STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଦୁଃସ୍ବପ୍ନ

ଦୁଃସ୍ବପ୍ନ

7 mins
0


ବାପାଙ୍କ ମନ ଖୁବ ଦୁଃଖ. ଗୋଟିଏ ନହେଲେ ମଧ୍ୟ ଘରର ବଡ଼ ଝିଅ ବୋଲି  ଶୁଶ୍ରୀ ଭାରି ଗେଲବସର . ତାକୁ ପାଠ ପଢ଼ାଇ ସବୁ ଶାଠ ଶିଖାଇବା ସହ ପାଞ୍ଚ ଲୋକ କହନ୍ତି ଶୁଶ୍ରୀ ପରି ଶୁଶୀଳା ଝିଅ କୋଟିକରେ ଗୋଟିଏ. ସେତେବେଳେ ବାପା ଚନ୍ଦ୍ରକାନ୍ତ ବାବୁଙ୍କର ମନ କୁଣ୍ଢେମୋଟ ହୋଇଯାଏ.ଯା ହେଉ ଉପଯୁକ୍ତ ସଂସ୍କାର ଦେଇ ସେ ଝିଅ ବଢ଼େଇଛନ୍ତି.ସତକୁ ସତ ଝିଅର ଚାକିରୀ ପରେ ବାପା ମାଆ ଖୋଲିକି ପଚାରିଦେଇଥିଲେ ଝିଅକୁ ଯଦି କେହି ପସନ୍ଦର ପାତ୍ର ଅଛନ୍ତି ଖୋଲି କହିଦେ କିନ୍ତୁ ଶୁଶ୍ରୀ ଯେ କେବେ  ନିଜ ପସନ୍ଦର ପୁଅ ବାଛିବ ଭାବିନଥିଲା ! ମୋ ବାପା ଯାହାକୁ ପସନ୍ଦ କରିବେ ତା ଘରକୁ ତୋ ଶାଢ଼ୀ ଓ ଗହଣା ପିନ୍ଧି ମୁଁ ଯିବି ମାଆ. ଝିଅର କଥାରେ ପେଟ ପୁରି ଯାଇଥିଲା ଚନ୍ଦ୍ରକାନ୍ତବାବୁଙ୍କର ତ ଖୋଜି ଖୋଜି ଡାକ୍ତର ବର ଆସିଥିଲା ସପରିବାର ସହିତ . ଝିଅ ଦେଖା, ଖିଆପିଆ ସରିବା ପରେ କଥା ପକ୍କା ହେବା ପରେ ଶୁଶ୍ରୀ କହୁଥିଲା ସେ ରାଜି ନୁହେଁ ତ ଆକାଶ ଛିଣ୍ଡି ପଡିଲା ଯେମିତି ଚନ୍ଦ୍ରକାନ୍ତଙ୍କ ମୁଣ୍ଡରେ . ଶୁଶ୍ରୀର ସର୍ତ୍ତ ଥିଲା ପାର୍କରେ ଏକାନ୍ତରେ କଥା ହେବ ସେ ଭାବୀ ବର ସହିତ . ତ ସେସବୁର ସୁନ୍ଦର ଆୟୋଜନ କରି ଗାନ୍ଧଜୀ ପାର୍କରେ ଶୁଶ୍ରୀ ସାକ୍ଷାତ କରିଥିଲା ଡାକ୍ତର ବର ପ୍ରଦୀପକୁ. ହେଲେ ତା ପରେ ଶୁଶ୍ରୀର ଉତ୍ତର ନା ଥିଲା ତ ଦୁଃଖରେ ଭାଙ୍ଗିପଡିଲେ ଚନ୍ଦ୍ରକାନ୍ତ. ଦ୍ୱିତୀୟ ପ୍ରସ୍ତାବ ଇଞ୍ଜିନିଅର ଥିଲା. ଓ ଭାବି ବର ଅଶୋକ. ଏଠି ମଧ୍ୟ ଝିଅ ଦେଖା ପର୍ବ ସରିବା ପରେ ଓ ପୁଅ ଘରେ ରାଜି ହେଲାପରେ ଝିଅ ଶୁଶ୍ରୀ କହିଥିଲା ସେ କୌଣସି ହୋଟେଲରେ ଦେଖା କରିବାକୁ ଚାହେଁ ଅଶୋକଙ୍କୁ . ସ୍ତବ୍ଧ ଚକିତ ହେଲେ ବାପା.ତଥାପି ରାଜି ହୋଇ ହୋଟେଲ ବ୍ଲୁ ବାର୍ଡରେ ସମସ୍ତ ଆୟୋଜନ କଲାପରେ ମଧ୍ୟ ଝିଅ ରାଜି ନୁହେଁ କହିଥିଲା .ଦୁଃଖରେ ପୁଣି ଭାଙ୍ଗିପଡିଲେ ଚନ୍ଦ୍ରକାନ୍ତ ବାବୁ ଯେତେବେଳେ ତୃତୀୟ ପ୍ରସ୍ତାବ ମଧ୍ୟ ନିଜ ଘରେ ପୁଅ ଝିଅଙ୍କୁ କିଛି ସମୟ କଥା ହେବା ପାଇଁ ଛାଡ଼ିବା ପରେ ମଧ୍ୟ ବ୍ୟାଙ୍କ ଅଫିସର ଥିବା ପୁଅ ଆଲୋକର ପ୍ରସ୍ତାବ କାଟ ଖାଇଯାଇଥିଲା ଝିଅ ଶୁଶ୍ରୀର ବାରଣରେ . ବନ୍ଧୁବାନ୍ଧବ, ଚିହ୍ନା ପରିଚୟ ଏଣିକି ଯୋଉ ମୁହଁରେ ଶୁଶ୍ରୀର ଗୁଣଗାନ କରୁଥିଲେ ସେଇ ମୁହଁରେ ଏଣୁ ତେଣୁ ଗପିବାକୁ ଆରମ୍ଭ କରିଦେଇଥିଲେ ତ ବାପା ଚନ୍ଦ୍ରକାନ୍ତ ବାବୁ ବିଚଳିତ ହୋଇପଡିଲେ.
   ସମସ୍ତଙ୍କ ଆଶଙ୍କା କୁ ସତ ପ୍ରମାଣିତ କରି ଖୁସି ଖୁସିରେ ଗାଁ ଛାଡି ନିରଞ୍ଜନ ସଙ୍ଗେ ଟ୍ରେନରେ ଆସିଲା ବେଳେ ଶୁଶ୍ରୀ କେଵେ ଭାବିନଥିଲା ତାର ପୁଣି ସେଇ ଗାଁ କଥା ମନେପଡିବ. କାରଣ ତାକୁ ଖୁବ ଭୋକ ହେଉଥିଲା. ଏତେବେଳକୁ ଗାଁରେ ବୋଉ ତାକୁ ଖାଇବା ପାଇଁ ଖୁସାମତ କରୁ କରୁ ପଖାଳ ସାଙ୍ଗକୁ କେତେ କଣ ସଜାଡି ସାରାନ୍ତାଣି. ଏଠିକୁ କାଲି