STORYMIRROR

Sunanda Mohanty

Action Thriller Others

3  

Sunanda Mohanty

Action Thriller Others

ଆଇଟମ

ଆଇଟମ

3 mins
2

ଆଜି ଲୁଡୁ ଗୋଟି ଦାନ ଚଳା ଛାଡ଼ି କଣ ସବୁ ପ୍ରସ୍ତୁତ କରୁଛ ଶୁଣେ ବୋଲି ସ୍ୱାମୀ ଅନୁରାଗ ପଚାରୁଥିଲେ ଶ୍ରଦ୍ଧା କୁ ତ ଶ୍ରଦ୍ଧା ଲିଷ୍ଟ ବଢ଼େଇ ଦେଇ କହିଲେ ଏସବୁ ନେଇଆସିବ.ଏତେ ବଡ଼ ଲିଷ୍ଟ ର ସଉଦା ଓ ଏତେ ମଟନ ବରାଦ ଦେଖି ଅନୁରାଗଙ୍କର ଯେମିତି ଲୁଡୁ ଦାନ ଶୂନ ପଡିଲେ ମନେହୁଏ ସେମିତି ଲାଗୁଥିଲା. ଶ୍ରଦ୍ଧା କହିଲେ ଆଜି ମାର୍ଚ୍ଚ ସାତ ତାରିଖ. ସକାଳ ପାଇଲେ କଣ ଜାଣିନ କି!ନାଇଁ ସେମିତି କିଛି ମୋର ମନେପଡ଼ୁନି ତ? ପର୍ବ ପର୍ବାଣୀ ହୋଇଥିଲେ ତ କ୍ୟାଲେଣ୍ଡର କହନ୍ତା. ଏମିତି ସବୁ ରବିବାର ପରି ରବିବାରଟିଏ ଆସିବ. ହଁ ସେଇ ରବିବାର ରେ ପଡୁଛି ଅନ୍ତର୍ଜାତିକ ମହିଳା ଦିବସ.ତେଣୁ ଆମ ଘରେ ରୋଷେଇ ହେବ. ସବୁ ଓଡ଼ିଆ ଖାଇବା ସହ ଲୁଡୁ ଗୋଟି ଦାନ ଚଳିବ. ଯିଏ ଜିତିବ ତାର ଆରଥରକୁ ପାଳି ପଡିବ. ଶେଷରେ ସାହିତ୍ୟ ଆସରରେ ଯିଏ ଯାହା ଅର୍ଥାତ ମହିଳା ଦିବସ ଉପରେ ବାର୍ତ୍ତା, କବିତା, ଗଳ୍ପ, ପ୍ରବନ୍ଧ ଆଦି ପଢି ଲେଖି ଆସରକୁ ସରଗରମ କରିବ. ଉପରକୁ ଅନୁରାଗ କହିଲେ ତୁମେ ଟିକେ ଦେଖି ଚାହିଁ ଲୁଡୁ ଦାନ ଚଳେଇବ ଶ୍ରଦ୍ଧା କାରଣ ତୁମେ ଲୁଡୁ ଖେଳି ବସିଲେ ପରା କ୍ରିକେଟ ମ୍ୟାଚ ପରି ଖାଲି ଛକା ଓ ଚଉକା ଦାନ ପିଟି ଦେଇଯିବ ଯେ ପୁଣି ଆରଥର କୁ ଏମିତି ଲିଷ୍ଟ ମତେ ହିଁ ଧରି ବଜାର ଯିବାକୁ ପଡିବ. ଶ୍ରଦ୍ଧା କହୁଥିଲେ ନାହିଁ ନାହିଁ ଦେଖି ଚାହିଁ ଗୋଟି ଦାନ ଚଳେଇବି, ତୁମେ ଜମା ବ୍ୟସ୍ତ ହୁଅନାହିଁ. ଭିତରେ ଭିତରେ ଅନୁରାଗ କିନ୍ତୁ ଅନ୍ୟ କଥା ଭାବୁଥିଲେ. ସେ ବାସନ୍ତୀଟା କାମକୁ ଆସିବାକୁ ମନା କରିଦିଅନ୍ତା କି ଆଉ ତାଙ୍କୁ ଏବେ ଲିଷ୍ଟ ରେ ଥିବା ଏତେଗୁଡ଼େ ଜିନିଷ ସାଙ୍ଗକୁ ଏତେ ପଇସା ବାରବାଦ କରିବାକୁ ଏ. ଟି. ଏମ ନେଇ ବ୍ୟାଙ୍କ ଦଉଡିବାକୁ ପଡନ୍ତା ନାହିଁ. ଏତିକି ବେଳେ କଲିଂ ବେଲ ବାଜିଲା.