ସହରର ଗଳି କନ୍ଦିରେ ହୁଳହୁଳି
ସହରର ଗଳି କନ୍ଦିରେ ହୁଳହୁଳି
ସହରର ପ୍ରତି ଗଳି ରୁ ଆଜି ବଳାରାମ ଦାସ ଙ୍କ ଲଷ୍ମୀ ପୁରାଣ ର ଧ୍ୱନି ଭାଷି ଆସୁଥିଲା ବେଳେ ଖଟିଆ ଲାଗି ହୋଇ ପଡ଼ିଥିଲେ ମୁନା ର ଜେଜେମାଆ . ହଠାତ ଦେହ ଭଲ ରହୁନଥିବାରୁ ଜେଜେ ନିଜେ ଆସି ଜେଜେମାଆ ଙ୍କୁ ସହରରେ ଛାଡ଼ିଦେଇ ଯାଇଥିଲେ ଓ କହିଥିଲେ ଗାଁରେ ରହିବାରୁ ମାଉସୀ, ପିଇସୀ, ଖୁଡି, ଦେଠେଇ ହୋଇ ଆଜି କୋଉ ତିଥି ଆସନ୍ତା କାଲି କୋଉ ତିଥି ଏସବୁ ଜାଣି ବାର ମାସରେ କିଏ ତେର ଯାତ୍ରା ଦେଖୁଥିଲା କି କରୁଥିଲା ବେଳେ ତୁମ ମାଆ ବର୍ଷକ ଯାକ ଦିଅଁ ଦେବତା ଓ ଉପାସ ବ୍ରତକରି ଆଜି ଏ ଅବସ୍ଥା. ଦୁଇଓଳି ଗାଧୁଆ, କୋଉଦିନ ଶାଗୁ ତ କୋଉଦିନ ଚୂଡ଼ା ପୁଣି ଦିନକୁ ଥରେ ଖାଇ ଅବସ୍ଥା ଗଲାଣି. ଏଠି ତ ତୁମେ ପୁଅ ବୋହୁ ଦୁଇଜଣ ଯାକ ଅଫିସ ଚାଲିଗଲା ପରେ କେବଳ ନାତି ମୁନା. ସେ ପୁଣି ସ୍କୁଲରୁ ଫେରୁ ଫେରୁ ତିନିଟା. ତା ସଙ୍ଗେ ଗାଡୁରୁ ଗାଡୁରୁ ହୋଇ ସମୟ ବିତିଯିବ. ଓଷା ଉପାସ ଭୁଲି ଟିକେ ଖାଇପିଇ ସୁସ୍ଥ ହେଲେ ଗାଁକୁ ଯିବ. ପୁଅ ବୋହୁ ଙ୍କୁ ଅପୂର୍ବ ସୁଯୋଗ. ମାଆ ଆଜି ଯାଏଁ ଗାଁ ଛାଡ଼ି କି ବାପାଙ୍କୁ ଛାଡ଼ି ଆସୁନଥିବାରୁ ପୁଅଟା ସ୍କୁଲ ରୁ ଫେରି ଭାରି ଅସୁବିଧା ର ସମ୍ମୁଖୀନ ହୁଏ. ଏ ସହରର ଗଳି କନ୍ଦିରେ ସବୁ ହୁଏ ସତ କିନ୍ତୁ ଯିଏ ଯାହା ଘରେ ତ ପୁଅଟାକୁ ଥରେ ବା୍ୟାଣଟିଏ ପୁଅ ପୁଅ କହି ଧରିନେଉଥିଲା ଅତି ପିଲାବେଳେ ତ ସେତିକି ବେଳେ ବୋହୁ ବା ତା ମାଆ ପହଁଞ୍ଚି ଯାଇ ବା୍ୟାଣୀଠାରୁ ପୁଅକୁ ମୁକ୍ତ କରିଥିଲେ. ସେମିତି ଥରେ ଷଣ୍ଢଟିଏ ଗୋଡେଇ ଯିବାରୁ ପୁଅ ପଡି ଲହୁଲୁହାଣ ହୋଇଯାଇଥିଲା. ତ ଏଥର ପୁଅ ବୋହୁ ମାଆ ଙ୍କୁ ପାଖରେ ପାଇ ନିଧଡ଼କ. ମାଆ ବି ଔଷଧ ଖାଇ ଶୋଇବେ କଣ ନାତି ପାଇଁ ଭଲ ଭଲ ଜଳଖିଆ କରୁ କରୁ କରୁଥାନ୍ତି ଘର ଗୋଟାକର