STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ହୁଣ୍ଡା

ହୁଣ୍ଡା

4 mins
1

ଗୋପାଳ ସବୁଦିନ କାମକୁ ଆସେ ଆଉ ରାତି ଦଶ ସରିକି ଗାଁ କୁଡ଼ିଆ ଘରକୁ ଫେରେ. ବଜାରରରୁ ତା ଗାଁ ଘର ପାଖାପାଖି ଦଶ କିଲୋମିଟର ହେବ . ସେତିକି ବାଟ ଚାଲି ଚାଲି ଯାଉ ଯାଉ କେତେ ଉଛୁର!ସ୍ତ୍ରୀ ପଚାରେ ଆଜି କଣ ଖାଇଥିଲ. ହଁବା ହୁଁ ଛଡା ଆଉ କିଛି ଉତ୍ତର ଦିଏନି ଗୋପାଳ. ଝିଅ ଦୁହେଁ ରସୁଣ ଫୁଟା ସୋରିଷ ତେଲ ମାଆ ହାତକୁ ବଢ଼େଇ ସତେ ଯେମିତି କହୁଥାନ୍ତି ବାପା କେତେ ବାଟ ଚାଲି ଚାଲି ଆସିଛନ୍ତି .ଗୋଡ଼ କାଟୁଥିବ,ଘଷିଦେ ବୋଉ. ବୋଉ ଅର୍ଥାତ ଗୋପାଳର ସ୍ତ୍ରୀ ବୁଝିଯାଏ. ଆଉ ଖାଇବାକୁ ବାଢିବା ପୂର୍ବରୁ ଥରେ ଓ ଶୋଇବାକୁ ଗଲାପରେ ଥରେ ସୋରିଷ ତେଲ ମାରୁଥାଏ ଜାନକୀ ଗୋପାଳ ର ଦୁଇ ଗୋଡ଼ ଓ ପାଦ ତଥା ଆଣ୍ଠୁ ରେ. ଗୋପାଳ ବାପା ଡାକ ପକାନ୍ତି. ଫେରିଲୁଣି ପୁଅ ପଚାରନ୍ତି. ସେମିତି ଗୋଟେ ହଁ ବା ହୁଁ ବୋଲି ଉତ୍ତର ଦେଇ ବାପାଙ୍କ ହାତକୁ ଶହେ ଓ ସ୍ତ୍ରୀ ହାତକୁ ଶହେ ଟଙ୍କା ବଢ଼େଇ ଦେଇ ଶାନ୍ତିରେ ଘୁଙ୍ଗୁଡ଼ି ମରା ନିଶ୍ୱାସ ମାରୁଥାଏ କୁଡ଼ିଆ ଘରେ ନିଜର ଗୋପାଳ. ଝିଅ ଦୁହେଁ ବୁଝନ୍ତି ଯେ ବାପା ମାଆ ହାତକୁ ପ୍ରତିଦିନ ଯେଉଁ ଶହେ ଟଙ୍କା ବଢ଼ାଇଦିଅନ୍ତି ସେହି ପଇସାରେ ତ ମାଆ ତାଙ୍କର ସବୁ ବରାଦ ପୁରଣ କରନ୍ତି ଦୁଇ ଭଉଣୀର . ଗରମ ଦିନ ହେଲାଣି. ଛତା ର ଉପର କପଡା ଚିରି ଗଲାଣି. ଜେଜେ ସିଲେଇ କରି ଆଣି ଦେଲେ ମଧ୍ୟ ରହୁନି. ସେଇ ବାଟ ଦେଇ ସୂର୍ଯ୍ୟ ଉଙ୍କି ମାରି ଝାଳ ନାଳ କରିଦିଅନ୍ତି ଦୁଇଭଉଣୀଙ୍କୁ. ସେମାନେ କିନ୍ତୁ ବାପା ଙ୍କୁ କେବେ କିଛି ଆଣିବାକୁ କହନ୍ତିନି. ମାଆ ଆପେ ଆଣିଦେବ ବୋଲି ବୁଝିଯାଆନ୍ତି.