ବାହାଘର, ବ୍ରତଘର, କାନଫୋଡା ଇତ୍ୟାଦି ଧୁମ ଧଡ଼ାକରେ ପାଳିତ ହେଉଥିଲା ବେଳେ ଆଜିକାଲି ବିବାହ ବାର୍ଷିକୀ, ରିଙ୍ଗ ସେରିମନି ସାଙ୍ଗକୁ ଅବସରକାଳୀନ ବିଦାୟୀ ଉତ୍ସବ ସବୁ ଧୁମ ଧଡ଼ାକରେ ପାଳନ ହୋଇ ଦେହସୁହା ହୋଇଗଲାଣି. କିନ୍ତୁ ଶୁଦ୍ଧିଘର ଧୁମ ଧଡ଼ାକରେ ପାଳିତ ହେବା ସହଜରେ ମନ ହୃଦୟ ମାନିନେଇପାରୁନଥିବା ବେଳେ ଝିଅ ଅସ୍ମିତାର ବାପାଙ୍କ ମୃତ୍ୟୁ ଥିଲା ସ୍ୱତନ୍ତ୍ର. ମାଆଙ୍କୁ ହରାଇ ବାପାଙ୍କ ଦ୍ୱାରା ପାଳିତ ଅସ୍ମିତା ପାଇଁ ବାପା ଥିଲେ ଉଭୟ ବାପା ଓ ମାଆ. ଶିକ୍ଷା ଦୀକ୍ଷା ସମାପ୍ତ କରିବା ପରେ ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ହେବା ପରେ ବାପା ଅବସର ନେଲେ. ଅବସର ପରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଭାବି ଖୁସିରେ ବିଭୋର ହେଉଥିବା ଆଦିକନ୍ଦ ବାବୁଙ୍କ ଭିତରେ ଏକ ବିରାଟ ପରିବର୍ତ୍ତନ ଲକ୍ଷ କରିଥିଲା ଅସ୍ମିତା. ନିଜକୁ କେତେକଣ ଭିତରେ ବୁଡ଼ାଇ ରଖିବାକୁ ଚାଁହୁଥିବା ବାପା ନା ସାହିତ୍ୟ ନା ରାଜନୀତି ନା ଅନ୍ୟକିଛି ଭିତରେ ବୁଡି ରହିଲେ ବରଂ ଶଯ୍ୟାଶାୟୀ ରହିଲେ. ସେମିତି କିଛି ବଡ଼ ରୋଗ ନଥିଲା ବୋଲି ଡାକ୍ତର କହିଲେ କିନ୍ତୁ ବାପାଙ୍କ ଆଚରଣ ଉଚ୍ଚାରଣରେ ଭିର୍ନ୍ନତା ପ୍ରକାଶ ପାଇବାର କାରଣ କାହାକୁ ଜଣାନଥିଲା.ଡାକ୍ତର,ବୈଦ୍ୟ, ଜୋତିଷ, ବାସ୍ତୁଶାସ୍ତ୍ରଜ୍ଞଙ୍କ ଉପରେ ନିର୍ଭର କରୁ କରୁ ଅସ୍ମିତା ନିଜ ଭବିଷ୍ୟତ ଭୁଲି ଯାଇଥିଲା. ଦିନେ ମାଆ ସାଜିଥିବା ବାପାଙ୍କ ପାଇଁ ଝିଅ ଅସ୍ମିତା ନିଜେ ମାଆ ବନିଗଲା. କିନ୍ତୁ ବାପାଙ୍କର ନିଷ୍କ୍ରିୟତା ବିଷୟରେ ଅନୁସନ୍ଧାନର ଫଳ ଶୂନ ହିଁ ଥିଲା.ଦିନକୁ ଦିନ ଶରୀରର ସୌମ୍ୟତା ରୁଗ୍ଣ ହୋଇପଡୁଥିଲା ବାପାଙ୍କର ତ ଏଣିକି ସାଧୁ ସନ୍ଥଙ୍କ ସାହାଯ୍ୟ ନେବାକୁ ଉଚିତ ମଣିଥିଲେ ଅସ୍ମିତା. ସାଧୁ ସନ୍ଥମାନେ ଆସିଲେ. ବାପାଙ୍କ ସହ ବସି ଆଲୋଚନା କଲେ. କିନ୍ତୁ ଆଲୋଚନା ଫଳପ୍ରସୂ ହେଲାନାହିଁ କାରଣ ଆଦିକନ୍ଦବାବୁ କେବଳ ଏକମାତ୍ର ଶବ୍ଦ ଉଚ୍ଚାରଣ କରୁଥିଲେ ତାହା ଥିଲା ଓଁ.
