STORYMIRROR

Sunanda Mohanty

Children Stories Action Thriller

4  

Sunanda Mohanty

Children Stories Action Thriller

ଜୀବନ୍ତ ଯନ୍ତ୍ର

ଜୀବନ୍ତ ଯନ୍ତ୍ର

2 mins
1

ମନେ ଅଛି ବିକାଶର ସବୁକିଛି. ପ୍ରତିଟି ଜିନିଷକୁ ସେ ଜୀବନ୍ତ ମଣିଷ ପରି ଭାବୁଥିଲା ବୋଲି କୌଣସି ପଶୁ ପକ୍ଷୀଙ୍କ ଉପରେ ଅତ୍ୟାଚାର କରିବା ଦୂରେ ଥାଉ ବରଂ ଦୁଃଖୀ ରୋଗୀ ଓ ଦୁସ୍ଥ ମଣିଷଙ୍କୁ ଦେଖି କାନ୍ଦିପକେଇବା ଭଳି ସେଦିନ କହୁଣୀ ପାଖରୁ କଟିଯାଇଥିବା ହନୁ ମାଙ୍କଡ଼ର ଗୋଟିଏ ହାତରେ ବୁଟ ଭଜା ଖାଇବା ଦୃଶ୍ୟରେ ସେ ଘଣ୍ଟାଏ କାନ୍ଦିଥିଲା ତ ମାଆ ରୁଟି ଆଣି ମାଙ୍କଡ଼ ହାତରେ ଦେଇ ବିକାଶକୁ ବୋଧ କରିଦେଇଥିଲେ ସିନା କିନ୍ତୁ ଗାଁରେ ପୋଖରୀ ହୁଡ଼ା ଉପରେ ବଢିଥିବା ନଡ଼ିଆ ଗଛରୁ ପାକଳ ନଡ଼ିଆଟିଏ ଯେବେ ନଈ ଭିତରକୁ ଖସି ଭାଷି ଭାଷି ଯାଉଥିଲା କି କାନ୍ଦ ବିକାଶର ସେଦିନ!ଜେଜେମାଆ ହାତ ବଢ଼େଇ ମଧ୍ୟ ଧରି ରଖିପାରିନଥିବା ନଡ଼ିଆଟିକୁ ଦିନା କାକା ପାଣି ସୁଅରୁ ଛାଣି ଆଣିବା ଯାଏଁ ବିକାଶର କାନ୍ଦ ବନ୍ଦ ହେବାର ନାଁ ଧରୁନଥିଲା. ପାଇଗଲା ପରେ ନଡ଼ିଆକୁ ଗାମୁଛାରେ ପୋଛି କି ଗେଲ ତାକୁ. ଜେଜେମାଆ ହସି ହସି ଗାଡିଯାଇ କହିଥିଲେ ନାତି ମୋର, ଗାନ୍ଧି,ଗୋପବନ୍ଧୁ ବି ବଳିଯିବ. ନଡ଼ିଆକୁ ହାତରେ ଧରି ବିକାଶ ତାକୁ ସାଉଁଳୁ ସାଉଁଳୁ କେତେ କଥା ଯେ କହୁଥିଲା, ଜେଜେମାଆ ଆଶଙ୍କା କରୁଥିଲେ ମୋ ନାତି ବୁଦ୍ଧଙ୍କ ପରି କହିବନି ତ ସତ୍ୟମ ଶରଣମ ଗଛାମୀ. ନାତି ମନରୁ ଭୟ ଛଡାଇ ବାସ୍ତବବାଦୀ କରିବାକୁ ଅନେକ ଚେଷ୍ଟା କରୁଥିଲେ ଜେଜେମାଆ କିନ୍ତୁ ବାପା ମାଆ ପୁଅକୁ ଦୂରେଇ ରଖିଥିଲେ କଷ୍ଟ, ଦୁଃଖ, ଦୈନ୍ୟ, ଯନ୍ତ୍ରଣା ଓ ନିର୍ଯ୍ୟାତନା ରୁ. ପୁଅ କେବେ ମର୍ଟନ କି ଚିକେନ କେମିତି ହୁଏ ଦେଖୁନଥିଲା ଏମିତି କି ଦେଖିନଥିଲା ପରିବା ତୋଳା କି ଫୁଲ ଛିଣ୍ଡେଇବା ଅବା ନଡ଼ିଆ କୋରା. ଜେଜେ ଜେଜେମାଆ ବିଗୁଡୁଥିଲେ କହୁଥିଲେ ଚାଣକ୍ୟ କହିଛନ୍ତି ଅତି ଜିନିଷ ହିଁ ପିତା. ସୁଖ ହେଉ ଅବା ଦୁଃଖ, ଅତିରୁ ଇତି ବା ବିଷ. ବାପା ପୁଅ ବିକାଶକୁ ଭୁଲେଇବାକୁ ଯାଇ କିଶୋର ବୟସରେ ତା ପାଇଁ କିଣିଥିଲେ ଟାଇପ ରାଇଟର.
