STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ଝିଅ

ଝିଅ

6 mins
1

ଜମିଦାରଙ୍କ ଝିଅର ଏକୋଇଶିଆ. ଏତେ ବର୍ଷ ପରେ ହାବେଲିରେ ଆନନ୍ଦର ଲହରୀ. ନିଜ ହାତରେ ବସ୍ତ୍ର ଭୂଷଣ ତଥା ଆଭୂଷଣ ଇତ୍ୟାଦି ସହ ଖାଦ୍ୟ ପରଷୁଛନ୍ତି ନିଜେ ଜମିଦାର ଦରିଦ୍ରନାରାୟଣମାନଙ୍କୁ. ଘରେ କାମ କରୁଥିବା ହଳିଆ, ଶ୍ରମିକ, ମଜଦୂର, ପ୍ରଜା ଓ ରଇତ ସଭିଏଁ ମାଆ ସାଆନ୍ତାଣୀଙ୍କ ହାତରୁ ଶାଢ଼ୀ,ଚୁଡ଼ି ସହ ଲୁଗା, ଧୋତି, ଗାମୁଛା ସହ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପାଇ ଖୁସି. ଘରେ ଗାୟତ୍ରୀ ମନ୍ତ୍ର ପାଠ ସହ ହୋମ ଜାଗଯଜ୍ଞ ଚାଲିଛି. ଗାୟତ୍ରୀ ମନ୍ତ୍ର ପଠନରେ ସର୍ବ ରିଷ୍ଟ ଖଣ୍ଡନ ହେବା ସହ  ଗାୟତ୍ରୀ ମନ୍ତ୍ର ଜପ କଲେ ଅନେକ ଉପକାରିତା ମିଳେ ବୋଲି ଜମିଦାରଙ୍କ ବିଶ୍ୱାସ.ସବୁଠାରୁ ଏହା ଶକ୍ତିଶାଳୀ ମନ୍ତ୍ର. ଏହା ଯଦୁର୍ବେଦ ଏବଂ ଋଗ ଵେଦ ଦୁଇଟି ଭାଗକୁ ନେଇ ଗଠିତ.ଏହି ମନ୍ତ୍ର ଜପ କରିବା ଦ୍ୱାରା ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଦୁଇ ପ୍ରକାରର ଉପଲବ୍ଧ ପ୍ରାପ୍ତି ହୋଇଥାଏ. ଶିକ୍ଷା,ଏକାଗ୍ରତା ଏବଂ ଜ୍ଞାନ ପାଇଁ ଗାୟତ୍ରୀ ମନ୍ତ୍ରକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ.ଶାସ୍ତ୍ର ଅନୁଯାୟୀ ଆକାଶବାଣୀରୁ ହିଁ ସୃଷ୍ଟିର ରଚୟିତାଙ୍କୁ ଗାୟତ୍ରୀ ମନ୍ତ୍ର ପ୍ରାପ୍ତ ହୋଇଥିଲା.ଗାୟତ୍ରୀ ମନ୍ତ୍ରକୁ ସମସ୍ତ ମନ୍ତ୍ର ମଧ୍ୟରୁ ସଵୁଠାରୁ ଶକ୍ତିଶାଳୀ ବିବେଚନା କରାଯାଏ.ତେଵେ ଏହି ମନ୍ତ୍ର ଜପ କରିବାର କିଛି ନିୟମ ଅଛି, ତା' ହେଲେ ଯାଇ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ.ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ସକାଳେ ବିଛଣାରୁ ଉଠି ନିତ୍ୟକର୍ମ ସାରିବା ପରେ ଗାୟତ୍ରୀ ମନ୍ତ୍ର ଅତିକମରେ ଆଠ ଥର ଜପ କରିବା ଉଚିତ.