ତ ବାସନ୍ତୀ ର ସ୍ୱାମୀଙ୍କୁ  ଦେଖି ଚମକି ପଡିଲେ ଅନୁରାଗ. ବାସନ୍ତୀ ସ୍ୱାମୀ ଟ୍ରଲି ଭିଡ଼େ. ମଦ ପାଣି ରେ ବୁଡ଼େ କିନ୍ତୁ କେବେ ଆସେନା ତାଙ୍କ ଘର ଆଡ଼େ. ଆଜି ତାକୁ ଏକୁଟିଆ ଦେଖି ଚା ଜଳଖିଆ ଟିକେ ଦେଲାପରେ ସେ କହୁଥିଲା ଆସନ୍ତା କାଲି ବାସନ୍ତୀ ଆସିପାରିବନି ମାଆ . ମହିଳା ଦିବସରେ ସ୍ବାଧୀନତା ପାଳି କାମ ବନ୍ଦ କରି ସବୁ ମହିଳା ଏକାଠି ରୋଷେଇ କରି ଭୋଜି କରିବେ ସାହି ରେ. ବିଲେଇ କପାଳ କୁ ଶିକା ଛିଣ୍ଡିଲା ଭାବି ଅନୁରାଗ କହିଲେ ହଁ ହଁ ଠିକ କଥା. ଆମ ପଡ଼ାରେ ତା ମାଲିକାଣୀ ଯେମିତି ଆୟୋଜନ କରୁଛନ୍ତି ତାଙ୍କଠୁଁ ଶିଖି ବାସନ୍ତୀ ମଧ୍ୟ ସେମିତି କରିବା କଥା ବୋଲି କହି ଅନୁରାଗ ଆଶ୍ବସ୍ତିର ନିଶ୍ଵାସ ମାରୁଥିଲେ. ଏ ମନ ଭାବୁଥାଇ ଯାହା.. କାଳେ ପ୍ରାପତ ହୁଏ ତାହା. ବାସନ୍ତୀ ନଆସିଲେ ଆଉ କୋଉ ଉଷୁନା ଧାନ ଗଜା ହେବ. ଲିଷ୍ଟ ଟା ଏଥର ସ୍ତ୍ରୀଙ୍କ ହାତକୁ ବଢ଼େଇ ଦେଇ ଅନୁରାଗ କହିଲେ ତେବେ ବାସନ୍ତୀ ବିନା ଏସବୁ ଫିଷ୍ଟ ର ଆଇଟମ କେମିତି ହେବ!ଥାଉ ଆରଥର ତୁମେ ବାସନ୍ତୀ ସାହାଯ୍ୟ ସହଯୋଗ ନେଇ ସେମାନଙ୍କୁ ମିଶେଇ ଫିଷ୍ଟ ଦେବ.ଆଜି ଖାଇପିଇ ଏଥର ଲୁଡୁ ଗୋଟି ଦାନା ଚାଲୁ.
    ଚିହିଁକି ଉଠିଲେ ଶ୍ରଦ୍ଧା. କହିଲେ ଦିନେଟ ତୁମେ ଓ ଆମ ପଡ଼ାର ସବୁ ପୁରୁଷ ଏକାଠି ହୋଇ ରୋଷେଇ କଲେ କ୍ଷତି କଣ!ଆମେ ସବୁଦିନ ରୋଷେଇ କରୁ. ଜାଇ ରଗଡୁ.. ପରିବା କାଟୁ.. ବେସର ବାଟୁ. ଏମିତି ଅନେକ କାମ କରୁ. ତୁମେ ସବୁ ମିଶି ଗୋଟେ ଦିନ କରିପାରିବ ନାହିଁ. ହଁ ହଁ କାହିଁକି ନୁଁହଁ!