STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଜହ୍ନମାମୁଁ ଘର ବୁଲା

ଜହ୍ନମାମୁଁ ଘର ବୁଲା

2 mins
0

ବନ୍ଧା ହୋଇଥିବା ଛେଳି ସବୁଦିନ ତା ମାଲିକାଣୀ ତାଙ୍କ ପୁଅ ମୁନାକୁ ଶୁଆଇଲା ବେଳେ କି ଖୁଆଇଲା ବେଳେ ଅବା ବେଳ ଅବେଳାରେ ଗାଉଥିବା ଆ ଜହ୍ନମାମୁଁଶରଗ ଶଶୀ... ମୋ କାଁହ୍ନୁ ହାତରେ ପଡ଼ରେ ଖସି ଗୀତଟି ଶୁଣେ. ଏମିତି ଶୁଣି ଶୁଣି ଜହ୍ନମାମୁଁ ଘରକୁ ଯିବାକୁ ତାର ଖୁବ ମନ ହୁଏ ତ କାହାକୁ ମନକଥା କହିବ ଭାବି ଚୁପ ରୁହେ. ଏବେ ମୁନା ବଡ଼ ହେଲାଣି ତା ସହିତ ତା ଛୋଟ ଛୋଟ ଛୁଆ ଛେଳିଙ୍କୁ ଖୁବ ଭଲପାଏ ସେ. କଅଁଳ ଘାସ, ଦୁବ, ପତ୍ର ଆଣିଦିଏ. ମାଆ ଓ ଦୁଇଛୁଆଙ୍କ ବେକରେ ଘାଗୁଡ଼ି ବାନ୍ଧିଦିଏ ପୁଣି ତା ବୋଉର ଟିକିଲି ଆଣି ମାଆ ଛେଳି କୁସୁମୀ ଓ ତା ଦୁଇଛୁଆ କେତକୀ ଓ କୌତୁକି, ତିନିଜଣଙ୍କ ମଥାରେ ଦେଇ ଗୀତ ଗାଉଥାଏ, ଆ ତତେ ମୁଁ ଚାନ୍ଦ ରାଇଜକୁ ବୁଲାଇ ନେବି ତ ମାଆ କୁସୁମୀର ମନ ପୁଣି ଜହ୍ନମାମୁଁ ଦେଶକୁ ଯିବାକୁ ବେଗ୍ର ହୁଏ. କାହାକୁ କହିନପାରି ଚନ୍ଦ୍ର ପକ୍ଷ ରାତି ରେ ଗୁହାଳ ଭିତରୁ ଜହ୍ନକୁ ଅନେଇ କେତେ କଥା ଭାବୁଥାଏ.
   ରବିବାର କୁ ରବିବାର ମାଆ ଓ ତା ଦୁଇଛୁଆ ଛେଳିଙ୍କୁ ଗୋଠ ରେ ନଛାଡି ମୁନା ନିଜେ ଛେଳି ଚରେଇବାକୁ ତୋଟାକୁ ଯାଏ ଓ ସେଇଠି ପାଠ ପଢେ. ମାଆ ଛେଳି କୁସୁମୀ ର ଆଖି ମୁନା ବହି ଉପରେ. ମୁନା ଯେବେ ବଡ଼ ପାଟି କରି ସବୁ ବିଷୟ ପଢେ, ଯେମିତିକି ତା ପିଲାଦିନେ ଛବିଳମଧୁ ବର୍ଣ୍ଣବୋଧରୁ ବାଘମାମୁଁ କଥା ପଢେ ସେତେବେଳେ ଛେଳି ଭାବେ ଜହ୍ନତ ମାମୁଁ ଏ ବାଘ ମାମୁଁ ପୁଣି କିଏ. ମୁନା ଯେବେ ବୋଲୁଥାଏ ହାତୀ ପିଠିରେ ବାଘ ବସିଛି ବାଘ ଉପରେ ଛେଳି, କଥା ଆକାରରେ ଏହି ଗୀତ ଛେଳିକୁ ଆମୋଦିତ କରେ ହେଲେ ମୁନା ଏବେ ବଡ଼ ହେଲାପରେ ଚନ୍ଦ୍ରପୃଷ୍ଟରେ ପ୍ରଥମ ପ୍ରାଣୀ ଲାଇକା ନାମ୍ନୀ କୁକୁର ଶୁଣି ମନ ଦୁଃଖ କରେ ଭାବେ ମୋ ମାଲିକ ଯଦି ଜଣେ ବୈଜ୍ଞାନିକ ହୋଇଥାଆନ୍ତେ ତେବେ ମତେ ନିଶ୍ଚୟ ଜହ୍ନମାମୁଁ ଘର ପ୍ରଥମେ ଦେଖେଇଥାଆନ୍ତେ. ପୁଣି ଯେବେ ଲାଇକା ମରିଯାଇଥିବା ଶୁଣେ ମନଦୁଃଖ କଲେ ମଧ୍ୟ ଥରେ ଜହ୍ନ ଦେଶକୁ ଯିବାକୁ ତାର ଭାରି ମନ. ଏମିତିକି ତାର ଦୁଇ ଛୁଆ ଯେବେ ବିକ୍ରୀ ହୋଇଗଲେ ମୁନା କାନ୍ଦି କାନ୍ଦି କହୁଥିଲା ଯା ଜହ୍ନମାମୁଁ ଘରେ ରହିବୁ ତ ମାଆ ଛେଳିର ଥନ ଫାଟି କ୍ଷୀର ଭାସିଯାଉଥିଲେ ବି ସେ ଭାବୁଥିଲା ତା ଛୁଆ ଦୁହେଁ ପୁଣ୍ୟ କରିଥିଲେ ବୋଲି ତା ମାଆ ଜହ୍ନ ଦେଶ ନଦେଖୁଣୁ ସେମାନେ ଦେଖିଲେ.
   ଏଥର ଛାଡ଼ଖାଇରେ କୁସୁମୀ ଛେଳିର ପାଳି ପଡିଲା. ଜହ୍ନମାମୁଁ ଦେଶ ଦେଖିବ ବୋଲି ତାକୁ ବୋଧହୁଏ ସେଇ ଚାଚା ସଙ୍ଗେ ଛାଡ଼ଗଲା ହେଲେ ମୁନା ସ୍କୁଲରୁ ଫେରି କୁସୁମୀ ନଥିବା ଜାଣି ନଖାଇ ନପିଇ ରହିମ ଚାଚା ଘରୁ ତାକୁ କାହିଁକି ଯେ ମୁକୁଳେଇ ନେଲା ଜହ୍ନମାମୁଁ ଦେଶ ଓ ଘର ବୁଲିବା ତା ଭାଗ୍ୟରେ ନଥିଲା. ମୁନା ଯୋଗୁଁ ସେ ସେଥିରୁ ବଞ୍ଚିତ ହେଲା ଭାବି କୁସୁମୀ ଛେଳି ମୁନାର ବହିଟିକୁ ପାକୁଳି କରି ଜହ୍ନ ଦେଶକୁ ଖାଇଦେଲା ଭାବୁ ଭାବୁ ମୁନା ଯେ ତାକୁ ଖୁବ ଭଲପାଏ ବୁଝିବାକୁ ତାକୁ ବାକି ନଥିଲା. ଜହ୍ନମାମୁଁ ଯେମିତି ଆକାଶରେ ମୁନା ସେମିତି ତା ପାଇଁ ଏଇ ଘରେ ବୋଲି କୁସୁମୀ ବୁଝିଯାଇ ମୁନା ଆଣିଥିବା କଅଁଳ କଅଁଳ ଦୁବାଘାସ ଖାଉ ଖାଉ ଭାବୁଥିଲା ମୁନା ରେ ତୋ ବହି ଖାଇଦେଲି ସିନା ଜହ୍ନମାମୁଁ ଦେଶକୁ ଯିବାରେ ମୋର ବାଧକ ସାଜିଲୁ ବୋଲି କିନ୍ତୁ ତତେ ବି ମୁଁ ଖୁବ ଭଲ ପାଏ. ତୁ ହିଁ ମୋ ଜହ୍ନ ଓ ଏ ଘର ମୋ ଜହ୍ନରାଇଜ.



Rate this content
Log in