ସୂର୍ଯ୍ୟୋଦୟ ସମୟରେ ଘରର ପୂଜାପାଠ ସ୍ଥାନରେ କିମ୍ବା ଅନ୍ୟ କୌଣସି ଶୁଦ୍ଧ ସ୍ଥାନରେ ବସି ଗାୟତ୍ରୀ ମନ୍ତ୍ରକୁ ତିନି ଥର କିମ୍ବା ଶହେଆଠ ଥର ଜପ କରିବା ଜୀବନରେ ନାନା ଶୁଭ ଆଣିଥାଏ. ବିଶ୍ୱାସ କରାଯାଏ ଯେ ଏପରି କଲେ ଆପଣଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତର ଉଚିତ ଇଚ୍ଛା ପୂରଣ ହୋଇଥାଏ. ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ, ଗାୟତ୍ରୀ ମନ୍ତ୍ରକୁ ଭୋଜନ ପୂର୍ବରୁ ଥରେ ଜପ କଲେ ଖାଦ୍ୟ ଅମୃତ ପରି ହୋଇଯାଏ. ଯଦି ଆପଣ କିଛି କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି,ତେବେ ଘରୁ ବାହାରିବା ସମୟରେ ଆପଣ ଗାୟତ୍ରୀ ମନ୍ତ୍ର ପାଞ୍ଚ ଥର କିମ୍ବା ଏଗାର ଥର ଜପ କରିବା ଉଚିତ. ଏହା କରିବା ଦ୍ବାରା ଜଣେ ସମୃଦ୍ଧି ତଥା ସଫଳତା ହାସଲ କରନ୍ତି. ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଜଣେ ବ୍ଯକ୍ତି ନିୟମିତ ଭାବରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତି ତେବେ ଵ୍ଯକ୍ତିର କ୍ରୋଧଶାନ୍ତ ହେବା, ଚାପ ଏବଂ ଚିନ୍ତା ପରି ସମସ୍ୟା ଜୀବନରେ ନ ଆସିବା ଥୟ .ଗାୟତ୍ରୀ ମନ୍ତ୍ର ବୋଲିବା ଦ୍ୱାରା ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଶକ୍ତିଶାଳୀ ହୁଏ ଏବଂ କ୍ଯାରିୟରରେ ଅଗ୍ରଗତି ଆସିଥାଏ.ସମାଜରେ ଏପରି ବ୍ଯକ୍ତିର ସମ୍ମାନ ବୃଦ୍ଧି ପାଇଥାଏ.ନକାରାତ୍ମକତାକୁ ଦୂର କରି ରୋଗରୁ ମୁକ୍ତି ମିଳିଥାଏ.ଏହି ମନ୍ତ୍ର ଜପ ଅର୍ଥ ପୂର୍ବକ ସ୍ମରଣ କରିବା ଦ୍ବାରା କେଵଳ ମନ ନୁହେଁ ଶରୀରର ବି ତେଜ ବଢିଥାଏ.ଏହା ପଛରେ ବୈଜ୍ଞାନିକ କାରଣ ବି ରହିଛି.ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ବେଳେ ଆମ ଶରୀରରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଏପରି ସୁଫଳ ଆଣିଥାଏ. ଏହି ମନ୍ତ୍ର ଜପ କରିବା ସୁସ୍ଥ ଶାନ୍ତ ତଥା ସଫଳ ରହିପାରିବା ବୋଲି ପଣ୍ଡିତ ମାନେ ମତ ବ୍ଯକ୍ତ କରୁଥିଲେ ତ ଜମିଦାର ଓ ମାଆ ସାଆନ୍ତାଣୀ ସେହିପରି ଵିଧି ବିଧାନ କରି ଯଜ୍ଞ ଓ ଏକୋଇଶିଆ ପାଲା ପୂଜା ପରେ ଜମିଦାର ଝିଅର ନାମ ଗାୟତ୍ରୀ ରଖିଥିଲେ.
