STORYMIRROR

Sunanda Mohanty

Children Stories Thriller Others

3  

Sunanda Mohanty

Children Stories Thriller Others

ଜୀବେ ଦୟା

ଜୀବେ ଦୟା

2 mins
0

ରୁପାକୁ ପଖାଳ ବାଢି ଦେଇ ଏପଟ ଖଞ୍ଜାକୁ ଆସିଛନ୍ତି କି ନାହିଁ କଲ୍ୟାଣୀ ଇଲେକ୍ଟ୍ରି କଟିଗଲା. ଯେତେ ହାତ ପାଆନ୍ତା ରେ ମହମବତୀ କି ଚାର୍ଜ ଲାଇଟ ରଖିଥିଲେ ମଧ୍ୟ ମିଳୁନଥିଲା. ଲଣ୍ଠନ ଓ ଡିବି ର ପ୍ରଚଳନ ତ ନଥିଲା କିନ୍ତୁ ହାତ ରେ ଥିଲା ମୋବାଇଲ ତ ମୋବାଇଲ ରୁ ଟର୍ଚ ଟିପି ଆଗ ରୁପା ଖାଇବା ପାଖକୁ ଦୌଡ଼ି ଗଲାବେଳକୁ କୁଆଡେ ଥିଲା ପବନ ବହିବାକୁ ଲାଗିଲା. ପାଖ ଗଛରୁ ପତ୍ର ଦୁଇ ଚାରିଟା ଖସି ଉଡିଆସିଲା ତ କଲ୍ୟାଣୀ କଣ କରିବେ ବୁଝିପାରୁନଥିବା ବେଳେ ରୁପା କହୁଥିଲା ମୋବାଇଲ ଟର୍ଚ୍ଚ ବନ୍ଦ କରିଦିଅ ମାଆ. ମତେ ବିଜୁଳି ଆଲୋକରେ ସବୁ ଦେଖାଯାଉଛି. କଲ୍ୟାଣୀ କହିଲେ ବିଜୁଳି ହେଲା ଚଞ୍ଚଳା. କଥାରେ ଅଛି ବିଜୁଳି କନ୍ୟା. କଂସ ହାତରୁ ମଧ୍ୟ ଜନ୍ମିତ ଶିଶୁ ରୂପୀ ବିଜୁଳି କନ୍ୟା ଖସିଯିବା କଥା କିଏ ନଜାଣେ!ସେ କି ଆଲୋକ ପରଷି ଦେବ ଯେ ତୋ ବେଲା ଖାଲି ହେବ!ମାଆ ମୁଁ ଏତେବେଳକୁ ଖାଇସାରନ୍ତିଣି. ଆଜି ତ ତୁମେ ପଖାଳ ସାଙ୍ଗକୁ ଏତେ କଥା ଦେଇଛ ଯେ ମୋର ସରୁନି. ସବୁତ ସ୍ୱାଦିଷ୍ଟ. କୋଉଟା ଆଉ ଛାଡ଼ିବି. ଶାଗ, ତରକାରୀ, ମାଛଭଜା, ବଡ଼ିଭଜା, କାକୁଡି ପୁଣି ଦହି ଓ ଲେମ୍ଭୁ ସାଙ୍ଗକୁ କଞ୍ଚାଲଙ୍କା ବାସ୍ନା. କୋଉଠୁ ସରିବ ଚଞ୍ଚଳ!ହଉ ତୁ କଥା ନକହି ପାଟି ଚଲା ମୁଁ ଟର୍ଚ ମାରି ରଖିଛି. ଚାର୍ଜ ସରିଗଲେ ତୁମେ ହଇରାଣ ହେବ ବୋଲି କହୁଥିଲି କହି ରୁପା ପାଟିକୁ ପଖାଳ ଗୁଣ୍ଡା ନେଉନେଉ ଘରକୁ ଫେରିଲା ମୋହନ.
