ନାଗବଲ୍ଲୀ
ନାଗବଲ୍ଲୀ
ସେଦିନ ଭ୍ରମଣ ବିହାର ସରିବା ପୂର୍ବରୁ ସମୟ କିଛି ବାକି ଥିଲା ବାସୁକି ନାଗଦେବାତାଙ୍କ କନ୍ୟା ରାଜକୁମାରୀ ବସୁଦତ୍ତିକା ଙ୍କ ପାଖରେ ତ ସଖି ମାନଙ୍କ ସାଙ୍ଗରେ ମର୍ତ୍ତ୍ୟ ବୁଲିଯିବାକୁ ଚାହିଁ ବାହାରିପଡିଲେ ସେମାନେ. ପଦ୍ମ ଫୁଲରେ ଭରା ଲୀଳାସରୋବର ଥିବା କୌଶାମ୍ବୀ ରାଜ ଉଦ୍ୟାନରେ ଆସି ପହଞ୍ଚିଗଲେ ସମସ୍ତେ . ଲାଲ ଓ ଶ୍ୱେତ ପଦ୍ମରୁ କିଛି କିଛି ତୋଳି ପ୍ରିୟ ସଖି ମଞ୍ଜରିକା ଓ ଅନ୍ୟମାନେ ବସୁଦତ୍ତିକା ଙ୍କ ଦୀର୍ଘ ବେଣୀରେ ଖଞ୍ଜିଥିଲେ . ପ୍ରକୃତି ଥିଲା ବସନ୍ତ ଋତୁ ର ଆଗମନ. ନବପଲ୍ଲଵ ର ଆଗମନରେ ଆଜି ସଖିମାନଙ୍କ ସଙ୍ଗେ ହଜି ମଜ୍ଜି ଯାଇଥିଲେ ବସୁଦତ୍ତିକା. ସଖିମାନେ ଭରପୁର ବଉଳ ବାସ୍ନା ଭରା ଆମ୍ର ବୃକ୍ଷ ଛାୟାରେ ବସି କୋଇଲିର କୁହୁତାନ ଶୁଣିବା ସାଙ୍ଗକୁ ବଉଳ ତୋଳୁଥାଆନ୍ତି. ପୁଷ୍ପଶଯ୍ୟା ପରେ ରାଜକୁମାରୀ ଅର୍ଦ୍ଧଶାୟିତା ଅବସ୍ଥାରେ ଦେହବଲ୍ହରୀ ଲୋଟାଇ କେଉଁ ଏକ ଅଜଣା ଚିନ୍ତାରେ ମଗ୍ନ ଥାଆନ୍ତି. ବସୁଦତ୍ତିକାଙ୍କ ଲମ୍ବା ବେଣୀ ରେ ଲାଗିଥିଲା ଗୋଲାପର ଏକ ସ୍ତବକ ତା ସହିତ ବସନ୍ତ ରଙ୍ଗର ଦୁକୂଳ ସାଙ୍ଗକୁ ଏବେ ଶ୍ୱେତ ଓ ଲାଲ ପଦ୍ମରେ ଖଞ୍ଜା ଲମ୍ବା ବେଣୀ ସାଙ୍ଗକୁ ହଳଦୀ ମିଶା ଦେହ ର ବର୍ଣ୍ଣନା ଅବର୍ଣ୍ଣନନୀୟ ଥିଲା ବେଳେ କୌଶାମ୍ବୀ ରାଜ୍ୟର ରାଜକୁମାର ଉଦୟନଙ୍କ ଦୃଷ୍ଟି ପଡିଲା ବସୁଦତ୍ତିକା ଙ୍କ ଉପରେ.ତ ରାଜକୁମାର ବିମୋହିତ ହେଲେ. ସ୍ଥାନ କାଳ ପାତ୍ର ଓ ବାକି ଥିବା ସମୟ ର କଥା ଭୁଲିଗଲେ. ଚୁମ୍ବକୀୟ ଥିଲା ସେ ଦୁହିଁଙ୍କ ଆକର୍ଷଣ . ଦୁହେଁ ଦୁହିଁଙ୍କୁ ଚାହିଁ ପରସ୍ପର ପ୍ରତି ଆକୃଷ୍ଟ ହୁଅନ୍ତେ ଉଦୟନ ହାତ ବଢ଼େଇଲେ. ସେତେବେଳକୁ ସଖି ସମୂହ କିଏ ବିଳ ଭିତରେ ତ କିଏ କୁଆଡେ ଉଭେଇ ଯାଇଥିଲେ. ଏଥର ରାଜକୁମାରୀ ମଧ୍ୟ ପବନ ବେଗରେ ବିଳ ଭିତରେ ପଶି ଯାଉଥିଲା ବେଳେ ପଦ୍ମଫୁଲ ବେଢ଼ି ରହିଥିବା ବେଣୀ ବାଧା ଉପୁଯାଇ ରାଜାଙ୍କ ଖଡ୍ଗ ଦ୍ୱାରା ସୁଦୀର୍ଘ ପୁଷ୍ପିତ ବେଣୀ ଛେଦିତ ହୋଇ ରହିଗଲା ଉଦୟନ ଙ୍କ ପାଖେ, ହାତରେ ତାଙ୍କର .