ପରିବାର ହିଁ ଛତା
ପରିବାର ହିଁ ଛତା
ଟ୍ରେନରେ ଯାତ୍ରା କଲାବେଳେ ଜଣେ ଜଣେ ଭିକାରୀ ଏମିତି ସୁଲଳିତ କଣ୍ଠରେ ଭଜନ ପରିବେଷଣ କରନ୍ତି, ସୁପର ସିଙ୍ଗର ମଧ୍ୟ ସେମାନଙ୍କ ପାସଙ୍ଗରେ ପଡ଼ିବନି. ସେମାନେ ବୋଧହୁଏ ତାଙ୍କ ଗରିବୀ ଓ ଅପରିମାଣ ଦର୍ଶିତା ପାଇଁ ଅଟକି ଯାଇଛନ୍ତି ପ୍ଲାଟଫର୍ମ ଜୀବନ ଭିତରେ ବୋଲି ଭାବେ ବିକାଶ. ଅବଶ୍ୟ ଗରୀବ ନହେଲେ ପ୍ଳା୍ଟଫର୍ମରେ ଜୀବନ ବିତେଇବା ସମ୍ଭବ ନୁହେଁ. ତଥାପି ଜଣେ ଦି ଜଣ ଲୋକଙ୍କୁ ଗରୀବ ଭାବି ଠୋକର ଖାଇଛି ବିକାଶ. ନିଜର ପୁରୁଣା ସାର୍ଟ ପ୍ୟାଣ୍ଟ ସବୁକୁ ଜଣକୁ ଜାଚିକି ଦେବାରେ ମନା କରିଦେଇଥିଲା ଲୋକଟି କହିକି ଯେ ମତେ ହେବନି ଆଜ୍ଞା ଆପଣଙ୍କ ପୋଷାକ. ଆଉଥରେ ବିକାଶ ଦେଖିଥିଲା ମନ୍ଦିର ସାମ୍ନାରେ ବସିଥିବା ସ୍ତ୍ରୀ ଲୋକଟିଏ ହାତ ପତେଇ ଯିବା ଆସିବା କରୁଥିବା ଦର୍ଶନାର୍ଥୀଙ୍କୁ କିଛି ମାଗୁଛି ତ ବିକାଶ ଦୀପ କିଣି ସାରିବା ପରେ ପକେଟରୁ ଦୁଇ ଟଙ୍କିଆ କଏନଟିଏ ସ୍ତ୍ରୀ ଲୋକ ହାତକୁ ପକାଇ ଦେଇଥିଲା ତ ସେ ଫୋପାଡି ଦେଇଥିଲା କଏନଟିକୁ. ଅଭିଭୂତ ହେଲେ ବି ବିକାଶ ବୁଝି ପାରିନଥିଲା ସ୍ତ୍ରୀ ଲୋକଟିର ମାନସିକତାକୁ. ସେବେଠାରୁ ସେ ଆଉ କାହାକୁ ରେଜା ପଇସା ଦେଇନି, ଏମିତିକି କେତେଟା ଜାଗାରେ ଦୁଇଟଙ୍କିଆର ମୂଲ୍ୟ ହୁଏତ ତାଙ୍କ ପାଇଁ ଖୁବ ବେଶୀ ଜରୁରୀ ବୋଲି ଅନୁଭବ ହୋଇଛି. କେତେ କିଏ ଆସ୍ତି ସୂଚକ ମନ୍ତବ୍ୟ ଦିଅନ୍ତି ତ କେହି କେହି ନାସ୍ତି ସୂଚକ ମନ୍ତବ୍ୟ. ବିକାଶ ଏବେ ଏବେ ବୁଝିଗଲାଣି ଅନ୍ଧ,ଛୋଟା, କାଲା, ମୂକ, ବଧିର ବ୍ୟତୀତ ଅନ୍ୟ ମାନେ ଅଳସୁଆମି କରି ଭିକ ମାଗନ୍ତି, ସେମାନେ ଗରୀବ ନୁହଁନ୍ତି ବରଂ କୋଢ଼ିଆ ଓ ମଦୁଆ. ତଥାପି ବୋଉ କହିଥିବା କଥା ମନେପଡେ ଜଣେ ମାଗୁଛି ତ ତୁମ ସମ୍ଭବ ଓ କ୍ଷମତା ଅନୁଯାୟୀ ତାକୁ କିଛି ଦେବା ଉଚିତ. ତ ସେତେବେଳେ ସେ ମନ୍ଦିର ସ୍ତ୍ରୀ ଲୋକଟିକୁ ଦେଇଥିବା ଦୁଇଟଙ୍କିଆକୁ ସେ ଫୋପାଡି ଦେବା ଦୃଶ୍ୟ ତାକୁ ବିଚଳିତ କରେ.