ରାତିରୁ ଆସି ଶୁଖିଲା ପାଉଁରୁଟି ଖଣ୍ଡେ ଖାଇ ସେତିକିବେଳୁ ତା ପେଟରେ ମୂଷା ଦଉଡିଲାଣି. ହୋଲି ବୋଲି ସକାଳୁ ସକାଳୁ ନିରଞ୍ଜନ ସାଙ୍ଗମାନଙ୍କ ସଙ୍ଗେ କୁଆଡେ ଯାଇଛି ଯେ ଯାଇଛି. ଗଲାବେଳେ ଅଟା ଓ ଆଳୁ ଦିଟା ଥୋଇଦେଇ ଯାଇଛି ଓ କହିଛି କରିକି ଖାଇକି ତା ପାଇଁ ରଖିବାକୁ.ଦୁଇଟା ବାଜିବା ଉପରେ ହେଲାଣି, ନିରଞ୍ଜନର ଦେଖା ନାହିଁ ଏଯାଏଁ. ଚୁଲି ଜାଳି ରୁଟି ଆଳୁ ଭଜା କରି ତାର ବୋଉ କଥା ମନେପଡୁଛି. ପ୍ରତିବର୍ଷ ହୋଲିରେ ରଙ୍ଗ ବୋଳି ହୋଇ ସାଙ୍ଗମାନଙ୍କ ସଙ୍ଗେ ଆମ୍ବ ତୋଟାରେ ଆମ୍ବ ସାଙ୍ଗରେ ଲୁଣ ଲଙ୍କା ଓ ଜିରାଗୁଣ୍ଡ ମିଶାଇ ଖାଇ କୋଇଲିର ବୋଲି ଶୁଣୁ ଶୁଣୁ ବୋଉ ପହଁଞ୍ଚି ଯାଏ ଓ କହେ ପେଟ ଖରାପ ହେବ ବୋଲି ଜାଣିନୁ କି ଆ ଘରକୁ ଆ ଶୀଘ୍ର ଖାଇବୁ ଆ. ସାଙ୍ଗମାନେ ଆଜି ଖୋଜୁଥିବେ ତାକୁ ଆଉ ବୋଉ ପାଟିରେ ଭାଷା ନଥିବ କହିବାକୁ କିଛି.ଆଉ ଯଦି କହିଥିବ ତ କହିଥିବ ଆଉ କେତେ ଗେଲବସର କରିଥିଲେ ଶୁଶ୍ରୀ ବୁଝିଥାଆନ୍ତା କେଜାଣି!ଘରୁ ଗୋଡ଼ କାଢିବା ଫଳ କଣ ଜାଣିବନିକି କହି କାନ୍ଦିଥିବ ମୋ ବୋଉ କେତେ!ସତରେ ଶୁଶ୍ରୀ କୁ ଖୁସିରେ ରଖିବାକୁ ବୋଉ ସହ ପରିବାର  କଣ ନକରିଛିନ୍ତି ଯେ!ସେକଥା ତାର ଏବେ ମନେପଡ଼ୁଛି. ରୁଟି ସେକି ହାତର କାଣିଆଙ୍ଗୁଠି ପୋଡ଼ିଯାଇଥିବା ଦେଖି ବୋଉ ତାର କେତେ ବ୍ୟସ୍ତ ହୋଇପଡନ୍ତାଣି. ଘରୋଇ ଉପଚାରଠୁ ଆରମ୍ଭ କରି ଗାଁ ମୁଣ୍ଡ ଦୋକାନୀକୁ ପଚାରି କେତେ ଔଷଧ କିଣି ଆଣନ୍ତାଣି ଏତେବେଳକୁ .