ଆଖିରୁ ଉତ୍ପନ୍ନ ହୋଇଥିବା ପ୍ରେମ ଏବେ ବିରହ ରେ ପରିଣତ ହୋଇ ସାରିଥିଲା ଉଭୟଙ୍କ ପାଇଁ. ରାଜକୁମାରୀ ଙ୍କ ବାପା ବାସୁକି ଜାଣିପାରି ତକ୍ଷକ ଙ୍କୁ ପଠାଇଲେ କୌଶାମ୍ବୀ ରାଜ୍ୟ ଓ ରାଜ୍ୟବାସୀ ତଥା ରାଜା ଉଦୟନଙ୍କୁ ସମୂଳେ ବିନାଶ କରି ରାଜକନ୍ୟା ଙ୍କ ବେଣୀ ଛେଦନ ର ପ୍ରତିଶୋଧ ନେବାକୁ. ଯେମିତି ସୁର୍ପଣକ୍ଷା ଙ୍କ ନାସା ଓ କର୍ଣ୍ଣ ଛେଦନ ହେବା ପରେ ରାବଣ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଥିଲେ ରାମଙ୍କ ବିପକ୍ଷରେ. ଏଠି ସେମିତି ତକ୍ଷକ ଙ୍କୁ ପଠାଇ ଉଦୟନଙ୍କ ସର୍ବନାଶ କରିବାକୁ ନାଗରାଜା ବାସୁକି ସିନା ପଠେଇ ଦେଲେ କିନ୍ତୁ ଫେରି ଆସିଲେ ତକ୍ଷକ. ସେ ଜାଣି ପାରିଲେ ଯେ ଯିଏ କନ୍ୟାର ବେଣୀ ସିଂହାସନ ରେ ରଖି ଏମିତି ପୂଜା କରିପାରେ ସେ ରାଜକନ୍ୟା ବସୁଦତ୍ତିକା ଙ୍କୁ ପାଇଲେ କେତେ ଖୁସିରେ ରଖିବେ!ରାମଙ୍କ ବନବାସ ପରେ ତାଙ୍କ ଭାଇ ଭରତଙ୍କ ସେତିକି ପ୍ରେମ, ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ନଥିଲେ ସେ କଣ ପାଦୁକା ରଖି ପୂଜା କରିବା ସହ ରାଜ୍ୟ ଭାର ଚଳେଇ ଥାଆନ୍ତେ!ବୁଝିଗଲେ ବାସୁକି . ଯୁଦ୍ଧ ଦେହିଂ ପରିବର୍ତ୍ତେ ହାତ ଦେହିଂ ମାଗୁଥିଲେ ଉଦୟନ ଙ୍କୁ ତ ବିବାହ ସମ୍ପର୍ଣ୍ଣ ହୋଇଗଲା.ବିବାହ ସମୟରେ ରାଜା ବାସୁକି କନ୍ୟାକୁ ଉପହାର ରୂପେ ଦେଇଥିଲେ ସବତ୍ସା କାମଧେନୁ, ସୋପାଧାନ, ସତୁଳିକା ଖଟ, ରତ୍ନଦ୍ୟୋତ ସହ ନାଗବଲ୍ଲୀ. ଯେଉଁ ନାଗବଲ୍ଲୀ ର ଅନ୍ୟ ନାମ ପାନ. ଯାହାର ତୁଳନା ନାହିଁ.
