STORYMIRROR

Sunanda Mohanty

Fantasy Thriller Others

4  

Sunanda Mohanty

Fantasy Thriller Others

ଭଦଭଦଳିଆ ପକ୍ଷୀ

ଭଦଭଦଳିଆ ପକ୍ଷୀ

4 mins
0

କୌଣସି ଅଦୃଶ୍ୟ ଶକ୍ତି ନିଶ୍ଚୟ ତାକୁ ସାହାଯ୍ୟ କରୁଛି. କିଏ ହେଇପାରେ ସେହି ଅଦୃଶ୍ୟ ଶକ୍ତି!ଏତେ ଚକ୍ରାନ୍ତ ଓ ଷଡଯନ୍ତ୍ର ସବୁ ବିଫଳ ହେଉଛି କେମିତି ବୋଲି ଭାବୁଥିଲେ ଶତୃମାନେ. ଆଗେଇ ଚାଲିଥିଲେ ସଫଳତା ସିଡ଼ି ଚଢି କଲ୍ୟାଣୀ. ସେ ମନରେ ସ୍ୱଚ୍ଛ ଥିଲେ. ହୃଦୟ ଛନ୍ଦ କପଟ ବିହୀନ ଥିଲା ତ ସଫଳତା ଆଡକୁ ପାଦେ ପାଦେ ଆଗେଇ ଗଲାବେଳେ ନିଜେ ବି ଭାବନ୍ତି ତାଙ୍କ ପଛରେ କିଏ!କୋଉ ଦୈବ ଶକ୍ତି ନା କୋଉ ଐଶ୍ଵର୍ଗିକ ଶକ୍ତିର ପ୍ରଭାବ ଏହା!ପୂଜା ତ ସେ କରନ୍ତି ନିଶ୍ଚୟ କିନ୍ତୁ ସବୁ ଦେବା ଦେବୀ ଙ୍କ ନାମ ନିଅନ୍ତି. ଗଛକୁ ଦେବତା ଭାବନ୍ତି ସତ ହେଲେ ଖାଲି ବର କି ଓସ୍ତ ନୁଁହଁ ବରଂ ସାହାଡା ଠୁ ଆରମ୍ଭ କରି ଲାଜକୁଳୀ ଲତା ଯାଏଁ ସମସ୍ତଙ୍କୁ ସେ ମାନନ୍ତି କାରଣ ତାଙ୍କ ବିଜ୍ଞାନ ଶିକ୍ଷକଙ୍କ ଠାରୁ ସେ ପିଲାଦିନେ ବିଜ୍ଞାନ ପଢୁ ପଢୁ ବୁଝିଯାଇଛନ୍ତି କି ଗଛ ଦେହରେ ଜୀବନ ଅଛି ବୋଲି ସେ ସଜୀଵ ଅନ୍ତର୍ଭୁକ୍ତ. ନଚେତ ରାଧୁଆ ଭାଇର ଦାଢୁଆ କାତି ବାଜିଲେ ଝରି ପଡୁଛି କେମିତି ଲୁହ ଟୋପା ଟୋପା ଗଛରୁ . ପୁଣି ଝାଉଁଳି ପଡୁଛି କେମିତି ଲାଜକୁଳୀ ଲତାକୁ ଛୁଇଁ ଦେଲେ!ସେ ଲୁହର ରଙ୍ଗ ହୁଏତ କେବେ ଧଳା ତ କେବେ ଇଷତ ହଳଦିଆ ତ କେବେ ଅଳ୍ପ ଗୋଲାପି ବା କହିପାରନ୍ତି ବାଘନିଶହନାଲା ର ସମାହାର ଭଳି. ମଣିଷ ଲୁହର ରଙ୍ଗ ନଥାଏ ବୋଲି କେହି କେହି କହୁଥିଲା ବେଳେ କଲ୍ୟାଣୀ ଭାବନ୍ତି ସୁଦ୍ଦୁ ମିଛ. ମଣିଷ ଆଖି ଲୁହ ର ବି ରଙ୍ଗ ଅଛି. ହୁଏତ ଆଖିକୁ ଦିଶେନା କିନ୍ତୁ ହୃଦୟ କୁ ଛୁଏଁ. ସେମିତି ତ ହୃଦୟକୁ ଅନେକ ଜିନିଷ ଛୁଇଁ ଯାଉଛି ବୋଲି କଲ୍ୟାଣୀ ଆଜି ଆଶୀର୍ବାଦ ପାଉଛନ୍ତି ସେଇ ସର୍ବନିୟନ୍ତା ଇଶ୍ୱରଙ୍କ ପାଖରୁ. ବୁଲା କୁକୁର ହୁଅନ୍ତୁ ବା ବୁଲା ଷଣ୍ଡ କି ମାଙ୍କଡ଼, ତାଙ୍କ ପାଇଁ ପ୍ରକୃତିରେ କେତେ ଖଞ୍ଜିଛ ପ୍ରଭୁ ଆଶ୍ରୟ, ଖାଦ୍ୟ ତଥା ସୁରକ୍ଷା ବୋଲି ଭାବି ହୁଅନ୍ତି. ପୁଣି ଭାବୁଥାଆନ୍ତି ମଣିଷ ଙ୍କ ଭିତରେ ଏତେ ଆତ୍ମ ବଡ଼ିମା କଣ ପାଇଁ!ଦୁଇ ଦିନର କୁଣିଆ ହୋଇ ପୃଥିବୀ ପୃଷ୍ଠରେ ଜନ୍ମ ନେଇ ହିଂସା, ରାଗ, ବାଦ, ଛେଦ, ଅହଙ୍କାର ସହିତ ସନ୍ତ୍ରାସ, ଆତଙ୍କ, ଯୁଦ୍ଧ କାହିଁକି!ଶତୃ କିନ୍ତୁ ଚମତ୍କୃତ ହୁଅନ୍ତି କିଏ ସେହି ଦେବ!ମହାଦେବ ନା ଜଗନ୍ନାଥ ନା ବୀରହନୁମାନ ନା ନବମହାଗ୍ରହ ନା କୋଉ ଦେବୀ!ଦୁର୍ଗା ନା କାଳୀ ନା ଗଙ୍ଗାମାତା, କିଏ କଲ୍ୟାଣୀଙ୍କ ପଛରେ ଅଛନ୍ତି?ସତ କଥା ଅନ୍ୟମାନେ କଣ ନିଜେ ବି ନିଜ ପରଛାଇ ଦେଖି ଚମକି ପଡନ୍ତି କଲ୍ୟାଣୀ!କିଏ ତାଙ୍କ ପଛରେ!ମଣିଷ ତ ନିଶ୍ଚୟ ନୁଁହଁ ତେବେ ହୁଏତ ସେଇ ପକ୍ଷୀ ହେଇଥିବେ.
     ପକ୍ଷୀ ଦେଖିଲେ ଭୋକ ଶୋଷ ଭୁଲିଯାଆନ୍ତି କଲ୍ୟାଣୀ. ପାହାନ୍ତି ସକାଳେ ପକ୍ଷୀସବୁଙ୍କର କାକାଳୀ ଶୁଣୁ ଶୁଣୁ କିଏ ଭଜନ, ଜଣାଣ କି ବନ୍ଦନା କଲାବେଳେ ସେ ଦୌଡ଼ି ଯାଆନ୍ତି ଛାତ ଉପରକୁ. ପକ୍ଷୀଙ୍କ ରାବ, ପକ୍ଷୀଙ୍କ ବୋବାଳି ତଥା ଉଡାଣ ଠାଵ କରୁ କରୁ ଅନେକ ପକ୍ଷୀ ଦେଖନ୍ତି. କିଏ କୋଉ ଗଛ ର ଡାଳ ବା ପତ୍ର ଗହଳ ରେ ଛପି ରହେ ସେକଥା ମଧ୍ୟ କଲ୍ୟାଣୀଙ୍କୁ ଜଣା. ଖୋଜି ଖୋଜି ଠାଵ କରନ୍ତି ଶୁଆ, ହଳଦୀ ବସନ୍ତ ତଥା ବଣି, କଜ୍ଜଳପାତି ଇତ୍ୟାଦି ପକ୍ଷୀ ସବୁଙ୍କୁ. ପୁଣି କିଏ ଲଢୁଆ କିଏ ଜିଦିଆ କିଏ ବୁଝିପାରେ ମଣିଷର ସମ୍ବେଦନ ପୁଣି କିଏ ବା କୋଉ ପକ୍ଷୀ କୋଉ ଗ୍ରହ ଦେବତାଙ୍କ ପ୍ରତୀକ ମଧ୍ୟ ଜାଣି ବୁଝି