STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଯେ ପକ୍ଷୀ ଉଡ଼େ ଯେତେ ଦୂର

ଯେ ପକ୍ଷୀ ଉଡ଼େ ଯେତେ ଦୂର

13 mins
0

ଯେ ପକ୍ଷୀ ଉଡ଼େ ଯେତେ ଦୂର 
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଜୀବନ ଖୁବ ସୁନ୍ଦର ଚାଲୁଥିଲା ବେଳେ ଆଜି ସ୍ୱାମୀ ଅଖିଳେଶ ଓ ସ୍ତ୍ରୀ ସୁଜାତା ଦୁହେଁ ଆଗପଛ ଅବସର ନେବା ପରେ ଏତିକି ଅନ୍ତତଃ ବୁଝିସାରିଥିଲେ ଯେ ପୁଅ ବୋହୁ ହୁଅନ୍ତୁ ଅବା ଝିଅ ଜୋଇଁ ସେମାନେ ତାଙ୍କ ଜୀ ବନ, ଜୀବିକା ରେ ବ୍ୟସ୍ତ. ତା ଭିତରେ ବାପା ମାଆ ଙ୍କୁ ନେଇ ପାଖରେ ରଖିଲେ ଦୁହେଁ ବୁଲାବୁଲି କରି ଫେରିଆସନ୍ତି ଅଖିଳେଶ ଓ ସୁଜାତା ପୁଣି ଘରକୁ. ଅଧିକ ଦିନ ରହିଲେ ଅନୁଭବ ହୁଏ ଛାଡିଆସିଥିବା ନିଜ ଘର ମଧ୍ୟ ହାତଠାରି ଡାକୁଛି. ଏଇ ଯେମିତି କୋଉଠି ଇଲେକ୍ଟ୍ରି ତ କୋଉଠି ପାଣି ପାଇପ ପୁଣି କୋଉଠି କାନ୍ଥ ଧଉଳା ତ କୋଉଠି ଫର୍ଣ୍ଣିଚର ଇତ୍ୟାଦିର ରଙ୍ଗ ହେବା ଦରକାର. ପୁଣି ଓଳା, ପୋଚ୍ଛା, ଝଡାଝଡି କଲାବେଳେ କୋଉଟା ମଧ୍ୟ ରଦ୍ଦି ବୋଲି ମନେହୁଏନା ତ ସାଇତି ସାଇତି ଅଳିଆ ଆବର୍ଜ୍ଜନା ରେ ଘର ଭର୍ତ୍ତି.ଫୋପାଡ଼ି ହୁଏନା କିନ୍ତୁ ସେଇ ପୁରୁଣା ଚପଲ କି ଜୋତା ହଳ ହଳ, କି ଫୋପାଡି ହୁଏନା ଦୁଇ ଚାରିଟା ଲେଖାଏଁ ହେଲମେଟ କି ଫୋପାଡି ହୁଏନା ରେନ କୋର୍ଟ ଅବା ଛତାଗୁଡିକୁ କାରଣ ପିଲେ ଘରକୁ ଆସିଲେ ଖୋଜି ବସନ୍ତି ସେସବୁକୁ ଋତୁ ଅନୁଯାୟୀ.ଅବା ବାଇକ ନେଇ ପୁରୀ ଯିବାକୁ. ଏମିତିକି ନିମନ୍ତ୍ରଣ କାର୍ଡ ଗୁଡିକୁ ମଧ୍ୟ ଫୋପାଡି ପାରନ୍ତିନି ସୁଜାତା. ଭାବନ୍ତି କିଏ କେତେ ଶ୍ରଦ୍ଧା, ସମ୍ମାନ ଓ ଆନ୍ତରିକତାରେ ପୁଅ ବ୍ରତଘର, ଝିଅ ବାହାଘର କି ପୁଅ ବାହାଘର ନିମନ୍ତ୍ରଣ କାର୍ଡ ଛପେଇ ସେଥିରେ ହଳଦୀ, ସିନ୍ଦୁର ଲଗେଇ, ଅରୁଆ ଚାଉଳ ଭରି, ଗୁଆ ସହିତ ଅବା ଖାଲି ରେ ହେଉ ଦେଇଯାଇଛନ୍ତି ଆନ୍ତରିକତା ରେ ଯେତେବେଳେ ତାକୁ ଫିଙ୍ଗିବା କି ଫୋପାଡିବା କି ଚିରିବାକୁ ହାତ ଯାଏନି ସୁଜାତାଙ୍କର.ତ ଅଳିଆ ହେଉଥାଏ ନିମନ୍ତ୍ରଣ ପତ୍ର ଗୁଡା ପଲିଥିନ ଥାକ ଥାକ. ପୁଣି ଫୋପାଡି ହୁଏନି ପିଲାଙ୍କର ପୁରୁଣା ଡ୍ରେସ. କେତେ ସ୍ମୃତି ବିଜଡିତ ସେହି ପୁରୁଣା ଡ୍ରେସକୁ ଗନ୍ଥା କଲେ ଯେମିତି ଲାଗେ ପିଲାଙ୍କ ଦେହରେ ଛୁଞ୍ଚି କେଞ୍ଚି ହେଇଯିବ. କାହାକୁ ଦେଇ ମଧ୍ୟ ହୁଏନି କାରଣ ସମସ୍ତଙ୍କର ନିଜ ସ୍ୱାଭିମାନ ରହିଛି.ଏମିତିକି ଘରେ କାମ କରୁଥିବା ରମା କହେ ଦେବ ଯଦି ନୂଆ ଖଣ୍ଡେ ଦିଅ ମାଆ. ବଡ଼ ଭାଇ ଭଉଣୀଙ୍କର କଣ ସାନ ଭାଇ ଭଉଣୀମାନେ ଥିଲେ ପିନ୍ଧନ୍ତିନି!ମୁଁହଁ ଖୋଲି କହିଲେ ମଧ୍ୟ ଖାଲି ପାଟି ସାରିବା ନାଁ ହୁଏ. ଆଉ ସେ ଯେବେ ଦୁଇରୁ ଅଧିକା ଥିବା ପ୍ରେସର କୁକୁର ଗୋଟେ ନାତି ପାଇଁ ଖେଚେଡ଼ି କରିବ କହି ମାଗିନିଏ ଓ ଦୁଇଟା ଥର୍ମୋଫ୍ଲାସ ଦେଖି ଗୋଟିଏ ଅସୁସ୍ଥ ନାତୁଣୀ ପାଇଁ ଗରମ ପାଣି ରଖିବାକୁ ମାଗିନିଏ, ପୁଅ କହେ କୋଉଟା ଦେବା କଥା କୋଉଟା ନଦେବା କଥା ମାଆ କୁ ଜଣା ନାହିଁ. ଝିଅ ମଧ୍ୟ କହେ ମୁଁ ଦେଇଥିବା ବାପାଙ୍କ ପାଇଁ ଦୁଇଦୁଇଟା କାଲକୁଲେଟର, ବ୍ଲଡପ୍ରେସର ମପା ଯନ୍ତ୍ର କି ଥର୍ମୋମିଟର ଆଉ ଦେଇଦେବୁନି ମାଆ ରମାକୁ.ତ ପୁଅ ଭଉଣୀ କୁ କହୁଥାଏ ଦେଖୁନୁ ମୁଁ ଆଣିଦେଇଥିବା ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ଯଥା ଗୋଡ଼ ହାତ ଘଷିବାକୁ ଓ ଅନ୍ୟାନ୍ୟ ଉପକରଣ ସବୁ କେମିତି ମଇଳା, ଅସନା ଓ ଧୂଳିଧୂସରିତ ହୋଇ ପଡିଛି!ଏଗୁଡା ରମାକୁ କହି ସଫା ସଫି କରେଇବା କଥା କି ନୁଁହଁ!ରମା ତ ଶୁଣେନି ବରଂ ଅଖିଳେଶ ସେଗୁଡିକୁ ଝାଡ଼ି ଝୁଡି ରଖାଥୁଆ କରୁ କରୁ ଡଷ୍ଟ ଆଲର୍ଜି ଯୋଗୁଁ କାଶ, କଫ ଓ ଶ୍ୱାସ ରେ ପୀଡିତ ହେଉ ହେଉ ସାଇଟିକା, ଆଜମା, ଧଇଁସଇଁ ଇତ୍ୟାଦି ରୋଗ ଭୋଗୁଥିବା ବେଳେ ସୁଜାତା ଅସାବଧାନତା ରେ ପଡିଯାଇ ବାମ ହାତ ଅଚଳ ଯୋଗୁଁ ନା ଲୁଗା ପଟା ପିନ୍ଧୁଛନ୍ତି ନା ନିଜ ବେଡ଼ ଝାଡ଼ିପାରୁଛନ୍ତି!