   ଟାଇପ ରାଇଟର ଆସିବା ଦିନ ଶୁଭ ମନାସି ତା ପାଖେ ଜେଜେମାଆ ନଡ଼ିଆ ବାଡେଇ, ଫୁଲ ଚଢ଼େଇ, ଧୂପ ବୁଲାଉ ଥିଲେ ତ ବିକାଶ ଖୁସି ହେଲା ଯେତିକି ଦୁଃଖ କଲା ମଧ୍ୟ ସେତିକି. ଏଣିକି ଛୋଟ ଛୋଟ ରଚନା, ଜଗନ୍ନାଥଙ୍କ ରଥଯାତ୍ରା ଉପରେ ସେ ଲେଖି ରଖୁଥିଲା ଟାଇପ ରାଇଟର ସାହାଯ୍ୟରେ. ତା ସହିତ ଛୋଟ ଛୋଟ ଗୀତ, କବିତା ଓ ଦେଶର ବରପୁତ୍ରମାନଙ୍କ ଜୀବନୀ. ଯୋଉଦିନ ଟାଇପ ରାଇଟର ଖରାପ ହେଲା ବିକାଶ କାନ୍ଦିଥିଲା ଖୁବ. ଟାଇପ ରାଇଟର ବାପା ତିଆରି କରି ଆଣିବା ପରେ ସେ ଧୀରେ ଧୀରେ ବୁଝୁଥିଲା ଯେ ଜୀବନର ଦୁଇପାଖ ଅଛି ଯେମିତି ସୁଖ ସେମିତି ଦୁଃଖ. ଯେତିକି ଆଶା ସେତିକି ନିରାଶା. ଦେଶପ୍ରେମୀମାନଙ୍କ ଜୀବନୀ ପଢି ସେ କାନ୍ଦି ପକାଉଥିଲା. ବିନା ଲୁଣରେ ଲଷ୍ମଣ ନାୟକ ଜାଉ ଖାଇବା କଥା ଶୁଣି ହୃଦୟ ତାର ଫାଟି ପଡୁଥିଲା. ଗାଁରେ ଜେଜେ ଓ ଜେଜେମାଆଙ୍କ ମୃତ୍ୟୁ ବିକାଶକୁ ଖୁବ ଦୁଃଖ ଦେବ ଜାଣି ବାପା ଆଶ୍ରମରେ ଶୁଦ୍ଧି ଘର କରେଇ ସେଇ ଆଶ୍ରମରୁ ଦୁସ୍ଥ ଓ ଅସହାୟ ବାର୍ଦ୍ଧକ୍ୟ ଭୋଗୁଥିବା ଦୁଇ ଜଣ ବୁଢା ବୁଢୀଙ୍କୁ ଜେଜେ ଓ ଜେଜେମାଆ କହି ଘରକୁ ଆଣିଥିଲେ. ଦୁର୍ଘଟଣାରେ ପଡିବାରୁ ତାଙ୍କର ଶରୀର ପ୍ଳାଷ୍ଟିକ ସର୍ଜରୀ ହୋଇଛି କହିଥିଲେ ସତ କିନ୍ତୁ ସେହି ଜେଜେ ଜେଜେମାଆ କୌଶଳ କ୍ରମେ ବିକାଶ ମନରୁ ଭୟ ଦୂର କରି ତାକୁ ବାସ୍ତବବାଦୀ କରେଇବାକୁ ପ୍ରାଣ ପଣେ ଉଦ୍ୟମ ଜାରିରଖିଥିଲେ. କିଛି କିଛି ସଫଳ ହୋଇଥିଲେ ହେଁ ଟାଇପ ରାଇଟରକୁ ବିକାଶ ତାର ଜୀବନ୍ତ ମେସିନ ବୋଲି ଭାବୁଥିଲା.ଦୂରଦୃଷ୍ଟି ସମ୍ପର୍ଣ୍ଣ ଜେଜେ ଜେଜେମାଆ ବିକାଶ ମନରେ ବାସ୍ତବବାଦୀ ଚିନ୍ତାଧାରା ବଢେଇବାକୁ ଯାଇ ଟାଇପ ରାଇଟର ଗୋଟେ ବୈଜ୍ଞାନିକ ଜ୍ଞାନ କୌଶଳ ସମ୍ପର୍ଣ୍ଣ ମେସିନ ବୋଲି ବିକାଶକୁ ବୁଝେଇ ଚାଲିଥିଲେ. ଯେମିତି ଟିଭି ଟେଲିଫୋନ ଇତ୍ୟାଦି ସମସ୍ତେ ଗୋଟେ ଗୋଟେ ବୈଜ୍ଞାନିକ କୌଶଳ ପୂର୍ଣ୍ଣ ଯନ୍ତ୍ର ଅଟନ୍ତି . ବିକାଶ ଆସ୍ତେ ଆସ୍ତେ ବୁଝିବାକୁ ଚେଷ୍ଟା କରୁଥିଲା.



Rate this content
Log in