    ଏହି ସମୟରେ ହରିଆ ପାଖକୁ ଲାଗିଆସିଲା ଜମିଦାରଙ୍କର . ଆସ୍ତେ ଆସ୍ତେ କହିଲା ସାଆନ୍ତ ଝିଅ ତ ମୋର! ହେଲେ ଆପଣ ନନ୍ଦ ସାଜି ଗଲେ. ଏତିକି କହି ଖେଂ ଖେଂ ହେଉଥିଲା ଦାନ୍ତ ନେଭେଡେଇ ହରିଆ ତ ଜମିଦାରଙ୍କୁ ବୁଝିବାକୁ ବାକି ନଥିଲା. ଏକୋଇଶି ଦିନ ତଳେ ଜାଗୁଲ ଜାଗୁଲ ଅନ୍ଧାରରେ କେହି ଜଣେ କପଡା ଗୁଡେଇ ଝିଅଟିକୁ ବିଲ ମଝିରେ ଫୋପାଡି ଦେଉ ଦେଉ ଉଠାଇ ଆଣିଥିଲେ ଛାତ ହୋଇ ଛାତି ଉପରକୁ ନିଜେ ଜମିଦାର ପିଲାଟିକୁ . ସେ ଲୋକଟା ଯେ ହରିଆ, ନିଜ ଜମିଦାରୀର ରଇତ ତଥା ପ୍ରଜା ବୋଲି ଆଉ ବୁଝିବାକୁ ବାକି ନଥିଲା ଜମିଦାରଙ୍କୁ. ପୁଳାଏ ଟଙ୍କା ପାଇ ହରିଆ କହୁଥିଲା ମୁଁ ଏ କଥା କାହାକୁ କହିବିନି ଆଜ୍ଞା ଆପଣ ନିଶ୍ଚିନ୍ତ ରୁହନ୍ତୁ. ଗାୟତ୍ରୀକୁ ପାଇ ମହଲରେ ଯେଉଁ ଆନନ୍ଦ ଖେଳୁଥିଲା କେଇଟା ଟଙ୍କା ଦେଇ ହରିଆର ମୁହଁ ବନ୍ଦ ରଖିବାକୁ ଶ୍ରେୟ ମନେ କରିଥିଲେ ଜମିଦାର.
    ଝିଅ ଗାୟତ୍ରୀ ବଢୁଥିଲା ଚନ୍ଦ୍ରକଳା ପରି. ହରିଆ ଲୁଟୁଥିଲା ଜମିଦାରଙ୍କୁ ପୂର୍ବପରି.ଜମିଦାର ମଧ୍ୟ ହରିଆକୁ ଦେଇଚାଲିଥିଲେ ଟଙ୍କା, ସୁନା, ରୁପା, ଧନ ଓ ଦୌଲତ କେବଳ ଝିଅ ଗାୟତ୍ରୀକୁ ପାଇ ହରେଇନଦେବାକୁ. ଦିନେ ହରିଆ ଝିଅ ବୋଲି ଘୃଣା କରି ଜମିରେ ଫିଙ୍ଗି ଦେଇ ଆସିବାକୁ ଯାଇଥିବା କଅଁଳ ଶିଶୁକନ୍ୟା ଝିଅକୁ ଜାଗୁଲୁ ଜାଗୁଲୁ ଅନ୍ଧାରରେ ଜମିଦାର ଉଠାଇ ନେବା ସେ ନିଜ ଆଖିରେ ଦେଖିଥିଲା. ଲୁଟୁ ଥିଲା ଜମିଦାରଙ୍କୁ ଯେତିକି ଝିଅ ଗାୟତ୍ରୀ ଝିଅ ନୁହେଁ ସତେ ଦେବୀ ପରି ବଢୁଥିଲା ସେତିକି. ରୂପ,ଗୁଣ, ପାଠ ବୁଦ୍ଧିରେ କେହି ତା ସମକକ୍ଷ ନଥିଲେ. ପୁଣି ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଦିଏ ଝିଅ ହାବେଲିର ସେଇ ବଡ଼ ଘରଟାରେ. କେବେ ଗାୟତ୍ରୀ ମନ୍ତ୍ରର ଉପକାରିତା କଥା କହୁଥାଏ ତ କେବେ ରାମାୟଣ ପଢିବା ପାଇଁ, ପୁଣି କେବେ ମୁନିଋଷି ମାନଙ୍କ ଜୀବନୀ ଉପରେ କେତେ ସୁନ୍ଦର ସୁନ୍ଦର ତଥ୍ୟ ବାଖ୍ୟା କରୁଥାଏ ତ କେବେ ମାଆର ମମତା କଥା କହି କହୁଥାଏ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ଝିଅର ବାତ୍ସଲ୍ୟ ମମତା କଥା.ରାଣୀ ଭିକ୍ଟୋରିଆ ଇଂଲଣ୍ଡର ରାଣୀ ଥିଲା ବେଳେ ତାଙ୍କ ଝିଅ ଏଲିସଙ୍କ ପୁତ୍ର ଏକ ସଂକ୍ରମକ ଶ୍ଵାସନଳୀ ରୋଗରେ ପୀଡିତ ଥିବାରୁ ତା ପାଖରୁ ସମସ୍ତେ ଦୂରେଇ ଯାଇଥିଲେ ମଧ୍ୟ ଡାକ୍ତରଙ୍କ ବାରଣ ସତ୍ୱେ ମାଆ ଏଲିସ ନିଜ ପୁତ୍ରର ସମସ୍ତ କର୍ତ୍ତବ୍ୟ ଓ କର୍ମ କରୁଥାନ୍ତି. ସେଦିନ ପୁଅ ଅନୁରୋଧ କରିଥିଲା ମତେ ଥରେ କୋଳକୁ ନେଇ ଚୁମ୍ବନ ଦିଅ ମାଆ. ପଡି ପଡି ଜୀବନ ମତେ ବୀତସ୍ପୃହ ଲାଗିଲାଣି ତ ଭୁଲିଗଲେ ମାଆ ଏଲିସ ତାଙ୍କ ପୁଅର ଦୁରାବ୍ୟାଧି କଥା ତଥା ସଂକ୍ରମଣର ଭୟ କଥା ବରଂ ପୁଅକୁ କୋଳକୁ ଉଠାଇ ଚୁମ୍ବନ ଦେଇଚାଲିଥିଲେ. ତା ପରେ ପରେ ଏଲିସ ସେହି ଶ୍ୱାସରୋଗରେ ପୀଡିତ ହୋଇ ପୁଅ ପରି ମୃତ୍ୟୁ ବରଣ କଲାବେଳେ ଏଲିସ ଙ୍କ ମାଆ ଭିକ୍ଟୋରିଆ ତାଙ୍କ ଝିଅର ମୃତ୍ୟୁଶଯ୍ୟା ପାଖେ ଠିଆ ହୋଇ କହିଥିଲେ ପୁତ୍ରକୁ ଆଲିଙ୍ଗନ କରିବା କଣ ଦରକାର ଥିଲା? ଶେଷ କେଇପଦ ଏଲିସ କହିଥିଲେ ମୁଁ ଯେମିତି ତୁମ ଝିଅ, ସେ ମଧ୍ୟ ମୋ ପୁଅ ମାଆ. ଗାୟତ୍ରୀଙ୍କର ଏହି କଥା ଶୁଣୁ ଶୁଣୁ ସେଦିନ ସମସ୍ତଙ୍କ ଆଖି ମୋହରେ ଛଳ ଛଳ ହୋଇଯିବା ବେଳେ ହରିଆ ଉଠି ଚାଲିଯାଇଥିଲା.