ରମା ମଧ୍ୟ ନାକ ଟେକେ. କେବେ କରେ ତ କେବେ ମୁଁହଁ ବୁଲେଇ ଚାଲିଯାଏ. ପୁଅ ଡାକେ ଓ ଝିଅ ଖୋଜେ କିନ୍ତୁ ସୁଜାତାଙ୍କର ସେହି ଗୋଟିଏ ପ୍ରଶ୍ନ ମନରେ!ରମା କରିପାରୁନି. ବୋହୁ କେତେ ଦିନ କରିବ!ଝିଅ ନିଜ ଶାଶୁ ଶାଶୁରଙ୍କ ଦାଇତ୍ୱ ଓ ପିଲାମାନଙ୍କ ଦାଇତ୍ୱ ନେବ ନା ବାପା ମାଆଙ୍କର ସେବା କରିବ . ତେବେ ଶେଷ ଜୀବନରେ ଅନାଥା ଆଶ୍ରମକୁ ଚାଲିଯିବା କି?ପଚାରନ୍ତି ସୁଜାତା. ସେଇ ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରୁଥିବାରୁ ସ୍ୱାମୀ ବିରକ୍ତ ହୁଅନ୍ତି. ଆଗଚଲା କଥା ତୁମର ଯିବନି କହି ବିରକ୍ତ ହୁଅନ୍ତି. ପୁଣି କେବେ ଆଗତ ଚଢେଇକୁ ବେସର ବଟା ହେଉଛି କହି ପାଟି କରନ୍ତି ସୁଜାତାଙ୍କୁ ତ ସେ ନିଜ ପ୍ରଶ୍ନ ନିଜ ଭିତରେ ରଖି ଚୁପ ହୋଇଯାଆନ୍ତି.
     ଏମିତି ଚୁପ ରହି କଷ୍ଟେ ମଷ୍ଟେ ନିଜ ସିଂଘରେ ନିଜେ ମାଟି ତାଡି ଚାଲୁଥିବା ସୁଜାତା ମାନସିକ ଭାବେ ଭାଙ୍ଗି ପଡନ୍ତି. ବାସ୍ତବବାଦୀ ଚିନ୍ତାଧାରା ର ମଣିଷ ସେଇ ପ୍ରଶ୍ନ ସ୍ୱାମୀଙ୍କୁ ପଚାରିବାକୁ ଆଉ ସାହାସ କରୁନଥିଲେ ମଧ୍ୟ ଶାରୀରିକ ଅବକ୍ଷୟ ତାଙ୍କୁ ନିସ୍ତେଜ କରେ. ପ୍ରଥମରୁ ଭାବୁଥିଲେ ରମା ଅଛି. ଯାହା ନେଉଛି ନେଉ, ଯାହା କରୁଛି କରୁ ହେଲେ ସିଏ ବି ମଣିଷ. ସେ ମଧ୍ୟ ଅସୁସ୍ଥ ହେବା ପରେ ଆଉ ଆସିଲାନି. ଅନ୍ୟ ଲୋକ ତା ସ୍ଥାନରେ ମିଳିଲେନି. ଘର କାମ ଅପେକ୍ଷା ସ୍ତ୍ରୀ ଲୋକମାନେ ଆଜିକାଲି ଇଟା ଭାଟି କାମ, ଶ୍ରମିକ କାମ ଓ ଧାନ ରୁଆ, ବିଲ ବଛା କୁ ଅଧିକ ପସନ୍ଦ କଲେଣି. ଅଖିଳେଶ ଯେତେ କହିଲେ ବି ଘରୋଇ କାମ ମାତ୍ର ଦୁଇ ଘଣ୍ଟାର ପୁଣି ଛାଇ ତଳ ସାଙ୍ଗକୁ ଜଳଖିଆ ଓ ଭୋଜନ ର ବ୍ୟବସ୍ଥା ଥାଏ କିନ୍ତୁ ସେକଥା ସୁଜାତାଙ୍କୁ ଶୁଣେଇଲେ ଲାଭ ନାହିଁ ବରଂ ଲୋକଙ୍କୁ ବୁଝେଇ କାହାକୁ ଘରର ଛୋଟ ମୋଟ କାମ ପାଇଁ ରଖିବାକୁ ଲୋକ ବୁଝି ଆଣିବା ଆଉ ସମ୍ଭବ ନୁଁହଁ ଅଖିଳେଶ ଙ୍କ ଦ୍ୱାରା. ଆଗରୁ ପୁଅ ଝିଅଙ୍କ ପାଖକୁ ଗଲେ ବୁଲାବୁଲି, କିଣାକିଣି ଇତ୍ୟାଦି ସହିତ ବହୁତ ଦେବଦେବୀ ଦର୍ଶନ କରିବାକୁ ମିଳୁଥିଲା. ଏବେ କିନ୍ତୁ ପୁଅର ଟିକି ପୁଅ ବୁଝିପାରିବନି କି କାହିଁକି ଜେଜେମାଆ ଆଗପରି ତାକୁ କାଖ କରୁନି!ସେଇ ଜଣେ ତ କେବଳ ତା ଦୁଃଖ ବୁଝୁଥିଲା. ଘୋଡାଗାଡି କି ରିକ୍ସା ନମିଳିଲା ବେଳେ ନିଜ କାଖରେ ତୋଳି ନେଇ ଟିକେ ବିରାମ ଦେଉଥିଲା ତା କୁନି କୁନି ପାଦକୁ ତ ଏବେ ଜେଜେମାଆ କାହିଁକି ତାକୁ ଧରୁନି ବୋଲି ସେ ସିନା ବୁଝିପାରେନି ହେଲେ ଜେଜେମାଆ ଲାଜ ସରମରେ ବାର୍ଦ୍ଧକ୍ୟ ଘୋଡାଉ ଘୋଡାଉ ପୁଅ ଘରକୁ ଯିବାକୁ ରାଜି ନୁଁହଁ ଆଉ କି ଝିଅ ଘରେ ତା ଶାଶୁ ଶାଶୁରଙ୍କ ସହ ଚଳିବାକୁ ମାଡି ମାଡି ପଡେ ଯଦିଓ ସେ ଦୁହେଁ ବହୁତ ଭଲ. ଗୋଡ଼ ଦୁଇ ଉଠାଇ କିନ୍ତୁ ପାଦ ପଡ଼େନି ପୁଅ ଘରକୁ ଅବା ଝିଅ ପାଖକୁ. ପାଦ ବଢିଗଲା କିନ୍ତୁ ସ୍ୱର୍ଗକୁ. ଅଳତା ଲଗା ଗୋରା ଗୋରା ପାଦ ଦୁଇଟି ସୁଜାତାଙ୍କର କୋକେଇରୁ ଓହଳି ଓହଳି ପୁରୀ ସ୍ୱର୍ଗଦ୍ୱାର ଯାଏଁ ଯିବା ଦୃଶ୍ୟକୁ ମନେ ପକାଇ କାନ୍ଦିଲେ ପୁଅ, ଝିଅ, ଜୋଇଁ,ବୋହୁ ଓ ନାତି,ନାତୁଣୀ ତଥା ଦୁଇପଟର ଭାଇଭଉଣୀ. ପରେ ପରେ ଭୁଲିଗଲେ କାହାର କୋଉ କର୍ତ୍ତବ୍ୟ ଓ ଦାଇତ୍ୱବୋଧ ଯୋଗୁଁ.ତ ଏକା ହୋଇଗଲେ ଅଖିଳେଶ. ମନେ ପଡୁଥିଲା ସ୍ତ୍ରୀଙ୍କ ସେହି ଶେଷ କିନ୍ତୁ ଏକା ପ୍ରଶ୍ନ. ଅନାଥା ଆଶ୍ରମ କୁ ଚାଲିଗଲେ କେମିତି ହୁଅନ୍ତା!ପେନସନ ପଇସା ଧରେଇ ଦିଅ ଓ ଜଞ୍ଜାଳ ମୁକ୍ତ ରୁହ.ସତକୁ ସତ ସେୟା ହେଲା. ଅଖିଳେଶ ସହରର ଖ୍ୟାତନାମା ଅନାଥଆଶ୍ରମକୁ ଚାଲିଗଲେ. ଜଞ୍ଜାଳ ନଥିବ କି ସ୍ମୃତି ଜାବୁଡି ଧରୁନଥିବ ମନ କି ହୃଦୟ ବରଂ ସହସାଥି ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ସହ ଜୀବନ ଅତିବାହିତ ହେବ ଐଶ୍ଵର୍ଗିକ ଚିନ୍ତା ରେ. ଚେତନା ଆସିବ ମନ ହୃଦୟରେ ସମସ୍ତଙ୍କୁ କ୍ଷମା କରିଦେବାକୁ. ଚୈତନ୍ୟ ଆସିବ ଏହି ଯେ କି ଲୋଭ କି ମାୟା!ସବୁ ତୁଛ ଓ ସବୁ ଅଳୀକ.ଜୀବନ ର ମାନେ ଦୁଇଦିନିଆଁ ଅର୍ଥାତ ଦୁଇଟି ନିଆଁ.
    ଝିଅ ଆସୁଥିଲା ଓ ପୁଅ ଆସୁଥିଲା. ଦିନାକେତେ ସବୁ ଠିକ ଚାଲିଥିଲା. କିଛି ଦିନ ପରେ ସବୁ ଭୁଲିଗଲେ ଅଖିଳେଶ. ପଇସା ଟଙ୍କା ଚିହ୍ନିଲେନି. ଠିକ ଠିକ କଥା କହିଲେନି କି କାହାକୁ ଦେଖି ଜାଣିପାରିଲେନି ସେ କିଏ. ପୁଅ ଆଉ ଆସୁନଥିଲା. ଝିଅ ମଧ୍ୟ ଆସିବାର ଦୂରତା ବଢ଼େଇ ଦେଇଥିଲା କିନ୍ତୁ ସେଦିନ ଆସି ଯାହା ଦେଖିଲା ଉପଚାରିକା ମୁଠା ମୁଠା ପଇସା ନେଇ ମଧ୍ୟ ବାପାଙ୍କୁ ଯୋଉ ଭଳି ବ୍ୟବହାର ଓ ଘୋଷଡା ଘୋଷଡ଼ି ତଥା ପକା ଉଠା କରୁଥିଲା ତାହା ଦେଖି ଝିଅ ସେଦିନ ଖୁବ କଇଁ କଇଁ କାନ୍ଦୁଥିଲା. ଭାଇ ଆଗରେ ସବୁ କହିବାରୁ ସେ ଉପରିସ୍ଥଙ୍କୁ ଜଣାଇବା ପରେ କିଛି ଦିନ ଠିକ ଠାକ ଚାଲିଥିଲା ସତ ହେଲେ ବେଡ଼ ଅପରିସ୍କାର କରୁଥିବା ଓ କିଛି ଜାଣିପାରୁନଥିବା ଅଖିଳେଶ ଙ୍କ ଦୁଃଖର ସୀମା ନଥିଲା. ପୁଅ ଏବଂ ଝିଅ ଏବେ ଅନୁଭବ କରୁଥିଲେ ଯେ ମାଆ କଥାରେ ବାପାଙ୍କୁ ଅନାଥ ଆଶ୍ରମରେ ଛାଡିବାର ନଥିଲା. ସେଦିନ ଭାଇ ଭଉଣୀ ଦୁହେଁ ଜଗନ୍ନାଥଙ୍କ ପାଖରେ ମୁଣ୍ଡିଆ ମାରି ଦୁଃଖର ସହିତ ବାପାଙ୍କୁ ନେଇଯିବାକୁ ଜଣାଉଥିଲେ. ସତକୁ ସତ ବାପା ଚାଲିଯାଇଥିଲେ କିନ୍ତୁ ତାଙ୍କ ମୁଣ୍ଡ ତଳେ ଥିବା ଡାଇରୀରେ ଲେଖିଥିଲେ ପୁଅ ଝିଅ ଜାଣିବ, ତୁମ ମାଆ ର ଶେଷ ପ୍ରଶ୍ନକୁ ସମ୍ମାନ ଜଣେଇ ଅନାଥାଆଶ୍ରମରେ ରହିବା ନିଷ୍ପତ୍ତି ଠିକ ନା ଭୁଲ ପରବର୍ତ୍ତୀ ପିଢିଙ୍କୁ ବୁଝେଇବ. ଚିଠି ପଢି ହତବାକ ପୁଅ ଓ ଝିଅ ଉଭୟଙ୍କ ଆଖିରୁ ଶ୍ରାଵଣ ଧାରା ଆଉ ବନ୍ଦ ହେବାର ନାମ ନେଉନଥିଲା ଦୁହିଁଙ୍କର .