     ଆଜି ହୋଲି ପରି ସେବର୍ଷ ବି ହୋଲି ଆସିଥିଲା ଗାଁକୁ. ଗାଁରେ ଡ୍ରାମା ହେଉଥିଲା ଯୋଉଥିରେ ନିରଞ୍ଜନ ହିରୋ ଥିଲା. ରାତିରେ ଡ୍ରାମା ଦେଖୁଥିଲା ବେଳେ ନିରଞ୍ଜନର ବେଶଭୁଷା ସାଙ୍ଗକୁ ତା ପ୍ରେମିକ ପଣର ସଂଳାପ ସବୁ ଛାତି ଚିରି ପକାଉଥିଲା ଶୁଶ୍ରୀ ର. ନିରଞ୍ଜନ ବିପକ୍ଷରେ ଥିବା ହିରୋଇନ ଯଦି ପୁଅ ହୋଇନଥାନ୍ତା ତେବେ ସେଦିନ ସହି ପାରିନଥାନ୍ତା ଶୁଶ୍ରୀ . ସେଇଦିନର ଚାରିଚକ୍ଷୁ ମିଳନ ତାର ମନରେ କି ଅଦ୍ଭୁତ କିମିଆ କଲା କେଜାଣି ନିରଞ୍ଜନ ଛଡା ଆଉ କେହି ତାକୁ ଦେଖାଗଲେ ନାହିଁ.ସେ ଭୁଲିଗଲା ବାପା ଚନ୍ଦ୍ରକାନ୍ତ ଙ୍କ ଆଭିଜାତ୍ୟ ଓ ତା ପାଇଁ ଏତେସବୁ କରିଥିବା କଥା. ଭୁଲିଗଲା ବୋଉର ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା, ଭୁଲିଗଲା ସାମାଜିକ ବାଧା ବନ୍ଧନ. ନୀଳମାଷ୍ଟ୍ରାଣୀ ଛାତିରେ ଅର୍ଜ୍ଜୁନଙ୍କ ପରି ପାର୍ଟିଆର ଛତା ହୋଇ ଛାତ ଦେଖାଇବା ଭଳି ଶୁଶ୍ରୀ ହୃଦୟରେ ନିରଞ୍ଜନର ପ୍ରେମ ଛାଇ ଯାଇଥିଲା. ନେଡିଗୁଡ଼ କହୁଣୀକୁ ବୋହି ଯିବା ପରେ ଭାବିବାର ମାନେ ଆଉ କଣ!
    ନିରଞ୍ଜନ  ଫେରିଲା ହେଲେ ହୋଲି ଖେଳି ଯୋଉ ରଙ୍ଗୀନ ବେଶ ହୋଇଥିଲା ସବୁ ସାଙ୍ଗମାନେ ହୋଲି ରଙ୍ଗ ହୋଇ ଏକାପରି ଦେଖାଯାଉଥିଲେ ତ ତାଙ୍କ ଭିତରୁ କେହି ଜଣେ କହିଲା ନୂଆ ଭାଉଜ ତୁମ ଭଲ ପାଇବା ପରୀକ୍ଷା କରି ଦେଖି ଭାଇଙ୍କୁ ଚିହ୍ନି ନେଇଗଲ ଆମ ଭିତରୁ ତ ରାଗ ଦୁଃଖ ଓ ଅପମାନରେ ଶୁଶ୍ରୀ କହୁଥିଲା ମୁଁ ସତୀ ଅନସୂୟା ନୁହେଁ କି ସତୀ ସାବିତ୍ରୀ, ପାର୍ବତୀ ଅବା ମାଆ ଲଷ୍ମୀ ବି ନୁହେଁ. ମୁଁ ସାଧାରଣ ଗାଁ ଝିଅଟିଏ.ଯିଏ ପ୍ରେମ ପାଗଳି ହୋଇ ପଥ ହୁଡ଼ିଛି. ନିରଞ୍ଜନ କିଛି ବୁଝିଲାନାହିଁ ବରଂ  ସାଙ୍ଗମାନଙ୍କୁ ଅପମାନ ଦେଉଛୁ କହି ପରସ୍ତେ ପିଟିଥିଲା ଶୁଶ୍ରୀ କୁ.ଶୁଶ୍ରୀ ଏଭିତରେ ନିରଞ୍ଜନ ର ଅସଲ ଉଦେଶ୍ୟ ବିଷୟରେ ଜାଣିପାରିଥିଲା. ତା ଧନୀଘର ସାଙ୍ଗ ମାନଙ୍କ ସହିତ ନମିଶିଲେ ଏମିତି ଭୋକରେ ରହିବାକୁ ପଡିବ ବୋଲି ମୁହେଁ ମୁହେଁ ଶୁଣେଇ ଦେଇଥିଲା ନିରଞ୍ଜନ ଶୁଶ୍ରୀ କୁ.