STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଶାନ୍ତି

ଶାନ୍ତି

6 mins
0

ବୃଦ୍ଧା ବା ବୃଦ୍ଧ ଅବସ୍ଥାରେ କେତୋଟି କଥା ମାନିଲେ ଜୀବନରେ ଶାନ୍ତି ମିଳେ. କାନରେ ବ୍ଲୁ ଟୁଥ ଲଗାଇ ଶାନ୍ତି ରେ ବସି ରିଲସ ଦେଖିବା କଥା. ସକାଳୁ ଜଳଖିଆ ଖାଇବା ପରେ ଏକ ଘଣ୍ଟା, ଦୁଇପହରେ ଦୁଇ ଘଣ୍ଟା ଓ ରାତିରେ ଦଶ ଘଣ୍ଟା ଶୋଇବା ଉଚିତ. ସନ୍ଧ୍ୟା ସମୟ ପରେ ଘର ଲୋକଙ୍କ ପାଖରେ ବସି ସାଇ ପଡୋଶୀ ଓ ଘର କଥା ଆଲୋଚନା କରିବା କଥା. ଯିଏ ଯାହା କହୁ ବା ନକହୁ ଠିକ ସମୟରେ ମେଡ଼ିସିନ ଖାଇ ନେବା ଉଚିତ. ଏପରି କେତେଗୁଡିଏ ନିୟମ ଅନୁସରଣ କଲେ ତୁମେ ବାର୍ଦ୍ଧକ୍ୟ ଅବସ୍ଥାରେ ଶାନ୍ତି ପାଇବ ଜାଣି ମଧ୍ୟ ତିନି ପୁଅ ଓ ତିନି ବୋହୁଙ୍କ ଶଶୁର ମାଧବବାବୁ ଓ ଶାଶୁ ସେବତୀଦେବୀ ଏସବୁ କିଛି ମାନୁନଥିଲେ ମଧ୍ୟ ଶଶୁର ମାଧବବାବୁ ପ୍ରତ୍ୟୁଷରୁ ଫୁଲତୋଳିବା ସହ ପୋଥି ପୁରାଣ ପଢି ସାରିବା ପରେ ସିନ୍ଦୁକ ଭିତରେ କଣ ଯେ ରଖା ଥୁଆ କରନ୍ତି ତାହା ତାଙ୍କୁ ଜଣା. ବଡ଼ବୋହୁ ଓ ସାନବୋହୁ ଭାବନ୍ତି ଶଶୁର ତ ଚାକିରୀ କରିଥିଲେ ନିଶ୍ଚୟ ଅମାପ ଧନ ସମ୍ପତ୍ତି ସେଇ ସିନ୍ଦୁକରେ ଭରି ରଖିଛନ୍ତି. ସାନବୋହୁ କିନ୍ତୁ ଭାବେ ଯାହା ବି ରଖନ୍ତୁ ଶଶୁରବାପା, ସେସବୁ ଦେଖି ଏମିତି ଶାନ୍ତି ପାଉଥାଆନ୍ତୁ. ଶାଶୁ ସେବତୀ ଦେବୀ ମଧ୍ୟ ସେମିତି ପୂଜା କରିବେ ଯେ କରୁଥିବେ ଶାନ୍ତି ପାଇବା ଯାଏଁ.ଶଶୁର ଆଣି ଦେଇଥିବା ଫୁଲରେ ଠାକୁର ଙ୍କୁ ପୂଜୁ ପୂଜୁ ଓ ଶାନ୍ତି ଖୋଜୁ ଖୋଜୁ . ପୁଣି ଚନ୍ଦନ, ଅଗରୁ, କସ୍ତୁରୀ, ତୁଳସୀ ଇତ୍ୟାଦି ଦେଇ ଠାକୁର ପୂଜିବା ସହ ତାଙ୍କ ରୁମ ରେ ଥିବା ସିନ୍ଦୁକ ଖୋଲି, ଗୋଳି ରଖିଥିବା ଚନ୍ଦନ ସିନ୍ଦୁର ଆଦି ସେସବୁକୁ ସିନ୍ଦୁକ ଭିତରେ ପକାଇଲା ବେଳେ ବଡ଼ ଓ ମଝିଆଁ ବୋହୁ ଫୁସଫାସ ହୁଅନ୍ତି ଓ ସିନ୍ଦୁକରେ ବୁଢ଼ୀ କେତେ ଗହଣା ଗାଣ୍ଠି ଓ ଟଙ୍କା ପଇସା ରଖିଛନ୍ତି ବୋଲି କଥା ହେଲାବେଳେ ସାନ ବୋହୁ ସିନା ସେଠୁ ଚାଲିଯାଏ କିନ୍ତୁ ଶାଶୁମାଆ ଶିଡ଼ି ଚଢି ଛାତକୁ ଯାଉଥାଆନ୍ତି.