    ସମୟ ଗାଡି ଗଡି ଚାଲିଥିଲା ତା ବାଟରେ.ଜୋଇଁ ଚନ୍ଦ୍ରକାନ୍ତ ଙ୍କ  ମନ ଖୁବ ଦୁଃଖ. ଗୋଟିଏ ବୋଲି ଝିଅ ଶୁଶ୍ରୀ. ତାକୁ ପାଠ ପଢ଼ାଇ ସବୁ ଶାଠ ଶିଖାଇବା ସହ ପାଞ୍ଚ ଲୋକ କହନ୍ତି ଶୁଶ୍ରୀ ପରି ଶୁଶୀଳା ଝିଅ କୋଟିକରେ ଗୋଟିଏ. ସେତେବେଳେ ବାପା ଚନ୍ଦ୍ରକାନ୍ତ ବାବୁଙ୍କର ମନ କୁଣ୍ଢେମୋଟ ହୋଇଯାଏ.ଯା ହେଉ ଉପଯୁକ୍ତ ସଂସ୍କାର ଦେଇ ସେ ଝିଅ ବଢ଼େଇଛନ୍ତି.ସତକୁ ସତ ଝିଅର ଚାକିରୀ ପରେ ବାପା ମାଆ ଖୋଲିକି ପଚାରିଦେଇଥିଲେ ଝିଅକୁ ଯଦି କେହି ପସନ୍ଦର ପାତ୍ର ଅଛନ୍ତି ଖୋଲି କହିଦେ ଝିଅ. ଝିଅ କହିଥିଲା ମାଆକୁ ଏମିତି କେମିତି ଭାବି ପାରୁଛୁ ମାଆ? ବାପାଙ୍କ ଶୀର ନିଚା କରି ତାଙ୍କ ଝିଅ କିଛି କଲାଣି କେବେ ଯେ ଏବେ ନିଜ ପସନ୍ଦର ପୁଅ ବାଛିବ!ତା ଛଡା ମୋ ବାପା ଯାହାକୁ ପସନ୍ଦ କରିବେ ତା ଘରକୁ ତୋ ଶାଢ଼ୀ ଓ ଗହଣା ପିନ୍ଧି ମୁଁ ଯିବି ମାଆ. ଝିଅର କଥାରେ ପେଟ ପୁରି ଯାଇଥିଲା ଚନ୍ଦ୍ରକାନ୍ତବାବୁଙ୍କର ଓ ତା ମାଆଙ୍କର. ମାଆ ତାଙ୍କ ବୋଉ ସୁଜାତା ଙ୍କୁ ମନେପକାଉ ଥିଲେ ତ ଖୋଜି ଖୋଜି ଡାକ୍ତର ବର ଆସିଥିଲା ସପରିବାର ସହିତ . ଝିଅ ଦେଖା, ଖିଆପିଆ ସରିବା ପରେ କଥା ପକ୍କା ହେବା ପରେ ଶୁଶ୍ରୀ କହୁଥିଲା ସେ ରାଜି ନୁହେଁ ତ ଆକାଶ ଛିଣ୍ଡି ପଡିଲା ଯେମିତି ଚନ୍ଦ୍ରକାନ୍ତଙ୍କ ମୁଣ୍ଡରେ . ଶୁଶ୍ରୀର ସର୍ତ୍ତ ଥିଲା ପାର୍କରେ ଏକାନ୍ତରେ କଥା ହେବ ସେ ଭାବୀ ବର ସହିତ .  ସେସବୁର ସୁନ୍ଦର ଆୟୋଜନ କରି ଗାନ୍ଧଜୀ ପାର୍କରେ ଶୁଶ୍ରୀ ସାକ୍ଷାତ କରିଥିଲା ଡାକ୍ତର ବର ପ୍ରଦୀପକୁ. ହେଲେ ତା ପରେ ଶୁଶ୍ରୀର ଉତ୍ତର ନା ଥିଲା ତ ଦୁଃଖରେ ଭାଙ୍ଗିପଡିଲେ ଚନ୍ଦ୍ରକାନ୍ତ. ଦ୍ୱିତୀୟ ପ୍ରସ୍ତାବ ଇଞ୍ଜିନିଅର ଥିଲା ଭାବି ବର ଅଶୋକ. ଏଠି ମଧ୍ୟ ଝିଅ ଦେଖା ପର୍ବ ସରିବା ପରେ ଓ ପୁଅ ଘରେ ରାଜି ହେଲାପରେ ଝିଅ ଶୁଶ୍ରୀ କହିଥିଲା ସେ କୌଣସି ହୋଟେଲରେ ଦେଖା କରିବାକୁ ଚାହେଁ ଅଶୋକଙ୍କୁ . ସ୍ତବ୍ଧ ଚକିତ ହେଲେ ବାପା ଚନ୍ଦ୍ରକାନ୍ତ ତଥାପି ରାଜି ହୋଇ ହୋଟେଲ ବ୍ଲୁ ବାର୍ଡରେ ସମସ୍ତ ଆୟୋଜନ କଲାପରେ ମଧ୍ୟ ଝିଅ ରାଜି ନୁହେଁ କହିଥିଲା .ଦୁଃଖରେ ପୁଣି ଭାଙ୍ଗିପଡିଲେ ଚନ୍ଦ୍ରକାନ୍ତ ବାବୁ ଯେତେବେଳେ ତୃତୀୟ ପ୍ରସ୍ତାବ ମଧ୍ୟ ନିଜ ଘରେ ପୁଅ ଝିଅଙ୍କୁ କିଛି ସମୟ କଥା ହେବା ପାଇଁ ଛାଡ଼ିବା ପରେ ମଧ୍ୟ ବ୍ୟାଙ୍କ ଅଫିସର ଥିବା ପୁଅ ଆଲୋକର ପ୍ରସ୍ତାବ କାଟ ଖାଇଯାଇଥିଲା ଝିଅ ଶୁଶ୍ରୀର ବାରଣରେ . ବନ୍ଧୁବାନ୍ଧବ, ଚିହ୍ନା ପରିଚୟ ଏଣିକି ଯୋଉ ମୁହଁରେ ଶୁଶ୍ରୀର ଗୁଣଗାନ କରୁଥିଲେ ସେଇ ମୁହଁରେ ଏଣୁ ତେଣୁ ଗପିବାକୁ ଆରମ୍ଭ କରିଦେଇଥିଲେ ତ ବାପା ଚନ୍ଦ୍ରକାନ୍ତ ବାବୁ ବିଚଳିତ ହୋଇପଡିଲେ.କିନ୍ତୁ ଭାଙ୍ଗିପଡିନଥିଲେ.
     ସ୍ତ୍ରୀ ଙ୍କ କଥାରେ ବାପା ଚନ୍ଦ୍ରକାନ୍ତ ପ୍ରଥମ ପ୍ରସ୍ତାବ ଥିବା ପୁଅ ପ୍ରଦୀପଙ୍କୁ ଏକାନ୍ତରେ ଦେଖାକରିଥିଲେ ଓ ଶୁଶ୍ରୀର ପ୍ରଶ୍ନ ଓ ମିଳାମିଶାରେ କିଛି ମାନସିକ ବିକୃତି ଥିବାର ଲକ୍ଷ କଲେକି ବୋଲି ପଚାରିଥିଲେ ବାପା ଚନ୍ଦ୍ରକାନ୍ତ. ଡାକ୍ତର ପ୍ରଦୀପ କହିଥିଲେ ଆପଣଙ୍କ ବଡ଼ପଣ ଦେଖି ମୁଁ ବିସ୍ମିତ ଓ ଆଶ୍ଚର୍ଯ୍ୟ ଏଇଥିପାଇଁ ଯେ ପ୍ରଥମତଃ ଆପଣ ଉଦାର ବୋଲି ମୋ ସହ ଦେଖାକରିବାକୁ ଆସିଛନ୍ତି.