ଭୋକ କି ଜାଣେ ମାନ ମହତ. ଏଣେ ପ୍ରତିଦିନ ରାତିରେ ମଦ ନିଶାରେ ଘରକୁ ଫେରି ନିରଞ୍ଜନ ନିଧୂମ ପିଟୁଥିଲା ଶୁଶ୍ରୀ କୁ. ଶେଷରେ ବରଷକେ ପରେ ହୋଲି ଦିନ ହିଁ ନିରଞ୍ଜନର ଖଣ୍ଡ ବିଖଣ୍ଡିତ ଶରୀରଟି ପଡିଥିଲା ଘର ଆଗରେ. କିଛି କାରଣ ନଥାଇ ମଧ୍ୟ ବିନା ପ୍ରମାଣରେ ଶୁଶ୍ରୀ ବନ୍ଧା ହୋଇ ହାଜତରେ ରହିଲା. ତା ପାଖରେ କିଛି ଠୋସ ପ୍ରମାଣ ନଥିଲା ନିରଞ୍ଜନର ସାଙ୍ଗମାନଙ୍କ କୁକାର୍ଯ୍ୟ ବିଷୟରେ ବରଂ ଭଲରେ ଗଣ୍ଡେ ଖାଇବାକୁ ତ ମିଳିଯାଉଛି ଭାବି ଶୁଶ୍ରୀ ସବୁ ସହି ଆସୁଥିଲା. ଏବେ ଆଖିରୁ ଲୁହ ଗଡା଼ଇ ଚାଲିଥିଲା ଥାନା ହାଜତ ଭିତରେ.
   ଏତିକି ବେଳେ ତାକୁ ବେଲ ମିଳିଯାଇଛି ତାର ମୁକ୍ତି ପାଇଁ ବୋଲି ତାକୁ ହାଜତରୁ ବାହାରକୁ ଯିବାକୁ କୁହାଯିବାରୁ ଶୁଶ୍ରୀ ଭାଂଗିପଡ଼ିଲା କିନ୍ତୁ ତା ଆଖି ଆଗରେ ବାପା ମାଆ, ଭାଇ ଭାଉଜ ଓ ସାନ ଭାଇ ଭଉଣୀଙ୍କୁ ଦେଖି ସେ ଆତ୍ମଗ୍ଲାନିରେ କାନ୍ଦୁଥିଲା. ଭାଉଜ କହୁଥିଲେ ଆମେ ସବୁ ତୁମ ପଛରେ ଅଛୁ ଶୁଶ୍ରୀ , ବ୍ୟସ୍ତ ହୁଅନାହିଁ. ପୁଣି ନୂଆକରି ଜୀଵନ ଜିଇଁବାକୁ ପ୍ରସ୍ତୁତ ହୋଇ ରୁହ. ଶୁଶ୍ରୀ ପାଟିରୁ ବାହାରିଥିଲା କେମିତି ଭାଉଜ?ତ ବୋଉ ତା ପଣତରେ ଅଶ୍ରୁ ପୋଛି ଦେଇ କହୁଥିଲା ସବୁ ଭୁଲିଯା ଝିଅ. ଆମେ ଅଛୁନା. ଭାଇ ଓ ବାପା ପାଖକୁ ଲାଗି ଆସି ବୁଝାଇ କେତେ କଥା କହୁଥିଲେ ଓ ଭାଇ କହୁଥିଲେ ମୋ ଓକିଲାତି ଉପରେ ଭରସା ରଖି ଶୁଶ୍ରୀ .ସେ ନିରଞ୍ଜନର ସବୁ ସାଙ୍ଗ ଧରା ହେବେ ତ ହେବେ ପୁଣି ସତ ମାନିବେ ଯେ ତୋର, ନିରଞ୍ଜନ ସହିତ କେବେବି କୌଣସି ସମ୍ପର୍କ ନଥିଲା.ମନ ଦୃଢ଼ କର. ସାନ ଭାଇ ଭଉଣୀମାନଙ୍କୁ ଙ୍କୁ ଶୁଶ୍ରୀ କହୁଥିଲା ମୋ ପରି ଭୁଲ ବାଟରେ କେଵେ ଯିବନି ପରିବାର ଛାଡି କହି ଶୁଶ୍ରୀ ଆଗେଇଯାଉଥିଲା ନୂତନ ସୁର୍ଯୋଦୟ ସନ୍ଧାନରେ ଆଗକୁ ଆଗକୁ.