ଏଣିକି ନିତ୍ୟ ବ୍ୟବହାରିକ ଜିନିଷ ପତ୍ର ବା ଖାଦ୍ୟ ପାନୀୟ ଦରକାର ନଥିଲା ଆଦିକନ୍ଦବାବୁଙ୍କର. ଏମିତିକି ଶାରୀରିକ ବାହ୍ୟ କର୍ମ ମଧ୍ୟ କରିବାକୁ ବା କରେଇବାର ଆବଶ୍ୟକତା ପଡୁନଥିଲା. କେବଳ ମୁଦ୍ରା ବଦଳୁଥିଲା ବାପାଙ୍କର ଆଉ ଶୁଭୁଥିଲା ସେଇ ଗୋଟିଏ ଶବ୍ଦ ଓଁ.ଡାକ୍ତର ମାନେ କିଛି କହିପାରୁନଥିଲେ. ସାଧୁ ସନ୍ଥ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ. ଜୋତିଷ ବାସ୍ତୁ ମଧ୍ୟ ହାର ମାନିଥିଲା ବେଳେ ଅସ୍ମିତା ମନେପକାଉଥିଲେ ବାପା ଅବସର ପରେ ଯାଉଥିଲେ ବିଭିର୍ନ୍ନ ଧର୍ମପୀଠ. ତା ଭିତରୁ ଉତ୍ତର ଭାରତର ହୃଷିକେଶ, ବାରଣାସୀ, ଗଙ୍ଗା ସରସ୍ବତୀ ଓ ଯମୁନାର ମିଳନ ସ୍ଥଳୀ ଇତ୍ୟାଦି ଅନେକ ଧାର୍ମିକ ପୀଠ ଭିତରେ ଅସ୍ମିତା ସାଙ୍ଗରେ ଯାଇନଥିବା କେତେକ ଧାମ ମଧ୍ୟ ଥିଲା ତା ଭିତରୁ ଭାରତରେ ଥିବା ଅନେକ ରହସ୍ୟମୟ ମନ୍ଦିର ଯାହାର ରହସ୍ୟ ବୈଜ୍ଞାନିକ ମାନେ ମଧ୍ୟ ଉନ୍ମୋଚନ କରି ପାରନ୍ତି ନାହିଁ. ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅଛି ଏହି ମନ୍ଦିରର ନାମ ବଂଶୀ ନାରାୟଣ ମନ୍ଦିର.ଏହି ମନ୍ଦିର ବର୍ଷର ତିନିଶହ ଚଉଷଠି ଦିନ ବନ୍ଦ ରହୁଥିବା ବେଳେ କେବଳ ରାକ୍ଷୀ ପୂର୍ଣ୍ଣିମାରେ ଖୋଲାଯାଏ.ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଏ ଓ ସୂର୍ଯ୍ୟାସ୍ତ ପରେ ମନ୍ଦିରକୁ ପୁନଃ ବନ୍ଦ କରିଦିଆଯାଏ.ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିର ପାଣ୍ଡବ ମାନଙ୍କ ଦ୍ବାରା ସ୍ଥାପନା କରାଯାଇଥିଲା. ଦେଵର୍ଷି ନାରଦ ତିନିଶହ ଚଉଷଠି ଦିନ ଏଠାରେ ବଂଶୀ ନାରାୟଣଙ୍କ ପୂଜା କରନ୍ତି ବୋଲି ବିଶ୍ବାସ ରହିଛି. ଏହି ମନ୍ଦିରରେ କେବଳ ଗୋଟିଏ ଦିନ ଭକ୍ତମାନଙ୍କୁ ଭଗବାନ ବଂଶୀ ନାରାୟଣଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଇଥାଏ.