STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ନବକଳେବର

ନବକଳେବର

3 mins
0

ଘରଟିରେ ପ୍ରକୃତରେ କଣ ଭୂତ ରହୁଥିଲେ ଏହି କଥା ବିଜୟ ବାବୁଙ୍କ ମନକୁ ଆନ୍ଦୋଳିତ କଲା ବେଳେ ସେ ଜାଣିପାରିଥିଲେ ଯେ ସମୟନୁକ୍ରମେ ତିନି ଜଣ ଗରାଖ ଘରଟିକୁ କିଣିବା ପରେ ବିକିଛନ୍ତି. ଯଦି ଏବେ ବିଜୟ ବାବୁ ସେ ଘରଟିକୁ କିଣନ୍ତି ତେବେ ସେ ଚତୁର୍ଥ ଵ୍ୟକ୍ତି ହେବେ. ତଥାପି ସତ୍ୟ ଜାଣିବା ଦରକାର. ସେ ସତ୍ୟ ଜମିର ହେଉ ଅବା ଜମି କିଣିଥିବା ପ୍ରଥମ ମାଲିକର ହେଉ, ନିହାତି ଜାଣିଲେ ତାର ଉପାୟ କରି ସମାଧାନ ସୂତ୍ର ନିର୍ଣ୍ଣୟ କରାଯାଇ ଘରଟିକୁ ଏକାନ୍ତ ନିଜସ୍ୱ କରାଯାଇ ପାରନ୍ତା. ବିଜୟ ବାବୁ ଅବସର ନେଇ ସାରିଥିଲେ. ଜୀବନ କାଳ ଭିତରେ ପୁଅ ଝିଅ ଦୁହିଁଙ୍କୁ ମଣିଷ କରୁ କରୁ ଘରଟିଏ କରିପାରିନଥିଲେ ତ ଵିଜ୍ଞାପନରେ ହାଣ୍ଟେଡ ହାଉସ ବିକ୍ରୀ ଦେଖି ମାଲିକ ସଙ୍ଗେ କଥା ହେବାରୁ ସେ କହିଥିଲେ ଏତେ ସୁନ୍ଦର ଘର ବିକ୍ରୀ କରିବାକୁ ଜମା ଇଛା ନଥିଲା ମାତ୍ର ଭୂତ ଭୁତୁଣୀଙ୍କ ପ୍ରକୋପ ସମ୍ଭାଳିବା କଷ୍ଟକର ବ୍ୟାପାର ହୋଇପଡିବାରୁ ବାଧ୍ୟ ହୋଇ ବିକ୍ରୀ କରିବା କଥା. ଆଉ କିଛି ଭରଷି ପଚାରିପାରି ନଥିଲେ ବିଜୟ ବାବୁ. ପଡୋଶୀମାନେ ମଧ୍ୟ କିଛି ସନ୍ଧାନ ଦେଇ ପାରିନଥିଲେ କିନ୍ତୁ ଏକ ବିଶେଷ ସୂତ୍ରରୁ ବିଜୟ ବାବୁ ଜାଣିପାରିଥିଲେ ପ୍ରଥମ ବିକ୍ରେତା ଘରବାଲାଙ୍କ ଝିଅ ଏବେ ସୁଦ୍ଧା ଜୀବିତ. ସେଇଠିକୁ ଅବିଳମ୍ବେ ଯାଇ ପହଁଞ୍ଚି ନେହୁରା ହୋଇଥିଲେ ମଞ୍ଜୁଙ୍କୁ କୁହନ୍ତୁ ଭଉଣୀ କାହିଁକି ବାପା ସେ ଘର ବିକିଥିଲେ. ଶୁନ୍ୟକୁ ଶୁନ୍ୟ ଆଖିରେ ଚାହିଁ ମଞ୍ଜୁ ବୋଉ ବୋଲି ଉଚ୍ଚାରଣ କରି ପ୍ରଥମେ ଖୁବ କାନ୍ଦିଥିଲେ ତାପରେ ବହୁ ଅନୁନୟ ବିନୟ କରି ବିଜୟ ପଚାରନ୍ତେ ମଞ୍ଜୁ ଦେବୀ କହିଥିଲେ ଗୋଟେ କାହାଣୀ
    ବୋଉ ତାଙ୍କର ଝୁରୁଥିଲେ ପୁଅକୁ. ସେଇ ପାଠ ପଢିବାକୁ ଗଲା ଯେ ଗଲା ଆଉ ଫେରିନଥିଲା ପୁଅ ଅଞ୍ଜନ. ଅଞ୍ଜନକୁ ଝୁରି ଝୁରି ଆଖିର ଜ୍ୟୋତି ନିଷ୍ପ୍ରଭ ହୋଇଯାଉ ଯାଉ ସେଦିନ ବୋଉକୁ ସମସ୍ତେ ଉଠାଇ ବସେଇଲେ ଓ କହିଲେ ଦେଖ ଦେଖ ତୋ ପୁଅ ଫେରିଛି ଲଣ୍ଡନରୁ. ଆଉ ସାଙ୍ଗରେ ଘେନି ଆସିଛି ବରଫ ପରି ରଙ୍ଗର ବୋହୁ ଓ ନାତିକୁ. ବୋଉଙ୍କ ଶୁଷ୍କ କଣ୍ଠରୁ ସେଦିନ କେତେ ବରାଦୀ ସବୁ ଥିଲା ବାପା ଓ ଝିଅ ମଞ୍ଜୁଙ୍କ ଉଦେଶ୍ୟରେ. କୋଉ ଗାଡିଆରୁ ମାଛ, କୋଉ କିଆରି ରୁ ଶାଗ, କୋଉ ଚାଉଳରେ ପିଠା ପୁଣି କୋଉ ନଡିଆ ଗଛର ଫଳରେ ପୁର