କାମ. କେତେବେଳେ ପୁଅକୁ ମୋର ଆରିଷା ପିଠା ଭଲ କହି ତିଆରି କରୁଥାନ୍ତି ପିଠା ତ କେତେବେଳେ ନାତିକୁ ରାଶି ଲଡ଼ୁ ଭଲ କହି ଯୋଗାଡୁ ଥାଆନ୍ତି ନଡ଼ିଆ ଗୁଡ଼ ସାଙ୍ଗକୁ କଳା ରାଶି ରୁ ଚୋପା ଛଡାଉଥାଆନ୍ତି ପୁଣି ବୋହୁ ପାଇଁ କରୁଥାନ୍ତି ନଡ଼ିଆ ବୁଟ ଧନିଆଁ ପତ୍ର ଚଟଣୀ. ଗାଁରେ ତେଣେ ଜେଜେ ଭାବୁଥାଆନ୍ତି ଯା ହେଉ ପୁଅ ବୋହୁଙ୍କ ପାଖରେ ରହୁ ବୁଢ଼ୀ କେତେଦିନ ଯେ ସୁସ୍ଥ ହୋଇ ଫେରିବ. ପୁଅ ବୋହୁ ମଧ୍ୟ ଖୁବ ଯତ୍ନ ନେଉଥାଆନ୍ତି ମାଆଙ୍କର. କୋଉଦିନ ନୂଆ ଚପଲ ତ କୋଉଦିନ ଶାଲ ତ କୋଉଦିନ ଭାଗବତ ବହି ତ ପୁଣି କୋଉଦିନ ଶହେ ଆଠ ରୁଦ୍ରାକ୍ଷ୍ ମାଳ ଆଣିଦିଏ ପୁଅ ବୋଉ ପାଇଁ. ବୋଉ ଭାରି ଖୁସି ଦେଖି ପୁଅ ମଧ୍ୟ ବୋଉ ହାତ ରନ୍ଧା ପରି କିଏ କରିପାରିବ କହି ଦୁଇ ଗୁଣ୍ଡା ଅଧିକା ଖାଉଥାଏ ତ ବୋହୁ ଭାବୁଥାଏ କେତେ ସୁବିଧା ହେଲା ଗାଁରୁ ମାଆ ଆସିବାରୁ ସତରେ! ମାଆଙ୍କର କିନ୍ତୁ ଗାଁରେ ଥିବା ସାଙ୍ଗ ସାଥି ଯଥା ବଉଳ, ମକର, ଖୁଡି ଶାଶୁ, ଦେଠେଇ ଶାଶୁ ଓ ପୁତୁରା ବୋହୁ ମାନଙ୍କୁ ନଦେଖିଲେ ନାହିଁ ପଛେ ଫୋନ ଟିକେ କରିବାକୁ ଭାରି ଇଛା. ପୁଅକୁ କହିବାକୁ ଜିଭ ଲେଉଟେ ନାହିଁ. ପୁଅ ମଧ୍ୟ ଥରେ କହିଥିଲା ଯେ ଘରେ ମୋର ଓ ତୋ ବୋହୁ ଲିଲି ର ପୁଣି ନାତିର, ଏମିତି ତିନିତିନିଟା ଫୋନ୍. ତୋର ଯେତେବେଳେ ଇଛା ତୁ ଫୋନ କରିପାରିବୁ ବୋଉ. ହଁ ହଁ କହିଦେଇ କଟାଳ ସିନା କରନ୍ତି ନାହିଁ ଜେଜେମାଆ କିନ୍ତୁ ଆଜି ମାର୍ଗଶୀର ମାସ ଗୁରୁବାର ରେ ଫୋନରେ ବଳାରାମ ଦାସ ଙ୍କର ମାଣବସା ଲଷ୍ମୀ ପୁରାଣ ଶୁଣିବାକୁ ନାତିକୁ ଫୋନ ମାଗି ମାଗି ନୟାନ୍ତ ହେଲେ ମଧ୍ୟ ତାର କ୍ରିକେଟ ଖେଳ ଦେଖା ସରୁନି. କି ମୋବାଇଲ ଯୁଗ ହୋଇଛି କେଜାଣି!ଖାଇବା, ପିଇବା,ପଢିବା ଏମିତିକି ଶୋଇବା ପୂର୍ବରୁ ମୋବାଇଲ ନଦେଖିଲେ କାହା ଆଖିକୁ ନିଦ ଆସୁନି.
