STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ପଖାଳ

ପଖାଳ

4 mins
1

କାଲି କହୁ କହୁ ଆଜି ସତସତିକା ସଜ କଖାରୁ ଫୁଲ ମେଞ୍ଚାଏ ତୋଳି ଆଣିଦେଇଥିଲା ବାସନ୍ତୀ ପାହାନ୍ତି ପହର ସକାଳୁ ସକାଳୁ . ବାଛୁଛ କଣ ଯେ ମାଆ ଏତେ କହୁଥିଲା ତ ପବିତ୍ରା ଦେଖେଇ ଦେଉଥିଲେ ପୋକ ସବୁକୁ କଖାରୁଫୁଲ ଭିତର ପାଖୁଡ଼ାରେ ଓ ଡେମ୍ଫ ଫୁଲ ଗଭୀରରେ. ମାଆ ପୋକ ପୁଣି ବଞ୍ଚିବେ ନା ନାହିଁ. ଆଲୋ ବାସନ୍ତୀ ଆଖି ଥିଲା ଯାଏଁ ବାଛି ବୁଛି କରୁଥିବା ବାର୍ଦ୍ଧକ୍ୟ ଆସିଗଲେ ଆଉ କୋଉ ବାଛି ହେବ ଏସବୁ!ମାଆ ଭୋଜି ଭାତ ରେ କୋବିରୁ କଣ କେହି ପୋକ ବାଛୁଥିବେ? ସେଇଥି ପାଇଁ ପରା ମୁଁ ଭୋଜିରେ କୋବି ଖାଏନି ଲୋ ବାସନ୍ତୀ. ତୁମର ଯେଉଁ କଥା ନା ମାଆ, ଏତେ ବାଛି ବାକୁ ମତେ ବେଳ କାଇଁ. ହଉ ତୋ କଥା ସେତିକି ଥାଉ ପଖାଳ ଖାଇବୁ ଆ.ତୋର ଏଇ କଥା ଭିତରେ ପିଠାଉ ଦେଇ କଖାରୁ ଫୁଲ ଭାଜି ସାରିଲିଣି ପରା ମୁଁ. ମାଆ ଆଣୁ ଆଣୁ ବାଛି ବୁଛି ସତସତିକା କଖାରୁ ଫୁଲ ବରା କରିସାରିଲଣି ଯେ ତୁମେ ହେଲେ ମୋ ଭାଗ୍ୟରେ ଆଜି ନାହିଁ ପଖାଳ ଖିଆ . ଆମର ଆଜି ଭୋଜି ଅଛି ମାଆ. ଯଦି ଦେବ ଖାଲି ଭଜା ଦିଟା ଦିଅ.ମୋ ଭାଗ ପଖାଳ କାଲି ଖାଇବି. ଲିମ୍ବ କଢ଼ ଭାଜିଦେବ ଯେ ତାକୁ ଲଗେଇ ମୋ ପଖାଳ ଖିଆ ଦିବସ ତ ସବୁଦିନ କିନ୍ତୁ ଲଗେଇ ଖିଆ ଟା ଭିର୍ନ୍ନ ଭିର୍ନ୍ନ ବୋଲି ମୋ ପଖାଳ ଖିଆ ମଧ୍ୟ ଭିର୍ନ୍ନ.ହଉ ହଉ କହି ପବିତ୍ରା କଖାରୁ ଫୁଲ ବରା ଚାରିଟା ବଢ଼େଇ ଦେଇ ବାସନ୍ତୀ କୁ. ବାସନ୍ତୀ ଖାଇସାରି କଣ ଟିକେ କାମ ସାରି ଚାଲିଗଲା ଭୋଜିକୁ. ଭୋଜିରେ ତାର ଦାଇତ୍ୱ ଅନେକ. କାଟିବ ବାଟିବ ପୁଣି ଯୋଗାଣିଆ ହେବ. ଏ କଣ କମ କଥା. ଭୋଜି ଖାଇବ ପୁଣି ବଳକା ଘରକୁ ନେବା ଖୁସିରେ ବାସନ୍ତୀ ତ ଗଲା ତା ପଖାଳ ସାଇତିବାକୁ ଲାଗିପଡ଼ିଥିଲେ ପବିତ୍ରା.
    ତା ଆରଦିନ ବାସନ୍ତୀ ଆସିଲା ଢେର ଉଛୁର କରି ତ ପବିତ୍ରା କହିଲେ ଆଜି କଣ ତୋ ଭୋଜି ଖିଆ ନିଦ ଭାଙ୍ଗିଲାନି ନା କଣ ଲୋ ବାସନ୍ତୀ. ମାଆ କି ଭୋଜି ତୁମେ କାଲି କଖାରୁ ଫୁଲ ଦିଟା କୁ କେଡେ ସୁନ୍ଦର ବାଛି ବୁଛି ବରା କରିଥିଲ ଯେ ମୁଁ ଭୋଜି ଖାଇବି ବୋଲି ପଖାଳ କୁ ନା କହି ଚାଲିଗଲି ହେଲେ ମାଆ କୋବି ଚିଲ୍ଲି ରେ କି ପୋକ ମାଆ. ତମରି କଥାରେ ସତସତିକା ମୋରି ପଟ ପତରରେ ଦୁଇ ଚାରିଟା ପୋକ ଦେଖି ଆଉ କି ଭୋଜି ଖାଇବି!କାଇଁ ତୁ ନିଜେ ପରା କୋବି କାଟିବା ଦାଇତ୍ୱ ନେଇଥିଲୁ, ବାଛି ବୁଛି କାଟିଲୁନି!ମାଆ ସେ କଣ ଅଳ୍ପ କୋବି ଯେ ମୁଁ ଏକା କାଟିବି!ଦଶ କି ବାର ସରିକି ମହିଳା ମୋ ପରି ସବୁ ପନିକି ପକେଇ କାଟୁଥିଲେ. ମୁଁ ସିନା ତୁମଠୁ ଶିଖି ଗୋଟି ଗୋଟି ଦେଖିଦାଖି କାଟୁଥିଲି ହେଲେ ଅନ୍ୟମାନେ ପରା ଭୋଜିରେ ଏତେ ବଛା ବଛି କଣ କହି ତରତର ହେଉଥିଲେ. ମୋ ଭାଗ୍ୟକୁ ପତରରେ ତିନିଟା ପୋକ ଦେଖି ଆଉ କି ଖାଏ. କାଳେ କିଏ କଣ ଭାବିବ ବୋଲି କ୍ଷୀରି ଓ ଖଟା ଖାଇ ଉଠିଲି. ଦେଲ ଦେଲ ଆଗ ମତେ ପଖାଳ ଦିଟା. ଆଜି ମୁଁ ଦହି ପଖାଳ କରିଛି. ଛୁଙ୍କ ଦିଆ ପଖାଳ . ବାଛି ବୁଛି ସଜନା ଶାଗ ଓ ନଡ଼ିଆ ବରା ତା ସାଙ୍ଗକୁ ଛୁଇଁ ଆଳୁ ଭଜା କରିଛି. ଆ ଖାଇବୁ. ଖାଉ ଖାଉ ତୃପ୍ତି ରେ ବସନ୍ତୀ କହୁଥିଲା,କି ଶାନ୍ତି ମାଆ. ତୁମ ହାତରେ ସତସତିକା ଲଷ୍ମୀ ଅଛନ୍ତି. ଆରେ ନାହିଁ ଅଳ୍ପ ଜିନିଷ ହେଲେ ସବୁ ବାଛି ବୁଛି ଧୋଇଧାଇ କରିହେବ. ଗୋଠମାଠିଆ ରୋଷେଇ ମଧ୍ୟ ଖୁବ ସ୍ୱାଦିଷ୍ଟ. ବାସନ୍ତୀ ଆଉ କିଛି ନକହି ଉଠିଥିଲା ପଖାଳ ଖିଆରୁ. ଅନେକ ପାଇଟି କରିବାକୁ ବାକି ରହିଛି ତା ପାଇଁ. ମନେ ମନେ ଭାବୁଥିଲା ସତସତିକା ଆମ ଓଡ଼ିଆଙ୍କ ପଖାଳ ମୁଠେ ରେ ଯେଉଁ ଶାନ୍ତି ଓ ତୃପ୍ତି କୋଉ ଭୋଜି ଭାତ ରେ ନାହିଁ.ପଖାଳ ଖାଇ ବାସନ୍ତୀ ତା ଘରକୁ ଯିବା ପରେ ପବିତ୍ରା ମଧ୍ୟ ସ୍ୱାମୀ ପୁଅଙ୍କୁ ପଖାଳ ବାଢି ନିଜେ ଖାଇସାରିବା ପୂର୍ବରୁ ସାଙ୍ଗ ଶତାବ୍ଦୀ କୁ ଡାକିଥିଲେ ପଖାଳ ଖାଇବାକୁ ମିଶିକି ଏକାଠି.
     କାହା ଜୀବନ କେମିତି ଚାଲୁ ଚାଲୁ ଶତାବ୍ଦୀ ଜୀବନ ଵି ଚାଲୁଥିଲା. ନିସଙ୍ଗତା ରେ ପରିପୂର୍ଣ୍ଣ ଜୀବନ ରେ ସେହି ସବୁଜ ରଙ୍ଗ ର ଲଫାପା ଭିତରେ ଗୋଲାପୀ ଚିଠିଟା ତାକୁ ଜୀବନର ଫଗୁଣ ଦେଖେଇଦେଉଥିଲା. ସୂର୍ଯ୍ୟଙ୍କ ଦକ୍ଷିଣା୍ୟାନ ଓ ଉତ୍ତରାୟଣ ଗତି ପରି ପ୍ରତ୍ୟେକ ଜୀବନ ଆରମ୍ଭ ହୁଏ ସେଇ ଚାଟଶାଳୀ ପାଠ ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି. ଶତାବ୍ଦୀ କିନ୍ତୁ କାହାକୁ କହିବ ସତ ବରଂ ସତ୍ୟ ଚେତନା ଓ ଚୈତନ୍ୟ ଉଦ୍ରେକ ହେବା ପୂର୍ବରୁ ସେ ଭାବି ବସେ ସେଇ ସତ୍ୟ ଉପଲବ୍ଧି ପାଇଁ ଘର ଛାଡ଼ିଥିବା ବୁଦ୍ଧଦେବ ଙ୍କ କଥା. ରାଜାପୁତ୍ର ପୁଣି ଯଶୋଧାରା ପରି ପତ୍ନୀ ଓ ଶିଶୁପୁତ୍ର ରାହୁଳ ତଥାପି ଜୀବନରେ କୋଉ ଗତି ପ୍ରାପ୍ତି କରି ଶାନ୍ତି ପାଇବାକୁ ଘର ଛାଡ଼ି ସନ୍ୟାସୀ ହୋଇଗଲେ ବୁଦ୍ଧ!ସତ୍ୟର ସନ୍ଧାନ ପାଇ ସତ୍ୟଚେତନା ଦେଇ ଲୋକେ ଯଦି ସଂସାର ରେ ନରହିବେ କି ସଂସାର ପ୍ରତି ବିମୁଖ ହେବେ ତେବେ ଜୀବନ ଏମିତି ଚାଲିବ କେମିତି!ଆଗକୁ ବଢିବ କେମିତି!ଯେମିତି ବୁଦ୍ଧ ବୌଦ୍ଧ ଧର୍ମ ର ସତ୍ୟ ଚେତନା ପାଇ ରାଜାବାଟୀ କୁ ଫେରିଆସିବା ପରେ ଯଶୋଧାରା ଙ୍କର ଏକମାତ୍ର ପ୍ରଶ୍ନ ଥିଲା ସଂସାର ରେ ରହି ସାଂସାରିକ କର୍ତ୍ତବ୍ୟ ବୋହି ଵାଟ ଚାଲୁ ଚାଲୁ କଣ ସତ୍ୟ ଉପଲବ୍ଧି କରି ହେବନି!ବୁଦ୍ଧ ଙ୍କ ପାଟିରୁ ବଚନ ବାହାରିନଥିଲା କେବଳ କହିଥିଲେ ବୁଦ୍ଧ ଶରଣମ ଗଛାମି... ସଙ୍ଘମ ଶରଣମ ଗଛାମି.ଆଜି ଶତାଦ୍ଦୀ ମଧ୍ୟ ଭାବୁଥିଲା ସେ ଯଶୋଧାରା ନୁଁହଁ. ତାର ମାଙ୍ଗାଳିକ କର୍ମ ପୂର୍ବରୁ ଅସିତ ସନ୍ୟାସ ଗ୍ରହଣ କରିନେଲେ. କାହିଁକି ର ଉତ୍ତର ପାଇନି ସେ କି ଆଉ କାହା ହାତ ଧରି ବାଟ ଚାଲିବାକୁ ଚାହିଁନି ସେ. ଏମିତି ରେ ସେ ରୋଜଗାରକ୍ଷମ ଆଉ ତା ସାଥିରେ ସେଇ ସାତଗଣ୍ଠି ଧନ ଅସିତ ର ମଳିଚିଆ ଧରି ଆସୁଥିବା ସେଇ ଚିଠି ଖଣ୍ଡକ ତ ତାର ସର୍ବସ୍ବ. ସେଇ ଚିଠିଟିକୁ ପଢି ସେ ତା ଭିତରେ ପାଏ ଖରାର ଦହନ, ବର୍ଷା ଛିଟା ର କମ୍ପନ ଶୀତ ର ସମ୍ବେଦନ ବସନ୍ତ ର ଆଗମନ ସହିତ ଶରତ ହେମନ୍ତ ର ମିଶ୍ରଣ. ସେଇ ଚିଠି ଟି ହିଁ ତାକୁ ବଞ୍ଚିବାର ପ୍ରେରଣା, ଭାବିବାର ଯୋଜନା ପୁଣି ସୁସାହିତ୍ୟ ର ଚେତନା ଆଣିଦିଏ. ନାଲି ପାଟ କନା ଗୁଡା ସେଇ ଚିଠି ଖଣ୍ଡକ ତ ତା ଜୀବନ. ତାକୁ ନେଇ ଏମିତି ବାଟ ଚାଲୁଛି ଶତାବ୍ଦୀ ଏକୁଟିଆ. ଏଇ ସହରରେ ନିଃସଙ୍ଗ ରେ ତ ଆଜି ତା ସାଙ୍ଗ ପବିତ୍ରା ହାତରୁ ଏକାଠି ପଖାଳ ଖାଇବାକୁ ନିମନ୍ତ୍ରଣ କୁ ଏଡାଇ ନପାରି ସତସତିକା ଜୀବନ ର ପୂର୍ଣ୍ଣତା ବିଷୟରେ ସାଙ୍ଗ ପବିତ୍ରା ସହ ପଖାଳ ଖିଆ ସହ ଆଲୋଚନା କରିବାକୁ ବାହାରିଥିଲା ଶତାବ୍ଦୀ.



Rate this content
Log in

Similar oriya story from Tragedy