      ବାପା ଚନ୍ଦ୍ରକାନ୍ତ ଏବେ ଅତୀତ ରେ ଶୁଶ୍ରୀ ଭାଙ୍ଗିଥିବା ସବୁ ପ୍ରସ୍ତାବର ପୁଅ ମାନଙ୍କୁ ଦେଖାକରିଥିଲେ.ପ୍ରଥମ ପ୍ରସ୍ତାବ ଥିବା ପୁଅ ପ୍ରଦୀପଙ୍କୁ ଏକାନ୍ତରେ ଦେଖାକରିଥିଲେ ଓ ଶୁଶ୍ରୀର ପ୍ରଶ୍ନ ଓ ମିଳାମିଶାରେ କିଛି ମାନସିକ ବିକୃତି ଥିବାର ଲକ୍ଷ କରିଥିଲେକି ବୋଲି ପଚାରିଥିଲେ ବାପା ଚନ୍ଦ୍ରକାନ୍ତ. ଡାକ୍ତର ପ୍ରଦୀପ କହିଥିଲେ ଆପଣଙ୍କ ବଡ଼ପଣ ଦେଖି ମୁଁ ବିସ୍ମିତ ଓ ଆଶ୍ଚର୍ଯ୍ୟ ଏଇଥିପାଇଁ ଯେ ପ୍ରଥମତଃ ଆପଣ ଉଦାର ବୋଲି ମୋ ସହ ଦେଖାକରିବାକୁ ଆସିଛନ୍ତି.ଦ୍ୱିତୀୟରେ ନିଜ ଝିଅକୁ ଖୁବ ଭଲ ପାଉଥିବାରୁ ସବୁ ଭୁଲିଯାଇ ବୁଝିବାକୁ ଆସିଛନ୍ତି ତାର ମାନସିକ ସ୍ଥିତି. ମୁଁ ନିଶ୍ଚୟ ସାହାଯ୍ୟ କରିବି ଓ ସତକଥା କହିବି ଆପଣଙ୍କୁ. ଡାକ୍ତର ପାଠ ପଢିବା ଭିତରେ ଡାକ୍ତର ହୋଇ ରୋଗୀ ସେବାରେ ରହି ଦେଶର ଜନନାୟକମାନଙ୍କ  ବିଷୟରେ ମୁଁ କୌଣସି ଉତ୍ତର ଦେଇପାରିନଥିଲି ଆପଣଙ୍କ ଝିଅର ପ୍ରଶ୍ନ ସବୁର. ହଉ ଗାନ୍ଧିଜୀଙ୍କ କଥା ଛାଡ଼ନ୍ତୁ ଦେଶର ଅନ୍ୟ ବରପୁତ୍ରମାନଙ୍କ ବିଷୟରେ ଓ  ସେମାନଙ୍କ ନିତି ଆଦର୍ଶ ବିଷୟରେ କିଛି କୁହନ୍ତୁ ପ୍ରଶ୍ନର ଉତ୍ତରରେ ମଧ୍ୟ ମୁଁ ସଠିକ ବରପୁତ୍ରମାନଙ୍କ ବିଷୟରେ କିଛି କହିପାରିନଥିଲି ତ ଆପଣଙ୍କ ଝିଅ କହିଥିଲେ ମୋ ବାପା ସେହି ପୁଅ ଓ ଝିଅଙ୍କୁ ପସନ୍ଦ କରନ୍ତି ଯାହାର ଜାତୀୟ ବରପୁତ୍ରମାନଙ୍କ ଉପରେ ଖୁବ ଜ୍ଞାନ ଥିବ କାରଣ ସେମାନଙ୍କ ଯୋଗୁଁ ଆମେ ଆଜି ସ୍ବାଧୀନତାର ସ୍ୱାଦ ଚାଖୁଛୁ.