    ଛାତ ଉପରେ ଆଗ ତୁଳସୀ ପୂଜନ ତା ପରେ ଘର ଆଗରେ ଥିବା ଝଙ୍କାଳିଆ ବରଗଛ କୁ ଧୂପ ଦୀପ ଓ ଝୁଣା ସହ ବନ୍ଦନ. ସହଜେ ସେଦିନ ଥିଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ.ଏହି ଦିନର ମହତ୍ତ୍ୱ ଥିଲା ଏହି ଦିବସରେ ବ୍ରହ୍ମା ଙ୍କ ଦ୍ୱାରା କାଳ ଗଣନା ଓ ଯୁଗାବ୍ଦ ଆରମ୍ଭ ହୋଇଥିଲା. ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ହୋଇଥିଲା. ସନ୍ଥ ଝୁଲେଲାଲଙ୍କ ଜନ୍ମଦିବସ ଥିଲା ଏହି ଦିନ.ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ମଧ୍ୟ ଏହି ଚୈତ୍ର ପ୍ରତିପଦା ତିଥିରେ ଅନୁଷ୍ଠିତ ହୋଇଥିଲା. ପୁଣି ହୋଇଥିଲା ଶକାବ୍ଦ ଓ ଶାଳିବାହାନାବ୍ଦ ଗଣନା. ମହର୍ଷି ଦୟାନନ୍ଦ ସାରସ୍ବତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ  ର ଗଠନ ମଧ୍ୟ ଏହି ଦିନ. ତେଣୁ ସେବତୀ ଦେବୀ ନିଜ ଘର ଦ୍ୱାର ମୁଁହରେ ପୂର୍ଣ୍ଣ କଳସ ସହ ଦୀପ ଜାଳି ଦେଇଥିଲେ. ଦ୍ୱାର ସମ୍ମୁଖରେ ଝୋଟି ଚିତା ପକେଇ ସାଜସଜା ରେ ଘରକୁ ସୁନ୍ଦର କଲାବେଳେ ସାନ ବୋହୁ ସାହାଯ୍ୟ ଓ ସହଯୋଗ କରୁଥିଲା. ତା ପରେ ଶାଶୁମାଆ ଛାତ ଉପରେ ଗୈରିକ ଧ୍ବଜା ଲଗାଇ ସାରିବା ପରେ ତିନିବୋହୁଙ୍କୁ ଡାକିଥିଲେ ମନ୍ଦିର ଯିବାକୁ ମାତ୍ର ବଡ଼ ଦୁଇବୋହୁ ବାହାନା ବାଜି କରି ଘରେ ଥିଲା ବେଳେ ସାନବୋହୁ ଯାଇଥିଲା ମନ୍ଦିର. ଘରକୁ ଉତ୍ସବମୁଖର କରିବା ସହ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ କହି ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିସାରି ସାଙ୍ଗ ସାଥି ଓ ବନ୍ଧୁବାନ୍ଧବ ତଥା ସାଇ ଭାଇଙ୍କ ସଙ୍ଗେ ସହଭୋଜି କରିବା ପୂର୍ବରୁ ସିନ୍ଦୁକ ଭିତରେ ମନ୍ଦିରର ଧ୍ବଜାଟିଏ ରଖୁ ରଖୁ ପଡିଯାଇ ଶଯ୍ୟାଶାୟୀ ହୋଇଥିଲେ ଶାଶୁ. ବାମ ହାତ ମାଡ଼ ହୋଇ ଅଳ୍ପ କାନ୍ଧ ଖସିଥିଲା. ଡାକ୍ତର ଭଲ ହୋଇଯିବେ ମାସକ ପରେ କହୁଥିଲା ବେଳେ ସାନବୋହୁ କହୁଥିଲା ସବୁ ଏଇ ସିନ୍ଦୁକ ପାଇଁ ତ ଶାଶୁ ତା ପାଟିରେ ହାତ ଦେଇ ସିନ୍ଦୁକ କୁ ଦୋଷ ନଦେବାକୁ ଇସାରା କଲାବେଳେ ବଡ଼ ଦୁଇ ଯାଆ ପରସ୍ପର ଚିମୁଟା ଚିମୁଟି ହେଇ ଭାବୁଥିଲେ ବିଲେଇ ଆଖିମୁଜି କ୍ଷୀର ପିଇଲା ବେଳେ ତାକୁ କେହି ଦେଖୁନି କିନ୍ତୁ ସାନବୋହୁ ଠିକ ଦେଖିଥିଲା କିନ୍ତୁ ଚୁପ ରହିଥିଲା ସିନ୍ଦୁକ ରାଣ ଦେଇଥିବାରୁ ଶାଶୁମାଆ. ସିନ୍ଦୁକ ଭିତରେ ଯାହା ଥାଉନା କାହିଁକି ସେସବୁ ଶାଶୁଙ୍କର ପ୍ରିୟ ହେତୁ ସିନ୍ଦୁକକୁ ସମ୍ମାନ କରିବା ତାର ଧର୍ମ ବୋଲି ସାନବୋହୁ ବୁଝି ଯାଇଥିଲା ବୋଲି ଶାନ୍ତି ପାଉଥିଲା.ବୋଉ ଅର୍ଥାତ ଶାଶୁମଆଙ୍କ ହାତ କଷ୍ଟ ଅପେକ୍ଷା ଶାନ୍ତି ବ୍ୟାହତ ହୋଇ ଦିନକୁ ଦିନ ରୋଗ ବଢି ସେ ରୁଗ୍ଣ ହେଉଥିଲେ.
      ବୋଉ ପଡିଛନ୍ତି ବୋଲି ଘରକୁ ବନ୍ଧୁ ବାନ୍ଧବ ଯିବା ଆସିବା ଚାଲିଛି. ବୋଉଙ୍କ ପ୍ରଣାବାୟୁ କେମିତି ଛାଡିବ ଆଉ କେତେ କଷ୍ଟ ପାଇବାର ଅଛି ବୋଲି ଶୁଣିଲେ କିଏ ଗୀତା ପଢୁଛି ତ କିଏ ଅଧ୍ୟାୟ ଲେଖା ଭାଗବତ ପଢୁଛି କିଏ ବୋଉ ପାଟିରେ ନିର୍ମାଲ୍ୟ ଦେଉଛି ତ କିଏ କହୁଛି କିଛିତ ଜାଣିଶୁଣି ପାପ କରିନି ବୋଉ. ଅଜଣାତରେ ଯଦି କରିଥିବ ତେବେ ଏ କଷ୍ଟ ମିଳୁଥିବ ବୋଲି ବି କେହି କହୁଥାନ୍ତି . ସବୁ ପାପର ପ୍ରାୟଶ୍ଚିତ ତ ଏଇଠି ନା. ଏସବୁ ଶୁଣି ସାନବୋହୁ କାନ୍ଦି ପକାଏ. ଠାକୁର ଘରେ ପଶି ଶାଶୁଙ୍କ ଲାଗି କେତେ ମୁଣ୍ଡିଆ ମାରେ.ବୋଉ ଆଉ ଉଠିବେନି,ପୂର୍ବ ପରି କଥା କହିବେନି ଭାବିଲେ ସାନ ବୋହୁ ଆଖିରୁ ଦୁଇ ଟୋପା ଲୁହ ବାହାରି ଆସେ. ବୋହୁ ହୋଇ ଆସିଲାବେଳେ କୁଣ୍ଢେଇ ପକେଇ କହିଥିଲେ ଯାହା ସୁନା ଥିଲା ଦୁଇ ବୋହୁଙ୍କୁ ହାର କାନଫୁଲ ଓ ଚୁଡ଼ କରି ଦେଲାପରେ ତୋ ପାଇଁ କିଛି ନାହିଁ ମାଆ,ହେଲେ ଆଶୀର୍ବାଦ ଟିକକ ତୋ ପାଇଁ ଥୁଆ. ମୋ ସେବା କରିବାରେ ତୋର ଯେଉଁ ଆନ୍ତରିକତା ମତେ ଆଗରୁ କେଵେ ମିଳିନି ମାଆ. ଯାହା ପାଇଥିଲି ସେଇ ପିଲାଦିନେ. ବୋହୁ ହୋଇ ଆସିବା ପରଠୂ ଦୁଇ ବୋହୁ ଆଣିବା ଯାଏଁ ସେମିତି ଆନ୍ତରିକତା ପୁର୍ଣ୍ଣ କର୍ତ୍ତବ୍ୟ ଦୂରେଥାଉ ବ୍ୟବହାର ଟିକେ ବି ପାଇନି କାହାଠୁ ତୋ ଛଡା.ଅହ୍ୟ ସୁଲକ୍ଷଣୀ ହୋଇଥା ମାଆ. ସେସବୁ ମନେ ପକାଇ ସାନବୋହୁ ଛାତି କରତି ହେଲାବେଳେ ସେପଟ ବାରଣ୍ଡାରେ ହୋମ ଯଜ୍ଞ ଚାଲିଛି ଘରର ଶାନ୍ତି ତଥା ଶାଶୁଙ୍କ ଆରୋଗ୍ୟ ପାଇଁ . ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରି ବଡ଼ ପାଟିରେ ସ୍ତୋତ୍ର ବୋଲିବା ବେଳେ ବଡ ଯାଆ କହୁଥାନ୍ତି ନନା ମୁଁ ଜାଣିଛି ବୋଉ ବିଲେଇ ମାରିଛନ୍ତି. ନିଜ ଆଖିରେ ଦେଖିଛି ପରା ଜନ୍ତୁଟା କଣ ଜାଣେ ନା ବୁଝେ!ଝାଡ଼ା କରି ଅପରିସ୍କାର କରି ଦେଇଥିଲା ବେଡ଼ ଉପରେ. ଏତିକି ଭୁଲ ଯୋଗୁଁ ଏମିତି ପିଟିଲେ ଯେ ବିଚରା ପୋଷା ବିଲେଇଟାର ଖଞ୍ଜା ଖସି ମରିଗଲା. ମଝିଆଁ ବୋହୁ କହୁଥିଲା ଖାଲି କଣ ବିଲେଇ!କୁକୁରଙ୍କୁ ବିଲେଇଙ୍କୁ ନେଇ କେତେ ଭାବପୂର୍ଣ୍ଣ, ହୃଦୟସ୍ପର୍ଶୀ ଗଳ୍ପ କବିତା ଲେଖିଲା ବେଳେ କୁକୁର ବାରଣ୍ଡାରେ ଶୋଇଥିଲା ବେଳେ ଘଉଡ଼ାଉ ଥାଆନ୍ତି ଦୂର ଦୂର ଭାଗ ଭାଗ କହି.    ସାନ ବୋହୁ ଜାଣେ ବୋଉଙ୍କ ପାଟି ପଡିବା ପୂର୍ବରୁ ବୋଉ କହିଥିଲେ କିଛିତ ଆଉ ନାହିଁ ସେଇ ଏକମାତ୍ର ଲକେଟ ମାଳ ଛଡା ମୋର. ତାକୁ ଅତି ଯତ୍ନରେ ତୁଳସୀ ଚନ୍ଦନ ଅଗରୁ ଓ ଧୂପ ଦୀପ ଦେଇ ସାଇତି ରଖିଛି ପୂଜା ଘରେ ସିନ୍ଦୁକ ଭିତରେ . ମୋ ମୃତ୍ୟୁ ପରେ ମଲା ଲୋକର ସବୁ ଜିନିଷ ପତ୍ର ମାଲଭାଇ ସାଙ୍ଗରେ ନେଇଯିବେ. ତୁମେମାନେ ବି ସେସବୁ ଫୋପାଡିବ କିନ୍ତୁ ମୋ ଲକେଟ ମାଳକୁ ଫୋପାଡିବନି. ଯିଏ ନେବ ସେ ସୌଭାଗ୍ୟବତୀ ହେବ ସତ ହେଲେ ଆମିଷ ଛାଡିବାକୁ ପଡିବ. ଦୁଇ ବଡ଼ ଓ ମଝିଆଁ ବୋହୁ କହିଥିଲେ ଏ କି କଥା କହୁଛନ୍ତି ବୋଉ!