ମାଆ ଓ ଭାଇ ଜୀବନର ଛାଇ
ମାଆ ଓ ଭାଇ ଜୀବନର ଛାଇ
ଜୀବନରେ କେବେ ବି ସୌଦାମିନୀ ଜଳଯାତ୍ରା କରିନଥିଲେ ତ ଆଜି ପ୍ରଥମ ଥର ଜଳଯାତ୍ରାର ଆନନ୍ଦ ନେଇ ଦେବୀ ପୀଠ ରେ ଓଲ୍ହେଇ ପୁଅକୁ ଖୋଜିଲା ବେଳକୁ ସୁଦିପ ନଥିଲା. କେହି ମଧ୍ୟ କିଛି କହିପାରୁନଥିଲେ. ନିଜେ ସୌଦାମିନୀ ମଧ୍ୟ ଏହି ଯାତ୍ରାରେ ଏତେ ବିଭୋର ଥିଲେ ଯେ ତାଙ୍କ ସଙ୍ଗେ ସଙ୍ଗେ ତାଙ୍କ ପୁଅ ବୋଟ ରେ ଉଠିଲା କି ନାହିଁ ସେ ଲକ୍ଷ କରିପାରିନଥିଲେ. ସମସ୍ତେ ଦେବୀଙ୍କ ପାହାଡ଼ରେ ଯୋଡି ଯୋଡି ହୋଇ ବୁଲୁଥିବା ବେଳେ ପୁଣି କିଏ କାହା ପରିବାର ସହିତ ଭୋଜିଭାତ ର ଆନନ୍ଦ ନେଲାବେଳେ ସୌଦାମିନୀ ବୁଝି ସାରିଥିଲେ ଏହା ତାଙ୍କ ପୁଅ ବୋହୁଙ୍କ ଚକ୍ରାନ୍ତ. ପୁଅ କେତେଥର ସାଙ୍ଗ ସାଥି ଙ୍କ ଆଗରେ କହୁଥିବାର ଶୁଣନ୍ତି ସୌଦାମିନୀ ଯେ ପୁଅ କହୁଥାଏ ମାଆ ଓ ସ୍ତ୍ରୀ ଙ୍କ ଭିତରେ ଏ ଝଗଡାର ପରିସମାପ୍ତି କେବେ ଶେଷ ହେବ ବୁଝିପାରୁନି କଣ କରିବି ବୋଲି ବି ଭାବି ପାରୁନି. ପୁଣି ବୋହୁ ଅନେକ ଥର ମାଆ ଙ୍କୁ ବୃଦ୍ଧାଶ୍ରମରେ ନଛାଡିଲେ ମତେ ମୋ ବାପ ଘରେ ଛାଡ଼ିଦେଇ ଆସ ବୋଲି ଧମକ ଚମକ ଦେଉଥିବାର ଅନୁଭବ ଥିଲେ ମଧ୍ୟ ସୌଦାମିନୀ କେବେ ଭାବିନଥିଲେ ପୁଅ ତାଙ୍କର ଏତେ ନିଷ୍ଠୁର ପଦକ୍ଷେପ ନେଇପାରେ!କାନିରେ ବନ୍ଧା ପଇସା ରୁ କିଛି କାଢି ଦେବୀ ମାଆ ପାଇଁ ଦୀପ ଧୂପ ଭୋଗ କରି ତାକୁ ଖାଇ ରହୁ ରହୁ ସନ୍ଧ୍ୟା ପୂର୍ବରୁ ସମସ୍ତେ ଫେରିଯିବାକୁ ବାହାରିଲେ ତ ସୌଦାମିନୀ ଆଖି ମୁଜି ଡାକୁଥିଲେ ମାଆ ଲୋ ମାଆ ତୁ ହିଁ ସାହା. ଏଇ ସମୟରେ ଗୋଟେ ଛୋଟ ଝିଅ ଆସି ତାଙ୍କ ହାତକୁ ଧରି ଡାକୁଥିଲା ଆସ ଜେଜେମାଆ ଘରକୁ ଯିବା. ସୌଦାମିନୀ ଚାହିଁଲେ ଝିଅଟିକୁ. ଠିକ ତାଙ୍କ ନାତୁଣୀ ଭଳି ଦେଖିବାକୁ ଓ ପ୍ରାୟ ସେହି ବୟସର ଝିଅଟିଏ ତାଙ୍କୁ ଜେଜେମାଆ ଚାଲ ଫେରିବା ଘରକୁ କହି ହାତ ଧରି ଭିଡୁଥିବା ଦେଖି କୁଟା ଖିଅକୁ ଆଶ୍ରାକଲା ପରି ଉଥିଲେ ସୌଦାମିନୀ. ମାଆ ଦେବୀଙ୍କ ସୁଦୟାରୁ ସେ ଚାଲିଲେ ଝିଅଟିର ପଛେ ପଛେ. ଝିଅର ବାପା ମାଆ ମଧ୍ୟ ବିନା ବାକ୍ୟ ବିନିମୟରେ ତାଙ୍କୁ ମାଆ ଡାକି ଉଠାଇନେଲେ ନିଜ ବୋଟ କୁ. ଏବେ ସୌଦାମିନୀ ଙ୍କ ପରିଚୟ ସେ ସେଠ ଦୀନନାଥ ଙ୍କ ମାଆ. ଶୁଶିଳା ଶିକ୍ଷିତା ତଥା ରୋଜଗାରିଆ ବୋହୁ ଅଫିସ ବାହାରି ଗଲାପରେ ସେ ଯତ୍ନ ନିଅନ୍ତି ନାତୁଣୀ ର. ଅଧା ଓଡ଼ିଆ, ହିନ୍ଦି ଓ ଇଂରାଜୀ ମିଶା ଅଧା ଅଧା ବାକ୍ୟ ସବୁ ଶ୍ରାବଣୀ ର ଭାରି ମିଠା. ମନରେ କିନ୍ତୁ ସୌଦାମିନୀ ଙ୍କର ଅନେକ ପ୍ରଶ୍ନ ସହ ନିଜ ନାତୁଣୀ ଉଷା କଥା ମନେପଡେ.ଆଖିରୁ ଲୁହ ପୋଛି ସୌଦାମିନୀ ବର୍ତ୍ତମାନ କୁ ସ୍ୱୀକାର କରିନେବା ସହ ଶ୍ରାବଣୀ ପାଇଁ କରୁଥାନ୍ତି କେତେ ପ୍ରକାର ଜଳଖିଆ.
ସେଦିନ କବାଟ ଖୋଲି ପୋଲିସ ଦେଖି ଡରିଗଲେ ସୌଦାମିନୀ କିନ୍ତୁ ପୋଲିସ ବାବୁ ଯେବେ ଦୀନନାଥ ଙ୍କ ମାଆ ଙ୍କୁ ଡାକିଦିଅନ୍ତୁ କହିଥିଲେ ସେଦିନ ସୌଦାମିନୀ ନିଜକୁ ଦୀନବନ୍ଧୁଙ୍କ ମାଆ ବୋଲି ପରିଚୟ ଦେଇଥିଲେ କାରଣ ସୁଦିପ ଭଳି ବିଶ୍ୱାସଘାତକ ପୁଅର ମାଆ ହେବା ଅପେକ୍ଷା ବରଂ ଉଚ୍ଚମନା ଦୀନନାଥ ଙ୍କ ମାଆ ର ପରିଚୟ ନେଇ ରହିବାକୁ ସେ ପସନ୍ଦ କରୁଥିଲେ କିନ୍ତୁ ସେହିଦିନ ରାତିରେ ଦୀନବନ୍ଧୁ ଯେବେ ତାଙ୍କ ପାଦ ତଳେ ପଡି କହିଥିଲେ କି ଆପଣ ଙ୍କ ଯୋଗୁଁ ମୋର ଆଜି ମାଟିରେ ମିଶି ଯାଉଥିବା ସମ୍ମାନ ଫେରିଆସିଛି କିନ୍ତୁ ମୁଁ ମୋ ନିଜ ମାଆ ଙ୍କୁ ଯାତ୍ରା ସମୟରେ ଅସହାୟ ଅବସ୍ଥାରେ ଛାଡ଼ି ଦେଇ ଆସି ଅନୁତାପ କରୁଛି. ଏଥର ସୌଦାମିନୀ ବୁଝିପାରିଥିଲେ କି ସେଦିନ ତାଙ୍କୁ ଜେଜେମାଆ ପରିଚୟ ଦେଇ ଝିଅ ସହାୟତାରେ ସେ ଦେବୀଙ୍କ ପୀଠରୁ କାହିଁକି ଉଦ୍ଧାର କରିଥିଲେ ଦୀନନାଥ. ତାଙ୍କ ପୁଅ ସୁଦିପ ସିନା ମାଆ କୁ ଯାତ୍ରା ରେ ନେଇ ଧୋକା ଦେଲେ ବି ତାକୁ କେହି ଆଙ୍ଗୁଠି ଦେଖେଇଲେ ନାହିଁ କିନ୍ତୁ ଦୀନନାଥ ଙ୍କ ଭଳି ଧନୀ ଲୋକଙ୍କ ଉପରେ ପୋଲିସ କେଶ ଲାଗିଥିବାରୁ ଆଜି ସେ ମୁକ୍ତି ପାଇଛନ୍ତି ସୌଦାମିନୀଙ୍କୁ ଢାଲ କରି. ଏଥର ସୌଦାମିନୀ ଙ୍କ ମନରେ ଆତ୍ମ ସ୍ୱାଭିମାନ ଜାଗିଲା. ପୁଅମାନଙ୍କ ହାତ ମୁଣ୍ଡକୁ ପାଇଗଲା ପରେ ସେମାନେ ମାଆ କୁ ଭୁଲିଯାଆନ୍ତି ର ଅନୁଭବରେ ସୌଦାମିନୀ ଛଟପଟ ହେଲେ. ଦୀନନାଥ ଙ୍କ ଭଳି ପ୍ରତିପତ୍ତି ସମ୍ପର୍ଣ୍ଣ ପୁଅ ଘରୁ ନିଜ ମାଆ ଯେବେ ଅସହାୟ ରେ ରୁହନ୍ତି ତାଙ୍କ ଭଳି ମଧ୍ୟବିତ୍ତ ଘରର ମାଆ ମାନେ ଯିବେ କୁଆଡେ!
ଦିନେ ପୁଣି ଗଢି ଉଠିଥିବା ସ୍ନେହ ମମତା ବନ୍ଧନ ତୁଟେଇ ସୌଦାମିନୀ ଘର ଛାଡିଲେ. ଲକ୍ଷ୍ୟହୀନ ଭାବେ ବାଟ ଚାଲୁ ଚାଲୁ ଗୋଟେ ସ୍କୁଲରେ ପହଁଞ୍ଚି ଦେଖିଲେ ପାଚିକା ଙ୍କ ଅସୁସ୍ଥତା ଯୋଗୁଁ ଖାଦ୍ୟ ରନ୍ଧା ହୋଇନାପାରି ପାଞ୍ଚଶହ ରୁ ଅଧିକ ଛାତ୍ର ଛାତ୍ରୀ ଉପାସ ଅଛନ୍ତି. ସେ ଅନୁମତି ମାଗି ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଲେ. ତାଙ୍କ ମାତୃତ୍ୱ, ସ୍ନେହ, ଶ୍ରଦ୍ଧା ଓ କର୍ତ୍ତବ୍ୟ ପ୍ରତି ଆନ୍ତରିକତା ସହ ରୁଚିକର ଭୋଜନ ପ୍ରସ୍ତୁତ କରିବାର କ୍ଷମତା ତାଙ୍କୁ ସେଠି ସବୁଦିନ ଦ୍ୱିତୀୟ ପାଚିକା ରୂପେ ନିଯୁକ୍ତି ସହ ରହିବାର ସୁଯୋଗ ଆଣିଦେଲା. ଅସୁସ୍ଥ ପାଚିକା ସୁସ୍ଥ ହୋଇ ଆସିଲା ପରେ ତାଙ୍କୁ ଆଉଜଣେ ମାଆ ପରି ସହାୟକ ମିଳିଥିବା ଦେଖି ଖୁସି ହେବା ସହ ଦୁହେଁ ପରସ୍ପର ପ୍ରତି ସହାନୁଭୂତି ପୂର୍ବକ ପିଲାଙ୍କୁ ରା଼ନ୍ଧି ବାଢି ପରଷୁ ଥିଲେ ତ ସେଦିନ ସୌଦାମିନୀ ଡଙ୍କି ଧରି ବାଢୁଥିବା ଥାଳି ସବୁ ଧରା ଲମ୍ବି ଆସିଥିବା ହାତ ଭିତରୁ ଜଣଙ୍କ ପାଖେ ଅଟକି ଗଲେ. ସେ ଥିଲା ସୁଦିପ ର ଝିଅ ତାଙ୍କ ନାତୁଣୀ ଉଷା. ସେ ଜେଜେମାଆ କହି ତାଙ୍କୁ କୁଣ୍ଢେଇ ପକାଅଇଲା ବେଳେ ସେହି ସ୍କୁଲ ର ଚେୟାମ୍ୟାନ ଦୀନନାଥ ଙ୍କୁ ପୋଲିସ ବାନ୍ଧିନେଉଥିବା ଦୃଶ୍ୟରେ ସୌଦାମିନୀ ଦୌଡିଲେ ପୋଲିସ ପାଖକୁ ଓ କହିଲେ ମୋ ପୁଅ ମତେ ବାଧ୍ୟ କରିନି ବରଂ ସ୍ୱ ଇଚ୍ଛା ରେ ଏଠାରେ ପିଲାଙ୍କ କାମ କରିବାକୁ ମୁଁ ଆସିଛି. ଏଥର ପୋଲିସ ଅଫିସର କହିଲେ ସେକଥା କହିଥିଲେ ତ ଆଜି ଆପଣଙ୍କୁ ଆପଣଙ୍କ ପୁଅର ଏ ହାତକଡି ପିନ୍ଧା ହାତ ଦେଖିବାକୁ ମିଳି ନଥାନ୍ତା. ସେତିକିବେଳେ ଉଷା କହୁଥିଲା ନା ଏ ମୋ ଜେଜେମାଆ. ପୋଲିସ ବାବୁ ପିଲା ମିଛ କହିବେନି କହି ଉଷା ଘରକୁ ନେଇଥିଲେ ସମସ୍ତଙ୍କୁ ତ ସେଠାରେ ଦୀନନାଥ ଙ୍କ ମାଆ ଙ୍କୁ ସୁଦିପ ପାଖରେ ଦେଖି ପୋଲିସ ସିନା ଫେରିଯାଇଥିଲା ହେଲେ ଦୀନନାଥ ବୁଝିପାରୁନଥିଲେ ଏହା କେମିତି ସମ୍ଭବ! ତ ଏଥର ସୁଦିପ କହିଥିଲେ ସେଦିନ ମୁଁ ମୋ ମାଆ କୁ ଯାତ୍ରା ପାଇଁ ବୋଟ ରେ ବସାଇବା ପରେ ଦେଖିଲି ରାସ୍ତାରେ ଜଣେ ଅପରିଚିତ ମାଆ ଙ୍କୁ ଗାଡି ଧକ୍କା ଦେଲା ତ ସେହିଦିନଠୁ ସେ ମାଆ ଙ୍କୁ ଆଣି ରଖିଥିଲେ ମଧ୍ୟ ମୋ ମାଆ ଙ୍କୁ ଖୋଜି ଖୋଜି