STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଛେଳି ମନ ବୁଝିଗଲା

ଛେଳି ମନ ବୁଝିଗଲା

4 mins
0

ମହାକାଶର ଗଭୀରତା ମାପିବାକୁ କେଡେ କେଡେ ମହାକାଶଚାରୀ ମଧ୍ୟ ବିଫଳ ହେଉଥିଲା ବେଳେ ଛେଳିଟି ଭାବୁଥିଲା ମୁନା ହିଁ ତାର ବିଫଳତାର କାରଣ. ଚରି ବୁଲି ଗଲାବେଳେ ସେ ବାଟରେ ପଡୁଥିବା ସ୍କୁଲ ରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହୁଥିବା ଓ ପଢ଼ାଉଥିବା ବହୁ ଉପାଦେୟ କଥା ଛେଳି ଶୁଣିଛି. ତା ଭିତରୁ ଅନେକରେ ଏକ ଯେ ମଲେ ହିଁ ସ୍ୱର୍ଗ ଦର୍ଶନ. ସ୍ୱର୍ଗ ତ ଆକାଶ ବୋଲି ଛେଳି ବୁଝେ. ଆକାଶର ଯେତେ ଗଭୀରକୁ ଯିବ ତାହା ମହାକାଶ ବୋଲି ମଧ୍ୟ ଛେଳି ଜାଣେ. ମରିବାକୁ ହେଲେ କରିମ ଚାଚାଙ୍କ ଚୋପଡାରେ ବେକ ଛେଦନ ହିଁ ସ୍ୱର୍ଗ ଦର୍ଶନ ବା ମହାକାଶ ଗମନ ତଥା ଜହ୍ନମାମୁଁଙ୍କ ଘର ଯିବା ବୋଲି ବୁଝିଥିବା ଛେଳି ଏଇ ଘର ମାଲିକଙ୍କ ପୁଅ ମୁନାର ସ୍ନେହ ମମତାର ଡୋର ତଥା ମାୟା ମୋହର ଶିକୁଳି କାଟି ଯାଉଥିଲେ ବି ମୁନା ତାକୁ ଯିବାକୁ ଦେଉନି. ନଖାଇ ନପିଇ ଚାଚାଙ୍କ ଘରୁ ଯାଇ ତାକୁ ମୁକୁଳେଇ ଆଣୁଛି. ତା ବହି ପାକୁଳି କରିଦେଇ ରାଗ ଶୁଝେଇଲେ ମଧ୍ୟ ମୁନାର କି ଯେ ଅହେତୁକ ଦୁର୍ବଳତା ତା ପ୍ରତି ବୁଝିପାରେନା ଛେଳି ଟି. ଏଥର ସେଇ ସୁଯୋଗ ଆସିଛି. ମୁନା ବହି ଓ ନୂଆ ସାଇକେଲ କିଣା ପାଇଁ ଏଥର କରିମ ଚାଚାର ଚୋପଡା ବାଜି ସେ ଯିବ ନିଶ୍ଚୟ, ସ୍ୱର୍ଗକୁ ପୁଣି ମହାକାଶକୁ ତାପରେ ତ ସିଧା ଜହ୍ନମାମୁଁ ଘରକୁ. ଏପଟେ ମୁନାର ନୂଆ ବହି ଓ ନୂଆ ସାଇକେଲ କିଣାରେ ମୁନା ବୁଝିଯିବନିକି!
