STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଖାଲି ବେଞ୍ଚ ର ସ୍ମୃତି

ଖାଲି ବେଞ୍ଚ ର ସ୍ମୃତି

5 mins
1

କଲ୍ୟାଣୀଙ୍କର ଯେତେବେଳେ ଏ ଘରେ ପ୍ରତିପତ୍ତି ଥିଲା ସେତେବେଳେ ତାଙ୍କ ଘରେ କାମ କରୁଥିବା ରମା କଥା ଆଜି ଖୁବ ମନେପଡୁଥିଲା କଲ୍ୟାଣୀଙ୍କର. ରମା ତାଙ୍କ ଘରେ କାମ କଲାବେଳେ ତାକୁ ମାସିକ ଦରମା ବାଦେ ଶାଢ଼ୀ କି ଚାଦର ଖଣ୍ଡେ ଦେଲେ ନାହିଁ କରିବ ଓ କହିବ ମାଆ ଦେବ ଯଦି ମୋ ବୋହୁ ପାଇଁ ଦିଅ ଶାଢ଼ୀ ଟେ ଯହିଁରେ ଥିବ ନାଲି ଧଡି. ପୁଣି ନିଜେ ଶୀତରେ ଥରି ଥରି ଆସିବ ପଛେ କହିବ ଧଳା ଚାଦର କଣ ହେବ ମାଆ ପାରୁଛ ଯଦି ମୋ ପୁଅ ପାଇଁ ରଙ୍ଗୀନ ସୋଏଟର ଟିଏ ଦିଅ. ପୁଣି କେବେ କହିବ ମାଆ ତୁମ ଘରେ ତ ଦୁଇ ଦୁଇଟି ପ୍ରେସର ଗୋଟିଏ ଦିଅନ୍ତ ଯଦି ମୋ ନାତି ପାଇଁ ଖେଚେଡ଼ି ଗଣ୍ଡେ କଲେ ସେ ଖାଇ ସ୍କୁଲ ଯାଆନ୍ତା. କଲ୍ୟାଣୀ ମଧ୍ୟ ଦେଇଥିଲେ ଛୋଟ ପ୍ରେସର କୁକର ଟି. ପୁଣି କେବେ କହିବ ମାଆ ତୁମ ଘରେ ଦୁଇ ଦୁଇଟା ଥର୍ମୋଫ୍ଲାସ ଅଛି.ପୁରୁଣା ଗୋଟିକୁ ଦିଅନ୍ତ ନାହିଁ! ମୋ ନାତୁଣୀ ପାଇଁ ଗରମ ପାଣି ମୁନ୍ଦେ ରଖନ୍ତି. ଥର୍ମୋଫ୍ଲାସ ନୂଆ ହେଉ ଅବା ପୁରୁଣା ସେକଥା ବୁଝିନଥିବା ରମା କୁ ଏଇଥିପାଇଁ ଦେଇ ବସିଥିଲେ କଲ୍ୟାଣୀ କାରଣ ତାର ପରିବାର ପ୍ରତି କି ପ୍ରଗାଢ଼ ସ୍ନେହ, ମମତା ପୂର୍ଣ୍ଣ ଭାବନା. ଏମିତି ଏମିତି ଦିନ କଟି ଯାଉଥିବା ବେଳେ ସ୍ୱାମୀ ତାର ଚାଲିଗଲା ଆଉ ଗୋଟିଏ ବୋଲି ଝିଅ ଆତ୍ମହତ୍ୟା କଲା. ଖାଲି ସେତିକି ନୁଁହଁ ତା ଭାଗ୍ୟ ଆକାଶରେ କଳାବାଦଲ ଘୋଟି ଆସିଲା ଯେମିତି. ବିଧବା ହେଲା ପରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା କୁ ପୁଅ ବୋହୁ ନେଲେ. ଆସ୍ତେ ଆସ୍ତେ ବଳ କମିବା ପରେ ରମା ଆଉ ଆସୁନଥିଲା କାମକୁ ସତ କିନ୍ତୁ ତା ଦୁଃଖ ଥିଲା ଅପ୍ରମିତ. ଭାବେ ପୁଅ ବୋହୁ ଙ୍କ ପାଇଁ ଏତେ କଲେ ମଧ୍ୟ ଏବେ ସେମାନେ ତାକୁ ଘୃଣା କରୁଛନ୍ତି. ଝିଅଟିକୁ ଅଜାତି ପୁଅଟି ସହିତ ବାହା ଦେବାକୁ ମନା କରିବାରୁ ସେ ବେକରେ ରଶି ଲଗାଇଦେଲା. ଆଜି ଥିଲେ କେତେ ସହାୟତା ଦେଉଥାଆନ୍ତା ବୋଲି ଅନେକ ଥର କଲ୍ୟାଣୀଙ୍କୁ କହିଛି ରମା. କଲ୍ୟାଣୀ କହନ୍ତି ମଣିଷ ଗୋଟିଏ ଜାତି ଲୋ ରମା. ଛୋଟ ବଡ଼ କି ଉଚ୍ଚ ନୀଚ୍ଚ ଏଇ ଆମ ମଣିଷ ର ସୃଷ୍ଟି. ଭଗବାନ କେବଳ ଦୁଇଟି ଜାତି ସୃଷ୍ଟି କରିଛନ୍ତି. ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀ. ରମା ଆଖିରୁ ଲୁହ ପୋଛିଲା ବେଳେ ଆଜି କଲ୍ୟାଣୀ ଭାଇରାଲ ହୋଇଥିବା ସି ସି ଟିଭି ରୁ ଦୂରଦର୍ଶନ ଚ୍ୟାନେଲ ରୁ ଚ୍ୟାନେଲ ଘୁରିବୁଲୁଥିବା ଚିତ୍ର ସହ ଚରିତ୍ରଟିରେ ରମା କୁ ଦେଖି ବି କିଛି କରିପାରୁନଥିଲେ. ଚିତ୍ର ଟି ଥିଲା ମରିନଥିବା ବୁଢୀଟି ମଶାଣିରୁ ଉଦ୍ଧାର ହେବା ପରେ ଚରିତ୍ରରେ ଥିବା ରମା କୁ ତାର ପୁଅ ବୋହୁ ଏବେ ମାଆ ବୋଲି ଅସ୍ବୀକାର କରିବା. ଏସବୁ ଦେଖି ଶୁଣି ହତବାକ କଲ୍ୟାଣୀଙ୍କର କିଛି କରିପାରିବାର କ୍ଷମତା ନଥିଲା କାରଣ ତାଙ୍କ ପେନସନ ରେ ଘରର ଇଲେକ୍ଟ୍ରି ବିଲ, ପାଣି ବିଲ, ଟିଭି ର ଖର୍ଚ୍ଚ, ବନ୍ଧୁବାନ୍ଧବ ଗୁଆ ଦିଆ ରେ ଯାଏ. ବାକି ବଳି ପଡ଼ିଥିବା କିଛି ପଇସାରେ ଔଷଧ ଖରଚ ସହ ଲାଞ୍ଚ ନଦେଲେ ପୁଅତ ପୁଅ ନାତି ବି ଆଣିବାକୁ ନଦେଇ ସଫେଇ ଦେଉଥାଏ ତୁତ ଅନବରତ ଟିଭି ଦେଖୁଛୁ, ସମାଜ ପଢ଼ୁଛୁ, ତୋ ଧଳା ଶାଢ଼ୀ ସଫା କରିବାରେ, ଇସ୍ତ୍ରୀ ହେବା ରେ ପୁଣି ଧଳା ଚାଦର ସଫା ହେବା ରେ ଇଲେକ୍ଟ୍ରି ବିଲ ଅଧିକା ଆସୁଛି ପୁଣି ଯେତେକ ବନ୍ଧୁ ବାନ୍ଧବ ସବୁ ତୋରି ପଟର ତ କିଏ ଆଉ ଦେବ ଏସବୁ ଟଙ୍କା! ତୁ ଫଳ, ହରଲିକ୍ସ ଔଷଧ ଖାଇବୁ.