ସେମିତି ସେ ଲକ୍ଷ କରେ ସ୍ଥାନୀୟ ଅଧିବାସୀ ଅନେକ ସୁସ୍ଥ ଓ କ୍ଷମତା ସମ୍ପର୍ଣ୍ଣ ତଥା ସ୍ୱଚ୍ଛଳ ବ୍ୟକ୍ତି ନାରୀ ବା ପୁରୁଷ ମନ୍ଦିର ବେଢା ବାହାରେ ନୁହେଁ ବରଂ ଭିତରେ କେହି କେହି ବୀରହନୁମାନଙ୍କ ମୂର୍ତ୍ତି ନିକଟରେ,ତ କେହି ଗଣେଷ, ତ କେହି ନବମହାଗ୍ରହଙ୍କ ନିକଟରେ, ମୁଁହଁ, ହାତ,ପାଦରେ ଗାମୁଛା ଗୁଡେଇ, ଯା ଆସ କରୁଥିବା ଯାତ୍ରୀ କୁହାଯାଉଥିବା ଭକ୍ତମାନଙ୍କୁ ହାତ ପତେଇ ଦିଅନ୍ତି. ଯାତ୍ରୀମାନେ ମଧ୍ୟ ବଢ଼ାଇ ଦିଅନ୍ତି ଦଶ, କୋଡିଏ, ପଚାଶ, ଶହେ ଟଙ୍କିଆ ନୋଟ.ଯାତ୍ରିବାହୀ ବସ ଗଲାପରେ ସେହି ତଥାକଥିତ ମଣିଷମାନେ ଉଠନ୍ତି ପସରା ଗୋଟେଇ ଘରକୁ. ଥରେ ଥରେ ତା ଭିତରୁ କେହି କେହି ମଦ ପିଇବା ପ୍ରଭାବରେ ପଡିବା ଅବା ଶୋଇରହିଥିଲେ ତାଙ୍କୁ ଉଠେଇ ତାଙ୍କ ନିଜର କେହି କାନ୍ଧରେ କାନ୍ଧ ମିଶାଇ ବୋହି ନେଉଥାଆନ୍ତି ଘରକୁ. ବିକାଶ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଯଥା ଏମାନଙ୍କୁ କିଏ ମନ୍ଦିର ଭିତରେ ଏପରି ଭିକ୍ଷାବୃତ୍ତି କରିବାକୁ କହିଛି? ଏହା କିପରି ସ୍ଥାନୀୟ ଅଧିବାସୀଙ୍କ ନଜରକୁ ଆସୁନି? ଏସବୁର କିଛି ଉତ୍ତର ବୁଝିପାରିବାର ବୟସ ହେଇଯାଇଥିଲା ତ ସେ ମଧ୍ୟ ସଚେତନ ନାଗରିକ ହେଉ ହେଉ ନିଷ୍କ୍ରିୟ ହୋଇଯାଏ, ସେଇ ବୋଉ କଥା ମନେ ପକାଇ. ସେ କହେ କିଛି ହେଲେ ଦୁଃଖ ନଥିଲେ ଅଭାବ ନଥିଲେ କେହି ଏମିତି ଅନ୍ୟକୁ ହାତ ପତେଇ କିଛି ମାଗିପାରିବା କଣ ସହଜ କଥା?? ଟ୍ରେନରେ ସେହି ସୁଲଳିତ କଣ୍ଠର ଗୀତ ଗାଉଥିବା ଷ୍ଟେସନ ପ୍ଳା୍ଟଫର୍ମରେ ଘର ପରି ରହୁଥିବା ସେହି ଛୋଟା, ଅନ୍ଧ ଭିକ୍ଷୁକ ମାନଙ୍କୁ କିଛି ଦେବାକୁ ବିକାଶ କୁଣ୍ଠା ପ୍ରକାଶ କରେ ନାହିଁ.କିନ୍ତୁ ସେଦିନ ସେହି ଅନ୍ଧ ଭିକାରୀଟିର ମଲା ପିଲା ଉପରେ ଯାଉଥିବା ଆସୁଥିବା ଯାତ୍ରୀମାନେ ପଇସା ପକେଇ ଚାଲିଥିଲା ବେଳେ, ବିକାଶ କିନ୍ତୁ ଲୁହ ଦୁଇଟୋପା ଗଡେଇ କହୁଥିଲା ପ୍ରଭୁ ହେ ରକ୍ଷାକର ତୁମ କଳାରୁ କଳେ ରଖିଥିବା କଳାର ପୂଜାରୀମାନଙ୍କୁ. ବିକାଶ ଆଗେଇ ଯାଉଥିଲା ବେଳେ ପଛରୁ ତଥାପି ଶୁଭୁଥିଲା ଅନ୍ଧ ଭିକାରୀ କଣ୍ଠରୁ ସୁଲଳିତ କଣ୍ଠର ଭଜନ ସହିତ ସ୍ତ୍ରୀ'ଟାର ବୁକୁଫଟା ରୋଦନ.