ଦ୍ୱିତୀୟରେ ନିଜ ଝିଅକୁ ଖୁବ ଭଲ ପାଉଥିବାରୁ ସବୁ ଭୁଲିଯାଇ ବୁଝିବାକୁ ଆସିଛନ୍ତି ତାର ମାନସିକ ସ୍ଥିତି. ମୁଁ ନିଶ୍ଚୟ ସାହାଯ୍ୟ କରିବି ଓ ସତକଥା କହିବି ଆପଣଙ୍କୁ. ଡାକ୍ତର ପାଠ ପଢିବା ଭିତରେ ଡାକ୍ତର ହୋଇ ରୋଗୀ ସେବାରେ ରହି ଦେଶର ଜନନାୟକମାନଙ୍କ  ବିଷୟରେ ମୁଁ କୌଣସି ଉତ୍ତର ଦେଇପାରିନଥିଲି ଆପଣଙ୍କ ଝିଅର ପ୍ରଶ୍ନ ସବୁର. ହଉ ଗାନ୍ଧିଜୀଙ୍କ କଥା ଛାଡ଼ନ୍ତୁ ଦେଶର ଅନ୍ୟ ବରପୁତ୍ରମାନଙ୍କ ବିଷୟରେ ଓ  ସେମାନଙ୍କ ନିତି ଆଦର୍ଶ ବିଷୟରେ କିଛି କୁହନ୍ତୁ ପ୍ରଶ୍ନର ଉତ୍ତରରେ ମଧ୍ୟ ମୁଁ ସଠିକ ବରପୁତ୍ରମାନଙ୍କ ବିଷୟରେ କିଛି କହିପାରିନଥିଲି ତ ଆପଣଙ୍କ ଝିଅ କହିଥିଲେ ମୋ ବାପା ସେହି ପୁଅ ଓ ଝିଅଙ୍କୁ ପସନ୍ଦ କରନ୍ତି ଯାହାର ଜାତୀୟ ବରପୁତ୍ରମାନଙ୍କ ଉପରେ ଖୁବ ଜ୍ଞାନ ଥିବ କାରଣ ସେମାନଙ୍କ ଯୋଗୁଁ ଆମେ ଆଜି ସ୍ବାଧୀନତାର ସ୍ୱାଦ ଚାଖୁଛୁ.ବାପା ଚନ୍ଦ୍ରକାନ୍ତ ସେତିକିରେ ବୁଝିଗଲେ ଓ ଧନ୍ୟବାଦ ଦେଇ ଦ୍ୱିତୀୟ ପ୍ରସ୍ତାବ ଭାଙ୍ଗିଯାଇଥିବା ବଡ଼ ବ୍ୟବସାୟୀଙ୍କ ଇଞ୍ଜିନିଅର ପୁଅ ଅଶୋକଙ୍କୁ ଭେଟିଥିଲେ.ସେ କହିଥିଲେ ହୋଟେଲରେ ଖାଦ୍ୟ ପରିବେଷଣ ବେଳେ ଥରେ ନୁହେଁ ଦୁଇ ଦୁଇ ଥର ଓ୍ଵେଟର ତାଙ୍କ ଉପରେ ଝୋଳ ଢାଳି ଦେଇଥିଲେ ତ ସେ ଓ୍ଵେଟର ଉପରେ ଖୁବ ବିରକ୍ତି ପ୍ରକାଶ କରିଥିଲେ ଓ  ମ୍ୟାନେଜରଙ୍କୁ ଡାକି ତାର ଦରମା କାଟିବାକୁ କହିଥିଲେ. ସେତିକିରେ ଶୁଶ୍ରୀ ବିରକ୍ତି ଭାବ ପ୍ରକାଶ କରି କହିଥିଲେ ସେମାନଙ୍କ ପରି କୃଷକ, ସୈନିକ, ଶ୍ରମିକମାନେ ଆମକୁ ସେବା ଯୋଗାଉନଥିଲେ ଆଜି ଆମେ ନିଜ କାମ ନିଜେ କରୁଥାଆନ୍ତେ ତେଣୁ ସେମାନଙ୍କୁ ସମ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମୋ ବାପା କୁହନ୍ତି. ଏଥର ସେଠୁ ଫେରି ଚନ୍ଦ୍ରକାନ୍ତ ବାବୁ ବ୍ୟାଙ୍କ ଅଫିସର ଆଲୋକଙ୍କୁ ଦେଖା କରି ଝିଅର ଭୁଲ ପାଇଁ କ୍ଷମା ମାଗିଥିଲେ କିନ୍ତୁ ଆଲୋକ କହିଲେ ନା ନା ଆଜ୍ଞା ଆପଣଙ୍କ ଝିଅ ମୋ ଆଖି ଖୋଲିଦେଇଛି କାରଣ ଆପଣଙ୍କ ଘରେ ଥିବା ଅଚଳନ୍ତି ହାତ ଘଣ୍ଟାଟିକୁ ଦେଖି ଏଇଟି କାହିଁକି ଘରେ ଅଛି? ଅଚଳନ୍ତି ଘଣ୍ଟା ବାସ୍ତୁ ଦୃଷ୍ଟିରୁ ଶୁଭ ନୁହେଁ କହିଥିଲି ତ ତା ଉତ୍ତରରେ ଆପଣଙ୍କ ଝିଅ କହିଥିଲେ ଯେ ସେଇ ଘଣ୍ଟାଟି ଆପଣଙ୍କୁ ଆପଣଙ୍କ ପିତା ପିଲାଦିନେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ କରିଥିବାରୁ ଉପହାର ସ୍ୱରୂପ ଦେଇଥିଲେ.ତାହା ଏବେ ଚାଲୁନଥିଲେ ମଧ୍ୟ ପିତା ମାତାଙ୍କ ଋଣ ତ ଶୁଝି ହୁଏନା ବରଂ ତାଙ୍କ ସ୍ମୃତିକୁ ସାଇତି ରଖି ମୋ ବାପା ତାଙ୍କ ପିତାଙ୍କୁ ସମ୍ମାନ ଦେଉଛନ୍ତି କହିସାରି ଶୁଶ୍ରୀ ପୁଣି କହିଥିଲେ ଆପଣ ତ ଆମ ଘରେ ପଶୁ ପଶୁ ଚାଳ ବାଜିଲାଣି, ଏ ଘରେ ଜୋଇଁ ହେବେ କେମିତି?ତେଣୁ ମୁଁ ସଂଭ୍ରମରେ ଫେରିଆସିଥିଲି. ବାପା ଚନ୍ଦ୍ରକାନ୍ତବାବୁ କାନ୍ଦି ପକେଇଥିଲେ ଝିଅ ଯେବେ ତାଙ୍କ ଦ୍ୱାରା ଆସିଥିବା ଚତୁର୍ଥ ପ୍ରସ୍ତାବ ପୁଅ ନିଖିଲ ପରି ମାମୁଲି କିରାଣୀ ଚାକିରୀ କରିଥିଲେ ମଧ୍ୟ ହୋଟେଲ ଓ ପାର୍କରେ ତଥା ଘରେ ଏକାନ୍ତରେ କିଛି ସମୟ କଥାବାର୍ତ୍ତା ପରେ ଶୁଶ୍ରୀ ସେହି ପୁଅକୁ ବାହା ହେବାକୁ ରାଜି ହୋଇଯାଇଥିଲା. ସେ ଜାଣିନଥିଲା ବାପା ଆଗରୁ ସେହି ପୁଅକୁ ସବୁକଥା କହିସାରିଥିଲେ ଯାହା ଅନ୍ୟ ତିନିଜଣଙ୍କ ସାଙ୍ଗରେ ଘଟିସାରିଥିଲା.ସେହି ପୁଅ ଖାଲି ଶୁଶ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇନଥିଲେ ବରଂ କହିଥିଲେ ତୁମେ ଆମ ଜାତୀୟ ପକ୍ଷୀ,ମୋ ମନ ମୟୂରୀ ପରି ଖୁବ ସୁନ୍ଦର.ଶୁଶ୍ରୀ କିନ୍ତୁ ସର୍ତ୍ତ ରଖିଥିଲା କି ମତେ କଥା ଦିଅନ୍ତୁ ଆପଣ କୌଣସି ପରିସ୍ଥିତିରେ ମଧ୍ୟ ନିଜ ପିତା ମାତାଙ୍କୁ ନିଜ ଠାରୁ ଅଲଗା କରି ଅନାଥାଶ୍ରମକୁ ଛାଡ଼ିବେ ନାହିଁ. ଏମିତିକି ମୋ ଆଈ ସୁଜାତା ଓ ଅଜା ଅଖିଳେଶ ନିଜେ ଇଛାକରି ଅନାଥ ଆଶ୍ରମକୁ ଯିବାକୁ ଚାହିଁଲେ ମଧ୍ୟ ନୁଁହଁ. ଆରେ ବାବା ମୁଁ ଖାଲି ମୋ ବାପା ଓ ମାଆ ଙ୍କୁ ନୁଁହଁ ତୁମ ବାପା ମାଆ ଙ୍କୁ ମଧ୍ୟ ଅନାଥ ଆଶ୍ରମକୁ ଯିବାକୁ ଦେବିନାହିଁ. ବାହାଘର ହୋଇଯାଇଥିଲା ସେଇଠି.