    ତା ପରଦିନ ଗାୟତ୍ରୀ ଆରମ୍ଭ କରିଥିଲେ ହନୁମାନ ଓ ରାମଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ସହ ଭକ୍ତି ଭାବର କଥା . ଜମିଦାର ନିଜେ ସେଦିନ ଝିଅକୁ ପଚାରିଥିଲେ ହନୁମାନ ଚାଳିଶା କିଏ ଲେଖିଥିଲେ ଓ ତାହା ପଢିବା ଦ୍ୱାରା କି ଉପକାର ହୁଏ କହିପାରିବୁ ମାଆ ଗାୟତ୍ରୀ? ଗାୟତ୍ରୀ କହୁଥିଲା ସେହି କାହାଣୀଟି. ତୁଳସୀ ଦାସ ଜଣେ ସନ୍ଥ ଓ ବ୍ରହ୍ମଚାରୀ ଥିଲେ.ଦିନେ ଗୋଟେ ନବବିବାହିତ ଝିଅର ସ୍ୱାମୀ ମରିଯିବା ପରେ, ସେ ଝିଅର ଦୁଃଖରେ ତୁଳସୀ ଦାସ ନିଜେ ଭାଙ୍ଗି ପଡିଲେ ସେହି ଝିଅକୁ ଦେଖି.ତୁଳସୀ ଦାସ ସହିନପାରି କୋକେଇ ପାଖକୁ ଯାଇ ସେହି ଝିଅର ସ୍ୱାମୀ ଶବ ଯୁବକ ଦେହକୁ ଛୁଇଁ ରାମ ରାମ ରାମ ବୋଲି ତିନିଥର ଉଚ୍ଚାରଣ କରିବା ପରେ ଦେଖାଗଲା ଯୁବକଟି ଉଠିବସିଲା. ସେ ଭାବିଲେ କି ଯୁବକ ମରି ନଥିଲେ କେବଳ ମାତ୍ର ବେହୋସ ହୋଇଯାଇଥିଲେ.ନିଜର ଉଦାର ଓ ବଡ଼ପଣ ଯୋଗୁଁ ତୁଳସୀ ଦାସ ସିନା ଏପରି କହିଲେ କିନ୍ତୁ ତୁଳସୀ ଦାସ ସ୍ୱୟଂ ଭଗବାନଙ୍କ ଅବତାର ବୋଲି ସମସ୍ତେ କହୁ କହୁ ରାଜା ଆକବରଙ୍କ ପାଖେ ଏ ଖବର ପହଞ୍ଚିବାରୁ ସେ ତୁଳସୀ ଦାସଙ୍କୁ ଡକାଇ ପଠାଇଲେ. ମାତ୍ର ରାଜାଙ୍କ ପାଖରେ ମୋର କି କାମ କହି ତୁଳସୀ ଦାସ ନଯିବାରୁ ରାଜାଙ୍କ ସୈନିକ ଆସି ବାନ୍ଧିନେଇ ତୁଳସୀ ଦାସଙ୍କୁ ଜାହାଁପନା ଆକବରଙ୍କ ପାଖେ ହାଜର କରେଇଲେ. ରାଜା ତ ଗୋଜା. ସେ ତୁଳସୀ ଦାସଙ୍କୁ ତାଙ୍କ ଡାକରା ପାଇ ଆସିନଥିବାରୁ ବନ୍ଦୀ କରିଦେଲେ. ସେହି ବନ୍ଦୀ ଥିବା ଅବସ୍ଥାରେ ଦିନକୁ  ହନୁମାନ ଚାଳିଶା ଲେଖିବାରେ ମନ ନିବେଶ କରି ଚାଲିଲେ ସନ୍ଥ ତୁଳସୀ ଦାସ. ଯାହାର ପ୍ରଥମ ପଦ ଥିଲା, ଶ୍ରୀଗୁରୁ ଚରଣ ସରୋଜ ରଜ ନିଜ ମନ ମୁକୁର ସୁଧାରି... ବରନୌ ରଘୁବର ବିମଲ ଜଶୁ ଦୋ ଦାୟକୁ ଫଲ ଚାରି.