ହେବ ସରୁଚକୁଳି ତଥା ଛୁଞ୍ଚିପତ୍ର ପିଠା ପାଇଁ କହି ଚାଲିଥିଲା ବୋଉ. ଥକ୍କା ପଣ ନଥିଲା ତାଠି, ରୁଗ୍ଣ ଶରୀରରେ ଚମକ ଥିଲା. ବୋହୁ ପାଦ ସ୍ପର୍ଶ କରିଥିଲା ତ ଢେର ସାରା ଆଶୀର୍ବାଦ ଲୋଟେଇ ନାତିକୁ କୋଳ କଲାବେଳକୁ ବୋହୁ ନାତିକୁ ସିନା ନେଇଯାଇଥିଲା ହେଲେ ଅଞ୍ଜନ ବୋଉର ହାତ ପାପୁଲିରୁ ନିଜ ହାତ ପାପୁଲି ଛାଡି ନଥିଲା ଯିବା ଯାଏଁ. ପୁଅ ଯିବା ପରେ ଆଖିର ଜ୍ୟୋତି ହରେଇଥିବା ବୋଉ କେମିତି ଜାଣିଲା ଯେ ସେ ପୁଅ ଖୁବ ଭଲ ଥିଲେ ବି ତା ଅଞ୍ଜନ ନଥିଲା. ଅଞ୍ଜନ ହୋଇଥିଲେ ବୋଉ ବୋଲି ଡାକିବାରେ ଯେଉଁ ମିଠା ଶବ୍ଦଓ ସ୍ୱର ଝଙ୍କୃତ ହୋଇ ବୋଉର ହୃଦୟ ତନ୍ତ୍ରୀରେ ବାଜି କାନ ଠିକ ହୋଇଯାଇଥାନ୍ତା ଏ ପୁଅର ଡାକରେ ସେକଥା ନଥିଲା ପୁଣି କୋଳରେ ବସିପଡ଼ିମତେ କ୍ଷମା କରିଦେ ବୋଉ କହିଥିଲେ ବନ୍ଦ ଆଖି ବୋଉର କାଳେ ଖୋଲିଯାଇଥାନ୍ତା ବୋଲି ବୋଉ ଫେରାଦି ହେଲାବେଳେ ବାପା ଓ ମୁଁ ଯେଉଁ କାନ୍ଦ କାନ୍ଦୁଥିଲୁ ବୋଉର ଉତ୍ତର ସିନା ଦେଇପାରିନଥିଲୁ କିନ୍ତୁ ବୋଉର ଜୁଇ ଜଳିଗଲା ବେଳେ ଅଞ୍ଜନକୁ ଆଉ ଆଣି ପାରିନଥିଲୁ. ତା ପରଠୁ ବାପା ନିଷ୍ପ୍ରଭ ହୋଇଗଲେ. କିଛି ଦିନ ପରେ ସେ ମଧ୍ୟ ବୋଉ ପଥ ଅନୁସରଣ କରିଯିବା ପରେ ଦାଦା ଘରଟିକୁ ବିକି ମତେ ବାହା କରେଇଲେ କିନ୍ତୁ କ୍ରେତାଙ୍କ ଅଭିଯୋଗ ରାତିରେ କେହି ବୃଦ୍ଧା ଅଞ୍ଜନ ଅଞ୍ଜନ ଡାକୁଛି ଓ ବୃଦ୍ଧ କହୁଛନ୍ତି ଅଞ୍ଜନ ଫେରିବ, ବ୍ୟସ୍ତ ହୁଅନା. ଏତିକି କହି ମଞ୍ଜୁ ପଣତ କାନିରେ ଆଖି ପୋଛୁଥିଲେ ଓ ତାଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ଘରେ ପିଠା ଖାଇ ବିଜୟ ଫେରି ସ୍ତ୍ରୀ ସୁଜାତାଙ୍କୁ ସବୁ କହିଥିଲେ.ବୁଝିଗଲା ପରି ସୁଜାତା ସେହି ଘର କିଣିବାକୁ ରାଜି ହୋଇଗଲେ. ବିଜୟ ବାବୁଙ୍କ ବହୁ ଦିନର ସ୍ବପ୍ନ ପୁରଣ ହେଲା. ନିଜ ଘରକୁ ଉଠିଗଲେ ସମସ୍ତେ. ବୁଦ୍ଧିମତୀ ସ୍ତ୍ରୀ ସୁଜାତା ମଞ୍ଜୁ ଦେବୀଙ୍କ ସାହାଯ୍ୟ ନେଇ ସେହି ଘରେ ମଞ୍ଜୁଦେବୀଙ୍କ ବୋଉ ଓ ବାପା ଦୁହିଁଙ୍କର ଶ୍ରାଦ୍ଧ କରାଉଥିଲେ. ଭୂତ କଣ ଅତୃପ୍ତ ଥିଲା ବୋଲି କେହି କେହି ପଚାରିଲେ ବିଜୟ ବାବୁ ବିଜୟର ହସ ହସୁଥିଲା ବେଳେ ସୁଜାତା ଘରକୁ ଗଙ୍ଗା ଜଳରେ ପ୍ରତିଦିନ ବିଶୁଦ୍ଧ କରାଉଥିଲେ.ଏଣିକି ହଣ୍ଟେଡ ହାଉସ ନକହି ଲୋକେ ଦେଖୁଥିଲେ ଘରର ମୁଖ୍ୟ ଦ୍ୱାରରେ ଲେଖାଥିବା ନାମ ଫଳକରେ ଲେଖାଥିବା ନାମଟିକୁ ଯଥା ନବକଳେବର.



Rate this content
Log in

Similar oriya story from Action