ଗୋପାଳ କେତେଥର ଭାବେ କାମ ସାରି ବାଟରେ ଆସୁ ଆସୁ ପଡୁଥିବା ହୋଟେଲରେ ହାଣ୍ଡି ହଣ୍ଡା ଡେକଚି କଡେଇ ମାଜିବା ପରେ ପୁରି ଡ଼ାଲମା ଖାଉ ଖାଉ ତା କାନରେ ବାଜେ ସ୍ତ୍ରୀ କଥା.ଶୁଣୁଛ ଆଜି ଆଜି କଣ ଖାଇଥିଲ...?ପୁଣି ଝିଅ ଦୁହେଁ ତା ଆଡକୁ ଦୁଇ ଯୋଡ଼ା ଲେଖାଏଁ ଚାରି ହଳ ଆଖି ମେଲି ଉହୁଁଙ୍କି ପଡି ଶୁଣୁଥିବା ମୁଁହଁ ଦେଖାଯାଏ କେବେ କେବେ ଗୋପାଳକୁ . ହେଲେ ଗୋପାଳକୁ ତ ଭାରି ଭୋକ. ଯେତେ ଭାବିଲେ ବି କେବେ ପୁରି ଦିଖଣ୍ଡ ପଲିଥିନ କି ଗାମୁଛାରେ ବାନ୍ଧି ଆଣିନି ସେ. ବାପାଙ୍କ ମୁଁହଁ ବି ମନେ ପଡେ.ବୁଢା ଲୋକ ଏ ବୟସରେ ଆରାମ କରିବେ କଣ ତା ସ୍ତ୍ରୀ ପିଲାଙ୍କ କଥା ବୁଝୁ ବୁଝୁ ସେ ଭୁଲିଯାଇଛନ୍ତି ତାଙ୍କର ମଧ୍ୟ ଗୋଟେ ସ୍ତ୍ରୀ ଥିଲା. ଯିଏ ବଞ୍ଚିଥିଲା ବେଳେ ମୋ ପୁଅ ଗୋପାଳ ହୁଣ୍ଡା ଟା, ତା କଥା ଧରିବ ନାହିଁ. ତାକୁ ଚଳାଇ ନେବ କହୁ କହୁ ଦୁନିଆଁ ଛାଡ଼ି ଚାଲିଗଲା. ଗୋପାଳର ବାପାଙ୍କ କଥା ଭାବି ଭାରି ମନଦୁଃଖ ହୁଏ. ଖାଇବା, ଶୋଇବା, ବସିବା ଛାଡ଼ି ତାରି ପିଲାଙ୍କ ଜଞ୍ଜାଳ କରୁଛନ୍ତି. ତାଙ୍କ ପାଇଁ ପୁରି ଦୁଇଖଣ୍ଡ କେବେ ଦିନେ ନେବାକୁ ଇଛା କରି ସେଦିନ ଗାମୁଛାରେ ବାନ୍ଧିଲା ବେଳକୁ ମନେପଡ଼ିଲା ବାପାଙ୍କ କଥା. କେତେଟା ଟଙ୍କା ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଏ ଯେ ତୋ ସ୍ତ୍ରୀ ଓ ଦୁଇଝିଅ ଙ୍କ କଥା ବୁଝିବି!ଏଥର କହିଦେଉଛି ଶୁଣି ରଖ.