ଦଶ ଫୁଟ ଉଚ୍ଚ ଏହି ମନ୍ଦିରର ଗର୍ଭଗୃହ ବର୍ଗାକାର ଅଟେ. ଏଠାରେ ଭଗବାନ ବିଷ୍ଣୁ ଚତୁର୍ଭୁଜ ସ୍ବରୂପ ବିଦ୍ଯମାନ. ମନ୍ଦିରରେ ଥିବା ପ୍ରତିମାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ଏକାଠି ଦର୍ଶନ କରିହୁଏ. ଶ୍ରଦ୍ଧାଳୁ ଗୋଟିଏ ଦିନ ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି.କିମ୍ବଦନ୍ତୀ ଅନୁଯାୟୀ ଥରେ ରାଜା ବଳି ଭଗବାନ ବିଷ୍ଣୁଙ୍କୁ ତାଙ୍କ ଦ୍ବାରପାଳ ହେବାକୁ ଅନୁରୋଧ କଲେ. ଭଗବାନ ବିଷ୍ଣୁ ରାଜା ବଳିଙ୍କ ଏହି ଅନୁରୋଧ ରକ୍ଷା କରି ପାତାଳ ଲୋକକୁ ଚାଲିଗଲେ. ଭଗବାନ ବିଷ୍ଣୁଙ୍କର ଦର୍ଶନ ନ ପାଇ ମାତା ଲକ୍ଷ୍ମୀ ବିଚଳିତ ହୋଇଗଲେ. ସେ ନାରଦ ମୁନିଙ୍କ ପାଖକୁ ଗଲେ ଏବଂ ନାରଦଙ୍କୁ ପ୍ରଶ୍ନ କଲେ ଭଗବାନ ବିଷ୍ଣୁ କେଉଁଠାରେ ଅଛନ୍ତି?ନାରଦ କହିଲେ ଭଗବାନ ବିଷ୍ଣୁ ପାତାଳ ଲୋକରେ ଅଛନ୍ତି, ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ସେଠାକୁ ଯାଇ ରାଜା ଵଳିଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭଗବାନ ବିଷ୍ଣୁଙ୍କୁ ଫେରାଇ ଆଣନ୍ତୁ.ଏହି କଥାରେ ମାତା ଲକ୍ଷ୍ମୀ ନାରଦଙ୍କୁ କୁହନ୍ତି, ମୋତେ ପାତାଳଲୋକକୁ ମାର୍ଗ ଜଣାନାହିଁ.ମାତା ଲକ୍ଷ୍ମୀଙ୍କ ସହ ନାରଦ ପାତାଳଲୋକକୁ ଆସିଥିଲେ.ସେହିଦିନଠାରୁ କଳଗୋଠ ଗ୍ରାମରେ ବଂଶୀ ନାରାୟଣ ପୂଜା ଚାଲି ଆସୁଛି ଵୋଲି ସ୍ଥାନୀୟ ଲୋକେ କୁହନ୍ତି. ରାକ୍ଷୀ ପୂର୍ଣ୍ଣିମା ଦିନ ନାରାୟଣଙ୍କ ପୂଜା ପାଇଁ କଳଗୋଠ ଗାଁର ପ୍ରତ୍ୟେକ ଘରୁ ଲହୁଣି ଆସିଥାଏ.ଏହି ଲହୁଣିରେ ପ୍ରସାଦ ପ୍ରସ୍ତୁତି ହୋଇଥାଏ.ଏହି ଦିନ ଭଗବାନ ବଂଶୀ ନାରାୟଣଙ୍କ ଶୃଙ୍ଗାର ମଧ୍ୟ କରାଯାଏ.ଏହାପରେ ଗାଁର ଲୋକମାନେ ଭଗବାନଙ୍କୁ ରକ୍ଷାସୂତ୍ର ବାନ୍ଧିଥାନ୍ତି.ସେହିପବିତ୍ର ଧାମରେ ରାକ୍ଷୀ ବାନ୍ଧି ଆସିବା ପରେ ବାପାଙ୍କ ଠାରେ ଆସ୍ତେ ଆସ୍ତେ ପରିବର୍ତ୍ତନ ଆସିଥିଲା. ପ୍ରଥମେ ପ୍ରଥମେ ମଣିଷ ଅହଂକାର ଶୁନ୍ୟ ହୋଇ ଚାଲିବା ଉଚିତ ବୋଲି କହିବାକୁ ପ୍ରାଧାନ୍ୟ ଦେଉଥିଲେ ବାପା ଆଦିକନ୍ଦବାବୁ.