ଏଥର ଗାଁରୁ ସ୍ୱାମୀ ଚାଉଳ, ବିରି, ମୁଗ, କୋଳଥ ଧରି ଆସିଥିଲେ ତ ମନକଥା ଖୋଲି କହିଥିଲେ ଅସୀତା ଦେବୀ. ସ୍ୱାମୀ କହିଲେ ତୁମ ଦେହ ଭଲ ହେଉ ଓ ବୋହୁ ହାତ ରନ୍ଧା ଖାଇ ସୁସ୍ଥ ହୋଇଯାଅ ଆର ବର୍ଷ କୁ ନିଶ୍ଚୟ ମୋବାଇଲ କିଣି ଆଣିଦେଵି. ମୋବାଇଲ କୁ ଚାହିଁ ଚାହିଁ ବିରି ବତୁରେଇ ଚୋପା ଛଡାଉଥାଆନ୍ତି କେତେବେଳେ ଅସୀତା ତ କେତେବେଳେ ମୁଗ କୋଳଥ ଭାଜି ରଗଡୁ ଥଆନ୍ତି ଚକି ରେ. ପୁଅ ବୋହୁ ଯେତେ କହିଲେ ଗ୍ରାଇଣ୍ଡର ବ୍ୟବହାର କରିବାକୁ ତା ସାଉଣ୍ଡ ଶୁଣିଲେ ଚମକି ପଡି ପଛକୁ ଘୁଞ୍ଚି ଯାଆନ୍ତି ଅସୀତା ତ ନାତି ଏଣିକି ହସି ହସି ଗଡିଯାଏ ତ ସେଇ ଗାଁର ଚକି, ଘୋରଣା, ଶୀଳ ଆଦି ତାଙ୍କର ପସନ୍ଦ. ପୁଅ ବୋହୁ ଖୁବ ବ୍ୟସ୍ତ ହେଲେ ବି ଉପାୟ ନଥିଲା କିନ୍ତୁ ସେଦିନ ଜେଜେଙ୍କ ସଙ୍ଗେ ଟିକେ ଫୋନ କରିବାକୁ ନାତି ପଛରେ ଗୋଡେଇ ଗୋଡେଇ ଫୋନ ପାଇଁ ଅସାବଧାନତା ରେ କି କଣ ଗୋଡ଼ ଖସିଗଲା ଅସୀତାଙ୍କର.ପଡିଯିବା ଟା ସାଧାରଣ କଥା ଥିଲେ ମଧ୍ୟ ଅସାଧାରଣ ହୋଇପଡି ଶଯ୍ୟାଶାୟୀ ହେଲେ ଅସୀତା. ସହରର ଗଳି କନ୍ଦିରୁ ଲଷ୍ମୀ ପୁରାଣ ଗୀତ ଭାସି ଆସୁଥିବା ବେଳେ ଗାଁରେ ଜେଜେ ଚଳ ଚଞ୍ଚଳ ହେଲେ. ନାତିଆ ଫୋନ ଦେଉନଥିବ ତ ସେ ଟିକେ କଥା ହୋଇପାରୁନାଁହାନ୍ତି ଅସୀତଙ୍କ ସହ. ପୁଅ ବୋହୁଙ୍କ ଫୋନ୍ କୁ ଫୋନ କରି ବୁଢ଼ୀ କଥା ବୁଝିବାକୁ ଲାଜ ମାଡ଼େ ତ କେତେଥର ନାତି ପାଖକୁ ଫୋନ କଲେ ସେ କହେ ଜେଜେମାଆ ପରା ମୋ ପାଇଁ ପିଠା ଛାଣୁଛନ୍ତି ଜେଜେ.ଏଠି ସବୁ ଭଲ ଅଛି.ତୁମେ ଫୋନ ରଖ ଇଣ୍ଡିଆ ର ବ୍ୟାଟିଙ୍ଗ ଚାଲିଛି ପରା. ଜେଜେ ସେଇଦିନୁ ଆଉ ଫୋନ ନକରି ବୁଢ଼ୀ ପାଇଁ ତାଙ୍କର ଫୋନ କିଣିଲେ ଓ ବାହାରିବାକୁ ବସିଛନ୍ତି ପୁଅ ଠୁ ଫୋନ ପାଇଲେ ବୋଉ ଦେହ ଭଲ ନାହିଁ ତୁମକୁ ଦେଖିବାକୁ ଚାହୁଁଛି ବୋଉ. କଥାଟା ଠିକ ବୁଝିଲେ ଦୀନବନ୍ଧୁ. ଫୋନ ପାଇବାକୁ ଏ ଡାକରା କିନ୍ତୁ ମୋବାଇଲ ନେଇ ପହଁଞ୍ଚି ଦେଖିଲେ ତାଙ୍କ ବୁଢ଼ୀ ଦେହରେ ଧଳା ଚାଦର ପଡିସାରିଛି. ମୋବାଇଲ ଟି ତାଙ୍କ ହାତରୁ ଖସି ପଡିଲା ବେଳେ ସହରର ଗଳି କନ୍ଦିରୁ ଶୁଭୁଥିଲା ମାଆ ଲଷ୍ମଙ୍କ ପୁରାଣ ସହ ହୁଳହୁଳି ର ଧ୍ୱନି ଶବ୍ଦ.
ମୁନା ର ଜେଜେ ଦୀନବନ୍ଧୁ ଜେଜେମାଆ ଅସୀତା ଙ୍କୁ ହରେଇ କଷ୍ଟରେ ପୁଣି ଗାଁକୁ ଫେରିଗଲେ ସତ ହେଲେ ସାଙ୍ଗରେ ଘେନିଗଲେ ଜେଜେମାଆ ପାଇଁ କିଣା ଯାଇଥିବା ଶୀଳ, ଶିଳୁପୁଆ, ଘୋରଣା, ଚକି ଓ ପେସେଣା. ମୁନା ମନ ଖୁବ ଦୁଃଖ ହେଲା. ଜେଜେମାଆ ସଙ୍ଗେ ବିତେଇ ଥିବା ଦିନ କଥା ସବୁ ମନେପଡୁଥିଲା ମୁନା ର. ଏଇ ସବୁ ଜିନିଷ ପତ୍ର ଆଜି ଯାହା ସବୁ ଜେଜେ ନେଇଯାଉଛନ୍ତି ତାହା ଜେଜେମାଆ ଙ୍କ ସ୍ମୃତି ହିସାବରେ ଘରେ ରହୁ ବୋଲି ମୁନା ଚହୁଁଥିଲେ ମଧ୍ୟ ବାପା ବୁଝେଇଦେଇଥିଲେ ଗାଁରେ ଜେଜେ ଏହି ସବୁ ଜିନିଷ ଦେଖି ଆଉ କିଛି ଦିନ ବଞ୍ଚିଯିବେ ପୁଅ. ମୁନା ବୁଝିଯାଇଥିଲା ଓ ଏବେ ମୋବାଇଲ ଛାଡ଼ି ପାଠ ପଢିବାରେ ବେଶି ମନ ଦେଇଥିଲା.
