ବିନୟ ମଧୁର ବଚନ କହି ତୋଷିବ ସର୍ବ ମନ
ବିନୟ ମଧୁର ବଚନ କହି ତୋଷିବ ସର୍ବ ମନ
3 mins
2
ବଣରେ ସିଂହ ରାଜା ମରିଯିବା ପରେ କାହାକୁ ରାଜା କରିବା ଚିନ୍ତା ଘାରିଥିଲା ପଶୁ ପକ୍ଷୀଙ୍କୁ ତ ବାଘ କଥା ଉଠିଲା. ବିଲୁଆ ଆଉ ନୀରବ ନରହି କହିଥିଲା ମୁଁ ମାନୁଛି ଯେ ବାଘ ଖୁବ ବଳବାନ କିନ୍ତୁ ସେ ଟିକେ ଭୟାଳୁ କାରଣ ସେଦିନ ସାଧାରଣ ଛେଳିଟିଏ ଜଙ୍ଗଲରେ ରହି ନିଜକୁ ବଂଚେଇବାକୁ ଯାଇ ଅନ୍ଧାରରେ ଛପି ରହିଥିଲା ବେଳେ ବାଘ ଛେଳି ମାଂସ ଗନ୍ଧ ପାଇ ସେଠାକୁ ଗଲା ସତ କିନ୍ତୁ ଅନ୍ଧାର କୁ ଆଢୁଆଳ କରି ଛେଳି ଯେମିତି କହିଛି କି ସେ ମାଣିକି ରାଜା... ସିଂଘ ଦୁଇଟି ତା ଗୋଜା ଗୋଜା... ଏକ ସିଂଘରେ ମଣିଷ ମାରେ... ଦୁଇ ସିଂଘରେ ମାରି ଖାଏ ବାଘ ଦିଟା. ଏକଥା ଯେମିତି ବାଘ ଶୁଣିଛି ଡିଆଁ ମାରି ମୋ ପାଖରେ ହାଜର. ମୁଁ ଯେବେ କହିଲି ଚାଲ ଯିବା ଦେଖିବା ସେ କୋଉ ମାଣିକ ରାଜା ତ ବାଘ କେବେ ରାଜି ହେଲନାହିଁ. ଶେଷକୁ ଆମ ଦୁହିଁଙ୍କ ଲାଞ୍ଜ ବାନ୍ଧି ଆସିଲୁ ଦେଖିବାକୁ ତ ଛେଳି ଯେମିତି ସେଇ ଗୀତ ବୋଲିଛି ବାଘ ଏମିତି ଡିଆଁ ମାରିଲା ଯେ ମୋ ଲାଞ୍ଜ ପରେ ଅପରେସନ ହେବାରୁ ମୁଁ ଭଲ ହୋଇ ରକ୍ଷା ପାଇଲି. ହେଲେ ସେ ଯେ ଗୋଟେ ଛେଳି ଥିଲା ଏକଥା ମତେ ପରେ ମାଙ୍କଡ଼ କହିଥିଲା କାରଣ ମାଙ୍କଡ଼ ଠାରୁ ସେ ଅନ୍ଧାରୁଆ ଜଗା ର ଅବସ୍ଥିତି ର ସନ୍ଧାନ ପାଇ ନିଜ ସାହାସ ର ପରିଚୟ ଦେଇ ପାରିଥିଲା. ତେଣୁ ମୋର ବାଘ ରାଜା ହେବା ପସନ୍ଦ ନୁଁହଁ.
ବାଘର ଭୟାଳୁ ଗୁଣ ଯୋଗୁଁ ବିଲୁଆ ର ବୁଦ୍ଧି ବି କାଟ ଖାଇଯିବା ସହ ସେ ଘୋଷରା ଖାଇ କେତେ କଷ୍ଟ ପାଇଛି ଶୁଣି ଅନ୍ୟ ପଶୁ ପକ୍ଷୀ କହିଲେ ତେବେ ହାତୀକୁ ରାଜା କରିଦେବା. ସେଥିରେ ମଧ୍ୟ ଆପତ୍ତି ଉଠିଲା କାରଣ ହାତୀର ବେଗ ଖୁବ ମନ୍ଥର ଓ ପଙ୍କୁଆ ଜାଗାକୁ ସେ ଭୟ କରେ ଆଉ ସେ ମଣିଷର କେବେ ବନ୍ଧୁ ତ ମଣିଷ ପାଇଁ କେବେ ଶତୃ ଅର୍ଥାତ ମଣିଷ ସମାଜ କୁ ତାର ଯାତାୟତ ପାଇଁ ପ୍ରବଳ ସଦିଚ୍ଛା ହେତୁ ତାକୁ ଏଥର ରାଜ ପଦବୀ ଦେବା ଉଚିତ ନୁଁହଁ କହିଲେ ସମସ୍ତେ. ଆଉ ବଳୁଆ ପୁଣି ବୁଦ୍ଧିଆ ପୁଣି କୌଶଳୀ ହିସାବରେ କିଏ ରହିଲା ଦେଖୁ ଦେଖୁ କିଏ ବଳରେ ତ କିଏ କଳରେ ତ କିଏ ବୁଦ୍ଧିରେ ତ କିଏ ଶରୀର ର ବପୁ ରେ ବଡ଼ ଥିଲେ ବି ସବୁତକ ଗୁଣ ନିଖୁଣ ଭାବେ କାହା ପାଖେ ନଥିଲା. ତ ଶେଷକୁ ଘୋଡା ଓ ଜିରାଫ ଦୁହିଁଙ୍କ ନାମ ଆସିଲା.
