STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ହାତୀଠାରୁ ଶିକ୍ଷା

ହାତୀଠାରୁ ଶିକ୍ଷା

3 mins
0

ସେଦିନ ରାଇଜର ରାଜା ଶୀକାର କରିବାକୁ ଘନ ଜଙ୍ଗଲ ଭିତରକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ହାତୀ ତାଙ୍କ ବାଟ ଓଗାଳିଲା. ରାଜା ମଧ୍ୟ ହାତୀ ଉପରେ ସବାର ହୋଇ ଥିଲେ ତ ତାଙ୍କ ମନକୁ ଅନେକ କଥା ଆସୁଥିଲା କାରଣ ମାହୁନ୍ତ ଯେତେ ଚେଷ୍ଟା କଲେ ମଧ୍ୟ ହାତୀ ଟି ଯାଉନଥିଲା ବରଂ ତାକୁ ଅନୁସରଣ କରିବାକୁ ଆକୁଳ ନିବେଦନ କରୁଥିବାର ମାହୁନ୍ତ ଜାଣିପାରି ରାଜାଙ୍କୁ ଜଣେଇ ଦେଇଥିଲା ତ ରାଜା ଙ୍କ ନିର୍ଦ୍ଦେଶ ରେ ଦନ୍ତା ମାଆ ହାତୀଟିକି ଅନୁସରଣ କରି କିଛି ବାଟ ଗଲାପରେ ଦେଖାଗଲା ହାତୀ ଛୁଆ ଟିଏ ପଙ୍କରେ ଗଳି ପଡିଥିବାରୁ ଉଠି ବାକୁ ଯଥା ସାଧ୍ୟ୍ୟ ଚେଷ୍ଟା କରି ପାରୁନଥିବାରୁ ମାଆ ଦନ୍ତା ହାତୀ ସାହାଯ୍ୟ ପାଇଁ ରାଜାଙ୍କୁ ଖୋଜି ଆଣିଛି. ରାଜାଙ୍କ ହାତୀ, ମାହୁନ୍ତ ସମସ୍ତଙ୍କର ଅକ୍ଲାନ୍ତ ପରିଶ୍ରମ ପରେ ହାତୀ ଛୁଆ କୁ ଉଦ୍ଧାର କରି ଅଣାଯିବା ପରେ ଦେଖାଗଲା ଶହ ଶହ ହାତୀ ଥିବା ଦଳ ସେମାନଙ୍କ ଶୁଣ୍ଢ ଉପରକୁ କରି ରାଜା ତଥା ତାଙ୍କ ସଙ୍ଗେ ଥିବା ମାହୁନ୍ତ ଓ ହାତୀକୁ ଅଭିଵାଦନ ଜଣାଉଛନ୍ତି. ହାତୀଦଳ ଙ୍କ ବା ହାତୀମାନଙ୍କ ଠାରେ ଏତେ ସବୁ ମାନବୀୟ ଧର୍ମ ଓ ଗୁଣ ଦେଖି ରାଜା ସେଦିନ ଅଭିଭୂତ ହୋଇ ରାଜ୍ୟକୁ ଫେରିଆସିଲେ.
    ବାଟ ସାରା ରାଜା ଭାବୁଥିଲେ ମାଆର ସନ୍ତାନ ବତ୍ସଳତା କଥା. ସନ୍ତାନ ଟିଏ ନଥିବାରୁ ରାଣୀଙ୍କ ମନ ଖୁବ ଦୁଃଖ. ଆଜି ମାଆ ଦନ୍ତାହାତୀ ର ତା ସନ୍ତାନକୁ ବିପଦରୁ ଉଦ୍ଧାର କରିବା ପାଇଁ ଯେଉଁ ଚେଷ୍ଟା ତଥା ହାତୀ ପଲ ଙ୍କର ଯେଉଁ ସହୃଦୟତା ରାଜାଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ଅଧୀର କଲା. ସେ ସ୍ଥିର ନିଷ୍ପତ୍ତି ନେଲେ ଯେମିତି ହେଲେ ରାଜବୈଦ୍ୟ ଙ୍କ ସାହାୟତା ନେଇ ସେ ଓ ରାଣୀ ସନ୍ତାନ ପ୍ରାପ୍ତିର ସୁଯୋଗକୁ ହାତଛଡା କରିବେ ନାହିଁ ଭାବି ଆନନ୍ଦ ମନରେ ଘରକୁ ଫେରିଥିଲେ ସତ ହେଲେ ଯେତେ ଯାହା କଲେ ମଧ୍ୟ ରାଜ ବୈଦ୍ୟ ଙ୍କ ନିରାଶାପୂର୍ଣ୍ଣ ବାଣୀ ଶୁଣି ରାଜା ଶେଷକୁ ତନ୍ତ୍ର ମନ୍ତ୍ରରେ ବିଶ୍ୱାସ କରିବାକୁ ବାଧ୍ୟ ହେଲେ. ରାଜ୍ୟର ସବୁଠାରୁ ଭଲ ତାନ୍ତ୍ରିକ କହିଲେ ଆପଣ ଯଦି କୌଣସି ବାଳକ କୁ ବଳି ପକେଇ ପାରିବେ ତେବେ ଆପଣଙ୍କ ର ନିଶ୍ଚୟ ପୁତ୍ର ପ୍ରାପ୍ତି ହେବ. ରାଜା ତ ଅନ୍ଧ. କଥାରେ ଅଛି ରାଜା ଗୋଜା ତ ଧନ ଲୋଭ ଦେଖାଇ ଘୋଷଣା କଲେ ଯିଏ ତାର ପୁତ୍ରକୁ ବଳି ପକେଇବାକୁ ଦେବ ତାକୁ ବହୁତ ଧନ ସମ୍ପତ୍ତି ଦିଆଯିବ. ଶେଷକୁ ଜଣେ ଧନ ଲୋଭରେ ତାର ବାର ବର୍ଷର ପୁତ୍ରକୁ ବଳି ପାଇଁ ଦାନ କରିଦେଲା. ବଳି ପାଇବା ପୂର୍ବରୁ ବାଳକ କୁ ପଚରା ଗଲା ଶେଷ ଇଛା ତ ସେ କିଛି ଚକଟା ମାଟି ଆଣିବାକୁ କହିବାରୁ ତାକୁ ଚକଟା ମାଟି ପିଣ୍ଡୁଳା ଯୋଗାଇ ଦେଲାପରେ ବାଳକ ଟି ଚକଟା ମାଟି ପିଣ୍ଡୁଳାକୁ ଚାରି ଭାଗରେ ବିଭକ୍ତ କରି ଚାରୋଟି ଘର ତିଆରି କରି ତିନୋଟି ଘରକୁ ଗୋଡ଼ରେ ମକଚି ଭାଙ୍ଗିସାରିବା ପରେ ଚତୁର୍ଥ ଘରଟିକୁ ପ୍ରଣାମ କରି ବଳି ପଡ଼ିବାକୁ ପ୍ରସ୍ତୁତ ହେଲାବେଳେ ଏତେବେଳ ଯାଏଁ ତାର ଏ ଆଚ୍ଚରଣ ଦେଖୁଥିବା ରାଜା ବାକକ ଟିକୁ ପଚାରି ବସିଲେ ଯେ ଚାରୋଟି ଘର ଭିତରୁ ତିନୋଟି ଘର କାହାର ଥିଲା ଯାହା ସବୁ ଭାଙ୍ଗି ଚତୁର୍ଥ ଘରକୁ ମୁଣ୍ଡିଆ ମାରିଲ ବାଳକ, ମୋ ପ୍ରଶ୍ନର ଉତ୍ତର ଦେଇ ମୋ ସଂଶୟ ଦୂର କର.
   ବାଳକ ଏଥର ନିର୍ବିଘ୍ନ ରେ ଉତ୍ତର ଦେଲା ଯେ ପ୍ରଥମ ଘରଟି ମୋ ନିଜ ଘର. ଯେଉଁଠି ପିତା ମାତା ଭାଇ ଭଗ୍ନୀ ଙ୍କ ସହିତ ରହିବା ବେଳେ ମୁଁ ସେମାନଙ୍କୁ ପୂଜା କରେ ଓ ଅନାବିଳ ସ୍ନେହ ଶ୍ରଦ୍ଧା ଓ ଭକ୍ତି କରେ. ସେମାନେ କିନ୍ତୁ ଧନ ଲୋଭରେ ମତେ ବଳି ପାଇବାକୁ ଆପଣଙ୍କୁ ସମର୍ପି ଦେଇପାରିଲେ !