ବାପା ଚନ୍ଦ୍ରକାନ୍ତ ସେତିକିରେ ବୁଝିଗଲେ ଯେ ଶୁଶ୍ରୀ ଭଳି ଝିଅ କୋଟିକରେ ଗୋଟେ କିନ୍ତୁ କର୍ମ ବଳେ ନଳ ରାଜା ଘାସ କାଟିବା ଭଳି ଅବସ୍ଥା ହେଲା ତାର. ଏପରି ଭାବି ଓ ଡାକ୍ତର ଙ୍କୁ ଧନ୍ୟବାଦ ଦେଇ ଦ୍ୱିତୀୟ ପ୍ରସ୍ତାବ ଭାଙ୍ଗିଯାଇଥିବା ବଡ଼ ବ୍ୟବସାୟୀଙ୍କ ଇଞ୍ଜିନିଅର ପୁଅ ଅଶୋକଙ୍କୁ ଭେଟିଥିଲେ.ସେ କହିଥିଲେ ହୋଟେଲରେ ଖାଦ୍ୟ ପରିବେଷଣ ବେଳେ ଥରେ ନୁହେଁ ଦୁଇ ଦୁଇ ଥର ଓ୍ଵେଟର ତାଙ୍କ ଉପରେ ଝୋଳ ଢାଳି ଦେଇଥିଲେ ତ ସେ ଓ୍ଵେଟର ଉପରେ ଖୁବ ବିରକ୍ତି ପ୍ରକାଶ କରିଥିଲେ ଓ  ମ୍ୟାନେଜରଙ୍କୁ ଡାକି ତାର ଦରମା କାଟିବାକୁ କହିଥିଲେ. ସେତିକିରେ ଶୁଶ୍ରୀ ବିରକ୍ତି ଭାବ ପ୍ରକାଶ କରି କହିଥିଲେ ଏହି ଓ୍ଵେଟରମାନଙ୍କ ପରି କୃଷକ, ସୈନିକ, ଶ୍ରମିକମାନେ ସେବା ଯୋଗାଉନଥିଲେ ଆଜି ଆମେ ନିଜ କାମ ନିଜେ କରୁଥାଆନ୍ତେ ତେଣୁ ସେମାନଙ୍କୁ ସମ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମୋ ବାପା କୁହନ୍ତି. ବାପା ଚନ୍ଦ୍ରକାନ୍ତ ବୁଝିଗଲେ ଝିଅ ର ଭାଗ୍ୟରେ ଥିବାରୁ ରାମଚନ୍ଦ୍ରଙ୍କ ପରି ତାକୁ ବନବାସ ଯୋଗ ପରି ଦୁର୍ଦ୍ଦିନ ଘେରିଥିଲା.ଏଥର ସେଠୁ ଫେରି ଚନ୍ଦ୍ରକାନ୍ତ ବାବୁ ବ୍ୟାଙ୍କ ଅଫିସର ଆଲୋକଙ୍କୁ ଦେଖା କରି ଝିଅର ଭୁଲ ପାଇଁ କ୍ଷମା ମାଗିଥିଲେ କିନ୍ତୁ ଆଲୋକ କହିଲେ ନା ନା ଆଜ୍ଞା ଆପଣଙ୍କ ଝିଅ ମୋ ଆଖି ଖୋଲିଦେଇଛି କାରଣ ଆପଣଙ୍କ ଘରେ ଥିବା ଅଚଳନ୍ତି ହାତ ଘଣ୍ଟାଟିକୁ ଦେଖି ଏଇଟି କାହିଁକି ଘରେ ଅଛି? ଅଚଳନ୍ତି ଘଣ୍ଟା ବାସ୍ତୁ ଦୃଷ୍ଟିରୁ ଶୁଭ ନୁହେଁ କହିଥିଲି ତ ତା ଉତ୍ତରରେ ଆପଣଙ୍କ ଝିଅ କହିଥିଲେ ଯେ ସେଇ ଘଣ୍ଟାଟି ମୋ ବାପାଙ୍କୁ ତାଙ୍କ ପିତା ମାନେ ମୋ ଜେଜେ ପିଲାଦିନେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ କରିଥିବାରୁ ଉପହାର ସ୍ୱରୂପ ଦେଇଥିଲେ.