ତା ପରେ ପରେ ମାୟା,ମୋହ, ରାଗ, ହିଂସା ଉର୍ଦ୍ଧରେ ବାପା କହିଚାଲିଲେ ଜୀବନ ଏକ କ୍ଷଣସ୍ଥାୟୀ ଗୋଲାପ ଫୁଲ. କିଏ କଣ୍ଟାର ଆଘାତ ସହି ସହି ଜୀବନକୁ ଦୁର୍ବିସହ ଭାବୁଥିବା ବେଳେ କିଏ ଜୀବନ ଜିଏଁ ଗୋଲାପ ଫୁଲ ପରି କିନ୍ତୁ ପ୍ରକୃତ ସତ୍ୟ ସେହି ବଂଶୀବାଦକ.
ତା ପରେ ବାପାଙ୍କୁ ଦେଖିବାକୁ ମିଳିଲା ଭିର୍ନ୍ନ ଭିର୍ନ୍ନ ମୁଦ୍ରାରେ. ଏମିତିକି ଶୋଇବା ଘରେ ଖାଲି ଚେୟାର ପଡିଲା ଭଗବାନଙ୍କ ଆସନ ହୋଇ. ଭଗବାନ ନିତ୍ୟ ତାଙ୍କ ପାଖକୁ ଆସନ୍ତି କହନ୍ତି ବାପା. କେହି ଗୁରୁତ୍ୱ ଦିଅନ୍ତି ନାହିଁ. ବୟସର ଦୋଷ କୁହନ୍ତି କିନ୍ତୁ ଚଉକି ଉପରେ ପଡୁଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମ, ବଂଶୀ, ଦୀପ ଚିହ୍ନ ନିଜ ଆଖିରେ ଦେଖିଥିବା ଅସ୍ମିତା ଆଜି ସେକଥା ଖୋଲିଛନ୍ତି ସାଧୁ ସନ୍ଥ ଓ ସନ୍ୟାସୀମାନଙ୍କ ନିକଟରେ. ସେମାନେ ସମସ୍ତେ ମିଳିତ ଭାବରେ ବାପାଙ୍କୁ ଦେଖା କରିବାକୁ ଆସି ବାପା ରହୁଥିବା କୋଠରୀର ଦ୍ୱାର ଉନ୍ମୁକ୍ତ କରି ଦେଖିଥିଲେ ଶଯ୍ୟା ଖାଲି ପଡିଛି. ଶୁନ୍ୟ ଘରେ ଚଉକି ଉପରେ ଦୀପ ଜଳୁଛି. ପରସ୍ପର ପରସ୍ପର ମୁଁହକୁ ଚାହିଁ କହୁଥିଲେକି ସେ ଅବତାର ରୂପେ ଅବତାରୀ ହିଁ ଥିଲେ. ମଣିଷର ଜୀବନକାଳକୁ ଚାରି ଭାଗ ପରିବର୍ତ୍ତେ ଆଉ ଗୋଟିଏ ଅବସ୍ଥା ଯାହା ଇଶ୍ୱରଙ୍କ ପାଇଁ ଉଦିଷ୍ଟ ତାହା ଯୋଡି ଶୈଶବ, ଯୌବନ, ଗ୍ରାହସ୍ଥ୍ୟ, ବୃଦ୍ଧ ପରେ ଯୋଉ ଅବସ୍ଥା ତାକୁ ମୋକ୍ଷ ବା ଆଶ୍ରମ ହିଁ କହିବା ପ୍ରଯୁଜ୍ୟ ବୋଲି ଶିଖାଇ ଯାଇଛନ୍ତି ତୁମ ବାପା.ଅସ୍ମିତାଙ୍କୁ ବୋଧ ଦେଇ ସାଧୁ ସନ୍ଥଗଣ ଆଦିକନ୍ଦବାବୁଙ୍କୁ ମୃତ ଘୋଷଣା କରିଥିଲେ. ଶବଦାହ କେମିତି କରାଗଲା ସାଧାରଣଙ୍କୁ ଗୁପ୍ତ ରଖାଗଲା. ଶୁଦ୍ଧି କର୍ମରେ ଅବଢ଼ା ଭୋଜନ, ଦାନ ଦକ୍ଷିଣା ଭିତରେ ରାମ ନାମର ସତସଙ୍ଗର ଧୁମ ଧଡ଼ାକ ଥିଲା ସମ୍ପୂର୍ଣ୍ଣ ନିଆରାଭାବେ.ଡାକ୍ତରମାନେ ଚକିତ ଥିଲେ. ସ୍ବଦେହରେ ସ୍ୱର୍ଗ ଗମନ କଥାଟାର ସତ୍ୟତା ବାପାଙ୍କ ପାଇଁ ପ୍ରଯୁଜ୍ୟ ହେବ ଅସ୍ମିତା ଭାବିନଥିଲେ.
