STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଚିରା ନୋଟ

ଚିରା ନୋଟ

4 mins
0

ପ୍ରକୃତି ଆଜି କ୍ଷୟ ଅଭିମୁଖେ. ଯେତେ ସରଂକ୍ଷଣ କଲେ କଣ ହେବ ସବୁକିଛି କ୍ଷୟ ଅଭିମୁଖେ. ନଚେତ ଋତୁରେ ଅନିୟମିତତା, ଝଡ଼, ବର୍ଷା, ବାତ୍ୟା, ବନ୍ୟା, ମରୁଡି ସହ ସୁନାମୀ ଓ ଦୈବ ଦୁର୍ବିପାକ ହେଉନଥାନ୍ତା ଏତେ. ତେବେ ଯୋଉ ଶୁଣା ଯାଉଛି ତଥା ଆଲୋଚନା ହେଉଛି ଯେ ମଣିଷ ପାଇଁ ସବୁ କିଛି ଅବକ୍ଷୟ ହେଉଛି ତାହା କେତେକାଂଶରେ ସତ ହେଉଛି ସତ ଯେମିତିକି ଜଙ୍ଗଲ କଟା, ଗଛ ନଲଗେଇବା ବରଂ ଗଛ ହାଣି ସେ ସ୍ଥାନରେ କଂକ୍ରିଟ ଘର ବା ସହର ଗଢିବା, ପାଣିର ଦେଖିଚାହିଁ ବ୍ୟବହାର ନକରିବା ଓ ଗଡିଆ ପୁଷ୍କରିଣୀ ଜଳ କୁ ଅପରିଷ୍କାଏ କରିବା ଇତ୍ୟାଦି ଗୁଣ ଗୁଡିକ ଦୃଷ୍ଟି ଗୋଚର ହୁଏ ମଣିଷର . ପୁଣି ପର ଝିଅ ବୋହୁଙ୍କ ପ୍ରତି ଦୁଷ୍କର୍ମ ପରି ଅମାନବୀୟ କାଣ୍ଡ କାରଖାନାରେ ଆଜି ଖବର କାଗଜ ପୃଷ୍ଠା ସବୁ ସମୃଦ୍ଧ ଏବଂ ସତ ମଧ୍ୟ . ତଥାପି ଏଇ ମଣିଷମାନଙ୍କ ପାଇଁ କେତେ କେତେ ଐଶ୍ଵର୍ଗିକ ଭାବନା ନିହିତ ଜାନି ଜାତ, ତୀର୍ଥ, ସଂକୀର୍ତ୍ତନ, ପର୍ବ ପାଳନ ନହୁଏ ବୋଲି କିଏ କହିବ!ଦୋଳ ପୂର୍ଣ୍ଣମୀରେ ଠାକୁରଙ୍କ ଦୋଳ କାନ୍ଧେଇ ସାଇ ସାଇ ବୁଲିବା ହେଉ ଝୁଲଣ ଜାତ ହେଉ ଅବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଠାକୁରଙ୍କ ପହଣ୍ଡି କରିବା, ରଥ ଉପରେ ଚତୁର୍ଦ୍ଧାଙ୍କୁ ଚାରମାଳ ଦେଇ ଆଣି ରଥାରୁଢ଼ କରିବା ପରି ଅନେକ ଐଶ୍ଵର୍ଗିକ କାର୍ଯ୍ୟ ଏଇ ମଣିଷଙ୍କ ଦ୍ୱାରା ସମାପନ ହୁଏ,ତଥାପି ଭଗବାନ ମଣିଷ ରୂପୀ ଏ ପୁରୁଷ ଓ ସ୍ତ୍ରୀ ଜାତି ପ୍ରତି ଏତେ ନିର୍ଦ୍ଦୟ କାହିଁକି କେଜାଣି!