          ସେପଟେ ସୁଜାତା ଓ ଅଖିଳେଶ ଙ୍କ ବୋହୁ ସୁଭଦ୍ରା ଏବେ ଝିଅର ମାଆ.ସୁଭଦ୍ରାଙ୍କ ସହ ଝିଅ ସ୍ନାତା ତାଜମହଲର ଦକ୍ଷିଣ ପାର୍ଶ୍ୱରେ ବସିଥାଆନ୍ତି. ଅନ୍ୟମାନେ ବୁଲିବୁଲି ଦେଖୁଥାଆନ୍ତି ତାଜମହଲ ସହିତ ଶୁଣୁଥାଆନ୍ତି ଗାଇଡ଼ଙ୍କ ଠାରୁ ଐତିହାସିକ ତଥ୍ୟ.ସୁଭଦ୍ରା ଓ ଝିଅ ସ୍ନାତା ବୁଲି ବୁଲି ଥକି ପଡିଥିଲା ବେଳେ ବସିଯାଇଥାଆନ୍ତି ଘଡିଏ. ଆଉ କୋଉ କଥା ମନକୁ ଆସୁନଥାଏ ଏହି କ୍ଷଣି. କେବଳ ପ୍ରେମ. ସେ କେମିତି ଜିନିଷ ଯେ ପ୍ରେମ ପାଇଁ ଏଡ଼େବଡ଼ ସ୍ମୃତି ସୌଧ ତାଜମହଲ ନିର୍ମାଣ ହୋଇପାରିଥିଲା!ଇତିହାସର ଏ ଅମର ପ୍ରେମ କେତେଜଣଙ୍କୁ ବା ମିଳେ ଜୀଵନରେ!ବହୁ ଐତିହାସିକଙ୍କର ଲେଖାରେ ଭିର୍ନ୍ନତା ଥିଲେ ମଧ୍ୟ କଥା ଗୋଟିଏ ତାହା ପ୍ରେମ. ଭାବୁ ଭାବୁ ଏତିକି  ବେଳକୁ ବୁଲି ବୁଲି ସ୍ୱାମୀଙ୍କ ମୁହଁ ଶୁଖିଯାଇଥାଏ ତ ଆସି ବସିପଡିଲେ ମାଆ ଝିଅ ବସିଥିବା ସ୍ଥାନରେ କହିଲେ ଦେଖିଲ ପ୍ରେମର ସ୍ମାରକୀ କି ସୁନ୍ଦର. ସୁଭଦ୍ରା କହିଲେ ହଁ ଏ ଶଙ୍ଖ ମର୍ମର ମାର୍ବଲ ତାଜାମହଲ ସତରେ ବିଶ୍ବର ସପ୍ତାଶ୍ଚର୍ଯ୍ୟ. ଝିଅ ସ୍ନାତା ବାପାଙ୍କୁ ପାଣି ବଢ଼େଇ ଦେଉ ଦେଉ କହୁଥିଲା ସେତେବେଳେ ରାଜାମାନେ ତାଙ୍କ ପ୍ରେମକୁ ପାଇବାକୁ କଳ ବଳ କୌଶଳ ପ୍ରୟୋଗ କରି ଯେମିତି ହେଲେ ହାସଲ କରୁଥିଲେ କିନ୍ତୁ ଏବେ ଜାତିପ୍ରଥା, ପରିବାରର କଟକଣା, ଉଚ୍ଚନୀଚ ଭେଦଭାବ ତ ପ୍ରେମକୁ ପ୍ରେମୀ ଯୁଗଳଙ୍କ ଠାରୁ ଅଲଗା କରିଦେଉଛି. କାହିଁକି ତୋ ଭାଇର ପ୍ରେମକୁ ତ ଆମେ ସ୍ୱୀକୃତି ଦେଇଛୁ କହୁଥିଲେ ସୁଭଦ୍ରା . ହଁ ସେ ଜାତିରେ ପସନ୍ଦ କରିଥିଲା ବୋଲି ସ୍ବାଧୀ ଆମଘର ବୋହୁ ହୋଇପାରିଲା. ଏତିକି କହିଲା ବେଳକୁ ପୁଅ ଅର୍ଜୁନ(ବାବା )ସହ ବୋହୁ ସ୍ବାଧୀ ଫେରିଆସିଥିଲା ତ ଚୁପ ହୋଇଯାଇଥିଲେ ସମସ୍ତେ.ସୁଭଦ୍ରା କିନ୍ତୁ ନୀରବତା ଭାଙ୍ଗି କହିଥିଲେ ତୁ କିଛି ଜାଣିନୁ ସ୍ନାତା. ତୋ ଭାଇ ମଧ୍ୟ ଛୋଟ ଥିଲା. ତୋ ଜେଜେ ଓ ଜେଜେମାଆ ଙ୍କ ମଧ୍ୟରେ ମଧ୍ୟ ଅନାବିଳ ପ୍ରେମ ଥିଲା. ଜେଜେମାଆ ସୁଜାତା ମରିବା ଆଗରୁ ଅନାଥା ଆଶ୍ରମ ରେ ଶେଷ ଜୀବନରେ ରହିବାକୁ ଚାଁହୁଁ ଥିବାରୁ ତୁମ ଜେଜେ ଅଖିଳେଶ ବାବୁ ସେୟା ହିଁ କରିଥିଲେ. ସ୍ନାତା କିନ୍ତୁ ଭାଇ ଅର୍ଜ୍ଜୁନ କୁ କହୁଥିଲା ତୁ ଆମ ବାପା ମାଆ ଙ୍କୁ କେବେ ଅନାଥ ଆଶ୍ରମ ଛାଡ଼ିବୁନି କହିଦେଉଛି ଭାଇ. ନଚେତ ମୁଁ ନେଇଯିବି ମାଆ ବାପାଙ୍କୁ ମୋ ପାଖକୁ.
    ସୁଭଦ୍ରା ଜାଣନ୍ତି ଝିଅ ସ୍ନାତା ପ୍ରେମରେ ପଡିଛି. ପୁଅଟି ଇଂଜିନଅର ହେଲେ କଣ ହେବ ଛୋଟ ଜାତି ଓ ତାଙ୍କ ସମକକ୍ଷ ନୁହଁନ୍ତି ପରିବାର ତେଣୁ କଥାଟା ଆଗକୁ ବଢିନି ମାନେ ବାପା କି ଭାଇ ଏ ବିଷୟରେ ଜାଣିବାକୁ ପାଇଁନାହାଁନ୍ତି. ପୁଅ ଅର୍ଜୁନ ବଡ଼ ଓ ଝିଅ ସ୍ନାତା ସାନ କିନ୍ତୁ ଭାଇଭଉଣୀ ସାଙ୍ଗ ପରି . ପୁଅ ଆଗ ଜନ୍ମ ହୋଇଥିବାରୁ ବଡ଼ ବୋଲାଏ ସିନା ସବୁ କଥାରେ ସ୍ନାତା ସହ ସାଙ୍ଗ . ତାଜାମହଲ ବୁଲିବାକୁ ଆସିଲେ କି ଲାଭ ମନ ଯଦି ସଂକୀର୍ଣ୍ଣ ଥିବ!ପ୍ରେମର ମୂଲ୍ୟ କଣ ବୁଝିହେବ?କହୁଥିଲା ସ୍ନାତା ତ ଚୁପ ରହ କହୁଥିଲେ ସୁଭଦ୍ରା. ବାପା ଭାଇ କିନ୍ତୁ କହୁଥିଲେ ଠିକ କହୁଛି ସିଏ.ତାକୁ କହିବାକୁ ଦିଅ. ସେଇଥିପାଇଁ କି ତ ତୁମେ କୁମା କୁ ଆମଘରେ କାମ କରିବାକୁ ରଖିଲନି ନା. ଏଠାରେ କୁମା କଥା କାହିଁ ଉଠୁଛି ଯେ? ଉଠିବନି କେମିତି କୁମାର ଝିଅ ଲଷ୍ମୀ ପରା ପ୍ରେମ କରି ଅନ୍ୟଜାତିରେ ଯାଇଛି ଶୁଣି ତୁମେ କୁମାକୁ କାମ କରିବାକୁ ରଖିନଥିଲୁ କହୁଥିଲା ଅର୍ଜ୍ଜୁନ.