STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ପୁଣ୍ୟ 

ପୁଣ୍ୟ 

6 mins
0


କାଲି କହୁ କହୁ ଆଜି ସତସତିକା ସଜ କଖାରୁ ଫୁଲ ମେଞ୍ଚାଏ ତୋଳି ଆଣିଦେଇଥିଲା ବାସନ୍ତୀ ପାହାନ୍ତି ପହର ସକାଳୁ ସକାଳୁ . ବାଛୁଛ କଣ ଯେ ମାଆ ଏତେ କହୁଥିଲା ତ ପବିତ୍ରା ଦେଖେଇ ଦେଉଥିଲେ ପୋକ ସବୁକୁ କଖାରୁଫୁଲ ଭିତର ପାଖୁଡ଼ାରେ ଓ ଡେମ୍ଫ ଫୁଲ ଗଭୀରରେ. ମାଆ ପୋକ ପୁଣି ବଞ୍ଚିବେ ନା ନାହିଁ. ଆଲୋ ବାସନ୍ତୀ ଆଖି ଥିଲା ଯାଏଁ ବାଛି ବୁଛି କରୁଥିବା ବାର୍ଦ୍ଧକ୍ୟ ଆସିଗଲେ ଆଉ କୋଉ ବାଛି ହେବ ଏସବୁ!ମାଆ ଭୋଜି ଭାତ ରେ କୋବିରୁ କଣ କେହି ପୋକ ବାଛୁଥିବେ? ସେଇଥି ପାଇଁ ପରା ମୁଁ ଭୋଜିରେ କୋବି ଖାଏନି ଲୋ ବାସନ୍ତୀ. ତୁମର ଯେଉଁ କଥା ନା ମାଆ, ଏତେ ବାଛି ବାକୁ ମତେ ବେଳ କାଇଁ. ହଉ ତୋ କଥା ସେତିକି ଥାଉ ପଖାଳ ଖାଇବୁ ଆ.ତୋର ଏଇ କଥା ଭିତରେ ପିଠାଉ ଦେଇ କଖାରୁ ଫୁଲ ଭାଜି ସାରିଲିଣି ପରା ମୁଁ. ମାଆ ଆଣୁ ଆଣୁ ବାଛି ବୁଛି ସତସତିକା କଖାରୁ ଫୁଲ ବରା କରିସାରିଲଣି ଯେ ତୁମେ ହେଲେ ମୋ ଭାଗ୍ୟରେ ଆଜି ନାହିଁ ପଖାଳ ଖିଆ . ଆମର ଆଜି ଭୋଜି ଅଛି ମାଆ. ଯଦି ଦେବ ଖାଲି ଭଜା ଦିଟା ଦିଅ.ମୋ ଭାଗ ପଖାଳ କାଲି ଖାଇବି. ଲିମ୍ବ କଢ଼ ଭାଜିଦେବ ଯେ ତାକୁ ଲଗେଇ ମୋ ପଖାଳ ଖିଆ ଦିବସ ତ ସବୁଦିନ କିନ୍ତୁ ଲଗେଇ ଖିଆ ଟା ଭିର୍ନ୍ନ ଭିର୍ନ୍ନ ବୋଲି ମୋ ପଖାଳ ଖିଆ ମଧ୍ୟ ଭିର୍ନ୍ନ.ହଉ ହଉ କହି ପବିତ୍ରା କଖାରୁ ଫୁଲ ବରା ଚାରିଟା ବଢ଼େଇ ଦେଇ ବାସନ୍ତୀ କୁ. ବାସନ୍ତୀ ଖାଇସାରି କଣ ଟିକେ କାମ ସାରି ଚାଲିଗଲା ଭୋଜିକୁ. ଭୋଜିରେ ତାର ଦାଇତ୍ୱ ଅନେକ. କାଟିବ ବାଟିବ ପୁଣି ଯୋଗାଣିଆ ହେବ. ଏ କଣ କମ କଥା. ଭୋଜି ଖାଇବ ପୁଣି ବଳକା ଘରକୁ ନେବା ଖୁସିରେ ବାସନ୍ତୀ ତ ଗଲା ତା ପଖାଳ ସାଇତିବାକୁ ଲାଗିପଡ଼ିଥିଲେ ପବିତ୍ରା.