ଘୋଡା ଖୁବ ଦ୍ରୁତ ଗତିରେ ଦୌଡ଼ିପାରେ. ଜିରାଫ ମଧ୍ୟ ଦଉଡିବାରେ ସକ୍ଷମ ଥିଲା. ଘୋଡ଼ାର ବଳ ବୁଦ୍ଧି ଥିଲେ ମଧ୍ୟ ତାର ମଧ୍ୟ ମନୁଷ୍ୟମାନଙ୍କ ପ୍ରତି ଅହେତୁକ ଆକର୍ଷଣ ଥିଲା ଯାହା ଜିରାଫ ର ନଥିଲା ହେଲେ ସେ ଦୁହିଁଙ୍କ ଭିତରୁ କେହି ନିଜ ନିଜ ନାମାଙ୍କନ ପ୍ରତ୍ୟାହୃତ ନକରିବାରୁ ପଶୁ ପକ୍ଷୀ ମାନେ ଭାଳେଣି ରେ ପଡିଲେ. ଘୋଡା ଓ ଜିରାଫ ଭିତରୁ କାହାକୁ ବଣର ରାଜା ହେବା ପାଇଁ ଉପଯୁକ୍ତ ବାଛି ଭୋଟ ଦେବେ ବୁଝିନପାରି ଯୁବରାଜ ସିଂହ କେବେ ଶିଶୁ, କିଶୋର ଅବସ୍ଥା ପାରି ପରେ ଯୁବକ ହେବେ ସେତେଦିନ ଯାଏଁ ଜଙ୍ଗଲ ରେ କେମିତି ସୁଵିଚାର ଓ ସୁରକ୍ଷା ମିଳିବ ଚିନ୍ତା କଲା ବେଳେ ସେଦିନ ପଶୁ ଗୁଣ୍ଡୁଚିମୂଷା ଟିଏ ଭାସି ଯାଉଥିବା ଦେଖି ମନ୍ତ୍ରୀ ପଦ ରେ ଥିବା ବିଲୁଆ କହିଲା ଘୋଡା ଓ ଜିରାଫ ଭିତରୁ ଯିଏ ଗୁଣ୍ଡୁଚି ମୂଷାଟିକୁ ପାଣିରୁ ଛାଣି ଆଣିପାରିବ ସେ ହିଁ ରାଜ୍ୟ ଭାର ସମ୍ଭାଳି ରାଜା ହେବ. ଘୋଡା ଜଳ ମଧ୍ୟକୁ ଯାଇ ନପାରି ଭାବୁଥିଲା ଜିରାଫ ମଧ୍ୟ ଜଳ ଭିତରକୁ ଯାଇପାରିବ ନାହିଁ. ଜିରାଫ କିନ୍ତୁ ସ୍ଥଳ ମଧ୍ୟରେ ରହି ବେକକୁ ଏମିତି ବୁଲେଇଲା ଯେ ସେପଟୁ ବତକ ମାନେ ପାଣି ସ୍ରୋତ କାଟି ଗୁଣ୍ଡୁଚିକୁ ବିପରୀତ ଦିଗରେ ଛାଡିଲା ବେଳକୁ ଜିରାଫ ବେକ ନୁଆଁଇ ଗୁଣ୍ଡୁଚିକୁ ପାଣି ମଧ୍ୟରୁ ଉଠେଇ ଆଣି ବିଜୟୀ ରୂପେ ରାଜା ହେଲା ପରେ କହିଥିଲା ଯାହାର ଯେତେ ବଳ କଳ କି କୌଶଳ ଥିଲେ ମଧ୍ୟ ଏକତା ରହିଲେ ରାଜା ଓ ପ୍ରଜା ସମସ୍ତେ ଖୁସିରେ ରହିପାରିବା. ଆଜି ବତକମାନଙ୍କ ସହଯୋଗ ମତେ ଗୁଣ୍ଡୁଚିମୂଷାକୁ ଉଦ୍ଧାର କରି ଆଣିବାରେ ସହାୟକ ହେବାରୁ ମୁଁ ରାଜା ହୋଇପାରିଛି ସତ ହେଲେ ଘୋଡା ମଧ୍ୟ କୌଣସି ଗୁଣରେ ମୋ ଠାରୁ କମ ନୁଁହଁ. ନୂଆ ରାଜାଙ୍କ ମୁଁହଁରୁ ନିଜ ପ୍ରଶଂସା ଶୁଣି ଘୋଡା ମନରୁ ପ୍ରତିଦ୍ବନ୍ଦୀ ଭାବ ଦୂରେଇ ଯିବା ସହ ପ୍ରତ୍ୟେକ ନୂଆ ରାଜାଙ୍କ ମିଠା କଥାରେ ରାଜାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ଚଳୁ ଥିବାରୁ ଜଙ୍ଗଲ ରାଜ୍ୟ ଖୁବ ସୁନ୍ଦର ଭାବେ ଶାନ୍ତି ପ୍ରୀତି ଓ ମୈତ୍ରୀ ଭାବରେ ଶାସିତ ହେଉଥିଲା.
