STORYMIRROR

Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଲୁହ ର ନଈ

ଲୁହ ର ନଈ

2 mins
1


ଏଣିକି ବାବା ଓ ଡୁଗୁ ସିନା ଛୁଟିରେ ଆସୁନଥିଲେ କାରଣ ପାଠ ପଢି ବଡ଼ କ୍ଲାସରେ ପଢିବା ସହ ଛୁଟିରେ କେତେ କେତେ ପରୀକ୍ଷା ଦେଇଚାଲିଥିଲେ. ଅନୁରାଗ ଭରା ରଙ୍ଗର ରାଜୁ କିନ୍ତୁ ଆସୁଥିଲା. ବାପା ମାଆ ଙ୍କ ସହ ଛୁଟି କଟେଇ ଫେରୁଥିଲା.ଏବେ ମାଆ ମାଳତୀ ଚାଲିଗଲେ. ନିଜ ପୁଅ କି ଝିଅ ଆସିପାରିଲେ ନାହିଁ. ଝିଅ କହିଥିଲା ମୋ ଶଶୁରଙ୍କର ହାର୍ଟ ଅପରେସନ କେମିତି ଯିବି!ପୁଅ କହିଥିଲା ମୋର ଦିଲ୍ଲୀରୁ ମୁମ୍ବାଇ ବଦଳି ହୋଇଯାଇଛି. ବାବା ର ପାଠ ପଢ଼ା ଓ ଘର ଭଡାରେ ବ୍ୟସ୍ତ ଅଛି. ମାଆ ର ଦଶ ଦିନ ହିଁ ମତେ ଜଏନ କରିବାକୁ ପଡିବ. ମାଧବବାବୁ କହିଥିଲେ ହଉ ରାଜୁର ମାଆ ଓ ବାପା ସୁମତି ଓ କୈଳାସ ଅଛନ୍ତି. ଏବେ କିନ୍ତୁ ମାଧବବାବୁ ବହୁତ ଅସୁସ୍ଥ. ପୂର୍ବ ପରି ପୁଅ ଝିଅ କେହି ଆସିପାରିଲେନି କି ବାପାଙ୍କୁ ପାଖକୁ ନେଇଯିବା ଅବସ୍ଥା ନଥିଲା ଆଉ ମାଧବବାବୁଙ୍କର.ସୁମତି କିନ୍ତୁ ଚାକିରୀ ଛାଡ଼ି ମାଧବବାବୁଙ୍କ ସେବା କରୁଥିଲେ. କୈଳାସ ଯିବା ଆସିବା କରି ଚାକିରୀ ବଞ୍ଚାଇ ରଖିଥିଲେ. ରାଜୁର ସେତେବେଳକୁ ଏଣ୍ଟ୍ରାନ୍ସ ରେଜଲ୍ଟ ବାହାରି ଦିଲ୍ଲୀ ର ଜେ. ଏନ. ୟୁ ରେ ପଢିବାକୁ ଆଡମିଟ କାର୍ଡ ଆସି ସାରିଥିଲା କିନ୍ତୁ ମାଆ ମିନତି କହିଥିଲେ ମୋ ପୁଅକୁ ମୁଁ ବ୍ରେନ ଡ୍ରେନ ହେବାକୁ ବିଦେଶ ଛାଡ଼ି ପାରିବି ନାହିଁ. ପଢୁ ପଢୁ ସେଇ ବିଦେଶରେ ଚାକିରୀ ପାଇ ସବୁଦିନ ରହିବାକୁ ଦେବିନି ମୋ ପୁଅକୁ. ଓଡିଶା ମାଟିରେ ନାହିଁ କଣ!
   ସେଦିନ ଆନ୍ତର୍ଜାତିକ ମହିଳା ଦିବସରେ ସୁମତି ଭାଷଣ ଦେଇ କହୁଥିଲେ ବର୍ଷାଣାଂ ଭାରତ ଶ୍ରେଷ୍ଠ... ଦେଶାନାଂ ଉତ୍କଳ ଶ୍ରୁତଃ..... ଉତ୍କଳସ୍ୟ ସମୋଦେଶ.. ଦେଶ ନାସ୍ତି ମହୀତଳେ. ପୁଣି କହୁଥିଲେ ମାତୃଭୂମି ମାଟୁଭାଷାରେ ମମତା ଯା ହୃଦେ ଜନମି ନାହିଁ..... ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଆଜ୍ଞାନୀ ରହିବେ କାହିଁ. ତଥା ଉଚ୍ଚ ହେବା ପାଇଁ କର ଯେବେ ଆଶା.. ଉଚ୍ଚ କର ଆଗେ ନିଜ ମାତୃଭାଷା. ବାଇକ ରେ ବସେଇ ମାଆ ସୁମତିଙ୍କୁ ଘରକୁ ଆସିବା ବାଟରେ ରାଜୁ କହିଥିଲା ମୁଁ ଏଇଠି ପଢ଼ିବି ମାଆ. ଓଡିଶାରେ ଓ ଓଡ଼ିଆ ରେ. ମାଆ ପୁଅ ଖୁସି ହୋଇ ଘରେ ପହଁଞ୍ଚି ଦେଖିଥିଲେ ବାପା କୈଳାସ ନିର୍ମାଲ୍ୟ ଦେଉଛନ୍ତି ରାଜୁର ଜେଜେଙ୍କ ଠୁ ବଳି ମାଧବବାବୁଙ୍କ ପାଟିରେ. କିଛି ସମୟ ପରେ ଜୁଇକୁ ଯିବା ପୂର୍ବରୁ ନାତି ରାଜୁ ହିଁ ଲୁହ ଝର ଝର ଆଖିରେ ଦୀପ ଦେଖାଇଥିଲା ମାଧବବାବୁଙ୍କୁ. ପୁଅ ତାଙ୍କର ଆସି ସବୁ ଶୁଦ୍ଧିକ୍ରିୟା କରି ଯାବତୀୟ ସମ୍ପତ୍ତିର ମାଲିକାନା କରିଦେଇଥିଲା ସୁମତି, କୈଳାସ ତଥା ରାଜୁ ନାମରେ କିନ୍ତୁ ସେସବୁ ପ୍ରତ୍ୟାଖ୍ୟାନ କରି ସେମାନ ବିଦାୟ ନେଇଥିଲେ. ଲୁହ ନଦୀ ବନ୍ଧ ବାଡ଼ ମାନୁନଥିଲା.


Rate this content
Log in