    ତା ଆରଦିନ ବାସନ୍ତୀ ଆସିଲା ଢେର ଉଛୁର କରି ତ ପବିତ୍ରା କହିଲେ ଆଜି କଣ ତୋ ଭୋଜି ଖିଆ ନିଦ ଭାଙ୍ଗିଲାନି ନା କଣ ଲୋ ବାସନ୍ତୀ. ମାଆ କି ଭୋଜି!ତୁମେ କାଲି କଖାରୁ ଫୁଲ ଦିଟା କୁ କେଡେ ସୁନ୍ଦର ବାଛି ବୁଛି ବରା କରିଥିଲ ଯେ ମୁଁ ଭୋଜି ଖାଇବି ବୋଲି ପଖାଳ କୁ ନା କହି ଚାଲିଗଲି ହେଲେ ମାଆ କୋବି ଚିଲ୍ଲି ରେ କି ପୋକ ମାଆ. ତମରି କଥାରେ ସତସତିକା ମୋରି ପଟ ପତରରେ ଦୁଇ ଚାରିଟା ପୋକ ଦେଖି ଆଉ କି ଭୋଜି ଖାଇବି!କାଇଁ ତୁ ନିଜେ ପରା କୋବି କାଟିବା ଦାଇତ୍ୱ ନେଇଥିଲୁ, ବାଛି ବୁଛି କାଟିଲୁନି!ମାଆ ସେ କଣ ଅଳ୍ପ କୋବି ଯେ ମୁଁ ଏକା କାଟିବି!ଦଶ କି ବାର ସରିକି ମହିଳା ମୋ ପରି ସବୁ ପନିକି ପକେଇ କାଟୁଥିଲେ. ମୁଁ ସିନା ତୁମଠୁ ଶିଖି ଗୋଟି ଗୋଟି ଦେଖିଦାଖି କାଟୁଥିଲି ହେଲେ ଅନ୍ୟମାନେ ପରା ଭୋଜିରେ ଏତେ ବଛା ବଛି କଣ କହି ତରତର ହେଉଥିଲେ. ମୋ ଭାଗ୍ୟକୁ ପତରରେ ତିନିଟା ପୋକ ଦେଖି ଆଉ କି ଖାଏ. କାଳେ କିଏ କଣ ଭାବିବ ବୋଲି କ୍ଷୀରି ଓ ଖଟା ଖାଇ ଉଠିଲି. ଦେଲ ଦେଲ ଆଗ ମତେ ପଖାଳ ଦିଟା. ଆଜି ମୁଁ ଦହି ପଖାଳ କରିଛି. ଛୁଙ୍କ ଦିଆ ପଖାଳ . ବାଛି ବୁଛି ସଜନା ଶାଗ ଓ ନଡ଼ିଆ ବରା ତା ସାଙ୍ଗକୁ ଛୁଇଁ ଆଳୁ ଭଜା କରିଛି. ଆ ଖାଇବୁ. ଖାଉ ଖାଉ ତୃପ୍ତି ରେ ବସନ୍ତୀ କହୁଥିଲା,କି ଶାନ୍ତି ମାଆ. ତୁମ ହାତରେ ସତସତିକା ଲଷ୍ମୀ ଅଛନ୍ତି. ଆରେ ନାହିଁ ଅଳ୍ପ ଜିନିଷ ହେଲେ ସବୁ ବାଛି ବୁଛି ଧୋଇଧାଇ କରିହେବ. ଗୋଠମାଠିଆ ରୋଷେଇ ମଧ୍ୟ ଖୁବ ସ୍ୱାଦିଷ୍ଟ. ବାସନ୍ତୀ ଆଉ କିଛି ନକହି ଉଠିଥିଲା ପଖାଳ ଖିଆରୁ. ଅନେକ ପାଇଟି କରିବାକୁ ବାକି ରହିଛି ତା ପାଇଁ. ମନେ ମନେ ଭାବୁଥିଲା ସତସତିକା ଆମ ଓଡ଼ିଆଙ୍କ ପଖାଳ ମୁଠେ ରେ ଯେଉଁ ଶାନ୍ତି ଓ ତୃପ୍ତି କୋଉ ଭୋଜି ଭାତ ରେ ନାହିଁ.