ମୁଁ ଖାଲି ମୋ ମୋବାଇଲ ଚାର୍ଜ କରିବାକୁ କେଇଟା ଟଙ୍କା ଯାହା ଅଧିକା ନେଉଛି ଯେ ଲାଞ୍ଚ ନେଉଛୁ ଆମେ କହୁଛୁ! ତୁ ଜେଜେମାଆ ହୋଇ ଏମିତି କହିପାରୁଛୁ! ତ କଲ୍ୟାଣୀ ହାତବାନ୍ଧି ଆରମାସ କୁ ଅନେଇ ଥାଆନ୍ତି. କ୍ୟାଲେଣ୍ଡର ଦେଖି ଆଙ୍ଗୁଠିରେ ଦିନ ଗଣୁଥିବା ବେଳେ ଆଜିର ଖବର ସମସ୍ତଙ୍କ ପାଇଁ ରୋଚକ ପୂର୍ଣ୍ଣ ଥିଲା ବେଳେ ମାଆ ଯିବୁକି ଦେଖି ରମା ମାଉସୀ କୁ ବୋଲି ପୁଅ ପଚାରୁ ଥିଲା ତ ଅଟୋ ଭଡ଼ା ଦେବାକୁ ବି ପଇସା ନାହିଁ କହିବାରୁ ବୋହୁ କଥାରେ ସବୁ କଥା ପରି ନଥା ଲଗେଇ ନାତି କହୁଥିଲା ତେବେ ମୋଠୁ ଧାର ନେ. ପେନସନ ପାଇଲେ ଶୁଝି ଦେବୁ.     ରମାର ଅବସ୍ଥା ଓ କଲ୍ୟାଣୀ ଙ୍କ ନିଜ ଅବସ୍ଥା ତଉଲ କରୁ କରୁ କଲ୍ୟାଣୀ ଶୁଣୁଥିଲେ ଟିଭି ରୁ ଖବର ପ୍ରଶାରିତ ହେଉଥିଲା ଯେ ମଶାଣୀ ରୁ ଉଦ୍ଧାର ହେଇଥିବା ବୁଢ଼ୀ ଚାଲିଗଲା. ତାର କେହି ନଥିବାରୁ ଦିନେ ତା ଝିଅକୁ ଭଲ ପାଉଥିବା ଅଜାତି ପୁଅ ଆଜି ତା ନିଜ ପ୍ରେମର ସ୍ମାରକୀ ରୂପେ ବୁଢ଼ୀର ଚିତାଗ୍ନି, ମୁଖାଗ୍ନି ସହ ଶୁଦ୍ଧି ଘର ଦାଇତ୍ୱ ନେଇଛି ହାତକୁ. ହସ୍ପିଟାଲ ରେ ନର୍ସ ଚାକିରୀ କରୁଥିବା ଜଣେ ଅନାଥ ଆଶ୍ରମ ର ଝିଅ ପୁଅର ଏସବୁ କାମରେ ମୁଗ୍ଧ ହୋଇ ମନ୍ଦିର ରେ ପୁଅଟିକୁ ବିବାହ କରିବା ସହ ରମାର ଝିଅ ରୂପେ ପରିଚୟ ଦେଇ ରମା ବୁଢ଼ୀ ମାଆଙ୍କର ମୃତ୍ୟୁ କ୍ରିୟାକର୍ମ କରିବାକୁ ଅଣ୍ଟା ଭିଡ଼ିଛନ୍ତି. କଲ୍ୟାଣୀଙ୍କ ପାଟିରୁ ବାହାରି ଆସିଲା ଯାହା ପାଇଁ କେହି ନାହିଁ ତା ପାଇଁ ଭଗବାନ ଅଛନ୍ତି.ରମା ଶୁଦ୍ଧି ଘର ପାଇଁ ସେହି ଅଜଣା ଯୁବକ ପାଖକୁ କିଛି ଟଙ୍କା ପଠାଇବାକୁ କିନ୍ତୁ ଭୁଲିନଥିଲେ କଲ୍ୟାଣୀ ନାତି ପାଖରୁ ଧାର ସୂତ୍ରରୁ ସମ୍ପର୍କ ରଖିବା ଯାଏଁ.      