   ଅପୂର୍ବ ସୁଯୋଗ ଆସିଛି ଭାବି ଖୁଣ୍ଟରେ ବନ୍ଧା ହୋଇ ଆଁ କରି ଅନାଉ ଅନାଉ ଗୋଟାକ ପରେ ଗୋଟେ ବୋଦା ଓ ଖାସୀ ମରିଶୋଉନାଁହାଁନ୍ତି ଯେ ତାଙ୍କ ପାଳି ଯେମିତି ଆଗ ପଡି ଯାଉଛି ସ୍ୱର୍ଗ ଆଡକୁ . ଘୁମେଇ ପଡିଲା ମୁନାଘର ଛେଳି କୁସୁମୀ. ଦିବାସ୍ବପ୍ନରେ ଦେଖୁଥିଲା ତା ବେକରେ ଚୋପଡା ପଡ଼ୁ ପଡ଼ୁ ସେ ସିଧା ପାହାଡ଼ ସବୁ ଅତିକ୍ରମ କରି ତାରା ମେଳରେ ପହଞ୍ଚିଗଲା. ବଞ୍ଚିଥିଲା ବେଳେ ଥରେ ମାମୁଁଘର ବୁଲା କଥା ଭାବି ଘରୁ ଲୁଚି ପଳେଇ ଆସି ଏମିତି ପାହାଡ଼ ଚଢ଼ିଥିଲା ଯେ ବାଘ ହାବୁଡ଼ରେ ପଡିଥିଲା. ବାଘ ଯେମିତି କହିଛି କିଏ ରେ ତୁ? ବୁଦ୍ଧି ଖଟେଇ ସଙ୍ଗେ ସଙ୍ଗେ ସେ କହିଥିଲା ଯେ ମୁଁ ମେଁ ମେଁକା ମାଣିକ ରାଜା... ଶିଙ୍ଘ ଦୁଇଟି ଗୋଜା ଗୋଜା... ଏକ ଶିଂଘରେ ମଣିଷ ମାରେ... ଦୁଇ ଶିଂଘରେ ମାରେ ମୁଁ ବାଘ ପାଇଲେ ଗୋଟା. କୁସୁମୀ ଛେଳିର ଏକଥା ଶୁଣି ଆଉ କି ବାଘ ରହେ, ଡିଆଁ ମାରି ଜଙ୍ଗଲକୁ ପଳେଇଲା. ଟିକେ ପରେ ବିଲୁଆ ଲାଙ୍ଗୁଡ଼ରେ ନିଜ ଲାଙ୍ଗୁଡ଼ ବାନ୍ଧି ପୁଣି ଛେଳି ମାଉଁସ ଖାଇବା ବାସ୍ନା ଓ ଲୋଭରେ ଆସିଲା ଯେ ପୁଣି ଯେମିତି କୁସୁମୀ ଛେଳି ନିଜକୁ ପୁଣି ସେଇ ମେଁ ମେଁକା ମାଣିକିରାଜା ଇତ୍ୟାଦି ଗୀତ ଗାଇଛି, ଶେଷ ପଦକ ଶୁଣି ଏମିତି ଜୋରରେ ବାଘମାମୁଁ ଡିଆଁ ମାରିଲା ଯେ ବିଚରା ବୁଦ୍ଧିଆ ବିଲୁଆର ମଧ୍ୟ ତାକତ ନଥିଲା ନିଜ ଲାଞ୍ଜ ବଞ୍ଚେଇବା ପାଇଁ. ସେଇ ଦିନୁ ଖଣ୍ଡି ଲାଙ୍ଗୁଡ଼ି ବିଲୁଆ ଦିନରେ ନବାହାରି ରାତିରେ ଡାକେ ହୁକେ.. ହୁ. ଏବେ ଯଦିଓ ତା ଛୋଟ ଲାଞ୍ଜରେ ରୁମ ଉଠି ସୁନ୍ଦର ହେଲାଣି ତଥାପି ସେଇ ରାତିରେ ସେ ହୁକେ.. ହୁ ଡାକ ମାରି ମନେପକାଏ ଛେଳି ଭଳି ଗୋଟେ ସାହାସୀ ପଶୁର ନିର୍ଭିକପଣିଆ କଥା.ଆଉ ଏଣେ ମୁନା ଘର କୁସୁମୀ ଛେଳି ନିର୍ଭିକ ପଣିଆର ଉଦାହରଣ ସାଜିଥିଲେ ବି ଏଇ ମୁନା ଯୋଗୁଁ ଥରକୁ ଥର ମହାକାଶର ଗଭୀରତା ମାପିବାକୁ ବିଫଳ ହେଉଛି ସେ .