ପଖାଳ ଖାଇ ବାସନ୍ତୀ ତା ଘରକୁ ଯିବା ପରେ ପବିତ୍ରା ମଧ୍ୟ ସ୍ୱାମୀ ପୁଅଙ୍କୁ ପଖାଳ ବାଢି ନିଜେ ଖାଇସାରିବା ପୂର୍ବରୁ ସାଙ୍ଗ ଶତାବ୍ଦୀ କୁ ଡାକିଥିଲେ ପଖାଳ ଖାଇବାକୁ ମିଶିକି ଏକାଠି.
   ତତେ ଅପେକ୍ଷା କରି କରି ରହିଛି ଲୋବାସନ୍ତୀ . ବିରି ଚାଉଳ ବତୁରେଇନି କି ଚିତା ପଇତା ପଡ଼ିବାକୁ ଘରଦ୍ୱାର ପରିଷ୍କାର ହୋଇନି. ମୁଁ କଣ କରିବି ମାଆ!ଆମ ସାଇ ଟା ସାରା ପଡୁଛି ଉଠୁଛି.ପଡୋଶୀ ଘର ବୁଢ଼ୀର ଜୀବନ ଛାଡ଼ୁନଥିବା ବେଳେ ଏକୋଇର ବଳା ବିଶିକେଶନ ପୁଅ ତାର କହୁଛି କେତେ ପାପ କରିଛି ସହଜେ ଜୀବନ ଯିବ କୁଆଡୁ? ପୁଅ ହୋଇ ଏମିତି କେମିତି କହୁଛି ଲୋ ବାସନ୍ତୀ . କେମିତି କହିବନି କହିଲ ମାଆ! ବୁଢ଼ୀର କରି କରି ନୟାନ୍ତ ହେଲାଣି. ଆଉ ପାଞ୍ଚଟା ପୁଅ ପରି ହୋଇଥିଲେ ଅନାଥଆଶ୍ରମ କୁ ଛାଡ଼ି ସାରନ୍ତାଣି. ଏ ପୁଅ ବୋଲି ସବୁ କରୁଛି. କେତେ କରିବ. ହଉ ମାଆ ବୁଢ଼ୀ କଥା ପଛରେ ମୋ କାମ ସାରେ ଆଗେ ମୁଁ. କାଲି ତୃତୀୟ ପାଳି ଗୁରୁବାର. ଧୁଆ ମଜା ପୋଚ୍ଛା କଲେ ତୁମେ ଝୋଟି ଚିତା ଦେବ, ବିରି ଚାଉଳ ବତୁରେଇ ପିଠା କରିବ. ତୁମ ହାତ ପୁଳି ଯିଏ ଖାଇଥିବ ଝୁରୁ ଥିବ ପରା ମାଆ କହୁ କହୁ ପାଇଟି ସାରୁଥିଲା ବାସନ୍ତୀ ହେଲେ ପବିତ୍ରା ଭାବୁଥିଲେ ଶେଷ ଜୀବନ କଥା.