ଖୋଜି ହେଉଥାଆନ୍ତି କଲ୍ୟାଣୀ. ଆଉ କଳା ରଙ୍ଗର ସେ କାଉ ତ ତାଙ୍କର ଅତି ପ୍ରିୟ. କାହାର ଉପସ୍ଥିତି କୁ ନଡରି ସ୍ୱଚ୍ଛନ୍ଦ ରେ ଖାଉଥାଏ ରଖିଥିବା ରୁଟି ଓ ପିଉଥାଏ ପାଣି ଭରା ଘଡି ର ଜଳ. ମନ ତୃପ୍ତ ହୋଇଯାଏ କଲ୍ୟାଣୀଙ୍କର . ଯା ହେଉ ଶନି ଦେବତାଙ୍କ ବାହାନ ତଥା ବାହକ ରୂପେ କାଉଟା ତ ଅନ୍ତତଃ ତାଙ୍କ ପ୍ରତି ସମ୍ବେଦନଶୀଳ. ସେଇ କାଉ ବୋଧେ ତାଙ୍କ ଉର୍ନ୍ନତି ରେ ପ୍ରଚ୍ଛନ୍ନ ଭାବେ ସହାୟକ ଭାବି କେତେକ ପାଖ ଲୋକ କହନ୍ତି ତେବେ କାଉ ରୂପୀ ଶନି, ଅଦୃଶ୍ୟ ରେ ରହି ତୁମକୁ ସଫଳତାର ଶିଡ଼ି ଚଢ଼େଇ ଚାଲିଛନ୍ତି.କି ସଫଳତା ଯେ କଲ୍ୟାଣୀ ପାଆନ୍ତି!ଏଇ ଚାକିରୀ କରିବା ଭିତରେ ଲୋନ କରି ଘର ଖଣ୍ଡେ ଓ ପୁଅ ଝିଅଙ୍କ ପାଠ ପଢ଼ା ସମୟରେ ସାରିଛନ୍ତି. ଏଇଟା କଣ ଏମିତି ଗୋଟେ ସଫଳତା. ନୁଁହଁ ଆଉ କଣ!ସେତିକି ବି ଲୋକ କରିପାରୁନାଁହାନ୍ତି ଠିକ ସମୟରେ ତ ପାଖ ଲୋକ ହିଁ ଇର୍ଷାଳୁ ହେବା ସ୍ୱାଭାବିକ. ଅନେକ ଅଛନ୍ତି ଠିକ ସମୟରେ ଠିକ କାମ କରିନପାରି ସନ୍ତୁଳିତ ମଧ୍ୟ ହୁଅନ୍ତି ଓ ଶତୃ ପାଲଟି ଯାଆନ୍ତି.
    ଅଦୃଶ୍ୟ ଇର୍ଷା, ରାଗ, ଦ୍ୱେଷ ଓ ବିଦ୍ବେଷ ର ଶୀକାର ହୋଇ କାଉଟା କିନ୍ତୁ ମରିଗଲା ଆଖି ଆଗରେ କଲ୍ୟାଣୀଙ୍କର. ସଜ ଥଣ୍ଡା ପାଣି ମୁନ୍ଦେ ଥୋଇ ଦେଇ ଚଉରା ପୂଜା କରୁଥାନ୍ତି କଲ୍ୟାଣୀ. ପାଣି ପିଇ, ଚାଉଳ ଖାଇ ଉଡ଼ିଗଲା କାଉଟା ଦାଣ୍ଡଦୁଆର ଆଗରେ ଶାଖା ପ୍ରଶାଖା ମେଲାଇ ରହି ଥିବା ବରଗଛ ଡ଼ାଳକୁ. ଏତେ ପକ୍ଷୀ ସଚରାଚର ଆତଯାତ ହେଉଥିଲା ବେଳେ କାଉଟି ଡ଼ାଳ ତଳେ ଯାଇଥିବା ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସି ପ୍ରାଣ ହରାଇ ତଳକୁ ଖସିପଡିବା କଲ୍ୟାଣୀଙ୍କୁ ଯେମିତି ଅନେକ କଥା ଭାବିବାକୁ ଇନ୍ଧନ ଯୋଗେଇ ଦେଇ ଗଲା. ଏଣିକି