     ଏମିତି ଲେଖୁ ଲେଖୁ ଚାଳିଶ ଦିନ ସମ୍ପୂର୍ଣ୍ଣ ହେବା ଦିନ ରାଜ୍ୟ ଓ ରାଜ ପରିବାରରେ ଗୋଟେ ଅଘଟଣ ଘଟିଲା. ସହ ସହ ବାନର ସେନା ଘେରିଗଲେ ଦିଲ୍ଲୀ ଓ ଦିଲ୍ଲୀର ଆକବରଙ୍କ ଦରବାର ତଥା ରାଜଉଆସ. ରାଣୀ, ପରିଚାରିକା, ସୈନ୍ୟ, ସାମନ୍ତ, ପାତ୍ର, ମନ୍ତ୍ରୀ କେହି ତାଙ୍କର କିଛି କରିପାରିଲେ ନାହିଁ. ବରଂ ମାଙ୍କଡ଼ମାନଙ୍କ ଆକ୍ରମଣର ଶୀକାର ହେଲେ ତ ମୌଲାନା ମୌଲବୀ ହାଫିସଙ୍କୁ ଡାକରା ଗଲା. ସେତେବେଳକୁ ସମ୍ରାଟ ଆକବର ଦୁଆର ଘର ଦେଇ ନିଜକୁ ଓ ନିଜ ରାଜ ପରିବାରକୁ ତଥା ରାଜ୍ୟବାସୀମାନଙ୍କୁ କିପରି ଏହି କ୍ରୋଧାନ୍ବିତ ବାନର ସେନାଙ୍କ କବଳରୁ ମୁକ୍ତ କରିବେ ଚିନ୍ତା କରୁଥାନ୍ତି.ତ କୋରାନ ପାଠ କରୁଥିବା ହାଫିସ କହିଥିଲେ ସମ୍ରାଟ ଆକବର କୌଣସି ରାମଭକ୍ତଙ୍କ ପ୍ରତି କିଛି ଅନ୍ୟାୟ କରିଛନ୍ତି ଯାହାର ଫଳ ସ୍ୱରୂପ ଏ ଆକ୍ରମଣାତ୍ମକ ବାନରଙ୍କ ଦ୍ୱାରା ରାଜ୍ୟ ଘେରାଉ ହୋଇଛି. ଏତେବେଳକୁ ସମ୍ରାଟ ଆକବର ଚାଳିଶ ଦିନ ତଳେ ସନ୍ଥ ତୁଳସୀ ଦାସଙ୍କୁ ବିନା କାରଣରେ ବନ୍ଦୀ କରିଛନ୍ତି ଜାଣି ତାଙ୍କୁ ଉଦ୍ଧାର କରିବା ପରେ ବାନର ସେନା କୁଆଡେ ଉଭାନ ହୋଇଯାଇଥିଲେ .   
        ଗାୟତ୍ରୀର ଏସବୁ କଥା ଶୁଣି ସମସ୍ତେ ଜୟ ପ୍ରଭୁ ରାମ କି ଜୟ କହୁଥିବା ବେଳେ ହରିଆ ପାଇଁ ଲକ୍ଷେ ଟଙ୍କା ଯୋଗାଡ଼ କରି ଜମିଦାର ବସିଥାଆନ୍ତି. ଝିଅ ଗାୟତ୍ରୀ କହିଚାଲିଥାଏ ତା ପରଠୁ ଆକବର ନିଜ ଦରବାର ଦିଲ୍ଲୀରୁ ଆଗ୍ରାର ଫାତେପୁର ସିକ୍ରି ଓ ପୁଣି ଦିଲ୍ଲୀ ହେବା ଭିତରେ ସମସ୍ତଙ୍କୁ ରାମ ଭକ୍ତ ଓ ହନୁମାନ ଭକ୍ତଙ୍କୁ କେବେ କିଛି କ୍ଷତି ନପହଞ୍ଚାଇବାକୁ ଚେତାବନୀ ଦେବା ସହ ଅକ୍ସସ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ହନୁମାନ ଚାଳିଶା ଗ୍ରନ୍ଥ ମୁଦ୍ରିତ ତଥା ସ୍ଥାପିତ ହେବା ସହ ତୁଳସୀ ଦାସ ସମଗ୍ର ଉତ୍ତର ଭାରତରେ ରାମ ଭକ୍ତ ତଥା ହନୁମାନଙ୍କ ଭକ୍ତ ହିସାବରେ ଆଜୀବନ ପ୍ରସିଦ୍ଧି ଲାଭ କରିଥିଲେ.ଆଲୋଚନାରେ କଥାବାଚିକା ଗାୟତ୍ରୀ କଥା ଶୁଣୁଥିବା ହରିଆକୁ ଜମିଦାର ଅପେକ୍ଷା କରିଥିବା ବେଳେ ସେ କୁଆଡେ ଯେ ଗଲା ଆଉ ଦେଖା ନଥିଲା. ବୋଧହୁଏ ଉତ୍ତର ଭାରତରେ ସାଧୁ ସନ୍ଥ ରୂପେ ବାକି ଜୀବନ ବିତାଇବାକୁ ଚାଲିଗଲା. ତଥାପି ଜମିଦାର ତାଙ୍କ ବଡ଼ପଣ ଓ ମୋହରେ ହରିଆର ଫେରିବାକୁ ଅପେକ୍ଷା କରିଥିଲେ ଯେହେତୁ ଗାୟତ୍ରୀର ବିଭାଘର ନିକଟ ହେଇଯାଇଥିଲା.