ସ୍ତ୍ରୀ ଲୋକମାନେ ଲଷ୍ମୀ ପୂଜା କରି ମାଣ ବସାଉଛନ୍ତି ବଳରାମ ଦାସ ଲିଖିତ ଲଷ୍ମୀ ପୁରାଣ ବୋଲି ଜନଜାତିଙ୍କୁ ଜାଗ୍ରତ କରୁଛନ୍ତି ପୁଣି ପ୍ରତ୍ୟେକ ନାରୀ ମାଆ ହୋଇ ଗର୍ଭବେଦନା ସହ୍ୟ କରି କନ୍ୟା ଓ ପୁତ୍ର ସନ୍ତାନ ପ୍ରସବ କରି ଦେଶ ଦୁନିଆଁକୁ ଆଗେଇ ନେଲାବେଳେ କିଏ ସୈନିକଟିଏ ତ କିଏ କୃଷକଟିଏ ହେଇ ସେବା ଯୋଗାଉଛି.ପୁଣି କାହାର ବାପା ମାଆ ଅଦିନରେ ଚାଲିଯିବାରୁ ଅରକ୍ଷିତ କି ବାଇଆ ପରି କିଏ ଅନାଥଶ୍ରମରେ ବଡ଼ ହେଉଛି ତ କିଏ ଆମ ଗାଁ ବାଇଆ ପରି ଦାଣ୍ଡ ଦୁଆର ଶୁଣ୍ଢି ପିଣ୍ଢା ହେଉଛି ବୋଲି ଭାବୁ ଭାବୁ ପଦ୍ମା ଦୀର୍ଘନିଶ୍ଵାସଟିଏ ଛାଡିଲେ. ଯାହା ହେଉ ସେ ବାଇଆକୁ ପଖାଳ ମୁଠେ ବାଢିଦେଇ ନିଜକୁ ଓ ନିଜ ପରିବାରକୁ କ୍ଷୟ ଅଭିମୁଖରୁ ବଞ୍ଚାଇ ରଖିଛନ୍ତି ବୋଲି ଭାବୁଥିଲେ ପଦ୍ମା.
       ବିଚରା ବାୟା ଅନାଥ ହେବା ପୂର୍ବରୁ କେଡେ ଖୁସିରେ ଥିଲା. ମାଳ ଅପା ଓ ବିଭୁତି ଭାଇ କେତେ ଓଷା ବ୍ରତ ଓ ଦିଅଁ ଦେବତା କରି ପୁଅ ପାଇଥିଲେ ବୋଲି ଛାତି କୁଣ୍ଢେମୋଟ ହୋଇଯାଉଥିଲା ତାଙ୍କର କିନ୍ତୁ ପାଞ୍ଚ ବର୍ଷର ବାୟାକୁ ଅନାଥ କରି ବାପା ମାଆ ଦୁହେଁ କରୋନାରେ ଚାଲିଗଲା ପରେ କିଛି ବର୍ଷ ବୁଢ଼ୀମାଆ ହେପାଜତରେ ବାୟା ବଡ଼ ହେଉ ହେଉ ସ୍କୁଲ ଗଲା ହେଲେ ବୁଢ଼ୀ ପାରୁନଥିଲା ତ ବାଇଆ ହୋଇଗଲା ବୁଢ଼ୀ ଭାଷାରେ ଅଲେକ୍ଷଣା ତଥା ଅରକ୍ଷିତ . ବାପା ମାଆଙ୍କୁ ଖାଇଲୁ ମତେ ଯାହା ମରଣ ହେଉନି କହି ଏକୋଇରବଳା ବିଶିକେଶନକୁ ଗାଳି ଦେଉ ଦେଉ ସେ ସତକୁ ସତ ଅରକ୍ଷିତ ହୋଇଗଲା. ବୟସ ବ୍ୟାଧିରେ ପଡି ବୁଢ଼ୀ ଯିବା ପରେ ବାୟାର ସବୁ ହାଟ,ବାଟ ଓ ନାଟ ବନ୍ଦ ହୋଇଗଲା. କିଶୋର ରୁ ଯୁବକ ହେଉ ହେଉ ସେ ହେଲା ନିରିମାଖିଆ, ବାରବୁଲା ସିନା କିନ୍ତୁ ଗାଁ ଗୋଟାକର କାମ କରେ. ଦିଅଁ ଦେଉଳ, ଫୁଲତୋଳା, ଦିଅଁ କାନ୍ଧୁଆ, ଭୋଜି ଭାତ, ବାହା ପୁଆଣି, ମଡ଼ା ମୂର୍ତ୍ତିକାର ସବୁ ଭିଡ଼ଭାଡ଼ କାମରେ ବାଇଆ ଲୋଡ଼ା କିନ୍ତୁ ପନ୍ତିରେ ବସିଲା ବେଳେ କିଏ ତାକୁ ଖୋଜୁ ନଖୋଜୁ କିନ୍ତୁ ପଦ୍ମାଙ୍କ ଘରେ ବଳିପଡିଥିବା ପଖାଳ ମୁଠେ ଦିମୁଠା ତାକୁ ଖୋଜନ୍ତି. ଲଗେଇ ଖିଆ ଯାହା ହେଉ ନହେଉ ତାର ଚାଲିଯାଏ. ଗୁଣ୍ଢା ଗଣି ଖାଇବାକୁ ତାକୁ ବେଳ ନଥାଏ. କାହାର କୋକେଇ ବନ୍ଧା ହେବ ତ କାହା ପାଲିଙ୍କି ଉଠିବ. କୋଉଠି ରାମ ନାମ ସତ୍ୟ ହେ ଶୁଭୁଥିବ ତା ପାଟିରୁ ତ କୋଉଠି ହାକୁମ ଧାଵଲ ଶୁଭୁଥିବ.
    ଏବେ ପଦ୍ମା ସ୍ୱାମୀଙ୍କ ସଙ୍ଗେ ପୁଅ ପାଖେ କଲିକତାରେ ମାସେ ଓ ଝିଅ ପାଖେ କୋରାପୁଟରେ ମାସେ ରହି ବସରେ ଫେରୁଥିଲା ବେଳେ ବାଇଆ କଥା ଭାବୁଥିଲେ. ଅରକ୍ଷିତ କଣ ଖାଉଥିବ କିଏ ଦେଉଥିବ କି ନଦେଉଥିବ ଭାବୁ ଭାବୁ ଘାଟିରେ ବସ ଅଟକିଗଲା. ସାଢେ ଚାରିଘଣ୍ଟା କାଳ ବସ ଅଟକିଯିବା ଭିତର ପଦ୍ମା ଭାବୁଥିଲେ କୋଉ ଐଶ୍ଵର୍ଗୀକ ଶକ୍ତିର ଅବକ୍ଷୟ ହେବାରୁ ନିଶ୍ଚୟ ଏ ବିପଦ ତ ସ୍ୱାମୀ ଠିକ ଓଲଟା କହୁଥିଲେ ଯେ ସେକଥା ନଭାବି ଭାବ ଯେ କୋଉ ପୁଣ୍ୟ ବଳରେ ଘାଟିରୁ ଗାଡି ଗଡିଆସିଲା ନହେଲେ ସେ କଣ୍ଡକ୍ଟର ପରା କହୁଥିଲା ଏମିତି ଥରେ ଥରେ ଗାଡି ଜାମ ହୋଇଯାଇ ରାସ୍ତା ସଫା ହେଲାବେଳକୁ ରାତି ପାହି ଦିନ ଆଠ କି ଦଶ କି ବାର ହୁଏ. ହସ ଉକୁଟି ଆସୁ ଆସୁ ଦିନ ବାରଟା ସୁଦ୍ଧା ଗାଁ ଛକରେ ଓଲ୍ହେଇ ଅଟୋରେ ବସି ଘରେ ପହଁଞ୍ଚି ପଇସା ଦେଲାବେଳକୁ ଚିରା ପଚାଶ ଟଙ୍କିଆ ନୋଟ କେଇଟି କଣ୍ଡକ୍ଟର ଧରେଇଛି. ତମେତ ସବୁବେଳେ ଘୁମେଇବ ଆଉ କଣ୍ଡକ୍ଟର ମତେ ବୁଢ଼ୀ ମାଇପି ଦେଖି ଠକିବନି ଆଉ କାହାକୁ ଠକିବ କହି ଗରଗର ହୋଇ ଅଟୋକୁ ପଇସା ଦେଲା ବେଳକୁ କୁଆଡେ ଥିଲା ବାଇଆ ଦଉଡି ଆସିଲା. ଜିନିଷ ପତ୍ର ବୋହି ତଳୁ ଉପର ଘର ଯାଏଁ ନେଲା. ହସ ହସ ହୋଇ ବସିଗଲା ତ ପଦ୍ମା କହିଲେ କେତେ କଷ୍ଟରେ ଘାଟିରୁ ଆଜି ଧର୍ମ ବଳରେ ପାର ପାଇ ଆସିଲୁ ଯେ ରନ୍ଧାବଢ଼ା ଡେରି ହେବ ତୁ ଏ ଟଙ୍କା ନେଇ ଯା ବାହାରେ କୋଉଠି କଣ ଖାଇନେବୁ. ମୁଣ୍ଡ ହଲେଇ ଖୁସିରେ ବାୟା ଚାଲିଗଲା ପରେ ସ୍ୱାମୀ କହୁଥିଲେ ହଉ ଦେଲ ସେ ଚିରା ପଚାଶ ଟଙ୍କିଆ ନୋଟ ଦୁଇ ଖଣ୍ଡ . ତୁମେ ରନ୍ଧାବଢ଼ା କରୁ କରୁ ମୁଁ ବ୍ୟାଙ୍କ ଯାଏ. ହେଲେ ସେଇ ଟଙ୍କା ତ ମୁଁ ବାଇଆ କୁ ଦେଲି. ତାକୁ ଦେଇ କୋଉ ପୁଣ୍ୟ କଲ ନା ତୁମର ମତି ଗତି କ୍ଷୟ ଆଡକୁ ଗଲାଣି ବୁଝିପାରୁନି ମୁଁ. ସ୍ୱାମୀ ସେତିକି କଥା ପଦ୍ମାଙ୍କ ଉପରକୁ ଫୋପାଡି ଦେଇ ଖାଇ ପିଇ ହଜମ କରିବାକୁ ଘୁଙ୍ଗୁଡ଼ି ମାରୁଥିଲା ବେଳେ ପଦ୍ମା ଖାଇପାରୁନଥିଲେ. କୋଉ ଗାଁ ଦୋକାନୀ ବାଇଆଠୁ ଚିରା ନୋଟ ନେଇ ତାକୁ ଭାତ ପରଷିବ ଭାବୁ ଭାବୁ କାଲି ତାକୁ ପେଟପୁରା ଖାଇବାକୁ ଦେଇ ନିଜ ନୈତିକତା କ୍ଷୟର ଭରିଣା କରିବାକୁ ଚାହିଁଥିଲେ ବି ବାଇଆ ଆସୁନଥିଲା. ସ୍ୱାମୀଙ୍କୁ କହିବାର ସାହାସ ନଥିଲା ତ ପଦ୍ମା ଏଘର ସେଘର ହେଇ କେବେ ଝରକା ଦେଇ ତ କେବେ କବାଟ ଦେଇ କାହା ଆଗମନକୁ ଅପେକ୍ଷା କରି ରହିଥିଲେ କେବଳ ମାତ୍ର.



Rate this content
Log in

Similar oriya story from Tragedy