ଏଇ କିଛିଦିନ ହେବ ଏବର୍ଷ ଲଗାତାର ତିନିମାସ ଧରି ନିର୍ଦ୍ଦିଷ୍ଟ ରାତିରେ ନିଦ ଭାଙ୍ଗୁଛି ପେଚା ବୋବାଳିରେ ତ ମନ ଅସ୍ଥିର ଲାଗୁଛି ଅସ୍ମିତାଙ୍କର . ଯେତେ ପାଠ ଶାଠ ପଢିଲେ ମଧ୍ୟ ମନକୁ କିଏ ବୁଝେଇବ!ଆଶଙ୍କାରେ ଜର୍ଜ୍ଜରିତ ମନ. ନିଶ୍ଚୟ କିଛି ଅଘଟଣ ଦୁର୍ଘଟଣା ଅଛି ଭାବି ପ୍ରତିକାର ପାଇଁ ଶୁଭେଛୁମାନଙ୍କୁ ହାତପତେଇ ଉପଦେଶ ମାଗିଲା ବେଳେ କିଏ କହେ ରାତ୍ରୀଚର ପକ୍ଷୀ ସେମାନେ ରାତିରେ ବୋବେଇବେନି? କିଛି ମନ ଊଣା କରିବାର ନାହିଁ. ହଁ ଅସ୍ମିତାଙ୍କ ଘର ଚାରିପଟେ ଗଛ ବହୁତ ହେଲେ କେଵେ ଦିନେ ହେଲେ ତ ସେ ଶୁଣି ନଥିଲେ ଏମିତି ନିର୍ଦିଷ୍ଟ ପ୍ରହରରେ ପୁଣି ରାତିରେ ପେଚା ବୋବାଳି! ପୁଣି କିଏ କହେ ସେ ପେଚା ହୋଇନଥିବ କାରଣ ପେଚା ଉଡି ଉଡି ବୋବାଏ ନାହିଁ. ଯୋଉଠି ହେଲେ ବସିକି ବୋବାଏ. ସେ ବୋବାଳିର ପୁଣି ଅନେକ ସଂକେତ ରହିଛି. ଶୁଭ ଅଶୁଭ ମିଶ୍ରିତ ଭିତରୁ ଚୋରୀ ଭୟ,ମୃତ୍ୟୁ ଭୟ ଇତ୍ୟାଦି ଅଶୁଭ ସଂକେତ ସହ ପେଚା ଲଷ୍ମୀଙ୍କ ବାହାନ ହୋଇଥିବାରୁ କେତେକ ଶୁଭ ସଂକେତ ମଧ୍ୟ ଦେଇଥାଏ . ବହୁଦିନରୁ ରୋଗରେ ପୀଡିତ ଥିବା ରୋଗୀ ଉପରେ ବସିଗଲେ, ରୋଗୀର ରୋଗ ଦୂର ହୁଏ.ଘରୁ ଯାତ୍ରାରେ ବାହାରିବା ବେଳେ ପେଚା ଦେଖିଲେ ଯାତ୍ରା ସଫଳ ହୁଏ ପୁଣି କୋମଳ କଣ୍ଠରେ ପେଚା ଡାକିଲେ ଓ ଧଳା ରଙ୍ଗର ପେଚା ହୋଇଥିଲେ ଭାରି ଶୁଭ ହୋଇଥାଏ . ଅସ୍ମିତା ବୁଝୁନଥିଲେ ଏସବୁ କିଛି.କେବଳ ସନ୍ତ୍ରାସ ଓ ଆତଙ୍କ ଭିତରେ ଦିନ ବିତୁଥିଲା ତାଙ୍କର.