   ହରିଆ ଫେରିଥିଲା କିନ୍ତୁ ଜମିଦାର ନଥିଲେ.ନିଜ ସ୍ତ୍ରୀ ମଧ୍ୟ ସ୍ବର୍ଗବାସୀ ହୋଇସାରିଥିଲେ. ଦୁଇ ପୁଅ ମାଆର ଅଳଙ୍କାର ସହ ବାପାଙ୍କ ସ୍ଥାଵର ଅସ୍ଥାଵର ସମ୍ପତ୍ତି ବାଣ୍ଟି ନେଇସାରିବା ପରେ ଏବେ ରୁଗ୍ଣ ତଥା ବୃଦ୍ଧ ବାପା ହରିଆଙ୍କ ସେବା କରିବା ଦୂରେ ଥାଉ ରଖିବାକୁ ପାଖରେ ଚାଁହୁଁନଥିଲେ କି ଭଲପାଉନଥିଲା ବେଳେ ଦୁଇପୁଅ ବାପାଙ୍କୁ ବାଣ୍ଟିବାକୁ ଗ୍ରାମସଭା ବସାଇଥିଲେ. ଆଲୋଚନା ପର୍ଯ୍ୟାଲୋଚନା ପରେ ସଭା ଯେତେବେଳେ ବାପା ପୁଅ ଦୁହିଁଙ୍କ ପାଖରେ ତିନି ତିନିମାସ ଲେଖାଏଁ  ରହିବାର ନିଷ୍ପତ୍ତି ଶୁଣାଇଲେ ବାପା ହରିଆ କୁ ରଖିବାର ପ୍ରସ୍ତାବକୁ ମାନି ନେଉଥିଲେ ଦୁଇ ପୁଅ.ଠିକ ସେତିକି ବେଳ ଥିଲା ଖରା ଓ ଛାଇ ଭରା ପ୍ରକୃତି ସାଙ୍ଗକୁ ବାପା ହରିଆଙ୍କ ଜୀବନରେ ସୁଖ ଓ ଦୁଃଖ ପରି ଖରା ଓ ଛାଇ ଖେଳର  ଅନୁଭବ.ଠିକ ସେତିକିବେଳେ ପହଞ୍ଚିଥିଲା ଗାୟତ୍ରୀ. ସଭା ଆଗରେ ନିଜ ଜୀବନର ସମସ୍ତ ଖରା ଓ ଛାଇ ପରି ଘଟଣା ସବୁକୁ ଉପସ୍ଥାପନ କରିବା ସହ ବାପାଙ୍କୁ ସବୁଦିନ ପାଖରେ ରଖିବାର ଅନୁମତି ମାଗୁଥିଲେ . ଦୁଇ ସାନ ଭାଇ ଓ ସଭାର ସଭ୍ୟବୃନ୍ଦ ଅପଲକ ନେତ୍ରରେ ଚାହିଁଥିଲେ ଗାୟତ୍ରୀଙ୍କୁ. ଗାୟତ୍ରୀ ବାପାଙ୍କୁ ଉଠାଇ ବଢୁଥିଲା ସାଙ୍ଗରେ ନେଇ ଆଗକୁ ଆଗକୁ.

,,,,,,,,,,,,,,,,,,,,,,



Rate this content
Log in

Similar oriya story from Tragedy