Sunanda Mohanty
Children Stories Classics Thriller
ମୁନା ରଥଯାତ୍ରା ପାଇଁ ରଥ ଉପରେ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ମାଆଙ୍କ ଚିତ୍ର ଆଙ୍କିବାକୁ ନିଜ ରଙ୍ଗ ତୁଳୀ ବାକ୍ସ ଧରି ବସିପଡ଼ିଲା. ତାଳଧ୍ୱଜ ରେ ପ୍ରଭୁ ହଳଧର ବା ବଡଠାକୁର ବଳଭଦ୍ର ଦେବଦଳନରେ ମାଆ ସୁଭଦ୍ରା ଓ ନନ୍ଦିଘୋଷରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ବସେଇ ରଥ ସବୁର କପଡ଼ାରେ ତୁଳୀ ସାହାଯ୍ୟରେ ରଙ୍ଗ ଦେଉ ଦେଉ କୋଉଠି ଥିଲା ଜେଜେମାଆ ଆସି ମୁନା ପାଖରେ ବସିଗଲା ଓ ଆପଲକ ନୟନ ମେଲି ରଥଯାତ୍ରାର ଚିତ୍ର ଦେଖୁ ଦେଖୁ ଲୁହ ଗଡେଇ ଚାଲିଲା.ବିଚଳିତ ହୋଇପଡିଲେ ବି ମୁନା କିଛି କହି ପାରୁନଥିଲା କି କରି ପାରୁନଥିଲା ବରଂ ଭାବୁଥିଲା କି ତା ଚିତ୍ରପଟରେ କିଛି ତ୍ରୁଟି ରହିଗଲାକି!ଜେଜେମାଆ କିନ୍ତୁ ଅନ୍ୟ କଥା ଭାବୁଥିଲେ. ଝିଅ ଘରକୁ ଗଲାବେଳେ ପୁଅ ବୋହୁ ଓ ନାତି ସହ ସମସ୍ତେ ସ୍ୱାମୀଙ୍କ ସଙ୍ଗେ ଯାଇଥିଲେ କୋରାପୁଟ . ବାଟ ସାରା ଜେଜେମାଆ ଭାବୁଥିଲେ ଠାକୁର ଘରେ ଜଗନ୍ନାଥଙ୍କ ନାକଚଣାମାଳ ପୂଜା ପାଆନ୍ତି ଓ ଅଖଣ୍ଡ ଦୀପ ବସନ୍ତି. ଏତେବାଟ ଆସିଲେ ପୁଣି ଫେରୁ ଫେରୁ ମାସେ କି ପନ୍ଦର ଦିନ କି ଆଠ ଦିନ ଯାଉଛି କିଛି କହିହେଉନି. ହେ ପ୍ରଭୁ କ୍ଷମା କର କହି ଦୀପରେ ସଳିତା ତେଜି ଦୀପତେଲ ଦୀପେ ପକାଇ ଆସିଥିଲେ ସତ ହେଲେ ଦିନେ ଦି ଦିନ ପରେ ସରିଯିବ ଭାବି ଝିଅ ଘରେ ଦୀପ ବସେଇଚାଲିଥିଲେ . ଝିଅ ଘରେ ବୁଲାଚଲା,ଖିଆପିଆ, ହସଖୁସି ଭିତରେ ପନ୍ଦର ଦିନ କୁଆଡେ କଟିଗଲା ଜଣା ପଡ଼ିନଥିଲା. ପୁଣି ଷୋହଳ କି ସତର ଦିନକୁ ଟିକେଟ ବୁକ କରି ବସ ରେ ବସିଲେ ସମସ୍ତେ ଯେ ଲଷ୍ମୀପୁର ଘାଟି ପାର ହେବା ପରେ ପରେ ଆଉଗୋଟିଏ ଘାଟିରେ ବସ ପଶିଛି କି ନାହିଁ ରାସ୍ତା ଜାମ. ଅଟକି