କେଵେ ସାରାରାତି ହନୁମାନ ଚାଳିଶା ବୋଲି ବୋଲି ତ କେଵେ କୋଉ ମନ୍ତ୍ରର ଧାଡିଏ କି ଦୁଇଧାଡି ବୋଲି ଦେଇ ଶୋଉଥିଲେ . ପୁଣି କେଵେ ତକିଆ ତଳେ ମୟୁର ପୁଚ୍ଛ ରଖି ତ କେଵେ କାହା କଥାରେ ମୟୁର ପୂଛରେ ଲାଲ ରଙ୍ଗର କପଡା ଗୁଡେଇ ରଖୁଥିଲେ . ଏତେସବୁ ଭିତରେ ବି ନିଦ ଭାଙ୍ଗୁଥିଲା ସେଇ ନିର୍ଦିଷ୍ଟ ରାତିର ନିର୍ଦ୍ଦିଷ୍ଟ ପ୍ରହରରେ. ଉଠିବସି ଜଡ଼ସଡ଼ରେ ହନୁମାନ ଚାଳିଶା ବୋଲିବା ଛଡା ଅନ୍ୟ ଉପାୟ ତ ଉପାୟ ଲାଇଟ ଜାଳି କେତେଟା ବାଜିଛି ବୋଲି ଦେଖିବାକୁ କି ଫୋନ ଚିପି ଲାଇଟ ଜାଳି ସମୟ ଜାଣିବାକୁ ଡର ଲାଗୁଥିଲା. ସ୍ୱାମୀ ମଧ୍ୟ ବିରକ୍ତ ହୋଇ କେତେ କଥା କହୁଥିଲେ. ଦିନେ ଦିନେ ଉଠି ଛାତ ଉପରକୁ ଯାଇ ନିରୀକ୍ଷଣ କରିବାକୁ କହି ଧୂଆଁ ଧୂଆଁ ଜଙ୍ଗଲ ପରି ଲାଗୁଥିଲା କୁହୁଡି କାକର ପରି ଆକାଶ ତ ବାରି ନପାରି ପେଚାର ଉଡାଣ ଫେରି ପଡି ଛାତରୁ ଆଉ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହେବାକୁ ଭାବି କଡ଼ ଲେଉଟାଇ ଶୋଇ ଯାଉଥିଲେ ଅସ୍ମିତା.
ଅସ୍ମିତା ଙ୍କ ବାନ୍ଧବୀ ଜଣେ କବୀ ଥିଲେ ଓ ଭାରି ଶୁଭେଛୁ ଅସ୍ମିତାଙ୍କର.ତ ଏସବୁ ଶୁଣି ଅସ୍ମିତାଙ୍କୁ କହିଲେ କରିପାରିବେ ଯଦି ଗୋଟେ କଥା କହନ୍ତି କହି ସେ କହିଚାଲିଥିଲେ.ମଣିଷ ଜୀବନର ଅନେକ ଦୁଃଖ,ଦହନ, ଯନ୍ତ୍ରଣାକୁ ସାମ୍ନା କରୁ କରୁ ଏମିତି ଗୋଟେ ପରିସ୍ଥିତିରେ ପଡି ଜଗନ୍ନାଥ ଦର୍ଶନକୁ ଯାଇ ପୁରୀ ବାଇଶି ପାବଛରେ ବସିଛି, ନନା ଜଣେ କହିଲେ ମାଆ ଜଗନ୍ନାଥଙ୍କ ନାକଚଣା ମାଳ ନେବ? କେତେ ପଇସା ଓ କେତେ ସମୟ ଲାଗିବ ବୁଝୁ ବୁଝୁ ନନା ଆଣିଦେଇଥିଲେ ସେଇ ନାକଚଣା ମାଳଟି. ଶୁଖାଇ, ସାଇତି,ଜରି ମଧ୍ୟରେ ଦାଣ୍ଡଦୁଆର ଆଗରେ ଟାଙ୍ଗିବା ପରେ ଅନେକ ସମସ୍ୟାର ସମାଧାନ ଅଚିରେ ହୋଇ ଶାନ୍ତି ଫେରିଥିଲା ଘରକୁ. ତାଙ୍କ କଥା ଶୁଣି ସେଦିନ ଅନେକ ଆଶ୍ୱାସନା ମନରେ ନେଇ ଭବିଷ୍ୟତ ସମ୍ଭାବନା ପାଇ ନିଦ ହୋଇଗଲା ଅସ୍ମିତାଙ୍କୁ ତ ଆଉ ସେଦିନଠୁ ଶୁଣି ନଥିଲେ ପେଚା ବୋବାଳି. ସ୍ୱାମୀ କହୁଥିଲେ ଫ୍ୟାନ ବୁଲିବା ଶବ୍ଦରେ ଆଉ ଶୁଣିବାକୁ ପାଇବନି ପେଚା ରାବ.ବ୍ୟସ୍ତ ହୁଅନା. ସେ ତାର ବୋବାଉଥାଉ. ତୁମେ ଶୁଣିଛ ତେବେ? ହଁ ବୋଲି ମୁଣ୍ଡ ଟୁଙ୍ଗାରୁଥିଲେ ସ୍ୱାମୀ.