ଅନୁରାଗ ଏଥର ଉଠିଲେ. @ ଆଜିଠୁ ଜିନିଷ ପତ୍ର କିଣି ଆଣି ରଖି କାଲି ଖାଲି ମଟନ ଟା ନେଇଆସିଲେ ହେଲା. ହଉ ତୁମେ ଆଜିର ରୋଷେଇ ବାସ ସାରିଦିଅ. ମୁଁ ଓ ଆମ ପଡ଼ାରେ ଥିବା ସମସ୍ତେ ମିଶି କାଲି ରବିବାର ନାରୀ ସ୍ୱାଧୀନତା ଦିବସ ପାଳିବା. ଶ୍ରଦ୍ଧା ଖୁବ ଖୁସି ହୋଇ ରୋଷେଇ କରିବାକୁ ବାହାରିଗଲେ. ଖିଆ ପିଆ ସରିଲେ ଲୁଡୁ ଗୋଟି ଦାନା ଗଡେଇବାକୁ ହେବ ଓ ସବୁ ପୁରୁଷମାନଙ୍କୁ ମେଣ୍ଢା କରି କାଲି ମେଁ ମେଁ କରେଇବା କଥାଟା ଖୁବ ମଜାଦାର ହେବ. ରୋଷେଇ ସାରି ସ୍ୱାମୀଙ୍କୁ ଚାହିଁଥିଲେ ଶ୍ରଦ୍ଧା. ସ୍ୱାମୀ ଅନୁରାଗ ଫେରିଲେ ହେଲେ ସାଙ୍ଗରେ ଜଣେ ସ୍ତ୍ରୀ ଲୋକ କିଏ ଚାଲି ଚାଲି ଆସୁଥିଲେ. ଆହୁରି ଖୁସି ହୋଇଗଲେ ଶ୍ରଦ୍ଧା. ଭାବିଲେ କାଲିର ଭିଡ଼ କାମକୁ ଆଖିରେ ରଖି ଗାଁକୁ ଯାଇ ଶାଶୁଙ୍କୁ ନେଇ ଆସିଛନ୍ତି ନିଶ୍ଚୟ. ଖୁବ ଭଲ ହେଲା. ମାନ ମନାନ୍ତର ଓ ମତାନ୍ତର କଟି ଯାଇ ଶାଶୁଙ୍କ ହାତର ରାନ୍ଧଣା ଖାଇ ସମସ୍ତେ ଖୁବ ପ୍ରଶଂସା କରିବେ. ସେତିକି ବେଳକୁ ଶ୍ରଦ୍ଧା ଦେଖିଲେ ତାଙ୍କ ଶାଶୁ ନୁଁହଁନ୍ତି ବରଂ ତାଙ୍କ ନିଜ ବୋଉ କୁ ଧରି ଅନୁରାଗ ଆସି ପହଁଚିଲେ ଓ କହୁଥିଲେ ମୋ ବୋଉତ ମଫସଲି ପୁଣି ଏ ମହିଳା ଦିବସ କଥା ସେ କାଁହୁଁ ବୁଝିବ ଯେ ତୁମକୁ ଏତେ ସ୍ୱାଧୀନତା ଦେବ!ତେଣୁ ଶାଶୁ ମାଆ ଙ୍କୁ ନେଇ ଆସିଲି.ଭିତରେ ଭିତରେ ଶ୍ରଦ୍ଧା ରକ୍ତ ଚାଉଳ ଚୋବାଉଥିଲେ ମଧ୍ୟ ନିଜ ବୋଉକୁ ଦେଖି ତାଙ୍କ ସେବା ଯତ୍ନ ରେ ଲାଗିପଡ଼ିଥିଲେ. ଆଉ କି ଲୁଡୁ ଗୋଟି ଦାନ!ଏବେ ଆଜିଠୁ ନିଜକୁ କାଲି ପାଇଁ ପ୍ରସ୍ତୁତ କରୁଥିଲେ ଶ୍ରଦ୍ଧା. ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ଭାବି ମାର୍ଚ୍ଚ ଆଠ ତାରିଖ ଦିନ ସମସ୍ତଙ୍କ ସଙ୍ଗେ ପଙ୍ଗତ ରେ ବସି ମଟନ ଝୋଳ ହାପୁଡ଼ୁ ହାପୁଡ଼ୁ ଅନୁଭବ କହୁଥିଲେ ଶାଶୁମା ଆସିନଥିଲେ ଏ ସୁଆଦିଆ ତରକାରୀ କଣ ଖାଇହୋଇଥାଆନ୍ତା ନା ଆମ ପଡ଼ାର ପୁରୁଷ ବନ୍ଧୁମାନେ ଏତେ ସୁନ୍ଦର ଦିନଟିର ମଜା ନେଇପାରିଥାନ୍ତେ!



Rate this content
Log in

Similar oriya story from Action