ଏଥିରେ କୁମାର କି ଦୋଷ? ତେବେ କଣ ତା ଝିଅର ଦୋଷ ବାପା? ନା  ତା ଝିଅର ମଧ୍ୟ ଦୋଷ ନାହିଁ. ଦୋଷ ହେଲା ଅନ୍ଧବିଶ୍ୱାସର, ଦୋଷ ହେଲା ସଂକୀର୍ଣ୍ଣ ମନୋଭାବର. ଏଥର ଝିଅ ମୁହଁ ଉଜ୍ଜଳ ଦିଶୁଥିଲା ତ ଭାଇ ଅର୍ଜୁନ କହୁଥିଲା ତେବେ ମୋ ଭଉଣୀ ସ୍ନାତା ଆକାଶ କୁ ବିବାହ କଲେ କ୍ଷତି କଣ? ଆକାଶ ଛିଣ୍ଡି ପଡିଲା ସୁଭଦ୍ରାଙ୍କ ମୁଣ୍ଡ ଉପରେ ଯେମିତି. ସମସ୍ତେ କଥାଟା ଜାଣିଛନ୍ତି ତେବେ. ସେକଥା ଭାବି ତାଙ୍କୁ ଖୁବ ଲାଜ ଲାଗୁଥିଲା ବେଳେ ସ୍ୱାମୀ କହୁଥିଲେ ଆରେ ତାଜମହଲ ଆସି ଆଉ କଣ ଶିଖିଲ? ସୁଭଦ୍ରା ଭାବୁଥିଲେ ଏଇ ଆସୁ ଆସୁ ତ ସେ ଭାବୁଥିଲେ ଏମିତି କେହି ପୁରୁଷ ପ୍ରେମ କରି କୋଉ ଝିଅ ର ମନଜିଣି ତାକୁ ନିଜର କରିନେବା କେଡେ ଭାଗ୍ୟର କଥା ସତରେ!ତେବେ ନିଜ ଝିଅ ପାଇଁ ସେ ଏତେ କଠୋର କାହିଁକି?ବାପା କହୁଥିଲେ ମାଆ ଏଥର କାମରେ ତାକୁ ସାହାଯ୍ୟ କରିବାକୁ କୁମାକୁ ରଖିବାକୁ ରାଜି ହେବ. ପାଖରେ ସ୍ବାଧୀ ରହୁନି ଆଗକୁ ସ୍ନାତାର ବାହାଘର. ତୁ କଣ କହୁଛୁ ମାଆ? ପଚାରୁଥିଲା ପୁଅ ଅର୍ଜୁନ.ସୁଭଦ୍ରା ନିରୁତ୍ତର ଥିଲା ବେଳେ ତାଙ୍କ ଅଲକ୍ଷରେ ଭାଇ ଭଉଣୀ ହାଇ ଫାଇ କରୁଥିଲେ ପଛପଟେ.ସୁଭଦ୍ରା ଫେରିଲା ବେଳେ ପଛକୁ ବୁଲି ବୁଲି ତାଜମହଲ ଦେଖୁ ଦେଖୁ କହୁଥିଲେ ଯିବାକୁ ଇଛା ହେଉନି.ସତରେ ପ୍ରେମର ମୂଲ୍ୟ ଦେଇ ହୁଏନା.ସେହିଦିନ ରାତିରେ ସୁଭଦ୍ରା ପଚାରିଥିଲେ ସ୍ୱାମୀଙ୍କୁ ହାଇ ଫାଇ କଣ କିଓ? ସ୍ୱାମୀ ହସି ହସି କହିଥିଲେ ମୋ ମାଆ ସୁଜାତା ମୋ ବାପା ଅଖିଳେଶ ଙ୍କୁ ଦିନେ ଏଇ ଟା ଟା ଓ ବାଇ ବାଏ ର ଅର୍ଥ ପଚାରୁଥିଲା. ଅପେକ୍ଷାକର ନାତି ନାତୁଣୀ ଆସନ୍ତୁ ସେମାନେ ବୁଝେଇଦେବେ. ସ୍ନାତାର ବାହାଘର ହୋଇଯାଇଥିଲା ଆକାଶ ସହିତ.
    ସୁଭଦ୍ରା ସେଦିନ ପୁଣି ପଚାରୁଥିଲେ ସ୍ୱାମୀଙ୍କୁ ତମେ ମତେ କେତେ ପ୍ରେମ କର କୁହନା!ପୁଣି ଥରେ ପୁଅ ବୋହୁ, ଝିଅ ଜୋଇଁ ଓ ନାତି ନାତୁଣୀଙ୍କୁ ନେଇ ତୁମକୁ ତାଜମହଲ ନେବାରେ ଘାଟାରେ ପଡିଲା ମଣିଷ ଦେଖୁଛି. ଯାଅ ଯାଅ ଦେଖିବ ସେ ବ୍ୟାଗରେ କଣ ଅଛି. ବ୍ୟାଗ ଭିତରେ ଥିବା ନାଲି ରଙ୍ଗର ଶାଢ଼ୀଟିକୁ ଦେଖି ସୁଭଦ୍ରା ଖୁବ ଖୁସି ହୋଇଯାଉଥିଲା ବେଳେ ସ୍ୱାମୀ କହୁଥିଲେ କାଲି ଆମ ବାହାଘର ବିବାହ ବାର୍ଷିକୀ.ଚଞ୍ଚଳ ଶୋଇଯାଅ. ସତକୁ ସତ ସକାଳୁ ସକାଳୁ ପହଞ୍ଚି ଗଲେ ପୁଅ ବୋହୁ. ସୁଭଦ୍ରାଙ୍କ ପାଇଁ ନେଇଆସିଥିଲେ ଚୁଡ଼ି, ଶାଢ଼ୀ, ଅଳତା, ସିନ୍ଦୁର, ପାଉଁଜି ଓ ଝୁଣ୍ଟିଆ. ସନ୍ଧ୍ୟାରେ ଝିଅ ସ୍ନାତା ଓ ଜୋଇଁ ଆକାଶ କେକ ନେଇ ପହଁଚିଲା ପରେ ସୁଭଦ୍ରା ଭାବୁଥିଲେ ତାଜମହଲ ନୁହେଁ ବରଂ ପରିବାର ହିଁ ପ୍ରକୃତ ପ୍ରେମର ସ୍ମାରକୀ. ନାତି ହାତମୁଠାରେ ଥିଲା ଗୋଲାପ ତୋଡ଼ା. ଉପରେ ଲେଖା ହୋଇଥିଲା ଲଭ କିନ୍ତୁ ନାତୁଣୀ ହାତରେ ଥିବା ଫୁଲ ଭିତରେ ଯେଉଁ ଲଭ ଲେଖା ଥିଲା ତାହା କେହି ଲେଖିନଥିଲା ବରଂ ସ୍ରଷ୍ଟାଙ୍କ ସୃଷ୍ଟିର ଏକ ଚମତ୍କାର ଥିଲା. ପାଖୁଡା ଗୁଡିକ ମୋଡି ମୋଡି ହୋଇ ଏପରି ଭ୍ରମ ସୃଷ୍ଟି କରୁଥିଲେ କି ଆଖି ବୁଝିଗଲେ ମନ ବୁଝୁନଥିଲା କି ମନ ବୁଝିଗଲେ ଆଖି ବୁଝୁନଥିଲା କାହିଁକି କେଜାଣି!ଅକ୍ଷର ଗୁଡିକ କିନ୍ତୁ ଏଲ ଓ ଭି. ଇ ପରି ନିଶ୍ଚୟ ଲେଖାଥିଲା.ବାହାରେ ମଧ୍ୟ ଖୁବ ବର୍ଷା ପଡୁଥିଲା ସେଦିନ ଭଳି ଯେମିତି ସ୍ୱାମୀ ଆଶୁତୋଷ ବରବେଶ ହେଲାବେଳେ ଓ ସୁଭଦ୍ରାଙ୍କ ସହ ବେଦୀରେ ହାତଗଣ୍ଠି ପଡିଲା ବେଳେ ଢାଳୁଥିଲା ଅମୃତବାରି.