ସାନାଭାଇ ପରି ଜଣେ ଭଦ୍ରଲୋକ ଖବର ଦେଲେ ଅପା ମିଳିଯାଇଛନ୍ତି ନାକଚଣା ମାଳ.ଆମ ସ୍କୁଲରେ ରଖିବାକୁ ସୁବିଧା ନାହିଁ ଆପଣ ଆସି ନେଇଯାନ୍ତୁ . ଖୁସିରେ ଅସ୍ମିତା ବସରେ ବସିଲେ. ମନ୍ଦିର ବସରେ. ମାଳ ନେଇ ପୁଣି ସେଇ ବସରେ ଫେରିବାକୁ ଅପେକ୍ଷା କରୁ କରୁ ଖୁବ ଡେରି. ଖରା ମାରୁଛି ଚାଇଁ ଚାଇଁ. ପାଖରେ ପାଣି ନାଇଁ କି ଅଟୋରେ ଚାଲିଯିବା ପାଇଁ ପଇସା ନାହିଁ. ଠିକ ଏତିକି ବେଳେ ଲାଗିଲା ପ୍ରଭୁ ଯାହାର ପାଖରେ, କୋଉ କଥାକୁ ଆଉ ଡର!ସତକୁ ସତ ମନ୍ଦିର ବସ ପହଞ୍ଚିଗଲା ଅଚିରେ . ସିଟ ପାଇ ବସିପଡ଼ି ଅସ୍ମିତା ଭାବୁଥିଲେ ଯାହାର ସ୍ମରଣ ମାତ୍ରେ ବସ ଆସିଗଲା ତାଙ୍କୁ ଘରେ ନେଇ ରଖିବା ପରେ ଆଉ କି ବିପଦ!ଯେତେ ଯିଏ, ମନୁଷ୍ୟ, ପଶୁ, ପକ୍ଷୀ ଗୋଛି କାଟିବାକୁ ଚାହିଁଲେ ମଧ୍ୟ ଆଉ କିଛି କରିପାରିବେନି. ଭାବିକି ନାକଚଣା ମାଳ ଥିବା ପଲିଥିନଟିକୁ ସଜାଡି କୋଳ ଉପରେ ରଖିଲା ବେଳେ ଅସ୍ମିତାଙ୍କ ମନକୁ ଆସି ଲାଗିଲା ସତରେ କଣ ପ୍ରଭୁ କୋଟି କୋଟି ଜୀବଙ୍କୁ ଛାଡି ମୋ ସହ ଯାଉଛନ୍ତି ମୋ ଘର ରିଷ୍ଟ କାଟିବାକୁ? ଏମିତି ଭାବି ପଲିଥିନ ଟିକେ ଘୁଞ୍ଚେଇବାକୁ ଯାଇ ଟେକି ପାରିଲେନି ଅସ୍ମିତା . ପାଖ ସ୍ତ୍ରୀ ଲୋକ ଜଣଙ୍କ କହୁଥାନ୍ତି ନିଜ ବ୍ୟାଗ ଓ ପଲିଥିନ ମୋ ଦେହରେ ବାଜୁଛି, ସଜାଡି ରଖନ୍ତୁ . ହଁ ହଁ କହି ସଜାଡି ରଖି ପାରୁନଥିଲେ ଅସ୍ମିତା . କି ଭାରି ସେ ଜରି. ତେବେ କେମିତି ନେବେ ବସଷ୍ଟାଣ୍ଡରୁ ଘରଯାଏଁ ପ୍ରଭୁଙ୍କୁ!ବସ ରହିଲା. ଯାତ୍ରୀମାନେ ଓଲ୍ହେଇଲେ ହେଲେ ଓଲ୍ହେଇ ପାରୁନଥିଲେ ଅସ୍ମିତା . କଣ୍ଡକ୍ଟର ବିରକ୍ତି ଭାବ ପ୍ରକାଶ କରି ପଲିଥିନ ଜରିଟିକୁ ତାଙ୍କଠୁଁ ଧରି ନେଇ କହୁଥିଲା ବୋପାଲୋ କି ଭାରି!କଣ ଅଛି ଏଥିରେ କେଜାଣି! ଅସ୍ମିତା ପୁଣି ଜରିଟିକୁ ନିଜ ହାତକୁ ନେଇ କହୁଥିଲେ ବ୍ରହ୍ମାଣ୍ଡ ଠାକୁର ସେଥିରେ. ସେ ହସୁ ହସୁ ଅସ୍ମିତା ଓଲ୍ହେଇ ଚାଲୁଥିଲେ ଆଗକୁ . ଆଉ ଭାରି ନଥିଲା ଜରି କିନ୍ତୁ ମନଦୁଃଖ ଲାଗୁଥିଲା ଅସ୍ମିତାଙ୍କର ଭାବିକି ଯେ ବୋଧେ ପ୍ରଭୁ ରହିଗଲେ ବାଟରେ ବୋଧେ କିନ୍ତୁ ସ୍ୱାମୀ ଯେବେ ଦୁଆର ମୁହଁରୁ ଧରିନେଇ ହାତରୁ କହୁଥିଲେ ବୋପାଲୋ କି ଭାରି. ଖୁସିରେ ଅସ୍ମିତା ଶିଡ଼ି ଚଢ଼ୁଥିଲେ ଥିରି ଥିରି.