ସେକୁ ଆମେ ଫୋପାଡ଼ିବୁ?ରାମ ରାମ ଆପଣଙ୍କ ଶେଷ ସନ୍ତକକୁ ନିଶ୍ଚୟ ସାବଧାନରେ ବ୍ୟବହାର କରିବୁ. ତା ପରଠୁ ବୋଉଙ୍କ ପାଟି ଖୋଲିନି ଆଉ ପୁଣି ସାନବୋହୁ ନିଜେ ଶୁଣିଛି ଦୁଇ ଯାଆ କଥା ହେବାର ଯେ ତୋର ମାଳ ହେଲେ ମୋର ଲକେଟ ବୋଲି ବଡ଼ଯାଆ ମଝିଆଁ ଯାଆକୁ କହୁଥିଲା ବେଳେ, ମଝିଆଁ ବୋହୁ କହୁଥାଏ. ସୁନାଦର ଆକାଶ ଛୁଆଁ ହେଲାଣି, ଆମେ ପୁଣି ଫୋପାଡ଼ିଦେବା, ଶୀଘ୍ର ଜୀଵନ ଗଲେ ବାଣ୍ଟିନେବା. ସେ କଥା ସବୁ ଭୁଲି ସାନବୋହୁ ହୋମ ପାଖରେ କହୁଥାଏ ବୋଉ ବିଲେଇକୁ ବାଡେଇବା ପଛରେ ଓ କୁକୁରକୁ ଦୂର ଦୂର ମାର ମାର କରିବା ପଛରେ ଆମ ପିଲାଏ ମାନେ ତାଙ୍କ ନାତି ନାତୁଣୀମାନଙ୍କ ସୁରକ୍ଷା ଥିଲା . ପଡିଶା ଘର ଭୁଆଟା ବିଲେଇକୁ କାମୁଡି ଖଣ୍ଡିଆ ଶୁଖୁନଥିଲା ବିଲେଇର. ତ କୋଉବାଟେ କ୍ଷୀର ଅଇଁଠା କରେ, ମାଛ କି ଚିକେନ ଜାତୀୟ ଆମିଷ ଯେତେ ଦେଲେବି ମୁଁହଁ ମାରେ କଡେଇରେ . ସେସବୁ ଅଇଁଠା ବୋଉ ନିଜେ ଖାଇ ନାତି ନାତୁଣୀ ଓ ଘରର ଅନ୍ୟ ଲୋକେ ଖାଇପାରନ୍ତି ନାହିଁ ବୋଲି ବ୍ୟସ୍ତ ହୋଇ ଦିନେ ମାରିଥିଲେ ତାକୁ.ଆମେ ସବୁ ସେୟା କରନ୍ତେନି କି! ତା ଖଣ୍ଡିଆରେ ନିଓସ୍ପିରିନ, ବେଟାଡାଇନ ସେଇ ବୋଉ ହିଁ ମାରନ୍ତି. ମରା ନଡ଼ିଆ ତେଲ ବୋଳୁଥାଆନ୍ତି ତ ସେଇ ଖଣ୍ଡିଆ ନଶୁଖି ସେ ମଲା ଯେ ବୋଉ କାନ୍ଦୁଥିଲେ ଆଜି ଯାଏଁ. ସେମିତି ବୁଲା କୁକୁର ପାଖରୁ ଭାଇରସ ଭୁତାଣୁ ନାତି ନାତୁଣୀ ପାଖକୁ ଆସିବ ବୋଲି ଘଉଡ଼େଇ ଦିଅନ୍ତି ସିନା ହେଲେ ଖଳା ବାରିରେ ମାଛ ଭାତ ଗୋଳେଇ, ପାଣି ଜାଗା ସଜାଡି ପୁଣି ଅଖାପାରି ତାଙ୍କ ଯତ୍ନ କରୁଥାନ୍ତି ନିଜେ. ସେ କାହିଁ ପାପ କରିବେ ନନା!