STORYMIRROR

Sunanda Mohanty

Tragedy Thriller Others

3  

Sunanda Mohanty

Tragedy Thriller Others

ଦଳ ଛଡା କାଉ

ଦଳ ଛଡା କାଉ

3 mins
1

ଛାତ ଉପରେ ପକ୍ଷୀଙ୍କ ପାଇଁ ପାଣି ରଖୁ ରଖୁ ଆଖିରୁ ଲୁହ ଟୋପେ ଖସିପଡ଼େ ସୁପ୍ରିତିଙ୍କର. ମନେ ପଡେ ସେଇ ଦଳ ଛଡା କାଉଟି କଥା. ସବୁଦିନ ଆସି ଛାତ ଉପରେ ରଖିଥିବା ରୁଟି ଖାଇ, ପାଣି ପିଇ, ଦଳ ସଙ୍ଗେ ମିଶିବାକୁ ଉଡିଯାଉଥିବା କାଉଟି ସେଦିନ ପାଖ ଇଲେକ୍ଟ୍ରି ତାର ଉପରେ ବସିବା ଓ କିଛି ସମୟ ପରେ ଖସିପଡିବା ବେଳେ ଜୀବନ ନଥିବା କଥାଟା ଭାବି ଦୁଃଖୀ ହୋଇଯାଆନ୍ତି ସୁପ୍ରିତି. ମରିଗଲା ପରେ କାଉଦଳ କା କା କରି କିଛି ସମୟ ଚକ୍ରାକାର ବୁଲି ଚାଲିଗଲେ କିନ୍ତୁ ଦେହଟା ତାର ଖିନଭିନ ହୋଇ ମାଟିରେ ମିଶିବା ଯାଏଁ ଠୁ ଧରି ଆଜିଯାଏଁ ସୁପ୍ରିତି କାଉଟିକୁ ଭୁଲିନଥିଲେ ଏବଂ ଭାବୁଥିଲେ ଦଳଛଡା ହେବାର ଶେଷ ପରିଣତି ହୁଏତ ଏମିତି!ନୁଁହଁ ଆଉ କଣ!ସେଦିନ ସେମିତି ଦଳଛଡା ପେଚାଟିକୁ କାଉମାନେ ଗୋଡ଼େଇବାରୁ ସେ ସୁପ୍ରିତିଙ୍କ ଆଧାତୋଳା ଉପର ଘର କାନ୍ଥେଣୀ ଠଣା ରେ ରହିଯିବା ପ୍ରଥମେ ସୁପ୍ରିତିଙ୍କୁ ଜଣା ନଥିଲା. ସବୁଦିନ ରାତିରେ ପେଚା ବୋବାଳି ଶୁଣି ଭୟଭୀତ ସୁପ୍ରିତି ଓ ସୁପ୍ରିତିଙ୍କ ପରିବାର ଲୋକ. କେତେ ଭୋଗରାଗ, ଜାଗଯଜ୍ଞ, ଵିଧିବିଧାନ ତଥା ଜଗନ୍ନାଥଙ୍କ ନାକଚଣା ମାଳ ଆସିବା ଯାଏଁ ଘରକୁ,ପେଚାରଡି ଭୟଭୀତ କରୁଥିଲା ସମସ୍ତଙ୍କୁ . ସେଦିନ କିନ୍ତୁ ଉପର ଘରକାମ ସାରି ଦୁଇ ଶ୍ରମିକ ଓ ଜଣେ ମିସ୍ତ୍ରୀ ଗୋଟେ ପେଟିରେ କଣ ନେଇଯାଉଛନ୍ତି ବୋଲି ଖୁବ ସୂତ୍ରରେ ଦେଖିବାକୁ ଯାଇ ପେଟି ଖୋଲି ଧଳା ପେଚାଟିଏ ଦେଖିଥିଲେ ସୁପ୍ରିତି . ଦୁଇ ଶ୍ରମିକ ଓ ମିସ୍ତ୍ରୀ ମାନିଥିଲେ ଯେ ସୁପ୍ରିତିଙ୍କ ଉପର ଘର କାନ୍ଥେଣୀ ଠଣା ରେ ସେ ଥିଲା. ଆଉ ସେମାନେ ଧରିନେଇ ଜଙ୍ଗଲରେ ଛାଡ଼ି ଦେବାକୁ ନେଉଛନ୍ତି. ସୁପ୍ରିତିଙ୍କର ବିଶ୍ୱାସ ବଦଳରେ ଅବିଶ୍ୱାସ ଆସିଥିଲା. ବୋଧହୁଏ ପେଚା ବଳି ଦେବାକୁ କୌଣସି ତାନ୍ତ୍ରିକ କୁ ବିକିବାର ଯୋଜନା କରିଛନ୍ତି ଭାବି ସେ ପେଚାକୁ ଉଦ୍ଧାର କରି ଛାଡିଦେଇଥିଲେ ଜଙ୍ଗଲରେ ଓ ଭାବୁଥିଲେ ଏହା ପେଚାର ଦଳଛଡା ହେବାର ଦୁର୍ବୁଦ୍ଧି ନିଶ୍ଚୟ ଥିଲା .
     କାଉ ଓ ପେଚା ଦୁଇ ଦିନ ପକ୍ଷୀ ଓ ରାତ୍ରୀଚର ପକ୍ଷୀଙ୍କ ଦଳଛଡା ଗୁଣ କେମିତି ତାଙ୍କ ସର୍ବନାଶ ଡାକି ଆଣିଥିଲା ବୋଲି ମନଦୁଃଖ କରି ସେକଥା ଭାବୁ ଭାବୁ ଦଳଛଡା ଶବ୍ଦଟି ପୁଣି ହସ ର ଖୋରାକ ସୃଷ୍ଟି କରିଥିଲା ସୁପ୍ରିତିଙ୍କୁ . ଶୁଣିଥିବା କଥାଟିଏ.ସଦ୍ୟ ପାଠ ପଢ଼ା ଛାଡ଼ି ବୋହୁ ହୋଇ ଆସିଥିବା ଝିଅଟିକୁ ଶାଶୁ ତାର ଯେବେ ଖରା ଗରମରେ ଗାଇ ଓ ଛେଳିଙ୍କୁ ପାଣି ପିଆଇବାକୁ କହିଥିଲେ ତ ବୋହୁଟି ଟ୍ରେ ରେ କାଚ ଗ୍ଲାସ ରେ ଦୁଇ ଗ୍ଲାସ ପାଣି ଧରି ଛେଳି ଓ ଗାଈଙ୍କ ମୁଁହଁ ପାଖକୁ ଯେତେ ନେଲେ ମଧ୍ୟ ସେମାନେ ପିଉ ନଥିଲେ ତ ଶାଶୁ ବାଲ୍ଟିଏ ପାଣି ଆଣି ଥୋଇ ଶିଖେଇ ଦେଇଥିଲେ କି ଗାଈ ଓ ଛେଳି ପରି ଜନ୍ତୁ ଏମିତି ପିଅନ୍ତି. କଥା ସେଇଠି ସରିନଥିଲା. ଘରର ଜଣେ ମାଉସୀ ଶାଶୁ ଥିଲେ ପିଲାଦିନେ ଯାହାର ସବୁ ଭାଇଭଉଣୀ ମରିଯାଉଥିବାରୁ ତାଙ୍କ ମାଆ ତାଙ୍କ ନାମ ଛେଳି ରଖିଥିଲେ. ସେତେବେଳର ଅନ୍ଧବିଶ୍ୱାସ ଯୋଗୁଁ ହେଉ ଅବା କିଛି ସତ୍ୟତା ଥାଉ ସେହି ମାଉସୀଙ୍କ ନାମ ଛେଳି ରଖିବା କାରଣ କୁଆଡେ ତାଙ୍କୁ ଆଉ ଯମ ନେବେନି ବୋଲି ତାଙ୍କ ବାପା ଓ ମାଆ ଙ୍କ ବିଶ୍ୱାସ ଥିଲା. ଏବେ ସତୁରୀ ବର୍ଷ ବୟସରେ ସେ କିନ୍ତୁ ଛେଳି ନାମରେ ଗାଈ ଚେହେରା ବିଶିଷ୍ଠ ଅର୍ଥାତ ଖୁବ ଡଉଲ ଡାଉଲ ଥିଲେ. ବୋହୁଟି ଅନେକ ଥର ଘରେ ତାଙ୍କ ବିଷୟରେ ଶୁଣିଥିଲା ଯେ ଛେଳି ମାଉସୀଙ୍କୁ ତାଙ୍କ ଘରେ ଗାଈ ମାଉସୀ ନାମ ନରଖି ଛେଳି କିଏ ରଖିଲା କେଜାଣି!ବୋଲି କଥା ହୋଇ ହସ ରୋଳ ହୁଏ. ସେଥିରେ ଭଗନେଇ ବୋହୁଟି ଜାଣିଥାଏ ଓ ଚିହ୍ନିଥାଏ ତାଙ୍କୁ. ସେଦିନ ସେ ଆସି ପହଞ୍ଚିବାରୁ ଶାଶୁ ଡାକ ପକେଇଲେ ବୋହୁଙ୍କୁ କହିକି ଯେ ପାଣି ଆଣି ଆସିଲୁ ଝିଅ ମାଉସୀଙ୍କ ପାଇଁ. ଧଡ଼ପଡ଼ ହୋଇ ଗୋଟେ ବାଲ୍ଟି ରେ ଜଳ ପୂର୍ଣ୍ଣ କରି ଘେନି ଆସି ଟିପୟ ଉପରେ ରଖିଲେ ବୋହୁ. ସମସ୍ତେ ଚକିତ ହୋଇ ଚାହିଁବାରୁ ବୋହୁଟି ଛେଳି ମାଉସୀଙ୍କ ମୁଁହଁ ଜବରଦସ୍ତ ବାଲ୍ଟି ରେ ବୁଡେଇଦେବାରୁ ତାଙ୍କ ନାକ ରେ ପାଣି ପଶି ସେ ବେହୋସ ହୋଇଗଲେ. ଆଉ ହସ୍ପିଟାଲ ରୁ ଫେରିଲା ପରେ ସିଧା ଘରକୁ ତାଙ୍କର ଚାଲିଗଲେ . ପରେ କେବେ ଆସିବାକୁ ଶାଶୁ ଅର୍ଥାତ ପୁତୁରା ବୋହୁ ଡାକିଲେ ସେ କହନ୍ତି ତୋ ଦଳଛଡା ବୋହୁ ଥିବା ଯାଏଁ ତୋ ଘର କିଏ ନା ମୁଁ କିଏ! ସେକଥା ଭାବି ହସି ହସି ବେଦମ ହେଲା ବେଳେ ସୁପ୍ରିତି କାଉ କଥା ଭାବି ପୁଣି ଦୁଃଖୀ ହୋଇଯାଆନ୍ତି.



Rate this content
Log in

Similar oriya story from Tragedy