ତାହା ଏବେ ଚାଲୁନଥିଲେ ମଧ୍ୟ ପିତା ମାତାଙ୍କ ଋଣ ତ ଶୁଝି ହୁଏନା ବରଂ ତାଙ୍କ ସ୍ମୃତିକୁ ସାଇତି ରଖି ମୋ ବାପା ତାଙ୍କ ପିତାଙ୍କୁ ସମ୍ମାନ ଦେଉଛନ୍ତି ଘଣ୍ଟାଟିକୁ ଏଯାଏଁ ସାଇତିକରି କହିସାରି ଶୁଶ୍ରୀ ପୁଣି କହିଥିଲେ ଆପଣ ତ ଆମ ଘରେ ପଶୁ ପଶୁ ଚାଳ ବାଜିଲାଣି, ଏ ଘରେ ଜୋଇଁ ହେବେ କେମିତି?ତେଣୁ ମୁଁ ସଂଭ୍ରମରେ ଫେରିଆସିଥିଲି. ବାପା ଚନ୍ଦ୍ରକାନ୍ତବାବୁ କାନ୍ଦି ପକେଇଥିଲେ ଏସବୁ ଶୁଣି.ଝିଅ ଶୁଶ୍ରୀ ପାଇଁ ଏବେ ଯେବେ ତାଙ୍କ ଦ୍ୱାରା ଆସିଥିବା ଚତୁର୍ଥ ପ୍ରସ୍ତାବ ପୁଅ ନିଖିଲ ମାମୁଲି କିରାଣୀ ଚାକିରୀ କରିଥିଲେ ମଧ୍ୟ ହୋଟେଲ ଓ ପାର୍କରେ ତଥା ଘରେ ଏକାନ୍ତରେ କିଛି ସମୟ କଥାବାର୍ତ୍ତା ପରେ ଶୁଶ୍ରୀ ସେହି ପୁଅକୁ ବାହା ହେବାକୁ ରାଜି ହୋଇଯାଇଥିଲା ସେତେବେଳେ ସେ ନିଜେ ବି ଜାଣିନଥିଲା ବାପା ଆଗରୁ ସେହି ପୁଅକୁ ସବୁକଥା କହିସାରିଥିଲେ ଯାହା ଅନ୍ୟ ତିନିଜଣଙ୍କ ସାଙ୍ଗରେ ଘଟିସାରିଥିଲା.ସେହି ପୁଅ ଖାଲି ଶୁଶ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇନଥିଲେ ବରଂ କହିଥିଲେ ତୁମେ ଆମ ଜାତୀୟ ପକ୍ଷୀ,ମୋ ମନ ମୟୂରୀ ପରି ଖୁବ ସୁନ୍ଦର.ସେତେବେଳକୁ ଭାଇ ଶୁଶ୍ରୀ ଙ୍କ କେଶ ଜିତି ସାରିଥିଲେ ତ ବାହାଘର ପରେ ଶୁଶ୍ରୀ ଓ ଜୋଇଁ ପଖାଳ ଖାଉଥିଲେ ବୋଉ ଓ ଭାଉଜ ଉଭୟଙ୍କ ହାତରୁ.

,,,,,,,,,,,,,,,,,,



Rate this content
Log in

Similar oriya story from Abstract