        ଆଜି ଷ୍ଟେସନ ରେ ଖାଲି ପଡ଼ିଥିବା ବେଞ୍ଚ ରେ ବସି କଲ୍ୟାଣୀ ଭାବୁଥିଲେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ. ଆଜି ସ୍ୱାମୀ ତଥା ପୁଅର ବାପାଙ୍କର ଘରୁ ଚାଲିଯିବାର ବାରବର୍ଷ ପୁରିଯିବ ତ ସେ ସାମାଜିକ ପ୍ରଥା ଅନୁଯାୟୀ ବିଧବା ସାଜିବେ ବୋଲି ବୋହୁ ବାରିକାଣୀ ଡାକବାକୁ ଯାଇଛି. ପୁଅ ବାପାଙ୍କ ବାର ବର୍ଷ ତଳର ବ୍ୟାଙ୍କ କାଗଜ ପତ୍ର ସହ ଅବସର ବେଳର କାଗଜ ପତ୍ର ସବୁକୁ ଏକାଠି କରି ଟ୍ରେଜେରୀ ଓ ବ୍ୟାଙ୍କ ଦୌଡିଲେ ଯାଇ ମାଆର ପେନସନ ସାଙ୍ଗକୁ ବାପାଙ୍କ ଅଧିକା ପେନସନ ମାଆ ପାଇବ ବୋଲି ଲାଗିଛି. ନାତି ସେ କଥାର ଆଭାସ ପାଇ ମଟର ସାଇକେଲ କିଣିବ ବୋଲି ଭାବିନେବାର ସୁରାକ ମଧ୍ୟ ପାଇଛନ୍ତି କଲ୍ୟାଣୀ.ରମା କଥା ମନେପଡୁଥିଲା ଖୁବ.ଆଉ ନିଜକୁ ରମା ଠାରୁ ହୀନ ମନେ କରି ଦରଜ ଆଣ୍ଠୁ ଘୋଷାଡି ଘୋଷାଡି ଚାଲିଆସିଛନ୍ତି କଲ୍ୟାଣୀ. ପାଟି ଫିଟେଇ ନକହିଲେ ମନ ବୁଝିବା ଭାରି କଷ୍ଟ. ମନ ବୁଝିବା ଲୋକ ବାର ବର୍ଷ ହେଲା କୁଆଡେ ଗଲେ ଯେ ଗଲେ. ଘରୁ ବାହାରି ଆସିଥିଲେ କଲ୍ୟାଣୀ ରମା ପରି କୌଣସି ଚିତ୍ରର ଚରିତ୍ର ହେବା ପୂର୍ବରୁ ବରଂ ମରିଯିବା ଭଲ ବୋଲି ଭାବି.ପୁଣି ମରିବାକୁ ବାହାରି କେତେ ଟ୍ରେନ ଗଲା ଆସିଲା ଭିତରେ ଉଠି ଲାଇନରେ ଶୋଇପଡିବାକୁ ଯିବା ବେଳେ ପଡିଯିବାର ଭୟ ଏଇଥି ପାଇଁ ଗ୍ରାସିଚାଲିଛି କି ମରିବା କଷ୍ଟ ଅପେକ୍ଷା ଘୋଷଡା କଷ୍ଟ ଅଧିକ ବାଧିବ. ଜୀବନ ହାରିବାକୁ ଯାଉଥିବା କଲ୍ୟାଣୀଙ୍କ ପଡିଯିବାରେ ଲୋକ ରୁଣ୍ଡ ହୋଇ ଯିବେ ଆଉ ହୋ ହାଲ୍ଲା କରି ଉଠେଇ ନେବେ. ତେଣେ ତାଙ୍କ କର୍ଣ୍ଣ ଗହ୍ୱର ରେ ପ୍ରତିଫଳିତ ହେଉଥିବା ବୋହୁ କଥା ଶୁଭୁଥିବ. ଯାଉଛ ଯଦି ପାଖକୁ ଯାଅ ମାଆ. ଶେଷ ଥର ରଙ୍ଗୀନ ଶାଢ଼ୀ ଓ ଚୁଡ଼ି ପିନ୍ଧି ଘେରେ ବୁଲି ଆସିଲେ ଭଲ ଲାଗିବ କହୁ କହୁ ପୁଅ କହୁଥିଲା ହଁ ହଁ ମୁଁ ଯାଉଛି ମାଆ ପାଇଁ ଧଳା ଶାଢ଼ୀ ନେଇ ଆସିବି. ତାକୁ ପିନ୍ଧି ମାଆ ଟ୍ରେଜେରୀ ଓ ବ୍ୟାଙ୍କ ଯିବ ନା! ନାତି କହୁଥିଲା ତୋ ଏରିଅର ଟଙ୍କାରେ ମତେ ଧାର ଶୁଝିବା ବଦଳରେ ଗୋଟେ ନୂଆ ବାଇକ କିଣିଦେଲେ ମୁଁ ଏଣିକି ବାଇକ ରେ ବସେଇ ତତେ ଡାକ୍ତର ଙ୍କ ପାଖକୁ ନେଇଯିବି ଜେଜେ ମାଆ. ଉଠିଲେ କଲ୍ୟାଣୀ.ନା ଆଉ ନୁଁହଁ.ତାଙ୍କୁ ଯେମିତି ହେଲେ ଆଜି ଟ୍ରେନ ତଳେ ପଡ଼ିବାକୁ ହେବ. ଉଠୁ ଉଠୁ ଝୁଣ୍ଟି ପଡି କ୍ଷତାକ୍ତ ହେଉ ହେଉ ଯାହାର ସାହାରା ନେଲେ ତାଙ୍କୁ ଚାହିଁ ଚମକି ପଡିଲେ କଲ୍ୟାଣୀ. ସେଇ ରୁଗ୍ଣ ଚେହେରା, କୋଟରାଗତ ଆଖି ଓ ଦୀର୍ଘ ଶ୍ମଶ୍ରୁ ଭିତରେ ବି କଲ୍ୟାଣୀ ଚିହ୍ନି ପାରିଥିଲେ ଓ କହିଥିଲେ ତମେ!ପଛରେ ପୁଅ ଓ ନାତି ପହଁଞ୍ଚି ଜେଜେ ଓ ଜେଜେମାଆ ଙ୍କ ଭେଟଘାଟ ଦେଖି ଦୁହିଁଙ୍କୁ ଘରକୁ ନେଲାବେଳେ ଜେଜେମାଆ ଦେହରେ ଶତ ସିଂହ ର ବଳ ଆସିଯାଇଥିଲା. ସେ ପ୍ରେମିକ କବି ମାୟାଧର ମାନସିଂହ ଙ୍କୁ ମନେପକେଇ କହୁଥିଲେ କେମିତି ଲେଖିଲ କବି ଏଡ଼େ ମିଠା କରି... ତମେ ବୋଲି ସିଏ ଥିଲେ ପାଶେ ଡର ଯାଏ ଛାଡ଼ିକରି.. ଆଉ କିଛି ଦିନ ବଞ୍ଚିବାର ଇଛା ସିନା ଆସେ ଭାରି.ଏବେ  କଲ୍ୟାଣୀଙ୍କ ଦେଖାଶୁଣା ପାଇଁ ଘରଲୋକ ଏକ ନର୍ସ ନିଯୁକ୍ତି କରିଥିଲେ ମଧ୍ୟ କଲ୍ୟାଣୀ ଅଣ୍ଟା ଓ ଆଣ୍ଠୁ ସଳଖି ଠିକ ଠାକ ଚଳୁଥିଲେ ବି ରମା ମନେପଡୁଥିଲା କେବେ କେବେ କାରଣ ରମା ପାଇଁ ପୁଣ୍ୟ ରୂପେ କିଛି ମିଳୁ ମିଳୁ ମିଳିଯାଇଥିଲେ ସ୍ୱାମୀ.



Rate this content
Log in

Similar oriya story from Tragedy