ଆଲୋକର ଗତି ଓ ଦିଗ
ଆଲୋକର ଗତି ଓ ଦିଗ
ଆସନ୍ତା କାଲି ଗୁଡ଼ ଫ୍ରଇଡେ ତେଣୁ ସ୍କୁଲ ଛୁଟି କହି ବିଜ୍ଞାନ ଶିକ୍ଷକ କହିଲେ ଆଜି ବୁଝିଲତ ପିଲାମାନେ ଆଲୋକ ସବୁବେଳେ ଏକ ସରଳ ରେଖାରେ ଗତି କରେ କିନ୍ତୁ ଆଲୋକର ନିର୍ଦ୍ଦିଷ୍ଟ ଦିଗ ନାହିଁ. ଚତୁର୍ଦ୍ଦିଗ ଆଲୋକିତ କରିବା ଆଲୋକର ଦିଗ ଅଟେ. ମୁନା ଟିକେ ଅବୁଝା ଆଖିରେ ଶିକ୍ଷକଙ୍କୁ ଚାହିଁ କହିଲା ସାର ଡିବି, ଟର୍ଚ, ମହମବତୀ, ଲଣ୍ଠନ ଇତ୍ୟାଦି ଆଲୋକିତ କରୁଥିବା ଉପକରଣ ସବୁତ ଚାରିଆଡେ ବିଛୁରିତ ହୁଏ ତେବେ ଏକ ସରଳ ରେଖାରେ କେମିତି ଗତି କରେ!ସାର ଟିକିଏ ହସିଦେଇ କହିଲେ ତୁମେ ଯଦି ଅନ୍ଧାର ଘରେ ମହମ ବତୀ, ଟର୍ଚ, ଲଣ୍ଠନ, ଡିବି ଜାଳିବ ଦେଖିପାରିବ ଆଲୋକର ଶିଖା ବତୀ ସାହାଯ୍ୟରେ ଏକ ସରଳ ରେଖାରେ କଳୁଥାଏ କିନ୍ତୁ ପ୍ରତିଫଳନ ଓ ପ୍ରତିସରଣ ଧର୍ମ ପାଳନ କରି ଚତୁର୍ଦ୍ଦିଗ କୁ ଆଲୋକ ବିଛୁରିତ ହେଉଥାଏ. ମୁନା ଏଥର କିଛି ବୁଝିଲା ଭଳି ମୁଣ୍ଡ ଟୁଙ୍ଗାରିଲା ସତ ହେଲେ ତାର ଅବୁଝା ଆଖି ଦେଖି ସାର କହିଲେ ଗୁଡ୍ ଫ୍ରାଇଡେ ଛୁଟି ଯାଉ ପରବର୍ତ୍ତି କ୍ଲାସ ରେ ଆଉ ଥରେ ବୁଝେଇଦେବି.
ସେଦିନ ସନ୍ଧ୍ୟାରେ ମୁନା ଜେଜେଙ୍କ ପାଖରେ ବସିଥାଏ ତାଙ୍କ ବିଜ୍ଞାନ ଶିକ୍ଷକ ରମେଶ ସାର ଆସି ପହଁଚିଲେ. ଜେଜେଙ୍କୁ ସେ ଖୁବ ଭଲ ପାଇବା ସହ ବନ୍ଧୁ ପରି ବ୍ୟବହାର କରନ୍ତି ତ ଥରେ ଥରେ ମୁନା ଘରକୁ ଆସିଥାଆନ୍ତି. ରମେଶ ସାର ଙ୍କୁ ଡ଼ାକିନେଇ ଜେଜେ ଡ୍ରଇଂ ରୁମ ରେ ବସାଇଲେ ଓ ଅନେକ ଦୁଃଖ ସୁଖ ହେବା ଭିତରେ ମୁନା ହାତରେ ଚା ଜଳଖିଆ ଧରି ଆସୁ ଆସୁ ଲାଇନ କଟିଗଲା. ତାଙ୍କ ଘରେ ସିନା ଇନଭରଟର ନଥିଲା କିନ୍ତୁ ଜେଜେଙ୍କ ହାତ ପାଖେ ପାଖେ ଟର୍ଚ ରହୁଥିଲା. ଜେଜେ ଟର୍ଚ ସିଧା ଧରିଥିଲେ ଉପରେ ଥିବା ଫ୍ୟାନ ଆଡକୁ ତ ତାହା ସ୍ପଷ୍ଟ ଦେଖାଯାଉଥିଲା