ସମୟ କ୍ରମେ ପାନ ହେଲା ଓଡ଼ିଶାରେ କଣ ସମଗ୍ର ମର୍ତ୍ତ୍ୟ ରେ ଆଦୃତ ଓ ପରମ୍ପରା ରୂପେ ସମାଦୃତ. ଓଡ଼ିଆ ଘର ଅତିଥି ଆସିଲେ ପାନ ଭଙ୍ଗା ହୁଏ. ବରଜ ବରଜ ପାନ ତୋଳି ଶ୍ରୀକୃଷ୍ଣ ଗୋପପୁରେ କରୁଥିଲେ କେଳି ଆଉ ଆଜି ଏଇ ଛୋଟ ଗାଁଟିରେ ରଜ ପାନ ଧରି ଅଳି ଅପେକ୍ଷା କରିଛି ସରୋଜ ପାଟିରେ ରଜ ପାନ ଦେଇ ରଜ ସଜବାଜ ହୋଇଥିବା ନିଜ ମୁଁହଁ ଦେଖେଇବ. କଥା ଦେଇଛି ସରୋଜ. ସେ କେବଳ ଅଳିର ହେବ. ମାଉସୀ ଓ ମଉସାଙ୍କ ଠାରୁ ସରୋଜ ଭାଇ ଆସିବା ଖବର ପାଇ ସେ ମଧ୍ୟ ଆଜି ପଢିଥିବା ନାଗ ରାଜକୁମାରୀ ବସୁଦତ୍ତିକା ଙ୍କ ପରି ସଜ ହୋଇ ଅପେକ୍ଷା କରିଥିଲା ଅଳି. ଆଜି ସେ ତାର ମନର ମଣିଷ ସରୋଜକୁ ନାଗବଲ୍ଲୀ ବା ପାନ ଖୁଆଇ ଦେବ ନିଜ ହାତରେ. ଏହି ସମୟରେ ସରୋଜ ଘର ଦ୍ୱାର ରେ କାର ଟିଏ ଅଟକିବା ଦେଖି ସେଇ ଆଡକୁ ବଢିଲା ଅଳି. ଏ କଣ ଦେଖୁଛି ସେ. ସରୋଜ ଆଜି ଆଉ କେହି ଜଣେ ନବବଧୂ ସହ କାରରେ ଆଉ ମଉସା ମାଉସୀଙ୍କ ଭିତରେ ସେପାଇଁ କଳି. ଏକା ଜିଦ ଦୁହିଁଙ୍କର. ଅସ୍ପଶ୍ୟ ଜାତିର ଝିଅ ଏ ବ୍ରାହ୍ମଣ ଘରେ ପଶିପାରିବ ନାହିଁ. ଆଗେଇ ଗଲା କଳି. ଏତେଦିନର ସାଇତା ପ୍ରେମକୁ ତାର ସେଇଠି ସେଇ ମୁହୂର୍ତ୍ତରେ ଦେଲା ବାଳୀ ବଳି. ହାତରେ ଧରିଲା ପୂଜା ଥାଳି. ପକେଇଲା ହୁଳହୁଳି. ବନ୍ଦେଇଲା ବର ଓ ବଧୂ ଉଭୟଙ୍କୁ. ନବବଧୂ ର ଓଢଣା ଟିକୁ ଆଉ ହାତେ ଟାଣି ଦେଇ ଦୁହିଁଙ୍କ ମୁଁହଁ ରେ ଖିଲିପାନ ଦୁଇଟି ଦେଇ ଅଳି କହିଥିଲା ସମୟ ବଦଳି ଗଲାଣି ମାଉସୀ. ଆଉ କେତେଦିନର ବାକି ସମୟକୁ ଖୁସିରେ ନୂଆ ବୋହୁ ସହ କଟାଇଦେଲେ ସୁଖ ମିଳିବ.ଘରକୁ ଯାଉଥିଲା ଅଳି ପିଠା ଆଣିବାକୁ ହେଲେ ମାଉସୀ ଓ ମଉସା ମାନିଯାଇଥିଲେ ସେତେବେଳକୁ ତ ନବବଧୂ ଛାଡ଼ୁନଥିଲା ଅଳି କୁ ପାଖରୁ କହୁଥିଲା ଆମେ ଓଡ଼ିଆ.....ମିଠା ପାନ ଖୁବ ବଢିଆ.ସମୟ ଅଳ୍ପ ବାକି ଥିଲା ସନ୍ଧ୍ୟା ହେବାକୁ ତ କାଲି ପୁଣି ଆସିବି କହି ବିଦାୟ ନେଉଥିବା ଅଳିକୁ ପଦେ ବି କିଛି କହିପାରିନଥିଲା ସରୋଜ. ଆଜି କିଛି ନକୁହ ସରୋଜ ଭାଇ କାଲି ପାଇଁ ବାକି ଥାଉ ଏ ସମୟର ସବୁକଥା କହି ଅଳି ଫେରିପଡୁଥିଲା କହି କି କାଲି ପାନ ଆଣି ଆସିବି ଭାଉଜ. ଆଜି ଯିବାକୁ ଦିଅ କହି ଫେରିପଡ଼ୁଥିଲା ଥର ଥର ପାଦ ଘୋଷାଡି ଘୋଷାଡି ଆଗକୁ ଆଗକୁ .
