ରୋବୋ ଗୁରୁ
ରୋବୋ ଗୁରୁ
ରୋବୋ ଗୁରୁ ବୋଲି ପରିଚୟ ଦେଇ ଗାଁରେ ଡେରା ପକେଇ ରହୁଥିବା ଗୁରୁଙ୍କ ଯୋଗ ଦେଖି ସମସ୍ତେ ବିସ୍ମିତ ହେଉଥିଲେ. ଯୋଗ ଏକ ଭଲ ବାୟାମ ସତ କିନ୍ତୁ ଦିନ ଦିନ ପ୍ରତିଦିନ ଯୋଗ ବଳରେ ଜଣେ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି କେତେ ସମୟ ରହିପାରିବ!, ଗାଁରୁ ଆଉ ଚୋରୀ ହେଉନଥିଲା. ଗଣ୍ଡଗୋଳ ମାଡପିଟ ଉଭେଇ ଯାଇଥିଲା ଆଉ ଚୋରୀ ନାରୀ ଡକାୟତି ବି ହେଉନଥିଲା. ସେଦିନ ଜାଗୁଲୁ ଜାଗୁଲୁ ଅନ୍ଧାର ଭିତରେ ସେହି ଗାଁର ଝିଅ ଦୁଇଟି ଖୁଦୁରୁକୁଣୀ ପାଇଁ ଫୁଲ ତୋଳୁ ତୋଳୁ, ଟଗର ଗଛ ତଳେ ଥିବା ସପ୍ତଫେଣୀ କଣ୍ଟାରେ ପଡି ଯାଉ ଯାଉ ରୋବୋ ଗୁରୁ ଦଉଡି ଯାଇ ସେ ଦୁହିଁଙ୍କୁ ରକ୍ଷା କରନ୍ତେ ତାଙ୍କ ପାଟି ଶୁଣି ଦୁଇଝିଅଙ୍କ ମାଆ ଡଲି, ଗ୍ରାମବାସୀଙ୍କ ସହ ଦଉଡି ଆସିଥିଲେ. ରୋବୋ ଗୁରୁ ନଥିଲେ ଆଜି ଝିଅ ଦୁହେଁ ସପ୍ତଫେଣୀ କଣ୍ଟାରେ ପଡି ଲହୁଲୁହାଣ ହୋଇଥାଆନ୍ତେ. ଝିଅ ଦୁହିଁଙ୍କୁ ପାଇ ମାଆ ଡଲି ଖୁବ କାନ୍ଦୁଥାଆନ୍ତି ତ ସେ ତାଙ୍କ ପିଲାଦିନର ଗୋଟେ ଅଭୁଲା ସ୍ମୃତି କହିଥିଲେ.
ପାଖ କଲୋନୀରେ ରହୁଥିବା ଝିଲି ଡଲି ସହ ଖୁବ ସାଙ୍ଗ. ସେଦିନ ଏମିତି ଖୁଦୁରୁକୁଣୀ ପାଇଁ ମାଆ ମଙ୍ଗଳାଙ୍କ ପାଇଁ ଫୁଲ ସଂଗ୍ରହ କରୁ କରୁ ଝିଲି ଏମିତି ସପ୍ତଫେଣୀ କଣ୍ଟାରେ ପଡିଯିବା ପରେ ହସ୍ପିଟାଲ ଯିବା ବାଟରେ ତାର ମୃତ୍ୟୁ ହୋଇଥିଲା. ଝିଲିର ମୃତ୍ୟୁ ପାଇଁ ଡ଼ଲି ନିଜକୁ ସବୁବେଳେ ଦୋଷୀ ମାନିଆସୁଥିଲେ କାରଣ ଏପଟେ ଭୋର ଭୋର ଟଗର ଗଛ ମାନଙ୍କରେ ଖୁବ ଟଗର ଫୁଲ ଫୁଟିବା କଥା ଡ଼ଲି ହିଁ ଝିଲିଙ୍କୁ କହିଥିଲେ. ଯୋଗକୁ ଝିଲିର ବାପା ଙ୍କ ବଦଳି ହୋଇଗଲା ପରେ ଡ଼ଲି ଏଇ ପାଖ ଗାଁରେ ବାହା ହୋଇ ଆଜି ତାଙ୍କର ଦୁଇ ଯାଆଁଳା ଝିଅ ସେଇ ଅବସ୍ଥାରେ ପଡ଼ିବାକୁ ଥିଲା. ଯିଏ ଯାହା ଦୋଷ କରିଥିବ, ଶନି କଣ ଛାଡ଼ିବେ କହି ଡ଼ଲି କାନ୍ଦୁଥିବା ବେଳେ ରୋବ ଗୁରୁ କହିଲେ ମୁଁ ସେହି ଝିଲିର ଭାଇ. ଭଉଣୀର ମୃତ୍ୟୁ ପରେ ସଂସାର ପ୍ରତି ବିମୁଖ ହୋଇ ମୁଁ ଆଜି ରୋବ ଗୁରୁ. ସତକଥା କହିଛନ୍ତି ଡ଼ଲି ଭଉଣୀ, କିଛି ସାଂଯୋଗ ସୂତ୍ର ନଥିଲେ ମୁଁ ଏ ଗାଁକୁ ମୋର କର୍ମସ୍ଥଳୀ ରୂପେ କାହିଁକି ବାଛନ୍ତି. ସମସ୍ତେ ରୋବ ଗୁରୁଙ୍କର ଜୟ ଜୟକାର କରୁଥିଲା ବେଳେ ଡଲି ତାଙ୍କ ହାତରେ ସେଇ ଦିନଠାରୁ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରି ମଜଭୂତ କରି ରଖିଛନ୍ତି. ଗାଁଟା ସାରା ଲୋକ ରୋବ ଗୁରୁଙ୍କୁ ଖୁବ ଭଲ ପାଇ କହନ୍ତି ଆପଣଙ୍କ ଯୋଗ ଓ ବା୍ୟାମ ତଥା ପ୍ରାଣାୟାମ ସବୁ ଯନ୍ତ୍ର ରୋବଟ ଷ୍ଟାଇଲ.