ତେଣୁ ସେ ଘର ଭାଙ୍ଗିଦେଲି. ଯେମିତିକି ଆଉ ଥରେ ସେ ଘରେ ଜନ୍ମ ନେବାକୁ ଚାହିଁ ବଳି ପଡ଼ିବିନି. ଦ୍ୱିତୀୟ ଘରଟି ବନ୍ଧୁ ବାନ୍ଧବ, ଚିହ୍ନା ପରିଚୟ ତଥା ସାଙ୍ଗସାଥୀଙ୍କର, ଯେଉଁମାନେ ଏ ପ୍ରସ୍ତାବ ରୁ କ୍ଷାନ୍ତ ହେବାକୁ ମୋ ଘର ଲୋକଙ୍କୁ ପଦେ କହିଲେନି ଆମର କଣ ଯାଏ ଭାବି ତେଣୁ ସେମାନଙ୍କ ଘର ଭାଙ୍ଗିଦେଲି ଅନ୍ତତଃ ବଳି ପଡିବା ବେଳେ ସେମାନଙ୍କ କଥା ମନେ ପଡ଼ିବନି, ତୃତୀୟ ଘରଟି ଆପଣଙ୍କର. ଆପଣ ରାଜ୍ୟର ରାଜା. ପ୍ରଜା ପାଳନ ଆପଣଙ୍କର କର୍ତ୍ତବ୍ୟ ଓ ଦାଇତ୍ୱ ବୋଲି ଜାଣିଥିଲେ ବି ପୁତ୍ର ପ୍ରାପ୍ତି ସୁଖ ଭୋଗ କରିବାକୁ ଅନ୍ୟର ସନ୍ତାକୁ ବଳି ପକେଇବାକୁ ସ୍ୱାର୍ଥ ଓ ସର୍ତ୍ତ ରେ ବନ୍ଧା ଆପଣ ତେଣୁ ଆପଣଙ୍କ ଘରକୁ ଧିକ ଭାବି ଭାଙ୍ଗିଦେଲି କିନ୍ତୁ ଚତୁର୍ଥ ଘରଟି ଭଗବାନଙ୍କର. ସେ ଉଚିତ ନ୍ୟାୟ ଦେବେ. ନିଜକୁ ତାଙ୍କ ପାଖେ ସମର୍ପଣ କରିପାରିଲେ ବଳି ପରେ ଯଦି ପୁନ୍ନଜନ୍ମ ଥାଏ ତେବେ ମତେ ଧ୍ରୁବ ପରି କରିଦେବେ. ହିରଣ୍ୟ କଷ୍ୟପ ପରି ପିତା ଥିଲେ ମଧ୍ୟ ମତେ ପ୍ରତି ପଦକ୍ଷେପ ରେ ସହାୟ ହେବେ. ସମର୍ପିତ ହେଲେ ଭଗବାନ ଙ୍କ ଘର ସବୁବେଳେ ଖୋଲା ଥାଏ ବୋଲି ଗୁରୁଙ୍କ ଠାରୁ ଶୁଣିଛି. ତେଣୁ ସେହି ପରମ ଗୁରୁଙ୍କ ଘରକୁ ଯିବାକୁ ବା ତାଙ୍କ ଚରଣ ରେ ନିଜକୁ ସମର୍ପିତ କାରବାକୁ ଚାହିଁଲି ମହାଭାଗ.ରାଜା ସ୍ତବ୍ଧ.ଉପସ୍ଥିତ ରାଜ୍ୟ କର୍ମଚାରୀ ଚମତ୍କୃତ. ଧନ୍ୟ ବାଳକ ଧନ୍ୟ ତୁମେ କହିବାକୁ ଯାଇ କହିପାରୁନଥିବା ବେଳେ ରାଜା ସେହି ହାତୀ ଦଳ ଙ୍କ କଥା ଭାବୁଥିଲେ. ବାଳକ ର ବଳି ବଦଳରେ ପୁତ୍ର ପ୍ରାପ୍ତି ନିଶା ଓଲ୍ହେଇ ଯାଇଥିଲା ମନ ହୃଦୟରୁ. ସେଦିନ ପଙ୍କରେ ପଡିଯାଇଥିବା ହାତୀ ଛୁଆ ଭଳି ମନେ ହେଉଥିବା ବାଳକକୁ ନିଜର ପୁତ୍ର ସ୍ୱୀକାର କରି ରାଜା ଖୁବ ଆନନ୍ଦିତ ହେଲାବେଳେ ପ୍ରଜା, ପରିଷଦ ସମସ୍ତେ ଧନ୍ୟ ଧନ୍ୟ କରୁଥିଲେ. ରାଜାଙ୍କୁ ସେଦିନର ହାତୀ ଦଳ ଙ୍କ ଅଭିବାଦନ ମନେପଡୁଥିଲା ପ୍ରଜା ମାନଙ୍କ କରତାଳି, ହୁଳହୁଳି ମଧ୍ୟରେ ତ ସେତିକି ବେଳେ ରାଣୀ ବାଳକଟିକୁ ରାଜାପୁତ୍ର ର ମାନ୍ୟତା ଦେଇ ଭିତରକୁ ପାଛୋଟି ନେଇଗଲା ବେଳେ ବାଳକ ଟି ରାଜାଙ୍କୁ ତଥା ପ୍ରଜା ଓ ପରିଷଦ ବର୍ଗ ଙ୍କୁ କହିବାକୁ ଭୁଲିନଥିଲା କି ଭଗବାନ ଅଛନ୍ତି ବୋଲି ପ୍ରମାଣ ଆଜି ମୁଁ ନିଜେ.



Rate this content
Log in