ମାଟ୍ରିକ ପାଶ କରିବା ପରେ ମୁନାର ଖୁବ ଭଲ ନମ୍ବର ଓ ପରସେଣ୍ଟ ଥିଲେ ମଧ୍ୟ ସେ ପଥର ଶିଳ୍ପୀ ହେବାକୁ ଚାହିଁ ଆର୍ଟ ଆଣ୍ଡ କଲଚର କଲେଜ ରେ ପାଠ ପଢିବାକୁ ଚାହିଁବାରୁ ପ୍ରତିବାଦ ର ସ୍ୱର ଉଠିଥିଲା ପରିବାର ମଧ୍ୟରେ ତ ମୁନା ବୁଝେଇଦେଇଥିଲା ବାପା ମାଆ ଙ୍କୁ ଯେ ଅତ୍ୟାଧୁନିକ ଯୁଗରେ ଇଲେକ୍ଟ୍ରି ଓ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ବୈଜ୍ଞାନିକ ମାନେ ଆହୁରି ଉଦ୍ଭାବନ କରିବା ଆମ ଦେଶ, ଜାତି ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ସତ କିନ୍ତୁ ଯେତେବେଳେ କୌଣସି ଯନ୍ତ୍ରପାତି ନଥିଲା ସହାୟକ ହେବାପାଇଁ, ସେତେବେଳେ ମଧ୍ୟ ଶିଳ୍ପୀକୂଳ ତାଙ୍କ ହାତ ର ଯାଦୁରେ ପଥର ଦେହରୁ ଗଢୁଥିଲେ ବିଭିର୍ନ୍ନ ଘରୋଇ ଉପକରଣ ସହ ଶୀଳ, ଚକି, ପେସେଣା ଓ ମୂର୍ତ୍ତି. ତାହା ଭଗବାନ ଙ୍କ ମୂର୍ତ୍ତି ହେଉ ଅବା ନର୍ତ୍ତକୀ ବା ପାହାଡ଼ ଖୋଦେଇ ଚାରୁ ଚିତ୍ରପଟ, ସେସବୁ ଗଢିବା କଣ ଏକ ଯାଦୁଗରୀ କଥା ନୁଁହଁ ବାପା!ଭଗବାନ ସବୁ ସୃଷ୍ଟି କରିଛନ୍ତି ସତ ହେଲେ ଶିଳ୍ପୀ ଗଣ ପଥର ହେଉ ଅବା ମାଟି କି କାଠ ସେସବୁରୁ ଭିର୍ନ୍ନ ଭିର୍ନ୍ନ ଉପକରଣ କରିବା କଣ ସହଜ ନା ସାଧାରଣ ମାଆ!ସେତେବେଳେ ସହରର ଗଳି କନ୍ଦିରୁ ଶୁଭୁଥିଲା ଗ୍ରିଲ କାମ ର ଶବ୍ଦ ସାଙ୍ଗକୁ କୋଉଠି ପ୍ଳାଏ କାମର ଶବ୍ଦ ତ ମୁନା କଥାରେ ରାଜି ହୋଇ ବାପା ମାଆ ତାର ନାମ ଲେଖାଇଲା ବେଳେ ଜେଜେମାଆ ଓ ଏଇ ଏଇ ଆକାଶର ତାରା ହୋଇଯାଇଥିବା ଜେଜେଙ୍କ କଥା ସମସ୍ତଙ୍କର ଖୁବ ମନେ ପଡୁଥିଲା.ମୁନା କୁ ଲାଗୁଥିଲା ଆକାଶରେ ତାରା ହୋଇଯାଇଥିବା ଜେଜେ ଓ ଜେଜେମାଆ ଆଖି ମାରୁଛନ୍ତି ତାକୁ.
,,,,,,,,,,,,,,,,,,,,