କିନ୍ତୁ ଟର୍ଚ ଆଲୋକର ଦିଗ ସବୁଆଡକୁ ପଡୁଥିବାରୁ ମୁନା ମୁଁହଁ ଓ ତା ହାତରେ ଥିବା ଚା ଜଳଖିଆ ଫ୍ୟାନ ପରି ସ୍ପଷ୍ଟ ନହେଲେ ମଧ୍ୟ ଦେଖାଯାଉଥିଲା. ଏଇଟା ଗୋଟେ ବଢିଆ ଉଦାହରଣ ଭାବି ରମେଶ ସାର ମୁନାକୁ ଆଲୋକର ଗତି ଓ ଦିଗ ବିଷୟରେ କିଛି କହିବାକୁ ଯାଉଛନ୍ତି ମୁନାର ଜେଜେମାଆ ଡିବି ଟିଏ ଧରି ଆସି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ରେ ଗାଁ ଚାଳ ଘରେ ଡିବିଟିକୁ ରଖିଦେଇଥିଲେ, ଯୋଉଠି ଲାଇନ କଟିଗଲେ ଡିବି ରଖାଯାଏ.ଜେଜେ ମଧ୍ୟ ଡିବି ଆସିବା ଦେଖି ଟର୍ଚ ଲିଭେଇ ସାରିଥିଲେ.
ରମେଶ ସାର ଏଥର ମୁନାକୁ ଡିବି ର ଆଲୋକ କୋଉଠି ସିଧା ପଡୁଛି କହିଲୁ ପଚାରିଥିଲେ ତ ମୁନା ଚାଳ ର ଏକ ନିର୍ଦ୍ଦିଷ୍ଟ ସ୍ଥାନ କୁ ଦେଖାଇ ଦେଇଥିଲା ଯୋଉଠିକି ଟିକେ ଟିକେ କଳା ପଡିଥିଲା କିନ୍ତୁ ଅନ୍ୟ ସବୁଆଡେ ଆଲୋକ ବିଛୁରିତ ହୋଇ ଦୃଶ୍ୟମାନ ହେଲେ ମଧ୍ୟ କଳା ପଡୁନଥିଲା ତ ଏଥର ମୁନା ବୁଝିଯାଇଥିଲା ଆଲୋକର ଗତି ଓ ଦିଗ ବିଷୟରେ. ଏଥର ଜେଜେଙ୍କ ଆଡକୁ ଚାହିଁ ମୁନା କହୁଥିଲା ଜେଜେ ତୁମେ ବାପାଙ୍କୁ କହିଦେବ ମୁଁ ସହରୀ ସ୍କୁଲ ରେ ପଢ଼ିବି ନାହିଁ. ଗାଁରେ, ଗାଁ ଘରେ, ଗାଁ ସ୍କୁଲରେ କୋଉ କଥାର ଅଭାବ ଅଛି!ସେତେବେଳକୁ ରମେଶ ସାର ଚା ଜଳଖିଆ ଖାଇ, ପରେ କେବେ ଆସିବେ କହି ଚାଲି ଯାଇଥିଲେ. ବିଜୁଳି ଲାଇଟ ମଧ୍ୟ ଆସି ସାରିଥିଲା. ଜେଜେ କହିଲେ ଇଲେକ୍ଟ୍ରି ବଲବ ର ଆଲୋକର ଦିଗ ଏତେ ପ୍ରଖର ଯେ ତୁ ତାହାର ଗତି ଏକ ସରଳ ରେଖାରେ ବୋଲି ବୁଝିପାରୁନୁ. ହଁ ଜେଜେ ଏବେ ଡିବି ଓ ଟର୍ଚ ଯୋଗୁଁ ମୁଁ ବୁଝିସାରିଛି. ହଉ ଜେଜେ ମତେ ଯୀଶୁ ଖ୍ରୀଷ୍ଟ ଙ୍କ ବିଷୟରେ ତଥା ଗୁଡ଼ ଫ୍ରାଇଡେ ବିଷୟରେ କହିବ କହୁଥିଲ ପରା ଚାଲ. ହଉ ହଉ ଚାଲ ସୁନା ପୁଅ ମୁନା କହି ଜେଜେ ଚା ପିଇ ଉଠିଲେ.