ସେଦିନ ଟ୍ରେନର କେତୋଟି ବଗି ଖାଲିଥାଏ ତ ବିକାଶ ମଧ୍ୟ ଗୋଟେ ଏକୁଟିଆ ବଗିରେ ଯାତ୍ରା କରି ଫେରୁଥାଏ. ଟିକି ପୁଅଟିଏ ତାର.ଏବେ ଏବେ ଏକୋଇଶିଆ ଯାଇଛି. ତା ମୁହଁ ଆଖିରେ ନାଚିବା ସହ ଭବିଷ୍ୟତରେ ସେ କିପରି ସୁନାଗରିକ ହେବ, ସତ ମିଛ ଠାରୁ ଦୂରେଇ ରହି, ଦୟା ସେଵା ପରୋପକାର ଗୁଣଗୁଡିକ ଆପଣେଇବ, ସେହିକଥା ଭାବୁଥାଏ ବିକାଶ, ଟ୍ରେନ ଗାଡି ଖୋର୍ଦ୍ଧା ରୋଡରେ ଲାଗିଲା. ହେଲେ ପୋଲିସମାନଙ୍କର ଗୋଟେ ନିର୍ଦିଷ୍ଟ ଡବାକୁ ଯିବା ଆସିବା ସହ, ଏକୁଟିଆ ବଗିରେ ବସି ଯାଉଥିବା ଜଣେ ଲୋକକୁ କେହି ମାରିଦେଇଛି ଶୁଣି ବିକାଶ ଡରିଗଲା. ସେତେବେଳକୁ ବହୁ ପ୍ୟାସେଞ୍ଜର ତା ବଗିରେ ଉଠିସାରିଥିଲେ ଏବଂ କଥା ହେଉଥିଲେ ହତ୍ୟାକାରୀ ଧରା ପଡିଛି ଓ କହୁଛି ମୋ ପୁଅକୁ ଯିଏ ଅପହରଣ କରିନେଇ ମାରି ଦେଇଥିଲା ତାକୁ ଆଜି ମୁଁ ହତ୍ୟା କରିଛି. ପୁଣି ସେମାନେ କହୁଥିଲେ ଯେ ହତ୍ୟାକାରୀ ଯାହାକୁ ତା ଶିଶୁପୁତ୍ରର ହତ୍ୟାକାରୀ ଭାବିକି ମାରିଲା ସେ କିନ୍ତୁ ପ୍ରକୃତରେ ହତ୍ୟାକାରୀର ଶିଶୁପୁତ୍ରକୁ ଅପହରଣ କରିନଥିଲେ, କାରଣ ସେ ପେଶାରେ ଜଣେ ସଙ୍ଗୀତଜ୍ଞ. ଆଜି ଷ୍ଟେଜ ଶୋ ସାରି ଫେରୁ ଫେରୁ ଏକୁଟିଆ ବଗିରେ ଉଠିଯାଇଥିଲେ. ତାଙ୍କୁ ଜଣା ନଥିଲା କି ଆତାତାୟୀ ତାଙ୍କୁ ପିଛା କରୁଛି. ବିକାଶ ଚମକି ପଡିଲା କାରଣ ପ୍ରଥମତଃ ସେ ମଧ୍ୟ ଏକୁଟିଆ ବଗିରେ ଥିଲା. ଦ୍ୱିତୀୟତଃ ତା ଟିକି ପୁଅର ସୁରକ୍ଷା ଚିନ୍ତା ତାକୁ ଘାରିଥିଲା.ଘରେ ପହଞ୍ଚି ବୋଉ ଓ ବାପାଙ୍କୁ କହି ପରିବାର ସହ ଏକାଠି ରହିବାକୁ ଆଜି ଅନୁରୋଧ କରିବ ଭାବୁଥିଲା ବେଳେ ପୁଣି ଶୁଣିଥିଲା ଯାହାର ହତ୍ୟା ହୋଇଛି ସେ ତାଙ୍କରି ଏରିଆର ଜଣେ ପ୍ରତିଷ୍ଠିତ ସଙ୍ଗୀତଜ୍ଞ.