ଯୋଉ କାମ କରୁଛୁ କରେ ହେଲେ ସବୁଦିନ ମତେ ଶହେ ଟଙ୍କା ଘର ଚଳେଇବାକୁ ଓ ବୋହୁ ହାତକୁ ଶହେ ଟଙ୍କା ତୋ ପିଲାଙ୍କ କଥା ବୁଝିବାକୁ ଦେଇସାରିଲା ପରେ ବାକି ଟଙ୍କା ରେ ତୁ ଯେତେ ଖାଉଛୁ ଖାଆ. ବୋଉକୁ କଥା ଦେଲ ମତେ ଚଳେଇବ ବୋଲି ପୁଣି ମୋ କଷ୍ଟ ଅର୍ଜିତ ଟଙ୍କାରୁ ନଉଛ କାହିଁକି ଭାବି ରଖୁଥିବା ପୁରି ଦୁଇଖଣ୍ଡ ପୁଣି ପାଟିରେ ପୁରେଇ ଦେଇ ଉଠେ ଗୋପାଳ. କଣ ସେ କରିବ!ତାକୁ ତ ଭାରି ଭୋକ. କାମଟା ମଧ୍ୟ ଭାରି କଷ୍ଟ ବୋଲି ସମସ୍ତେ ମାନନ୍ତି ହେଲେ ସେଇ ଗୋଡି, ଇଟା, ସିମେଣ୍ଟ, ବାଲି ବୋହିବା ଛଡା ଆଉ କିଛି ତା ଦିହାତି ହୁଏନି. ଗୋପାଳ କିନ୍ତୁ ବିନା ଲିଫ୍ଟ ରେ ମୁଣ୍ଡରେ ବାଲି ବା ଗୋଡି ବା ସିମେଣ୍ଟ ଇତ୍ୟାଦି ମୁଣ୍ଡେଇ ଏକ, ଦୁଇ, ତିନି, ଚାରି ଏମିତିକି ପାଞ୍ଚ ତାଲା ବା ମହଲା ଯାଏଁ ନେଇଯାଇପାରେ ମୁଣ୍ଡରେ ମୁଣ୍ଡେଇ ସେସବୁ ଭାରି ବସ୍ତୁ . ମଝିରେ ମଝିରେ କିନ୍ତୁ ସେ ଯିବ ତା ଥାକ ଦୋକାନକୁ. କୋଉଠି ପଇସା ଦେଇ,କୋଉଠି ବାସନ ମାଜି ବା କୋଉ ଦୋକାନକୁ ପାଣି ବୋହି ପାଉଥିବା ପଇସାରେ କିଛି ହେଲେ ପେଟ କୁ ପକେଇ, ଗୁଟଖା ଉଠେଇ ପୁଣି ଫେରିବ କାମକୁ.
    ଯେତେ ରାତି ହେଉ ପଛେ ସକାଳେ ଛିଣ୍ଡେଇଥିବା ବରାଦି କାମ ନସାରିବା ଯାଏଁ ଯିବନି ଗୋପାଳ . ସେଇଥିପାଇଁ ତ ସବୁରି ପ୍ରିୟ ଗୋପାଳ. ତା ହାତ ଓ ମୁଣ୍ଡ ନଲାଗିଲେ ଏ ବଜାର ଗାଁରେ କାହାର ବା ଘରତୋଳା ହେଲାଣି!ଏମିତି ଶସ୍ତା, ସୁନ୍ଦର ମଜଭୂତ ଶ୍ରମିକ କିଏ କୋଉଠି ଅଛି! ବାବୁ ମାନେ ଏକ ଘଣ୍ଟା ଅନ୍ତରରେ ଥରେ ଛାଡିବାକୁ ଯେମିତି କୁଣ୍ଠା ପ୍ରକାଶ କରନ୍ତି ମାଆମାନେ ଶିଡ଼ି ଅଳିଆ କରୁଛି ଟିକେ ଓଳେଇଦେବାର ନାଁ ଧରୁନି କହି ବିରକ୍ତ ହୁଅନ୍ତି. ଯିଏ ଯାହା ଭାବୁ କି କହୁ ହେଲେ ଗୋପାଳ କୋଉଦିନ ତା ବାପା ତା ପାଇଁ କିଣି