ଦୁଇ ଚାରି ଦିନ ପରେ ସାଙ୍ଗ ଫୋନ କରିଥିଲା ଓ କହିଥିଲା ତାର କୋରାପୁଟ ବଦଳି ହୋଇଯାଇଛି ଯେ ତାକୁ ଡର ମାଡ଼ୁଛି. ସେଠି ପ୍ରାକୃତିକ ପରିବେଶ ସହିତ ନଦୀ, ଝରଣା, ପ୍ରପାତ ଖୁବ ସୁନ୍ଦର ସତ ହେଲେ ପୋଡୁ ଚାଷ ପାଇଁ ଜଙ୍ଗଲ ପୋଡି ସହ ଧୂଆଁ ଧୂଆଁ ବାତାବରଣ ଭିତରେ ସ୍କୁଲଟି ମଧ୍ୟ ଧୂଆଁଳିଆ ହୋଇ ରହୁଛି. ଆଦିବାସୀ ପିଲାଙ୍କ ଉପସ୍ଥାପନ ଶ୍ରେଣୀରେ ବହୁତ କମ ତ ଉପରିସ୍ଥ ଅଫିସରଙ୍କୁ କୈଫତ ଦେବାକୁ ପଡିବ. ଅସ୍ମିତା କହିଲେ ଧୂଆଁ ଧୂଆଁ ଜଙ୍ଗଲ ଭିତରେ କିନ୍ତୁ ପେଚା ବୋବାଳି ତ ନଥିବ ନା!କାଇଁ, ତୁ ଆଉ ଶୁଣୁଛୁକି ସେ ପକ୍ଷୀ ବୋବାଳି?ହଁ ବେଳେ ବେଳେ. କିଛି ଯାଏ ଆସେ ନାହିଁ.ତୋ ସାଙ୍ଗରେ ପରା ଜଗନ୍ନାଥ ଅଛନ୍ତି. ହଁ ସେଇଥିପାଇଁ ତ ନିର୍ଭିକ ଭାବେ ବଞ୍ଚିଛି. ତୁ ବି ସେୟା କର. ପ୍ରଭୁଙ୍କ ନାକଚଣା ମାଳ ସାଙ୍ଗରେ ନେଇକି ଯାଆ. କିଛି ଅସୁବିଧା ରହିବନି. ସାଙ୍ଗ ହସି ହସି କହିଲା ନାକଚଣା ମାଳ ଭିତରେ ତୁତ ଜଗନ୍ନାଥଙ୍କୁ ନେଇଗଲୁ ନା. ଆରେ ନା ନା ସେ ବାଣ୍ଟିହୋଇ ଭକ୍ତ ପାଇଁ ବିଭାଜ୍ୟ ସବୁବେଳେ. ତୁ ଗୋଟେ କାମ କର ନାକଚଣା ମାଳ ବଦଳରେ କରପଲ୍ଲଵ ବା ହୃଦୟବଲ୍ଲବ ଭିତରେ ତାଙ୍କୁ ସାଙ୍ଗରେ ନେଇଯା. ଏସବୁ ଶୁଣୁଥିବା ସ୍ୱାମୀ କହୁଥିଲେ ସତ କଥା. ଭକ୍ତର ଭଗବାନ ବୋଲି ନାକଚଣା ମାଳ କେତେବେଳେ ହାଲକା ତ କେତେବେଳେ ଭାରି ଲାଗୁଛନ୍ତି ଏଠି ନାକଚଣା ମାଳ .ଏସବୁ ଶୁଣି ଅସ୍ମିତା ଙ୍କ ମନରୁ ଭୟ ଅପସରି ଯାଉଥିଲା ଅନେକ ମାତ୍ରାରେ ଓ ମନେପଡୁଥିଲେ ବାପା. ପ୍ରକୃତରେ ଐଶ୍ଵର୍ଗିକ ଶକ୍ତି ଥିଲେ ସବୁ ସମ୍ଭବ ଯେମିତି ତାଙ୍କ ବାପା. ଅସ୍ମିତା ଏବେ ଆଉ ଡରୁନଥିଲେ କି ପେଚା ବୋବାଳି ଶୁଣି ତାଙ୍କ ନିଦ ଭାଙ୍ଗୁନଥିଲା.