STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ତୁଳସୀ ଧଣ୍ଡା

ତୁଳସୀ ଧଣ୍ଡା

3 mins
2

ଗାଡି ଗଡୁଥିଲା ଆଗକୁ. ଜଗନ୍ନାଥ ମନ୍ଦିର ଆଡକୁ ନୟାଗଡ଼. ଗାଡି ଭିତରେ ଶଳା ଭିଣେଇ ଓ ନଣନ୍ଦ ଭାଉଜ ବସିଥାଆନ୍ତି. ଡ୍ରାଇଭର ମାନସ ଚୁପଚାପ ଗାଡି ଚଳେଇ ଚାଲିଥାନ୍ତି. ହଠାତ ବାଘମାରୀ ବଜାରରେ ଗାଡି ସାଇଡ କରି ମାନସ କହିଲେ ମୋ ଛାତି କଣ ହେଇଯାଉଛି ଆଉ ଗାଡି ଚଳେଇ ହେବନି. ନଣନ୍ଦ କାଢିଲେ ଗ୍ୟାସ ବଟିକା.ତାକୁ ଖାଇସାରିବା ପରେ ପାଖ ମେଡ଼ିସିନ ଷ୍ଟୋର ରେ ଇନୋ ଖାଇଲେ ମାନସ. ତଥାପି ଲୋକମାନଙ୍କ ପରାମର୍ଶ କ୍ରମେ ତାଙ୍କୁ ନିଆଗଲା ଚାରିକିଲୋମିଟର ରେ ଥିବା ବେଗୁନିଆ ଡାକ୍ତରଖାନା କୁ ଅଟୋଯୋଗେ. ସେଠାକୁ ଶଳା ଭିଣୋଇ ମାନସଙ୍କୁ ନେଇ ଯିବା ପରେ ନଣନ୍ଦ ଅପା ଶନିବାର ଥିବାରୁ ଆରମ୍ଭ କରିଦେଲେ ଶନିଶ୍ଚର ଙ୍କ ସ୍ତୋତ୍ର. ଗାଡିର କବାଟ ଦୁଇପଟୁ ବନ୍ଦ ଥାଏ ନଣନ୍ଦ ସ୍ତୋତ୍ର ବୋଲିବା ବେଳେ କାର କାଚ ସେପଟୁ ବ୍ରାହ୍ମଣ ଜଣେ ଡାକୁଥିଲେ ଓ ହାତ ପତେଇ ମାଗୁଥିଲେ. ଭାଉଜ ସେପଟେ କିଏ କହି ବନ୍ଦ ଗାଡି ର କବାଟ ଖୋଲି ବ୍ରାହ୍ମଣଙ୍କୁ କିଛି ପଇସା ଦେଲା ପରେ ମଧ୍ୟ ସେ ଯାଉନଥିଲେ. ତାଙ୍କ ଦୃଷ୍ଟି ନିବଦ୍ଧ ଥିଲା ଆଖି ବୁଜି ସ୍ତୋତ୍ର ବୋଲୁଥିବା ନଣନ୍ଦ ଅପାଙ୍କ ଆଡକୁ ତ ଭାଉଜ ଏଥର ବାଧ୍ୟ ହୋଇ ଡାକିଲେ ଅପା କିଛି ଦିଅନ୍ତୁ ଭାଇନା ଙ୍କୁ. ଧଡ଼ାପଡ଼ ହୋଇ କିଛି ବଢ଼େଇ ଦେଉ ଦେଉ ବ୍ରାହ୍ମଣ ଭାଇନା କୋଉ ଦିଗରେ ଗଲେ ସେକଥା ସେତେବେଳେ ଗୁରୁତ୍ୱପୂର୍ଣ୍ଣ ନଥିଲା ବରଂ ମାନସ ଙ୍କ ସୁସ୍ଥତା ତଥା ତଥା କିଏ ଏବେ ଗାଡି ଚଳେଇବ  ଆଗକୁ ର ଚିନ୍ତା ଲାଗିରହିଥିଲା କାରଣ ସମସ୍ତେ ଅନଭିଜ୍ଞ ଥିଲେ.