ବୟସ ନହୋଇ ମରିଗଲେ ଯେମିତି ଅସୁବିଧା ବୟସ ହୋଇ ମରିବା ବି ସେତିକି ଅସୁବିଧା. ଧନ୍ୟ ଭାଗ୍ୟ ବିଧାତା. କାହାକୁ କନ୍ଦାଏ କାହାକୁ ହସାଏ ସେଇ ଏକା ଜାଣିଥାଏ. ପଚାରି ବସିଲେ ପବିତ୍ରା .ଆଲୋ ବାସନ୍ତୀ ବୁଢ଼ୀର କଣ ବୋହୁ ନାହିଁ? ସେଉଠି ତ କଥାଟା ମାଆ. ବୋହୁ ଅଛି ହେଲେ ସେ ପରଝିଅ ନା ମାଆ. ଏଇଥି ପାଇଁ ପୁଅ ଯେତିକି ଦରକାର ଝିଅ ମଧ୍ୟ ସେତିକି ଦରକାର. ତା ସାଙ୍ଗକୁ ନିଜର କରମ ଓ ଧରମ. ଧରମ କଣ ସେ ବୁଢ଼ୀ କରୁନଥିଲା କି ବାସନ୍ତୀ ? କରୁଥିଲା ମାଆ. ହେଲେ ସେ କରମ ଅପେକ୍ଷା ପୁଣ୍ୟ ର କରମ ଅଲଗା କଥା ମାଆ. ତୁମ ନିଜ ପାଇଁ କାର୍ତ୍ତିକ କରିବା ବା ନିଜ ପାଇଁ ପୁଣ୍ୟ ଅର୍ଜ୍ଜନ କରିବା ଅପେକ୍ଷା ଅନ୍ୟ ପାଇଁ କେତେ କରିଛ, ଦାନ ଦେଇଛ କି ଦକ୍ଷିଣା ଦେଇଛ ସେଇଟା ପରା କୁଆଡେ ବେଶି ଧରମ ମାଆ. ତୁମ ଘରେ ତୁମ ଆବଶ୍ୟକତା ଠାରୁ ଅଧିକ ଶାଢ଼ୀ, ଧୋତି ଚାଦର ନସାଇତି କୁଆଡେ ଅନ୍ୟକୁ ଦେଲେ ହିଁ ପୁଣ୍ୟ. ବୁଢ଼ୀର ଆମ୍ବ ପଣସ ନଡ଼ିଆ ଗଛ କାଁହିରୁ କଣ ହେଲେ ଆମ୍ବ ଖାଇ ବିକି ବାକୁ ରଖିବ ସେଯାଏଁ  ଯେତେବେଳ ପର୍ଯ୍ୟନ୍ତ ପଚା ହେବାଯାଏଁ ପଛେ କାହାକୁ ଦିଇଟା ହାତ ଟେକି ଦେବନି ପରା ମାଆ. ଏବେ ବୁଢ଼ୀର କଲବଲ ଦେଖି ଲୋକେ ଏମିତି ସବୁ କହିବାରୁ ମୁଁ ସବୁ ଜାଣୁଛି ମାଆ. ସେଇଥି ପାଇଁ ସକାଳେ ତୋଳୁଥିବା ଫୁଲରୁ ମୁଠେ ମୁଠେ ଦେଇ ଦେଇ ଆସୁଛି ପରା ମାଆ. ହଉ ମୁଁ ଯାଏ କହି ପୁଣି ହାତ ବଟାଉଥିଲା ବାସନ୍ତୀ ତ ପବିତ୍ରା କହୁଥିଲେ ବୁଢ଼ୀ ପାଇଁ ଚାଦର ଶାଢ଼ୀ ରଖିଥିବି ନେଇଯିବୁ କାଲି.ଆଜି ତୋ ପାଇଁ ପଖାଳ ବାଢି ଦେଇଛି ଖାଇକି ଯାଆ.
