଟି ଗୋଜା ଗୋଜା... ଏକ ଶିଂଘରେ ମଣିଷ ମାରେ... ଦୁଇ ଶିଂଘରେ ମାରେ ମୁଁ ବାଘ ପାଇଲେ ଗୋଟା. କୁସୁମୀ ଛେଳିର ଏକଥା ଶୁଣି ଆଉ କି ବାଘ ରହେ, ଡିଆଁ ମାରି ଜଙ୍ଗଲକୁ ପଳେଇଲା. ଟିକେ ପରେ ବିଲୁଆ ଲାଙ୍ଗୁଡ଼ରେ ନିଜ ଲାଙ୍ଗୁଡ଼ ବାନ୍ଧି ପୁଣି ଛେଳି ମାଉଁସ ଖାଇବା ବାସ୍ନା ଓ ଲୋଭରେ ଆସିଲା ଯେ ପୁଣି ଯେମିତି କୁସୁମୀ ଛେଳି ନିଜକୁ ପୁଣି ସେଇ ମେଁ ମେଁକା ମାଣିକିରାଜା ଇତ୍ୟାଦି ଗୀତ ଗାଇଛି, ଶେଷ ପଦକ ଶୁଣି ଏମିତି ଜୋରରେ ବାଘମାମୁଁ ଡିଆଁ ମାରିଲା ଯେ ବିଚରା ବୁଦ୍ଧିଆ ବିଲୁଆର ମଧ୍ୟ ତାକତ ନଥିଲା ନିଜ ଲାଞ୍ଜ ବଞ୍ଚେଇବା ପାଇଁ. ସେଇ ଦିନୁ ଖଣ୍ଡି ଲାଙ୍ଗୁଡ଼ି ବିଲୁଆ ଦିନରେ ନବାହାରି ରାତିରେ ଡାକେ ହୁକେ.. ହୁ. ଏବେ ଯଦିଓ ତା ଛୋଟ ଲାଞ୍ଜରେ ରୁମ ଉଠି ସୁନ୍ଦର ହେଲାଣି ତଥାପି ସେଇ ରାତିରେ ସେ ହୁକେ.. ହୁ ଡାକ ମାରି ମନେପକାଏ ଛେଳି ଭଳି ଗୋଟେ ସାହାସୀ ପଶୁର ନିର୍ଭିକପଣିଆ କଥା.ଆଉ ଏଣେ ମୁନା ଘର କୁସୁମୀ ଛେଳି ନିର୍ଭିକ ପଣିଆର ଉଦାହରଣ ସାଜିଥିଲେ ବି ଏଇ ମୁନା ଯୋଗୁଁ ଥରକୁ ଥର ମହାକାଶର ଗଭୀରତା ମାପିବାକୁ ବିଫଳ ହେଉଛି ସେ .
ଏତିକି ବେଳେ କୁସୁମୀ ଛେଳି ଦେଖିଲା ତାରାମାନେ ପରସ୍ପର ଭିତରେ କଥା ହେଉଛନ୍ତି ଯେ ଯୋଉ ଯୋଉ ମଣିଷ ପୃଥିବୀରେ ଭଲ କାମ କଲେ ସେମାନେ ମୃତ୍ୟୁ ପରେ ଆସି ଆକାଶରେ ତାରା ହୋଇରହିଲେ. କର୍ତ୍ତ୍ତୃ, ପୁଲହ, ପୁଲସ୍ତ୍ୟ, ଅଙ୍ଗିରା, ବଶିଷ୍ଟ, ଦଧିଚି, ମରିଚି ଆଦି ଋଷିଗଣ ସବୁ ପ୍ରହଲ୍ଲାଦ ସହ ଇଶ୍ୱର ଭକ୍ତିରେ ଏପରି ମଗ୍ନ ହେଲେ ଯେ ସେମାନେ ଆସି ସପ୍ତର୍ଷି ହୋଇ ମଧ୍ୟ ଆମ ସ୍ଥାନ ମାଡିବସିଲେ. ପ୍ରହ୍ଲାଦ ସହ ଅନେକ ଦେବଦୂତ ପରି ମନୀଷୀ ଗଣ ଯଥା ଗାନ୍ଧି, ଗୋପବନ୍ଧୁ, ଲାଲ, ବାଲ, ପାଲ, ଲଷ୍ମଣ ନାୟକ, ବୀରସୁରେନ୍ଦ୍ର ସାଏ ଆଦି ବରପୁତ୍ର ସାଙ୍ଗକୁ ଓଡିଶା ଓ ଅନ୍ୟାନ୍ୟ ରାଜ୍ୟର ମନୀଷୀ ତଥା ବାଳକ ବାଜି ରାଉତ ପରି ସାହାସୀ ନିର୍ଭିକ ବାଳକ ହେଉ ଅବା ଧରମା ପରି ଦେଉଳ ମୁଣ୍ଡି ମାରି ବାରଶହ ବଢ଼େଇଙ୍କୁ ବଞ୍ଚେଇଥିବା ବାଳକ ହେଉ ଅବା ଭାଷା ପୃଷ୍ଠପୋଷକ ଅବା ଦେଉଳ ତୋଳି ବା କୀର୍ତ୍ତୀ ସ୍ଥାପନକାରୀ, କଳା ଭାସ୍କର୍ଯ୍ୟର ପୃଷ୍ଠପୋଷକ ତଥା ଅନେକ କର୍ମ ଓ ଧର୍ମ ଗୁଣେ ବଡ଼ ମନୀଷୀ ଗଣ ଧରାରେ ସାର ହୋଇ ତାରାମାନଙ୍କ ଜାଗା ନେଲେଣି ତ ଆମକୁ ଏବେ ସ୍ଥାନର ଘୋର ଅଭାବ. ନାଚ ଗୀତର କର୍ମଶାଳା ଚାଲିପାରୁନି. ଜହ୍ନମାମୁଁ ମଧ୍ୟ ପନ୍ଦର ଦିନ ଯାଏଁ ମୁଁହଁ ଲୁଚେଇ ରହିଲେଣି. କଣ କରିବା ଭାବି, ଲୁଣ ହାଣ୍ଡି ଖାଇବା ପରି ଚିନ୍ତା ପରା ଗଣ୍ଡି ଖାଇଲାଣି. ଏଥର ଅନ୍ୟତାରା ମାନେ କହୁଥିଲେ ଏଥର ଯିଏ ଭଲ କାମ କରି ଆସି ଆମ ଜାଗା ଦଖଲ କରିବ ତାକୁ ସିଧା ଠେଲି ଦେବା ଧରା ପୃଷ୍ଠକୁ. ସମସ୍ତେ ଏ ପ୍ରସ୍ତାବରେ ରାଜି ହୁଅନ୍ତେ ଛେଳି କୁସୁମୀ ଭାବିଲା ମୁଁ ବିକା ହୋଇ ମୁନାର ଭଲ କାମରେ ଅର୍ଥାତ ବହି ଓ ସାଇକେଲ କିଣାଯାଇପାରିବ ଭାବି ଓ କରିମ ଚାଚା ଚୋପଡା ମାଡରେ ମରି ଆତ୍ମା ସହ ସ୍ବଦେହରେ ସ୍ୱର୍ଗ ତଥା ମହାକାଶର ଗଭୀରତା ତଥା ଜହ୍ନମାମୁଁଙ୍କ ଘର କଣ ଦେଖିବି!ଏ ତାରାମାନେ ତ ମତେ ଠେଲି ଦେଇ ପୁଣି ଧରାକୁ ଛାଡ଼ିବେ ବସିଲେଣି. ଏ କୂଳ ର ହେବି ନା ସେ କୂଳ ର!ବରଂ ଘରକୁ ଫେରିଯିବି ନଚେତ ମୁନା ପରି ସହୃଦୟ ତଥା ମଣିଷପଣିଆ ଥିବା ବାଳୁତ ମଣିଷ ସାଥି କାଁହୁଁ ପାଇବି!