    ଏତିକି ବେଳେ କୁସୁମୀ ଛେଳି ଦେଖିଲା ତାରାମାନେ ପରସ୍ପର ଭିତରେ କଥା ହେଉଛନ୍ତି ଯେ ଯୋଉ ଯୋଉ ମଣିଷ ପୃଥିବୀରେ ଭଲ କାମ କଲେ ସେମାନେ ମୃତ୍ୟୁ ପରେ ଆସି ଆକାଶରେ ତାରା ହୋଇରହିଲେ. କର୍ତ୍ତ୍ତୃ, ପୁଲହ, ପୁଲସ୍ତ୍ୟ, ଅଙ୍ଗିରା, ବଶିଷ୍ଟ, ଦଧିଚି, ମରିଚି ଆଦି ଋଷିଗଣ ସବୁ ପ୍ରହଲ୍ଲାଦ ସହ ଇଶ୍ୱର ଭକ୍ତିରେ ଏପରି ମଗ୍ନ ହେଲେ ଯେ ସେମାନେ ଆସି ସପ୍ତର୍ଷି ହୋଇ ମଧ୍ୟ ଆମ ସ୍ଥାନ ମାଡିବସିଲେ. ପ୍ରହ୍ଲାଦ ସହ ଅନେକ ଦେବଦୂତ ପରି ମନୀଷୀ ଗଣ ଯଥା ଗାନ୍ଧି, ଗୋପବନ୍ଧୁ, ଲାଲ, ବାଲ, ପାଲ, ଲଷ୍ମଣ ନାୟକ, ବୀରସୁରେନ୍ଦ୍ର ସାଏ ଆଦି ବରପୁତ୍ର ସାଙ୍ଗକୁ ଓଡିଶା ଓ ଅନ୍ୟାନ୍ୟ ରାଜ୍ୟର ମନୀଷୀ ତଥା  ବାଳକ ବାଜି ରାଉତ ପରି ସାହାସୀ ନିର୍ଭିକ ବାଳକ ହେଉ ଅବା ଧରମା ପରି ଦେଉଳ ମୁଣ୍ଡି ମାରି ବାରଶହ ବଢ଼େଇଙ୍କୁ ବଞ୍ଚେଇଥିବା ବାଳକ ହେଉ ଅବା ଭାଷା ପୃଷ୍ଠପୋଷକ ଅବା ଦେଉଳ ତୋଳି ବା କୀର୍ତ୍ତୀ ସ୍ଥାପନକାରୀ, କଳା ଭାସ୍କର୍ଯ୍ୟର ପୃଷ୍ଠପୋଷକ ତଥା ଅନେକ କର୍ମ ଓ ଧର୍ମ ଗୁଣେ ବଡ଼ ମନୀଷୀ ଗଣ ଧରାରେ ସାର ହୋଇ ତାରାମାନଙ୍କ ଜାଗା ନେଲେଣି ତ ଆମକୁ ଏବେ ସ୍ଥାନର ଘୋର ଅଭାବ. ନାଚ ଗୀତର କର୍ମଶାଳା ଚାଲିପାରୁନି. ଜହ୍ନମାମୁଁ ମଧ୍ୟ ପନ୍ଦର ଦିନ ଯାଏଁ ମୁଁହଁ ଲୁଚେଇ ରହିଲେଣି. କଣ କରିବା ଭାବି, ଲୁଣ ହାଣ୍ଡି ଖାଇବା ପରି ଚିନ୍ତା ପରା ଗଣ୍ଡି ଖାଇଲାଣି. ଏଥର ଅନ୍ୟତାରା ମାନେ କହୁଥିଲେ ଏଥର ଯିଏ ଭଲ କାମ କରି ଆସି ଆମ ଜାଗା ଦଖଲ କରିବ ତାକୁ ସିଧା ଠେଲି ଦେବା ଧରା ପୃଷ୍ଠକୁ. ସମସ୍ତେ ଏ ପ୍ରସ୍ତାବରେ ରାଜି ହୁଅନ୍ତେ ଛେଳି କୁସୁମୀ ଭାବିଲା ମୁଁ ବିକା ହୋଇ ମୁନାର ଭଲ କାମରେ ଅର୍ଥାତ ବହି ଓ ସାଇକେଲ କିଣାଯାଇପାରିବ ଭାବି ଓ କରିମ ଚାଚା ଚୋପଡା ମାଡରେ ମରି ଆତ୍ମା ସହ ସ୍ବଦେହରେ ସ୍ୱର୍ଗ ତଥା ମହାକାଶର ଗଭୀରତା ତଥା ଜହ୍ନମାମୁଁଙ୍କ ଘର କଣ ଦେଖିବି!ଏ ତାରାମାନେ ତ ମତେ ଠେଲି ଦେଇ ପୁଣି ଧରାକୁ ଛାଡ଼ିବେ ବସିଲେଣି. ଏ କୂଳ ର ହେବି ନା ସେ କୂଳ ର!ବରଂ ଘରକୁ ଫେରିଯିବି ନଚେତ ମୁନା ପରି ସହୃଦୟ ତଥା ମଣିଷପଣିଆ ଥିବା ବାଳୁତ ମଣିଷ ସାଥି କାଁହୁଁ ପାଇବି!