ଗଲା ବସ. ସ୍ୱାମୀଙ୍କର ଓ ନାତି ମୁନା ର ଓକାର ସହ ବାନ୍ତି ସେତେବେଳକୁ . ହେ ପ୍ରଭୁ ଜଗନ୍ନାଥ ରକ୍ଷା କରନ୍ତୁ ଡାକୁ ଡାକୁ କଣ୍ଡକ୍ଟର କହୁଥିଲେ ଏଇଠି ଆଜି ରାତି ପାହି ସକାଳ ହେବ. ସକାଳ ପାହିଲେ ସିନା ଡୋଜର ମେସିନ ଆସି ଘାଟି ରାସ୍ତା ଜାମ କରିଥିବା ଟ୍ରକକୁ ସିଧା କଲେ ଏପଟୁ ଓ ସେପଟୁ ଅପେକ୍ଷା କରିଥିବା ଗାଡି ଗୁଡିକୁ ଯିବା ପାଇଁ ରାସ୍ତା ମିଳିବ!ଡ୍ରାଇଭର ମଧ୍ୟ ତଦ୍ରୁପ କଥା କହୁଥାନ୍ତି ଯେ ଏତେବଡ ଗାଡି କଣ କଟିବ!ହେଲେ ଅଟକି ଥିବା ବସ ସବୁ ଭିତରେ ଫଶି ରହିଥିବା ଯାତ୍ରୀଙ୍କ ଭିତରୁ ଅନେକ ହାତରେ ହାତ ମିଳେଇଲେ.ମୋଡ଼ ବା ବାଙ୍କ ରେ ଥିବା ଲଟା ବୁଦା ଓ ବଡ ବଡ଼ ଗଛର ଡ଼ାଳ କାଟିଲେ ପୁଣି ତାଙ୍କ ଭିତରୁ ଜଣେ ଡ୍ରାଇଭିଙ୍ଗ ଜାଣିଥିବା କଳା ସିନା ସୁଗଠିତ ତନୁ ବହନ କରିଥିବା ଯୁବକ ଆଗରେ ଥିବା ଗାଡିରୁ ସବୁ ଯାତ୍ରୀଙ୍କୁ ଓଲ୍ହେଇ ବୁଲାଣିରେ ବସ ଗଡେଇଲେ. ଲୋକେ ଜୟ ଜଗନ୍ନାଥ ବୋଲି ହରିବୋଲ ହୁଳହୁଳି ଦେଉଥାଆନ୍ତି. ବହୁ ଧୀରେ ଧୀରେ, ଧୀର ପାଣି ପଥର କାଟେ ପରି ସେ ଅନଭିଜ୍ଞ ଡ୍ରାଇଭର ଅଭିଜ୍ଞ ଡ୍ରାଇଭର ପରି ବସ ପାର କରିଦେଲେ. ଏଥର ସାହାସ ମିଳିଲା. ଜୟ ଜଗନ୍ନାଥଙ୍କ ଜୟ ଧ୍ୱନି ସାଙ୍ଗକୁ ହରିବୋଲ ହୁଳହୁଳି ଭିତରେ ଜେଜେମାଆ ଓ ତାଙ୍କ ପରିବାର ବସିଥିବା ବସର ଡ୍ରାଇଭର ମଧ୍ୟ ସମସ୍ତ ଯାତ୍ରୀଙ୍କୁ ତଳକୁ ଓଲ୍ହେଇ ବସ ଧୀରେ ଧୀରେ କଚ୍ଛପ ଗତିରେ ଆଣି ଜିତି ଯାଇ ପାର କରିଦେଲେ. ସେତେବେଳକୁ ଜେଜେମାଆ କାନ୍ଦି ପକେଇ ଥିଲେ. ଚାରି ଘଣ୍ଟା ଅଟକିଲା ପରେ ଘରେ ଆସି ଚାରିଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ସମସ୍ତେ. ଘରେ ପହଞ୍ଚୁ ପହଞ୍ଚୁ ଜେନ ତେନ ପ୍ରକାରେଣ ଗାଧେଇ ପଡି ଜେଜେମାଆ ଠାକୁର ଘର ଫିଟେଇ ଡାକ ଛାଡୁଥିଲେ ସମସ୍ତଙ୍କୁ ଯେ ଦେଖିବ ଆସ ପନ୍ଦର ଦିନ ଉପରେ ହେଲାଣି ଜାଳି ଦେଇ ଯାଇଥିବା ଅଖଣ୍ଡ ଦୀପ ଅତି ମିଞ୍ଜି ମିଞ୍ଜି ଅବସ୍ଥାରେ ଜଳୁଥିଲା ତଥାପି. ମୁନାକୁ ଛାଡି ସମସ୍ତେ ସେଦିନ କାନ୍ଦି ପକେଇଥିଲେ. ଆଜି ମୁନା ଆଙ୍କିଥିବା ତୁଳୀ ଓ ରଙ୍ଗରେ ରଥରେ ଚତୁର୍ଦ୍ଧାଙ୍କୁ ଦେଖି ସେହି କଥା ମନେପକାଇ ଜେଜେମାଆ କାନ୍ଦୁଥିଲେ ତ ଲୁହ ଟୋପା ଗୁଡା ଖସି ମୁନା ଚିତ୍ରପଟ ଉପରେ ପଡିବାରୁ ନାତି ପାଟି କରି ଉଠିଥିଲା. ଗଲା ଗଲା ମୋର ତଥା ମୋ ପରିଶ୍ରମ ସହ ମୋ ତୁଳୀ ଓ ରଙ୍ଗର ମିଶ୍ରଣ ସବୁ ଗଲା. ଚମକି ପଡିଲେ ଜେଜେମାଆ ଓ କାନ୍ଦ ବନ୍ଦ କରି ମୁନାର କାନଭାସ ଉପରକୁ ଉହୁଁଙ୍କି ପଡି ଦେଖିଲେ. ଲୁହରେ ରଙ୍ଗ ମିଶି ଆପଣାଛାଏଁ ଦୀପଟିଏ ହୋଇଯାଇଛି. ମୁନା ଖୁବ ଖୁସି. ଜେଜେମାଆ କିନ୍ତୁ ପ୍ରସ୍ତୁତ ହେଉଥିଲେ ଭକ୍ତି ଓ ଭାବ ନେଇ ରଥଯାତ୍ରା ଦେଖିଯିବା ପାଇଁ. ଏବର୍ଷ ରଥ ଉପରେ ପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମୀ ସହ ଆନ୍ତରିକତାର ଲୁହ ଟୋପେ ଦେଇ ଧନ୍ୟବାଦ ଜଣେଇବେ. ସେ ଦିନ ଆସିଗଲା. ସମସ୍ତେ ବଡଦାଣ୍ଡରେ ରଥଟଣା ଦେଖୁ ଦେଖୁ ନନ୍ଦିଘୋଷ ରଥରେ ଜଗନ୍ନାଥଙ୍କ ବଦଳରେ ସେଦିନର ସେହି କାଳିଆ ସୌମ୍ୟ ଯୁବ ଡ୍ରାଇଭରକୁ ଦେଖି ପୁଣି କାନ୍ଦି ଉଠିଲେ ଜେଜେମାଆ ତ ଜେଜେ ତାଙ୍କୁ ବୁଝାଉଥିଲେ ସେଦିନ ଦେଖିବ ବୋଲି କେତେ ଖୋଜିହୋଇ ପାଇନଥିଲ ବୋଲି କାଳିଆ ଠାକୁର ଜାଣିପାରି ତୁମକୁ ତାଙ୍କ ନିଜ ଭିତରେ ସେହି ଉପକାରୀ ଲୋକର ଦର୍ଶନ ଦିଆଇଛନ୍ତି. ହେ ସେ ନିଜେ ପରା ଜଗନ୍ନାଥ କହୁଥିଲେ ଜେଜେମାଆ ତ ମୁନା ଏସବୁ କିଛି ନବୁଝି ପଲ୍ଲିଶ୍ରୀ ମେଳାରୁ ତୁଳୀ ଓ ରଙ୍ଗ ଖୋଜି କିଣିବାକୁ ଜିଦ କରି ଚାଲିଥିଲା ବାପା ଓ ମାଆ ନିକଟରେ.
ଆକାଶକୁସୁମ
ଛେଳି ପାଇଁ ଅଳି...
ଛେଳି ମନ ବୁଝିଗ...
ରଙ୍ଗ ତୁଳୀର ଠା...
ଜହ୍ନମାମୁଁ ଘର ...
ମେଁ ମେଁକା ମାଣ...