ଆଖି ଖୋଲି କୁସୁମୀ ଦେଖିଲା ତା ଦିବାସ୍ବପ୍ନ ଭିତରେ ବାସ୍ତବ ସତ୍ୟ ହେଉଛି କରିମ ଚାଚାଙ୍କ ଠାରୁ ଚୋପଡା ଛଡେଇ ମୁନା ଗୁହାରୀ କରୁଥିଲା କୁସୁମୀ ମୋର ଜୀବନ. ତାକୁ କେଇଟା ଟଙ୍କା ଲୋଭରେ ମାରବାକୁ ପଠେଇକି ବାପା କଣ ସବୁ ମୋ ପାଇଁ କରିପକେଇବେ କେଜାଣି କିନ୍ତୁ କୁସୁମୀ ବିନା ମୋର ଭାତ ଗୁଣ୍ଡା ପାଟିକି ଯିବନି. ମୋର ଦରକାର ନାହିଁ ନୂଆ ବହି ବରଂ ଲାଇବ୍ରେରୀ ରୁ ଆଣି ପଢିନେବି ଓ ସାଇକେଲ ବଦଳରେ ଚାଲି ଚାଲି ଶାରୀରିକ ବା୍ୟାମ କରି ମନ ମୁନ ଚୈତନ୍ୟ ଠିକ ରଖି ଭଲ ପାଠ ପଢ଼ିପାରିବି. ବାପାଙ୍କୁ ବୁଝେଇଦେବି ଏ ବର୍ଷ ଭଲ ବର୍ଷା ହେଉଛି ତ ଫସଲ ଭଲ ହେଲେ ମଣ୍ଡିରୁ ଟଙ୍କା ଆଣି ସଞ୍ଚୟ କରିନେବେ ଓ ମୁଁ ବଡ଼ ହୋଇ ମାଟ୍ରିକ ପାଶ କରି କଲେଜ ଗଲେ ସାଇକେଲ କିଣିଦେବେ. ଏବେ ତ ଯେମିତି ସେମିତି ହେଉ ବାପାଙ୍କ ସାଇକେଲ ଅଛି କିନ୍ତୁ କୁସୁମୀ ନଥିଲେ ମୁଁ କାହା ପାଇଁ କଅଁଳ ଦୁବ ଘାସ ତୋଳୁ ତୋଳୁ ତା ରଙ୍ଗ ସବୁଜ, ଆମ ଜାତୀୟ ପତାକାର ତଳ ରଙ୍ଗ ବୋଲି ମନେରଖୁଥିବି! ପୁଣି ଘାସ ଦୁବ ତୋଳୁ ତୋଳୁ, ମୁଣ୍ଡ ଉପରେ ଥିବା ଆକାଶର ବାଦଲ ଦେଖି ଜାତୀୟ ପତାକାର ମଝି ରଙ୍ଗ ଧଳା ଓ ପାଚିଲା ଧାନ ଦେଖି ସବା ଉପର ରଙ୍ଗ କମଳା ବୋଲି ମନେରଖିନେବି ଚାଚା? ତୁମେ କୁସୁମୀକୁ ମୁକ୍ତ କର. ନାଚାର କରିମ ଚାଚା କୁସୁମୀକୁ ଛାଡ଼ିଦେଇ ଥିଲେ. ବାପାଙ୍କ ପୁରୁଣା ସାଇକେଲ କ୍ୟାରିଆରରେ ବନ୍ଧା ହୋଇ କୁସୁମୀ ଏଥର ଖୁସିରେ ଘରକୁ ଫେରୁଥିଲା ଠିକ ମୁନାର ଆନନ୍ଦିତ ମନର ଆନନ୍ଦ ପରି. କୁସୁମୀର ମହାକାଶ ଗଭୀରତା ମାପିବା ନୋହିଲା.ଏବେ ତୁଳି ମୁନା ଘରେ କୁସୁମୀ ଛେଳି କୁ ଦେଖି ଖୁସି ହେଉଥିଲା.
,,,,,,,,,,,,,,,,,,
