ମଣିଷପଣିଆ
ମଣିଷପଣିଆ
ବିକାଶ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ ହେଲେ ଗୋଟେ ଘଟଣା ତାଙ୍କୁ ଚହଲେଇ ଦେଲା. ଝିଅର ଯୌତୁକ ପାଇଁ ଜୀବନ ଯାଇଥିବା ବେଳେ ବାପା ମାଆ ସେହି ରାକ୍ଷାସ ଲୋଭୀ ଘରେ ଓ ବାଇକ ପାଇଁ ନିର୍ଯ୍ୟାତନା ଦେଉଥିବା ଜୋଇଁ ହାତରେ ଦ୍ୱିତୀୟ ଝିଅକୁ ଟେକିଦେବା ପାଇଁ ଯୋଜନା କରିବା ତାଙ୍କ ମୁଣ୍ଡକୁ ପିତ୍ତ ଚଢିଯାଇଥିଲା ହେଲେ ବାପା ମାଆ ଦିଟା ମୃତା ଝିଅର ରହିଯାଇଥିବା ବକଟେ କଅଁଳା ପିଲାର ଦାଇତ୍ୱ ନିଭେଇବା ପାଇଁ ମାଉସୀ ଛଡା ଆଉ କିଏ ଉପଯୁକ୍ତ ହେବ କହୁନାଂହାନ୍ତି ଆଜ୍ଞା ଆପଣେ ବୋଲି କହୁଥିଲା ବେଳେ ଭାଇ ସଫେଇ ଦେଉଥିଲା ଅପା ବାହାଘର ବେଳେ ବୋଉ ତା କଣ୍ଠି ମାଳ ଖଡୁ, ବାଲା ସବୁ ନିଦା ଜିନିଷ ଦେଇଥିଲେ ମଧ୍ୟ ପୁରୁଣା କାଳିଆ କହି ଅପାକୁ ନିର୍ଯ୍ୟାତନା ଦେବାରୁ ମୁଁ ମୋ ସ୍ତ୍ରୀ ର ରାଣୀହାର ଏଇ ଏଇ ଦେଇଛି. ସେସବୁ ଉଦ୍ଧାର ହେବାକୁ ହେଲେ ସାନ କୁ ସେଘରକୁ ଯିବାକୁ ପଡିବ. ଆଶ୍ଚର୍ଯ୍ୟ ତଥା ଚକିତ ହେଲେ ଓକିଲ ବାବୁ. ଏତେ ଦିନର ଅଭିଜ୍ଞତା ଭିତରେ ଏମିତି ଘଟଣା ଓ ଅକାଟ୍ୟ ଯୁକ୍ତି କେମିତି ଯେ ଆସୁଛି ଏ ଲୋକଙ୍କ ମୁଣ୍ଡକୁ ଭାବି ମୁଣ୍ଡ ଘୁରେଇ ଦେଲାବେଳକୁ ସାନ ଝିଅ ଅପା ଶବ ପାଖେ ବସି ଏତେବେଳଯାଏଁ କୁଁ କୁଁ ହେଉଥିଲା ତ ଉଠିଆସି କହୁଥିଲା ଆମ ପଟୁ କେଶ ଦଫା ରଫା କରିବାକୁ କେତେ ହାତଗୁଞ୍ଜା ନେବେ କହୁନାଁହାନ୍ତି. ମୁଁ ରାଜି ମୋ ଅପା ଝିଅର ଦାଇତ୍ୱ ନେବାକୁ. ହାତଗୁଞ୍ଜା ପଛେ ଥାଉ ସେଇଦିନଠୁ ଓକିଲାତି ଛାଡ଼ି ଦେଇ କେବଳ ସ୍ତମ୍ବ ଲେଖୁଥିଲେ ବିକାଶ.