ତ ହଠାତ ଅଟୋ ରେ ମାନସ କୁ ନେଇ ବେଗୁନିଆଁ ଡାକ୍ତରଖାନା ରୁ ଫେରିଲେ ତିନିହେଁ. ସବୁଠୁ ଆଶ୍ଚର୍ଯ୍ୟ କଥା ଥିଲା ମାନସ ମଧ୍ୟ ସୁସ୍ଥ ହୋଇ ଫେରିଥିଲେ ଓ ଗାଡି ଚଳେଇପାରିବେ କହୁଥିଲେ.ଏଣିକି ଆଗକୁ ନବଢି ପଛକୁ ଅର୍ଥାତ ଭୁବନେଶ୍ୱର ଫେରିଯିବାକୁ ବସିଥିଲେ ସମସ୍ତେ.
    ଏବେ ମାନସ ଇଞ୍ଜେକ୍ସନ ନେଇ ସୁସ୍ଥ ହୋଇଯିବା ପରେ ସମସ୍ତଙ୍କ ଭାଳେଣି ପଡିଥିଲା ଜଗନ୍ନାଥ ଦର୍ଶନ ଭାଗ୍ୟରେ ନାହିଁ. କିଏ କହୁଥିଲା ଆଜି ଖରବାର ଶନିବାର ଯୋଗୁଁ ଏମିତି ହେଲା ତ କିଏ କହୁଥିଲା ଆଜି ତେର ତାରିଖ ଯାତ୍ରା ଅଶୁଭ ଥିଲା. କିଏ କେତେ ମନ୍ତବ୍ୟ ଦେଉଥିଲା ବେଳେ କଥା ପଡିଥିଲା ଏବେ ପୁରୀ ଗଲେ ଜଗନ୍ନାଥ ଦର୍ଶନ ଖୁବ କଷ୍ଟକର ଯେହେତୁ ଧାଡି ହେଉଛି. ଏଠି ନୟାଗଡ଼ ପାଖ ଫତେପୁର ଜଗନ୍ନାଙ୍କ ପାଖରେ ଦୀପ ଦେଇ ବ୍ରାହ୍ମଣ ଭୋଜନ ଦେଇ ଅନ୍ତତଃ କିଛି ପୁଣ୍ୟ ଅର୍ଜ୍ଜନ କରିହୋଇଥାନ୍ତା ଯେ ବିଚରା ମାନସ ଅବସ୍ଥା ଖରାପ ହୋଇଗଲା ବୋଲି ନଣନ୍ଦ ଅପା କ୍ଷୋଭ ପ୍ରକାଶ କରୁ କରୁ ଭାଉଜ କହୁଥିଲା ଅପା ଜଗନ୍ନାଥ ପରା ନିଜେ ବ୍ରାହ୍ମଣ ବେଶରେ ଆସି କାର ସେପଟ ଡୋର ରେ ଡାକି ଡାକି ପଇସା ଘେନିଗଲେ. ରୁମ ଟାଙ୍କୁରୀ ଉଠଥିଲା ଅପା ଙ୍କର. ନମସ୍ତେ ପ୍ରଭୁ ଜଗନ୍ନାଥ କହୁ କହୁ ଭାଉଜ କହୁଥିଲେ ସେ ହିଁ ଆମ ମାନସ କୁ ଭଲ କରିଦେଲେ ନଚେତ ଆମେ ଭୁବନେଶ୍ୱର ଫେରିଥାଆନ୍ତେ କିପରି! ରନ୍ଧା ବଢ଼ା ଓ ଖିଆ ପିଆ ପରେ ଅପା ଓ ଭାଇ ଫେରିଥିଲେ ଗାଁକୁ ପୁରୀ ବସରେ. ଭାଇ ଭାଉଜ ରହିଗଲେ ଭୁବନେଶ୍ୱର ରେ. ବସ ଭାରି ଗହଳି. ତା ଭିତରେ ସ୍ୱାମୀ ପଛ ସିଟ ରେ ଜାଗା ପାଇ ବସିଗଲା ବେଳେ ଅପା ଥିଲେ ଆଗରେ ବଡ଼ କଷ୍ଟରେ. ପଛକୁ ଗଲେ ବାନ୍ତି ହୋଇଯିବା ଅବସ୍ଥା. ଏହି ସମୟରେ ସିଟ ଛାଡ଼ି ବ୍ରାହ୍ମଣ ଭାଇନା ଜଣେ କହିଲେ ଏଠି ବସ ଝିଅ. ମୁଁ ଓଲ୍ହେଇବି କହି ଉଠି ବସ ମୁଁହଁ ଆଡକୁ ଯାଉଥିବା ନନାଙ୍କୁ ଚାହିଁ ଚମକି ପଡିଲେ ନଣନ୍ଦ ତଥା ଅପା. କାରଣ ସେହି ବ୍ରାହ୍ମଣ ଙ୍କୁ ସେ ବାଘମାରୀ ରେ କାର ସେପଟେ ଛାଇ ପରି ଦେଖି ଦକ୍ଷିଣା ଦେଇଥିଲେ. ସେ କଣ ପୁରୀ ଭାଇନା ନା କଣ ଭାବି ପଚାରିବା ପୂର୍ବରୁ ଏସି ବସ ସେପଟେ କେହି ନଥିଲେ କି କୌଣସି ଷ୍ଟପେଜ ଆସିନଥିଲା ତ ଅପା କଣ୍ଡକ୍ଟର ଭାଇଙ୍କୁ ପଚାରୁଥିଲେ ସେ ବ୍ରାହ୍ମଣ ନାନା କୋଉଠି ଓଲ୍ହେଇଲେ ଆଜ୍ଞା. କୋଉ ବ୍ରାହ୍ମଣ କଥା ପଚାରୁଛନ୍ତି କେହି ତ ବ୍ରାହ୍ମଣ ଚଢି ନାଁହାଁନ୍ତି କି ଓଲ୍ହେଇ ନାଁହାଁନ୍ତି କୋଉଠି. ଏଇ ଯିଏ ମତେ ଏଠି ସିଟ ଛାଡ଼ି ଉଠିଲେ? କୋଉ ସିଟ!ସେଠି ତ ଖାଲି ଥିଲା. ଆପଣ ବସିଲେ. ଚମକି ପଡି ଅପା ସିଟ ରୁ ଠିଆ ହୋଇ ଦେଖୁଥିଲେ ତୁଳସୀ ଧଣ୍ଡା ଓ ଛାଇଟିଏ ଯେମିତି ବସ ଭିତର କବାଟ ବାଟ ଦେଇ ଚାଲିଯାଉଛନ୍ତି ତ ଏଇ ଏଇ ନାନା ଚାଲିଯାଉଛନ୍ତି. କଣ୍ଡକ୍ଟର ବିରକ୍ତରେ କହୁଥିଲେ ମୁଣ୍ଡ ଖରାପ ଆପଣଙ୍କର କୋଉଠି କୋଉ ନନା!ତୁଳସୀ ଧଣ୍ଡା ଧରି ନଣନ୍ଦ ବା ଅପା କହୁଥିଲେ କବାଟ ବାହାର ପଟେ କିଏ ଦେଖନ୍ତୁ. କାଣ୍ଡକ୍ଟର ତଥାପି ବିରକ୍ତ ହୋଇ କହୁଥିଲେ ଆପଣଙ୍କ ଭାଗ୍ୟ ଭଲ ଗହଳି ବସ ରେ ସିଟ ପାଇଗଲେ. ବସନ୍ତୁ ଚୁପ ହୋଇ.କି ଲୀଳା ହେ ଲୀଳାମୟ କହି ଅପା ଚାହିଁଥିଲେ ବସ ର ଭିତର ପଟ କବାଟ ପାଖେ କେହି ନଥିଲେ.



Rate this content
Log in

Similar oriya story from Classics