ପାଉନଥିଲି. ଏବେ ସବୁ କଥା ସ୍ପଷ୍ଟ ହେବା ପରେ ଦୁଇ ମାଆ ଦୁଇ ପରିବାର ପାଖକୁ ଫେରିଯାଇଥିଲେ ମଧ୍ୟ ସୌଦାମିନୀ ପାଚିକା ଭାବେ ସ୍କୁଲରେ କରିପାରୁଥିବା ଯାଏଁ କାମ କରିବାକୁ ପ୍ରସ୍ତୁତ ଥିଲେ. ଉଷା ପରେ ପରେ ଶ୍ରାବଣୀ ଆସି ସେହି ସ୍କୁଲରେ ପାଠ ପଢ଼ିବାରୁ ଦୁଇ ନାତୁଣୀ ଙ୍କୁ ଖାଦ୍ୟ ପରଷିଦେବାର ସୁଯୋଗ ପାଇ ସୌଦାମିନୀ ଖୁସିରେ ଥିଲା ବେଳେ ଶ୍ରାବଣୀର ଜେଜେମାଆ ତାଙ୍କ ପାଖେ ଦୀନାଥ ଙ୍କ ଘରେ ରହିବାକୁ ସୌଦାମିନୀ ଙ୍କୁ ବାଧ୍ୟ କରିଥିଲେ କିନ୍ତୁ ସୌଦାମିନୀ ସେମିତି ପାଚିକା ରୂପେ ପିଲାଙ୍କ ପାଇଁ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିଚାଲିଥିଲେ.
ସେଦିନ ଅଘଟଣଟିଏ ଘଟିଗଲା ସ୍କୁଲରେ. ବାର୍ଷିକ କ୍ରୀଡା ଦିବସ ଚାଲିଥିଲା ବେଳେ ସ୍କୁଲରେ ଉଷା ଓ ଶ୍ରାବଣୀ ଭଲ୍ୟୁଣ୍ଟିଅର ଭୂମିକା ନିଭାଉ ନିଭାଉ ଦୁଇଜଣ ଯାକ ଆହତ ହେଲେ. ରକ୍ତସ୍ରାବ ହେବାରୁ ଦୁହେଁ ଅଚେତ ହୋଇ ପଡ଼ିଥିଲେ ଓ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା ଦୁହିଁଙ୍କୁ ରକ୍ତ ଦେବାକୁ ପଡିଥିଲା ତ ଦେଖାଗଲା ଉଷାର ରକ୍ତ ଦୀନନାଥଙ୍କ ମାଆ ଅର୍ଥାତ ଶ୍ରାବଣୀର ନିଜ ଜେଜେମାଆ ଙ୍କ ସହ ମିଶୁଥିବା ବେଳେ ଶ୍ରାବଣୀ ର ରକ୍ତ ଉଷା ର ଜେଜମାଆ ଅର୍ଥାତ ସୌଦାମିନୀଙ୍କ ରକ୍ତ ଗ୍ରୁପ "ଏବି ପଜିଟିଭ" ଥିଲା ତ ଦୁହେଁ ଦୁଇ ନାତୁଣୀ ଙ୍କୁ ରକ୍ତ ଦେବା ସଙ୍ଗେ ଅନ୍ୟାନ୍ୟ କ୍ଷତାକ୍ତ ପିଲାଙ୍କୁ ମଧ୍ୟ ରକ୍ତ ଦେଇ ଚାଲିଥିଲେ ଡକ୍ଟର ମନା କରିବା ପର୍ଯ୍ୟନ୍ତ. ସେପଟେ ଦୀନନାଥ ସୁଦିପ କୁ କୁଣ୍ଢେଇ ପକେଇ କହୁଥିଲେ ତୁମେ ହିଁ ମୋ ଭାଇ.