ନନା କିନ୍ତୁ କି ପାତକ ଛଡେଇଲେ କେଜାଣି ବୋଉ ଗଲେ ସେଇ ଶେଷ ଆସରା ଜୁଇକୁ ଓ ବିତିଗଲା ଏ ଭିତରେ ଚଉଦ ଦିନ. ସବୁ ସରିଗଲା ପରେ ଦୁଇ ବଡ଼ ଯାଆ ଚାତକ ପରି ଖୋଜୁଥିବା ମୁହୂର୍ତ୍ତ ପାଖେଇ ଆସିଲା ତ ବୋଉଙ୍କ ସିନ୍ଦୁକ ଖୋଲି ଲାଗିପଡ଼ିଥିଲେ ଦୁହେଁ ଲକେଟ ମାଳ କୋଉଠି?ହେଲେ ପୁରୁଣା ଚିଠି, ପୁରୁଣା ଲୁଗାପଟା, ଶଶୁରଙ୍କ ସହିତ କିଛି ଫୋଟୋ ଛଡା ଥିଲା ଗୋଟେ ତୁଳସୀମାଳ ଓ ତୁଳସୀମାଳ ରେ ଓହଳି ଥିଲା ଜଗନ୍ନାଥଙ୍କ ମୁଁହଁ ଥିବା ଲକେଟଟିଏ. ମୁହଁ ମୋଡି ଦୁଇ ଯାଆ ସାନବୋହୁକୁ ଡାକି କହୁଥିଲେ ଆକୁ ତୁ ନେଇଯା. ଆମେ କଣ ଆମିଷ ଛାଡି ରହିପାରିବୁ!ତୁ ତ ଜାଣୁ ଭାଇନା ଦୁହେଁ ମାଛ ମାଂସ କି ଚିକେନ ନହେଲେ ଖାଆନ୍ତି ନାହିଁ. ନିଜେ ନଖାଇଲେ ମଧ୍ୟ କରି ଧରି ଦେବାକୁ ତ ପଡିବ ନା!ସେସବୁ ରୋଷେଇ କରୁ କରୁ କାହାର ଖାଇବାକୁ ଇଛା ହେବନି କହ!ବରଂ ସାନ  ଦିଅର ଵୀରଙ୍କୁ ନେଳି ପରିବା ପସନ୍ଦ. ଗାଁରେ ରହିଲ. ସବୁ ଜମି ଆପଣେଇ ଚାଷ କଲ ଓ ତଟକା ପରିବା ପତ୍ର ଖାଇଲ ତ ଏ ଲକେଟ ତୁ ରଖିନେ ବୋଉଙ୍କ ଆତ୍ମା ଶାନ୍ତି ପାଇବ. ଆମେ ଦୁହେଁ ସହରରେ ସେସବୁ ତାଜା ନେଳି ବା ସବୁଜ ପନିପରିବା କୁଆଡୁ ପାଇବୁ ବରଂ ତୁ ହୁଏତ ପାରିବୁ କାରଣ ସବୁଦିନ ଶାଗ, ଜହ୍ନି, ଭେଣ୍ଡି ତୋ ପାଖରେ ଥୁଆ. ଯାଆ ଦୁହିଁଙ୍କ ପରୋକ୍ଷ ଇଂଗିତ ଯାହା ହେଉନା କାହିଁକି ଅତି ଆଦର ଯତ୍ନରେ ସାନବୋହୁ ସେ ତୁଳସୀ ମାଳ ସହ ଜଗନ୍ନାଥଙ୍କ ଲକେଟ ଉଠେଇ ନେଲାବେଳେ ଶାଶୁଙ୍କ କେଇପଦ କଥା ମନେ ପକାଉଥିଲା. ସବୁତକ ଆଶୀର୍ବାଦ ତୋ ପାଇଁ ମାଆ ବୋଲି କେହି ଯେମିତି କାନ ପାଖେ କହିଦେଇ ଯାଉଥିଲା ସାନବୋହୁ ମିନାକ୍ଷୀଙ୍କର ତ ପରମ ଶାନ୍ତିରେ ସିନ୍ଦୁକ ରେ ଥିବା ତୁଳସୀ ମାଳ ଓ ଲକେଟଟିକୁ ଆପଣେଇ ଶାନବୋହୁ ମିନାକ୍ଷୀ ଖୁବ ଶାନ୍ତି ପାଇଥିଲେ.
,,,,,,,,,,,,,,,,



Rate this content
Log in

Similar oriya story from Abstract