କଲ୍ୟାଣୀ ଭାବୁଥିଲେ ନିଶ୍ଚୟ ତାଙ୍କ ଉପରେ ଥିବା ନଜର ଦୋଷ ତଥା କଳାଯାଦୁ ଦୋଷ କାଟି ମରିପଡିଲା ରିଷ୍ଟ ନେଇ କାଉଟି. ସ୍ୱାମୀ ହସୁଥିଲେ ଓ କହୁଥିଲେ ଆହେ କେଡେ କେଡେ ଘର ଲୋକେ କରିଛନ୍ତି ପୁଣି ପିଲାମାନେ ତାଙ୍କର ଖୁବ ଉଚ୍ଚପଦସ୍ଥ ଆଉ ଆମେ କି ସଫଳତା ପାଇଛେ ଯେ ଆମ ଉପରେ ଲୋକେ ନଜର ଦୋଷ ଲଦି ଦେଇ କଳାଯାଦୁ କରି ଆମକୁ ସର୍ବସ୍ୱାନ୍ତ କରିବେ!ତୁମକୁ ନୁଁହଁ ମ ମତେ ହିଁ ସେହି ନଜର ଦୋଷ ଲାଗିଛି କହନ୍ତି କଲ୍ୟାଣୀ . ଦେଖୁନ ଯେଉଁ ଡ଼ାଳ ଧରୁଛି ତାହା ଛିଡି ଯାଉଛି. ସହଜେ ପେଜ ଖିଆକୁ ଶାଗ ଖିଆ ସାହିପାରନ୍ତିନି ବୋଲି କଥାରେ ଅଛି. ହେ ଯେତେ ସବୁ ବାଜେ ଚିନ୍ତା ତୁମ ମୁଣ୍ଡରେ କହି ଇଲେକ୍ଟ୍ରି ଅଫିସ ଯାଇ ସ୍ୱାମୀ ବରଗଛ ତଳେ ଯାଇଥିବା କେଭି ତାର ଦୁଇଟି ଯେମିତି ଯୋଡି ହୋଇ ସର୍ଟ ସର୍କିଟ ସୃଷ୍ଟି କରି ଆଉ କାହା ଜୀବନ ନନିଏ, ସେହି ଦିଗରେ ଚେଷ୍ଟା ଚରିତ୍ର ଜାରି ରଖିଥିଲା ବେଳେ କଲ୍ୟାଣୀ ଆବିଷ୍କାର କଲେ ବାଡ଼ିପଟ ଆମ୍ବ ଗଛ ଡ଼ାଳରେ ପକ୍ଷୀବସାଟିଏ ଓ ମାଆ ପକ୍ଷୀ ଓ ବାପା ପକ୍ଷୀ ଭଦଭଦଳିଆ ଦୁଇଟି ଚକ୍କର କାଟୁଥିଲେ ବସା ଚାରିପଟେ. କଲ୍ୟାଣୀ ମୁଣ୍ଡିଆ ପରେ ମୁଣ୍ଡିଆ ମାରି ଚାଲିଥିଲେ.ଭାରଦ୍ୱାଜ ଗୋତ୍ର ବହନ କରୁଥିବା ଏହି ପକ୍ଷୀ ଦେଖିଲେ ତାଙ୍କ ଜେଜେ ଓ ଜେଜେମାଆ ବଞ୍ଚି ଥିଲା ବେଳେ ଖୁବ ଭକ୍ତି କରୁଥିଲେ ଏହି ପକ୍ଷୀ ଦୁଇଙ୍କୁ ଓ ପରେ ପରେ ତାଙ୍କ ବାପା ଓ ମାଆ. ତେଣୁ କାହାକୁ ସଫେଇ ନଦେଇ ପାରିଲେ ମଧ୍ୟ କଲ୍ୟାଣୀ ବୁଝିଯାଇଥିଲେ ତାଙ୍କ ଅଦୃଶ୍ୟ ରେ ରହି ତାଙ୍କ ପିତୃପୁରୁଷ, ପକ୍ଷୀ ରୂପେ ହିଁ ଏଯାଏଁ ତାଙ୍କ ସହାୟତା ପ୍ରଦାନ କରିଆସୁଥିବା ସହାୟକ ନିଶ୍ଚିନ୍ତ.



Rate this content
Log in

Similar oriya story from Fantasy