ଦେଇଥିବା ଲୁଙ୍ଗି, ଗଞ୍ଜି ଓ ଗାମୁଛା ପିନ୍ଧି ନିଜ ଜନ୍ମଦିନରେ ଖୁସି ହେଉଥାଏ ତ କୋଉଦିନ କୋଉ ବାବୁ ଘଣ୍ଟେ ଅନ୍ତରରେ ନଛାଡି ତା ହାତକୁ ଗୁଟୁଖା ଜରି ବଢ଼େଇ ଦେଉଥିବାରୁ ଖୁସି ହୋଇଯାଏ. ଭାବୁଥାଏ ଏମିତି ମାଆ ଯିଏ ବଳିପଡିଥିବା ରୁଟି ତରକାରୀ ହେଉ ଅବା ବିନା ସେକା ପାଉଁରୁଟି ସାଥିରେ ଚା କପେ ହେଉ ଦେଇଦେଲେ ତାକୁ ଆଉ ଯିବାକୁ ପଡ଼ନ୍ତାନି ବାଜାର କୁ ଥରକୁ ଥର ପେଟ ପାଇଁ ନାଟ କରିବାକୁ. ହେଲେ ପୁଣି ଏକ ଘଣ୍ଟା ଯାଇଥିବ କି ନାହିଁ ମୁଣ୍ଡ ଭାଙ୍ଗି ଅଣ୍ଟା ବଙ୍କେଇ କୋଉ ବାବୁ ଙ୍କୁ ପୁଣି ଦଶ ଟଙ୍କା ଗୁଟୁଖା ପାଇଁ ମାଗିବା ସହ ଅନୁମତି ମାଗୁଥାଏ ବାଜାରରୁ ଆସେ ଟିକେ!କିଏ ଦୟା ଦେଖେଇ ଛାଡ଼ିଦେଇ ପୁଣି ଗୋପାଳ ଆସିବ କି ନାହିଁ ଦ୍ଵନ୍ଦରେ ଥିଲାବେଳେ ଗୋପାଳ କିନ୍ତୁ ଆସେ. ଘଣ୍ଟେ ପରେ ହେଉ ଅବା ସଞ୍ଜ ଲାଗିଗଲା ପରେ କିନ୍ତୁ ଛିଡ଼ିଥିବା ଟଙ୍କା ନେଇ କାମ ସାରି ଫେରେ ଚାଲି ଚାଲି ଗାଁକୁ . ବାପା କିଣିଦେଇଥିବା ସାଇକେଲ ଚୋରୀ ହୋଇଗଲା ପରେ ଗୋପାଳ ଏମିତି ଚାଲୁଛି. ବାଟ ସରେ ତାର ସେହି କୁଡ଼ିଆ ପାଖରେ.ଭିତରେ ଯେଉଁଠି ସମ୍ପର୍କ ର ସ୍ନେହ ମମତା ଭରା ଭରା ଥାଏ ଗୋପାଳ ପାଇଁ. ବାପା ପଚାରନ୍ତି ଆସିଲୁ ଗୋପାଳ?ସ୍ତ୍ରୀ ପଚାରେ ଆଜି କଣ ଖାଇଛ ଓ ଝିଅ ଦୁହେଁ କବାଟ ଚଉକାଠ ବନ୍ଧରୁ ଉହୁଁଙ୍କି ପଡି ବଢ଼େଇ ଦେଉଥାଆନ୍ତି ସୋରିଷ ତେଲ ଗିନା. ଗୋପାଳ ର କିନ୍ତୁ ସେଇ ଏକା ଉତ୍ତର ହୁଁ ବୋଲି ଶୁଣିବାକୁ ନିଦ ନଥାଏ ବୁଢା ବାପା ଆଖିକୁ କି ସ୍ତ୍ରୀ ଓ ଦୁଇଝିଅଙ୍କୁ.


    



Rate this content
Log in

Similar oriya story from Action