ମୃତକ କିଏ ଓ କଣ ଜାଣିସାରି ଅଜଣା ଆଶଙ୍କାରେ ଛାତି ଥରୁଥିଲା ବିକାଶର . ପିଲାଟିଏ ମଣିଷ କରି ବଡ଼ କରିବା କେତେ କଷ୍ଟ ଭିତରେ ଯିଏ ତାକୁ ଅପହରଣ କରିନେଇ ମାରିଥିବ ସେ କେଡେ ନୃଶଂସ !କିନ୍ତୁ ସେହି ଲୋକ ବୋଲି ଭାବି ଆଉ ଜଣଙ୍କୁ ହତ୍ୟା କରିଥିବା ପିତା ଜେଲରେ ଓ ହତ୍ୟାର ଶୀକାର ହୋଇଥିବା ସେହି ନିରୀହ ଭଦ୍ର ବ୍ୟକ୍ତିଟିର ପରିବାରର ପିଲାମାନେ ଚାହିଁଥିବେ ନିଜ ବାପାଙ୍କ ଘରକୁ ଫେରିବା ବାଟକୁ. ଏସବୁ କଥା କହିବାକୁ ବିକାଶ ଘରକୁ ଆସି ଦେଖେତ ଅନ୍ୟ ଏକ ବିସ୍ମୟ ଘରେ. ବାପା,ବୋଉ ଉପରେ ଭୀଷଣ କ୍ଷୁବ୍ଧ. ତୁମର ସମସ୍ତଙ୍କୁ ଗରୀବ ବୋଲି ବିଚାରିବା ଉଚିତ ନଥିଲା କହୁଥାନ୍ତି ବାପା ଆଉ ବୋଉ ନୀରବରେ ଶୁଣୁଥିଲା ଗାଳି. କଣ ହେଇଛି ବୋଉ?କଣ କଲୁ ତୁ?? ବାପା କାହିଁକି ବିରକ୍ତ ହେଉଛନ୍ତି! ଶୁଣିଲୁଣି ଆଜିର ଘଟଣା,କହି ସବୁ କହିଥିଲା ବିକାଶ ତ ସମସ୍ତେ ତଟସ୍ଥ ଓ ମ୍ରିୟମାଣ ହୋଇ ପଡ଼ୁ ପଡୁ, କୁନିପୁଅ କାନ୍ଦୁଥିଲା ତ ଦଉଡି ଯାଇ ବିକାଶ ପୁଅକୁ କୋଳକୁ ନେଇ କହୁଥିଲା ଆଜିକାଲି ପିଲାଠୁ ବୁଢା ଯାଏଁ, ଏ ସଂସାରରେ ନିର୍ଦୋନ୍ଦରେ ଚଳିବା ବଡ଼ ମୁସ୍କିଲ ହେଇଗଲାଣି. ବାପା ବୋଉ ସମ୍ମତି ଜଣାଇ ଦୁଃଖ କରୁଥିଲେ ତାଙ୍କ ଅଞ୍ଚଳର ସଙ୍ଗୀତଜ୍ଞଙ୍କ ଅକାଳ ବିୟୋଗ ଖବରରେ.ପିଲାଟିଏ ମଣିଷ କରିବାକୁ ହେଲେ ଯୌଥ ପରିବାର ବିନା ମୁସ୍କିଲ କହି ବିକାଶ ଜାଣିବାକୁ ଚାହିଁଥିଲା ବୋଉର କୋଉ ଦୋଷ ପାଇଁ ବାପା ବିରକ୍ତ ହେଉଛନ୍ତି?? ବୋଉ କହୁଥିଲା ତାର ଭୁଲ କଣ ଥିଲା ସେଦିନ.
ବାଲକୋନୀରେ ବସିଥିଲା ବେଳେ ମିନତି ଦେଖନ୍ତି ଚିରା ଫଟା ପିନ୍ଧା ଲୋକଟିଏ ଭୀଷଣ ବର୍ଷାରେ, ଜରିଟିଏକୁ ପଖିଆ ପରି କରି ଘୋଡ଼ି ହୋଇ ଯିବାବେଳେ ଦେହ ଭିଜି ସାରିଥାଏ ଗୋଟାପଣେ ଆଉ ମୁଣ୍ଡ ଅବସ୍ଥା ଯାହା ହେଉଥିବ ଅନୁମେୟ.ତେଣୁ ମିନତି ସେହି ବ୍ୟକ୍ତିଙ୍କୁ ଗରୀବ ଭାବି, ଘରେ ଥିବା ପୁରୁଣା ଛତା ଦୁଇଖଣ୍ଡରୁ ଖଣ୍ଡିଏ ଦେବାକୁ ସ୍ଥିର କରିଛନ୍ତି. ହେଲେ ଦେବେ କେମିତି. ଆଖି ପଡିଛି ନାତି ଏକୋଇଶିଆରୁ ବଳି ପଡ଼ିଥିବା ଖଜା, ଗଜା, ଆରିସା ଓ ଫେଣି ତଥା ବୁନ୍ଦିଆ ଲଡ଼ୁ ଉପରେ. ସେଥିରୁ କିଛି କିଛି ଗୋଟେ ବଡ଼ ପୁଡିଆ କରି ଲୋକଟି ମନ୍ଦିରରୁ ଫେରୁଥିବା ବେଳେ ଡାକି ତଳକୁ ପକାଇଛନ୍ତି ଭୋଗ କହି ଓ କାଲି ଏତିକି ବେଳକୁ ଆସିଲେ ଛତାଟିଏ ଦେବି ନେଇଯିବ କହିବାରୁ ଲୋକଟି କୃତଜ୍ଞତା ବଦଳରେ ତଳକୁ ଆସି ଦେଇପାରୁନ ଭୋଗ କହିଛି ଆଉ ଆଣ୍ଠୁ କଷ୍ଟ ଯୋଗୁଁ ତଳକୁ ଯାଇପାରୁନି କହି ବୋଉ ସଫେଇ ଦେଲେ ବି ଲୋକଟି କିଛି ଉତ୍ତର ନଦେଇ ଫେରିଯାଇଛି. ଆଉ ବୋଉ ଆଜି ସତକୁ ସତ ଛତା ଧରି ବସିଛି ସେ ଲୋକ ଆସିଲେ ଦେବ. ବିକାଶର କଥା ଶୁଣିବା ସହ ଖାଇବା ସରିଥିଲା ତ ତା ଆଖିରେ ନାଚୁଥିଲା, ମନ୍ଦିରରେ ମୁହଁକୁ ଗାମୁଛାରେ ଢାଙ୍କି ଯାତ୍ରୀମାନଙ୍କୁ ହାତ ପତେଇ ମାଗୁଥିବା ସ୍ତ୍ରୀ ପୁରୁଷ କେହି ବି ଗରୀବ ନୁହଁନ୍ତି ବରଂ ଅଳସୁଆ ଓ ନିକମା, ନହେଲେ ବିକାଶ ଦେଇଥିବା ଦୁଇ ଟଙ୍କିଆ କଏନଟିକୁ ସେ ଭିକ୍ଷା ବୃତ୍ତି କରୁଥିବା ସ୍ତ୍ରୀ ଲୋକ ସେଦିନ ତା ଉପରକୁ ଫିଙ୍ଗି ଦେଇନଥାନ୍ତା. ସେହି ଅନୁଭୂତିର ଉଦାହାରଣକୁ ବୁକୁ ତଳେ ଚାପି ବିକାଶ କହିଥିଲା ଯୁଗ ସହ ମଣିଷ ବଦଳି ଗଲେଣି ବୋଉ. ହେଲେ ଯୁଗ ସହ ତାଳ ଦେଇ ତୁ କି ମୁଁ କି ଆମେ ବଦଳିନୁ, ଏହି ଆମର ସମସ୍ୟା.