   ଏ ଭିତରେ ଦିନ, ବାର, ମାସ ବର୍ଷ ବିତୁଥିଲା ତା ବାଟରେ ଓ ସମୟ ବୟସକୁ ନିମିତ୍ତ ମାତ୍ର ଗୋଟେ ଗାଣିତିକ ସଂଖ୍ୟା କରି ଅଟକି ଯାଇଥିଲା ଆଶୁତୋଷ ଓ ସୁଭଦ୍ରାଙ୍କ ପାଖରେ. ପୁଅର ପୁଅ ନାତି ଛୋଟୁ ସେହି ଝିଅକୁ ହିଁ ବାହା ହୋଇଥିଲା ଯୋଉ ଝିଅ ନାତି ଛୋଟୁ ର ଚାକିରିରୁ ଲେ ଅଫ ପରେ ମଧ୍ୟ ତାକୁ (ନାତିକୁ) ହିଁ ଜୀଵନ ସାଥି ରୂପେ ବାଛି ନିଜେ ଜର୍ମାନ ଯିବାକୁ ମନା କରିଦେଇଥିଲା.ସେହିଭଳି ଝିଅ ସ୍ନାତାର ଝିଅ ବୁଢ଼ୀ ର ବିବାହ ସ୍ଥିର ହେବା ପରେ ସେ ହସ୍ପିଟାଲ ଯାଇଥିଲା ନିଜ ଡ଼ାହାଣ ହାତର ପାପୁଲିରେ ଥିବା ଛଅଟି ଆଙ୍ଗୁଠିରୁ ବୁଢା ଅଙ୍ଗୁଷ୍ଠିରେ ଥିବା ଅଧିକା ଅଙ୍ଗୁଳିଟିକୁ ଅପରେସନ କରାଇବାକୁ ତ ଝଡ଼ ପରି ଭାବି ସ୍ୱାମୀ ବିକାଶ ସେଠି ପହଞ୍ଚି ଆଙ୍ଗୁଠିଟିକୁ ଅପରେସନ କରିବାରୁ ବୁଢ଼ୀ କୁ ନିବୃତ୍ତ ରଖିଥିଲା. କାରଣରେ କହିଥିଲା ମୋର ଯଦି କିଛି ଅସୁବିଧା ନାହିଁ ତୁମ ଡାହାଣ ପାପୁଲିର ସେଇ ଅଧିକା ଆଙ୍ଗୁଠି ଅପରେସନ ହେବା କଣ ଦରକାର. ବୁଢ଼ୀ ଉତ୍ତର ଦେଇଥିଲା ସେଇଟି ସୌନ୍ଦର୍ଯ୍ୟ ହାନିର କାରଣ ହେଉଛି ତ ବିକାଶ କହିଥିଲେ ତାହା ବିୟୁଟି ସ୍ପଟ. ନହେଲେ ସେଇ ଗୀତଟିର ମୂଲ୍ୟ ନାହିଁ. କୋଉ ଗୀତ ପୁଅ ବୋଲି ପଚାରିଦେଇଥିଲେ ସମସ୍ତେ ତ  ଜୋଇଁ ବିକାଶ ଶ କହିଥିଲେ ସେଇ, ଗାରଉ ଗାରଉ ଗାରେଇଦେଲି ପାପୁଲିରେ ତୋ ନାଆଁ. ହସରେ ଫାଟି ପଡୁଥିଲା ବେଳେ ଆଶୁତୋଷ କହୁଥିଲେ ଏଥର ବୁଝିଲ ଭାଲେଣ୍ଟାଇନ ର ଅର୍ଥ? ତ ଆଶୁତୋଷଙ୍କ ଖୋଲା ମୁଠାରେ ନିଜ ଖୋଲା ମୁଠା ବାଡେଇ ଓ ହାଇ ଫାଇ କହି ସୁଭଦ୍ରା କହୁଥିଲେ ଖାଲି କଣ ଭାଲେଣ୍ଟାଇନ, ଏମିତି ଅନେକ ପ୍ରେମର କଥା ମୁଁ ଜାଣିଗଲିଣି.
    ସେଦିନ ସୁଭଦ୍ରା ଯେବେ ସଂସାର ଛାଡି ଚାଲିଗଲେ ସମସ୍ତେ କାନ୍ଦୁଥିଲେ କିନ୍ତୁ ଆଶୁତୋଷ କହୁଥିଲେ ସେ ଶୋଇଯାଉ ତା ପାଇଁ ପ୍ରେମ ଫୁଲର ଶେଜ ପ୍ରସ୍ତୁତ କରିଦିଅ. ସବୁବେଳେ କହୁଥିଲା ସେ ଯଦି ଆଗ ଯାଏ ତେବେ ମୋର ତା ପ୍ରତି ପ୍ରେମ ଥିଲା ବୋଲି ସେ କୁଆଡେ ପ୍ରମାଣ କରିଦେବ କିନ୍ତୁ ସେ ଜାଣେନା ମୁଁ ଆଗ ଯାଇଥିଲେ ପୁଅଟେ ହୋଇ ଜନ୍ମ ନେଇ ପୁଣି ଅ ଠାରୁ କ୍ଷ ପର୍ଯ୍ୟନ୍ତ ଲେଖିବା, ଏକ ଠାରୁ ଶହେ ଯାଏଁ ଗଣିବା, ପାଣିକିଆ ଶିଖୁ ଶିଖୁ ପାଠ ପଢି ମାଟ୍ରିକ, ଗ୍ରାଜୁଏସନ, ଡିପ୍ଲୋମା କି ଡ଼ିଗ୍ରୀ କରି ଚାକିରୀ କରି ବିବାହ ଯୋଗ୍ୟ ହେଲାବେଳକୁ ସେ ପଛରେ ଯାଇ ମତେ ସ୍କୁଲ କି କଲେଜ କି ଉଚ୍ଚଶିକ୍ଷା ସମୟରେ ବା ଚାକିରୀ କଲାପରେ କୋଉଠି ନା କୋଉଠି ଭେଟି ପ୍ରେମ କରି ପୁଣି ବିବାହ କରି ଆରଜନ୍ମରେ ସାଥି ରୂପେ ପାଇଥାଆନ୍ତା. ଏତିକି ନବୁଝି ଆଗୁଆ ଚାଲିଗଲା.ଆଉ କଣ ତାକୁ ପାଇହେବ! ସବୁବେଳେ ପଚାରେ ଏଇ ପୁରୁଷ ଲୋକମାନେ ଆଗ କାହିଁକି ମରିଯାଆନ୍ତି ସ୍ତ୍ରୀ ଆଗରୁ!ପାଗଳିଟା ବୁଝିନଥିଲା ଆଗୁଆ ମରନ୍ତି ଏଇଥିପାଇଁ କି ପୁଣି ନିଜକୁ ପ୍ରସ୍ତୁତ କରୁଥାନ୍ତି ଆରଜନ୍ମରେ ଏ ଜନ୍ମର ପ୍ରେମ ପାଇବା ପାଇଁ. ଏଥର ସମସ୍ତେ ଆଶୁତୋଷଙ୍କ ଏପରି ପ୍ରେମର ବାଖ୍ୟା ଶୁଣୁ ଶୁଣୁ ସ୍ତବ୍ଧ ହୋଇ କିଛି କହିବା ପାଇଁ ଚାଁହୁଥିଲେ. କଥାଟା ଏମିତି ହୁଅନ୍ତାନି ଯେମିତି କି ସ୍ତ୍ରୀ ଯଦି ଆଗେ ଚାଲିଯାଏ ସେ ପୁରୁଷ ହୋଇ ଜନ୍ମ ନେଲେ ପଛରେ ସ୍ୱାମୀ ପର ଜନ୍ମରେ ସ୍ତ୍ରୀ ହୋଇ ତା ପ୍ରେମକୁ ପାଇପାରନ୍ତା. କିନ୍ତୁ ସେମାନଙ୍କୁ କିଛି କହିବାର ସୁଯୋଗ ଦେଇନଥିଲେ ବଡ଼ମାନେ କେବଳ ଅନୁଭବ କରୁଥିଲେ ପ୍ରେମରେ ବିରହ ଭାରି କଷ୍ଟ.ସହିହୁଏନା କି କହିହୁଏନା.ଆଶୁତୋଷଙ୍କୁ କିନ୍ତୁ କେହି ଅନାଥ ଆଶ୍ରମ ଯିବାକୁ ଦେଇନଥିଲେ ପରବର୍ତ୍ତୀ ପିଢ଼ି.


Rate this content
Log in

Similar oriya story from Abstract