    ଏକମାତ୍ର ପୁଅ ମୋହନ ଭାରି ଜିଦିଆ. ବିଶେଷ କରି ଖାଇବାରେ. ସବୁ ଦିନ ଖେଳ ସାରି ଆସିଲା ପରେ ତାର ନୂଆ ନୂଆ ଜଳଖିଆ ଦରକାର. ଆଜି ପଖାଳ ଦିବସରେ କଷ୍ଟେ ମଷ୍ଟେ ଦହି ପଖାଳ ଛୁଙ୍କ ସକାଳେ ଖାଇ ସ୍କୁଲ ଯାଇଥିଲା. ସ୍କୁଲରେ ଟିଫିନ ଖାଇ ଏବେ ଆସି ଘରେ କ୍ଷୀର ହରଲିକ୍ସ ପିଇ କ୍ରିକେଟ ବାଡେଇ ଫେରିବା ବେଳ ପୂର୍ବରୁ ଘରକୁ ଫେରିଛି କାରଣ କାଳବୈଶାଖି ଆସୁଥିବାର ଦେଖି ସବୁ ସାଙ୍ଗ ଯିଏ ଯାହା ଘରକୁ ଚାଲିଯାଇଛନ୍ତି. ମାଆ କଲ୍ୟାଣୀ ମଧ୍ୟ ମୋହନ ପାଇଁ ଅଣ୍ଡା ରୋଲ କରି ରଖିଛନ୍ତି. ମୋହନ କିନ୍ତୁ ପଖାଳ ଖାଇବ କହୁଛି. ଆଉ ତ ପଖାଳ ନାହିଁ. ପୁଣି ଲାଇଟ କଟି ଚାରିଆଡେ ଅନ୍ଧାର. ମୋହନ କହିଲା ଏବେ ଏଇ ବିଜୁଳି ଲାଇଟ ରେ ତୁମେ ଭାତ ବସାଉଥାଅ ମାଆ, ମୁଁ ଆସୁଛି. ଟୋପି ଟୋପି ବର୍ଷା ପକେଇଲାଣି ସେତେବେଳକୁ. ରୁପା ମଧ୍ୟ ଖାଇସାରି ଘରକୁ ଯିବାକୁ ବାହାରିଲାଣି. ଛତା ମିଳୁନି. ବିଜୁଳି ଆଲୋକରେ ପାଉନି କହି ମହମବତୀ ଲଗେଇ ବସିଲା ବେଳକୁ କଲ୍ୟାଣୀ ଦେଖିଲେ ସ୍ୱାମୀ ଫେରୁଛନ୍ତି. କାଳବୈଶାଖି ଦେଖି, ଅଫିସରୁ ଆଗୁଆ ଆସି ପୁଅ ମୋହନ କୁ ଖୋଜୁଛନ୍ତି. ଦେଖିଲା ବେଳକୁ ମୋହନ ଶିଡ଼ି ଚଢି ଉପରେ ପାରା ମାନଙ୍କୁ ଥଇଥାନ କରି ଆଗରେ ଛତା ଟାଙ୍ଗି ରଖିଛି. ରୁପା ଅପା ଘରକୁ ଯିବ ଛତା ଆଣି ତଳକୁ ଆସେ କହିବାରୁ ମୋହନର ଉତ୍ତର ଥିଲା ରୁପା ଅପାକୁ ରେନ କୋର୍ଟ ଦେଇଦିଅ ମାଆ ପାରା ମାନେ ବିଜୁଳି ଆଲୋକ ଦେଖି ଚମକି ପଡୁଥିବାରୁ ମୁଁ ତାଙ୍କ ଆଗେ ଛତା ଟାଣି ରଖିଛି ପରା. ମୋହନ କଥା ଶୁଣି ସମସ୍ତେ ହସୁଥିଲେ ମଧ୍ୟ ରୁପା କହୁଥିଲା ମୋହନ ବାବୁ ଆମର ଜୀବେ ଦୟା କରିବା ଜାଣନ୍ତି.



Rate this content
Log in