    କାଲି ଆସିଲା ଲଷ୍ମୀ ପୂଜା ନେଇ ହେଲେ ବାସନ୍ତୀ ଆସୁନଥିଲା ଫୁଲ ଦିଟା ନେଇ. ତାକୁ ଅପେକ୍ଷା କରି କରି ବାଳ, ମଧ୍ୟାହ୍ନ ଓ ଅପରାହ୍ନ ଧୂପ ସରିଲାଣି ପବିତ୍ରା ଙ୍କର ହେଲେ ଫୁଲର ଦେଖା ନାହିଁ.ଶେଷକୁ ବାସନ୍ତୀ ଆସିଲା. ବାକି କାମ ଧଡ଼ପଡ଼ କରି, କ୍ଷୀରି ଖେଚେଡ଼ି, ପିଠା, ମିଠା ଖାଇସାରିଲା ପରେ ପବିତ୍ରା କହିଲେ ବୁଢ଼ୀ ପାଇଁ ଏ ଚାଦର ଓ ଶାଢ଼ୀ ନେଇଯା ବାସନ୍ତୀ . ଶୀତ ରାତିକୁ ରୋଗୀଣା ବୁଢ଼ୀ ସେଥିରେ ଅଭାବୀ ସଂସାର, ନେଇଯା ଦେଇଦେବୁ. ମାଆ ଆଜି ପରା ଗୁରୁବାର. ଘରୁ ପୁରୁଣା ଜିନିଷ ଦେଇଦେଲେ ଲଷ୍ମୀ ଚାଲିଯିବେନି. ନାଇଁଲୋ ବାସନ୍ତୀ ଲଷ୍ମୀ ମାଆ ପରା ତୁମ ଭକ୍ତି ଓ ଭାବରେ ବନ୍ଧା ହୋଇ ତୁମ କରମ ଓ ଧରମ ପରୀକ୍ଷା କରନ୍ତି. ଶୁଣିନୁ କି ତୁ!ହଁ ମାଆ ଶୁଣିଛି ବଳାରାମ ଦାସ ଲେଖିଥିବା ଲଷ୍ମୀ ପୁରାଣ କଥା ତ ସେଇଥି ପାଇଁ କହିଲି. ଆଲୋ ନାହିଁ. ଆମ ଓଡ଼ିଆଣୀ ମାନଙ୍କ ଲଷ୍ମୀ ପୂଜା ଦେଖି ପଡୋଶୀ ମହିଳା ଜଣେ ତାଙ୍କ ଦାରିଦ୍ର୍ୟ କାଟିବା ପାଇଁ ଵିଧି ବିଧାନ ଓ ଶ୍ରଦ୍ଧାର ସହ ଲଷ୍ମୀ ପୂଜା କରୁଥିବା ଦେଖି ମାଆ କମଳିନୀ ଦୁଇ ପାଦ ପକେଇ ସେହି ଘରେ ଷୋଳ କୋଠି ପଦ୍ମ ଉପରେ ଉଭା ହେବା ଦେଖି ସେ ଘର ସ୍ତ୍ରୀ ଲୋକ ଖୁବ ଆନନ୍ଦ ରେ ଅଧୀର ହୋଇ କହିଲେ ସବୁଦିନ ଆମ ଘରେ ରହିଯାଆନ୍ତୁ ମାଆ. ଲଷ୍ମୀ ମାଆ ହସିଲେ ଓ କହିଲେ ତୁମ ପରି ଅନେକ ଶ୍ରଦ୍ଧାଳୁ ମତେ ଚାହିଁଥିବେ, ମୁଁ ଯିବି ହେଲେ ପାଣି ଗ୍ଲାସ ଟେ ଦିଅ ପିଇଦେଇ ଯିବି. ସ୍ତ୍ରୀ ଲୋକ ଜଣକ ଅନୁରୋଧ କଲେ ମାଆ ଏଇ ଗଲି ଆଉ ଆସିଲି. ମୁଁ ପାଣି ଆଣି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବ ମାଆ. ରାଜି ହେଲେ ମାଆ ଲଷ୍ମୀ. ସ୍ତ୍ରୀ ଲୋକ ଜଣଙ୍କ ଦଉଡ଼ିଲେ କୁଅ ମୂଳକୁ ଓ ଦଉଡି ବାନ୍ଧି କୂଅକୁ ବାଲ୍ଟି ପକେଇଲେ ମାତ୍ର ବାଲ୍ଟି ସହ ଝିଙ୍କି ହୋଇ ନିଜେ କୂଅରେ ପଡି ମୃତ୍ୟୁ ବରଣ କଲେ କିନ୍ତୁ କଥା ଦେଇଥିବାରୁ ଅପେକ୍ଷାରେ ସେ ଘରେ ସବୁଦିନ ରହିଗଲେ ମାଆ ଲଷ୍ମୀ.ପରେ ପରିବାର କୋଟିପତି ହୋଇଗଲେ. ମୋ ରୁମ ଟାଙ୍କୁରୀ ଉଠୁଛି ତୁମ କଥା ଶୁଣି ମାଆ. ଦିଅ ଦିଅ ଶାଢ଼ୀ ଚାଦର ମୁଁ ଯାଏକହୁଥିଲା ବାସନ୍ତୀ 
    ବାସନ୍ତୀ ଚାଲିଗଲା ପରେ ପରେ ମାନସୀ ଙ୍କ ପୁଅର ଫଳ ବାହାରିଲା ସେଦିନ. ଖାଲି ସେତିକି ନୁଁହଁ ଭାଇ ଝିଅକୁ ଦେଖି ଯାଇଥିବା ବନ୍ଧୁଘର ମଧ୍ୟ ରାଜି ଅଛନ୍ତି ବୋଲି ଖବର ଆସିଗଲା ବୋଲି ଶୁଣି ତ ଧାର ଧାର ଅଶ୍ରୁ ନିଗିଡି ପଡୁଥିଲା ପବିତ୍ରା ଙ୍କ ଆଖିରୁ. ମାଆ ଲଷ୍ମୀ ତୋ ଦୟା ମାଆ. ସକାଳୁ ସକାଳୁ ବାସନ୍ତୀ ଆସିଗଲା ଫୁଲ ଧରି. ଆଜି ତତେ ଅପେକ୍ଷା କରିବାକୁ ପଡିନି ଶୀଘ୍ର ଆସିଛୁ. ଶୀତ ଦିନ ନେ ଆଗ ଚା ଟା ପି ଦେ ବାସନ୍ତୀ କହୁ କହୁ ବାସନ୍ତୀ କହୁଥିଲା ମା ବୁଢ଼ୀ ସକାଳୁ ସକାଳୁ ଚାଲିଗଲା ପରା. ତୁମରି ଚାଦର ଶାଢୀ କୁ ଅପେକ୍ଷା କରିଥିଲା ଯେମିତି. ପବିତ୍ରା ଙ୍କ ଆଖିରୁ ଦୁଇଧାର ଶୁଖି ଯାଉଥିବା ଅଶ୍ରୁ ପୁଣି କାହିଁକି ନିଗିଡି ପଡୁଥିଲା ବେଳେ ବାସନ୍ତୀ କହିଚାଲିଥିଲା ଯା ହେଉ ବୁଢ଼ୀ ଶୁଖିଲା ଶୁଖିଲା ଗଲା ତୁମ ଶାଢ଼ୀ ଓ ଚାଦର ଭିତରେ ମାଆ. ତୁମେ ଖୁବ ପୁଣ୍ୟ ପାଇଥିବ ଯେ ମାଆ କହି ବାସନ୍ତୀ ଯିବା ପଥକୁ ଅନେଇ ଦୀର୍ଘନିଶ୍ୱାସ ଛାଡୁଥିଲେ ପବିତ୍ରା.

,,,,,,,,,,,,,,,,,


Rate this content
Log in

Similar oriya story from Action