    ଆଖି ଖୋଲି କୁସୁମୀ ଦେଖିଲା ତା ଦିବାସ୍ବପ୍ନ ଭିତରେ ବାସ୍ତବ ସତ୍ୟ ହେଉଛି କରିମ ଚାଚାଙ୍କ ଠାରୁ ଚୋପଡା ଛଡେଇ ମୁନା ଗୁହାରୀ କରୁଥିଲା କୁସୁମୀ ମୋର ଜୀବନ. ତାକୁ କେଇଟା ଟଙ୍କା ଲୋଭରେ ମାରବାକୁ ପଠେଇକି ବାପା କଣ ସବୁ ମୋ ପାଇଁ କରିପକେଇବେ କେଜାଣି କିନ୍ତୁ କୁସୁମୀ ବିନା ମୋର ଭାତ ଗୁଣ୍ଡା ପାଟିକି ଯିବନି. ମୋର ଦରକାର ନାହିଁ ନୂଆ ବହି ବରଂ ଲାଇବ୍ରେରୀ ରୁ ଆଣି ପଢିନେବି ଓ ସାଇକେଲ ବଦଳରେ ଚାଲି ଚାଲି ଶାରୀରିକ ବା୍ୟାମ କରି ମନ ମୁନ ଚୈତନ୍ୟ ଠିକ ରଖି ଭଲ ପାଠ ପଢ଼ିପାରିବି. ବାପାଙ୍କୁ ବୁଝେଇଦେବି ଏ ବର୍ଷ ଭଲ ବର୍ଷା ହେଉଛି ତ ଫସଲ ଭଲ ହେଲେ ମଣ୍ଡିରୁ ଟଙ୍କା ଆଣି ସଞ୍ଚୟ କରିନେବେ ଓ ମୁଁ ବଡ଼ ହୋଇ ମାଟ୍ରିକ ପାଶ କରି କଲେଜ ଗଲେ ସାଇକେଲ କିଣିଦେବେ. ଏବେ ତ ଯେମିତି ସେମିତି ହେଉ ବାପାଙ୍କ ସାଇକେଲ ଅଛି କିନ୍ତୁ କୁସୁମୀ ନଥିଲେ ମୁଁ କାହା ପାଇଁ କଅଁଳ ଦୁବ ଘାସ ତୋଳୁ ତୋଳୁ ତା ରଙ୍ଗ ସବୁଜ, ଆମ ଜାତୀୟ ପତାକାର ତଳ ରଙ୍ଗ ବୋଲି ମନେରଖୁଥିବି! ପୁଣି ଘାସ ଦୁବ ତୋଳୁ ତୋଳୁ, ମୁଣ୍ଡ ଉପରେ ଥିବା ଆକାଶର ବାଦଲ ଦେଖି ଜାତୀୟ ପତାକାର ମଝି ରଙ୍ଗ ଧଳା ଓ ପାଚିଲା ଧାନ ଦେଖି ସବା ଉପର ରଙ୍ଗ କମଳା ବୋଲି ମନେରଖିନେବି ଚାଚା? ତୁମେ କୁସୁମୀକୁ ମୁକ୍ତ କର. ନାଚାର କରିମ ଚାଚା କୁସୁମୀକୁ ଛାଡ଼ିଦେଇ ଥିଲେ. ବାପାଙ୍କ ପୁରୁଣା ସାଇକେଲ କ୍ୟାରିଆରରେ ବନ୍ଧା ହୋଇ କୁସୁମୀ ଏଥର ଖୁସିରେ ଘରକୁ ଫେରୁଥିଲା ଠିକ ମୁନାର ଆନନ୍ଦିତ ମନର ଆନନ୍ଦ ପରି. କୁସୁମୀର ମହାକାଶ ଗଭୀରତା ମାପିବା ନୋହିଲା.



Rate this content
Log in