ସେଦିନ ଥାଏ ଅଁଳା ନବମୀ. ମନ୍ଦିର ଆଗରେ ଭଜନ ସମାରୋହ କାର୍ଯ୍ୟକ୍ରମ ଦେଖିବାକୁ ବିକାଶ ଓ ତା ପରିବାର ଯାଇଥାନ୍ତି. ଉଦେଶ୍ୟ ଥାଏ ଟିକି ପୁଅକୁ ଦେଵୀ ମାଆଙ୍କ ଆଶୀର୍ବାଦ ଦେବାପାଇଁ ପାଦ ସ୍ପର୍ଶ କରାଇବା ସହ ଭଜନ ସମାରୋହରେ ଭଜନର ତାଳେ ତାଳେ ଜୀବନରେ ଘଟୁଥିବା ଅନେକ ଅଘଟଣ ଓ ଦୁର୍ଦ୍ଦିନକୁ ଆଖି ସାମ୍ନାରୁ ହଟାଇବା ପାଇଁ ମାଆ ରାଧା ଦେବୀଙ୍କ ଶରଣାପର୍ଣ୍ଣ ହେବା. ବର୍ଷା ଯୋଗୁଁ, ବାହାରୁ ଗାୟକ ଗାୟିକା କେହି ଆସପାରିଲେନି ତ ଘୋଷଣା କରାଗଲା ସ୍ଥାନୀୟ ଶିଳ୍ପୀମାନେ ଭଜନ ଗାୟନ କରିବେ. ତାଙ୍କ ଭିତରୁ ଜଣଙ୍କୁ ସୁପର ସିଙ୍ଗର ଭାବେ ଘୋଷିତ କରାଯିବ. ସେତେବେଳେ ବିକାଶ ଭାବୁଥିଲା ସେହି, ସ୍ଥାନୀୟ ସଙ୍ଗୀତଜ୍ଞଙ୍କ କଥା, ଯାହାର ମର୍ଡର ହୋଇସାରିଛି. ଦେଖୁ ଦେଖୁ ଅନେକ ସଙ୍ଗୀତଜ୍ଞ ତାଙ୍କ ପାରଦର୍ଶିତା ଦେଖାଉଥିବା ଭିତରେ ଯାହାର ସୁଲଳିତ ମଧୁର ସ୍ୱର ସମସ୍ତଙ୍କୁ ବିମୋହିତ କଲା ସେ ହିଁ ସେଦିନ ସୁପର ସିଙ୍ଗର ରୂପେ ବିବେଚିତ ହୋଇ ଓଲ୍ହେଇ ଆସୁଥିଲେ ଷ୍ଟେଜ ଉପରୁ, ତାଙ୍କ ମୁଣ୍ଡରେ ଥିଲା ଜରିର ପଖିଆ. ଆଉ ବିକାଶଙ୍କ ବୋଉ ମିନତି ଦେବୀ ଧାଇଁ ଯାଇ ତାଙ୍କ ହାତରେ ନୂଆ ଛତାଟିଏ ଧରାଇ କହୁଥିଲେ କିଛି ଭାବିବେନି.ବିକାଶ ଦେଖିଲା ବାପା କଣ ବିଦିବିଡି ହେବାକୁ ଯାଉଛନ୍ତି ତ ତାଙ୍କ ପାଟିରେ ହାତ ଦେଇ ଭାବୁଥିଲା ତାଙ୍କ ଅଞ୍ଚଳର ସେହି ମୃତ ସଙ୍ଗୀତଜ୍ଞଙ୍କର ଛତା ଖଣ୍ଡିକ ଟ୍ରେନର ଏକୁଟିଆ ବଗିରୁ ପାଇଥିଲେ ପରିବାର ଲୋକ ବୋଲି ଆଜି ସମାଜରୁ ପଢି ବିକାଶକୁ ଲାଗିଥିଲା ସେ ଯେପରି ବରଫ ଭିତରେ ବାଇଶି ଦିନ ଧରି ବନ୍ଦୀ ଥିଲା.ଘରକୁ ଫେରିବା ପରେ ବୋଉ ହାତର ଉଷୁମ ଚା କପେ ବିକାଶର ମୁଣ୍ଡ ଓ ଦେହକୁ ପ୍ରକୃସ୍ଥିତ କରାଇଥିଲା.
,,,,,,,,,,,,,,,,,,,,,,,,