ଆଚମ୍ବିତ ହେଲେ ଆସିଥିବା ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ଦେଖି ଯେତିକି ତାଙ୍କ କଥା ଶୁଣି ଆହୁରି ସେତିକି. ଝିଅଟି କହୁଥିଲା ଆପଣଙ୍କୁ ମତେ ନ୍ୟାୟ ଦେବାକୁ ହେଲେ ମୋ କେଶ ଲଢ଼ିବାକୁ ପଡିବ. ମୋ ମାଉସୀ ମୋ ସାବତ ମାଆ ହେଲା ପରେ ମୋ ମାଆ ହେବା ବଦଳରେ ସାବତ ମାଆ ପାଲଟି ଯାଇଥିଲା. ମୋ ବାପାଙ୍କୁ ହାତ କରି ମୋ ମାଆ କୁ ମାରିବା ପରେ ନିଜେ ତାଙ୍କ ହାତ ଧରି ଘରକୁ ଆସି ମୋ ନିଜ ମାଆ ବଦଳରେ ସେଇ ସାବତ ମାଆ ହିଁ ପାଲଟି ଗଲା. ଆଜି ମୋ ବାପା ନାଁହାଁନ୍ତି. ଚକ୍ରାନ୍ତ କରି ମତେ ବୁଢ଼ା ବର ସହ ବାହା କରିଦେବା ପୂର୍ବରୁ ମୁଁ ମୋ ସାବତ ଭଉଣୀ ର ପ୍ରେମିକ ସହ ଫେରାର ହେଲା ପରେ ମତେ ପୈତୃକ ସମ୍ପତ୍ତି ରୁ ଅଧା ଭାଗ ଦେବାରେ କେଶ ଲଢ଼ି ମତେ ନ୍ୟାୟ ଦେବାକୁ ମୋର ଅନୁରୋଧ. ହେଲେ ଝିଅ ତମେ ତ ନିଜେ ନିଜର ନ୍ୟାୟ କରିସାରିଛ.କେମିତି ଆଜ୍ଞା!ତୁମ ମାଉସୀ ସାବତ ଝିଅ ଭଉଣୀ ର ମୃତ୍ୟୁ କାମନା କରିବାରେ ସଫଳ ହେଲାପରି ତୁମେ ତ ତୁମ ସାବତ ଭଉଣୀ ର ପ୍ରେମିକକୁ ଫସାଇ ଆଣିବାରେ ସଫଳ ହୋଇସାରିଛ ନା!ଦ୍ୱିତୀୟତଃ ମୁଁ ଆଉ ମୋକଦମା ଲଢ଼ୁନାହିଁ. ସ୍ୱାମୀ ସ୍ତ୍ରୀ ଫେରିଯିବା ପରେ କେଜାଣି କାହିଁକି ପଚିଶ ବର୍ଷ ତଳେ ଓକିଲାତି ଛାଡ଼ିଥିବା ବିକାଶ ଙ୍କୁ ଲାଗୁଥିଲା ଯୋଉ କେଶ ନ ଲଢ଼ିବା ପାଇଁ ପ୍ରତିଜ୍ଞା କରି ସେ ଓକିଲାତି ଛାଡିଥିଲେ ମଧ୍ୟ ଆଜି ସେ ବୁଝିପାରୁଛନ୍ତ କର୍ମ ତୋହର ନିଜ ଗୁରୁ.. ଉଦ୍ଧବ କେତେ ତୁ ପଚାରୁ. ପଥହରା ବିକାଶ ପୁଣି ଓକିଲାତି କରିବାକୁ ପ୍ରସ୍ତୁତି ପର୍ବ ଜାରି କରିଥିବାରୁ ପୁଣି ଲୋକେ ଦେଖିଲେ ପୂର୍ବରୁ ବନ୍ଦ ଥିବା ଚ୍ୟାମ୍ବର ଏଇ ଏଇ ଖୋଲା ଯାଇଛି ବିକାଶଙ୍କର.
ବୁଢ଼ୀଟିଏ ଥିଲା. କେହି ନଥିଲେ ତାର.ତଥାପି ସେ ସବୁ କରିଚାଲିଥିଲା ଆନନ୍ଦରେ. ପରମ୍ପରା ପର୍ବ ପର୍ବାଣୀ କରିବା ସହ ନୀତି ରେ ଥିଲା. ସବୁଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଘରଦ୍ୱାର ରେ ଗଙ୍ଗା ପାଣି ପକେଇବାକୁ ଗେଟ ଖୋଲୁ ଖୋଲୁ ତା ଶବ୍ଦ ଶୁଣି କୁକୁର ମାନେ ଦଉଡି ଆସୁଥିଲେ ତ ସେମାନଙ୍କୁ ସେ ବିସ୍କୁଟ ଦେଉଥିଲା. ବୁଢ଼ୀର ଯଦିଓ ଝିଅଟିଏ ଥିଲା ସେ ବହୁ ଦୂରରେ ବାହା ହୋଇ ତା ପିଲା ସଂସାର କଥା ବୁଝୁଥିଲା.ସହଜେ ମାଆ ସହ ତାର ମନାନ୍ତର ନଥିଲେ ମଧ୍ୟ ମତାନ୍ତର ଥିଲା. ଜୀବନ ସାରା ପ୍ରେମ ଦାନ କରି ମଧ୍ୟ କାହାର ନିଜର ହୋଇପାରିନଥିବା ମାଆ ଅଳକା ସେଦିନ କାଠ ହୋଇଯାଇଥିଲା. ତିନି ତିନିଟା ପୁଅ ଜନ୍ମ କରି ମାସକର ଲେଖାଏଁ ହେଉ ନହେଉଣୁ ଚାଲିଯାଉଥିଲେ ଜମପୁରକୁ.ଦୁଃଖକୁ ପିଇ ପିଇ ସ୍ୱାମୀ ସୁହାଗିନୀ ହେବାପାଇଁ ଚତୁର୍ଥ ଥର ସନ୍ତାନ ସମ୍ଭବା ହେଲାବେଳକୁ ସ୍ୱାମୀ ଦୂର ବିଦେଶରେ ବେପାର କରୁଥାନ୍ତି. ଅଭିମାନ କଲେ କହନ୍ତି ଟଙ୍କା ନଥିଲେ କେମିତି କଣ ହେବ!ଏ ଘର ଦ୍ୱାର, ଗାଡି ଚାକର ବାକର ସବୁ କେମିତି ଚଳିବ! କିଛି ଦରକାର ନାହିଁ ମୋର ଖାଲି ତୁମ ପ୍ରେମ ଦାନ ଟିକେ ପାଇ ବଞ୍ଚିଯିବି ଭାବୁଥିଲେ ବି କଥାରେ କହି ପାରୁନଥିବା ଅଳକା କିନ୍ତୁ ନିର୍ଦୋନ୍ଦ ରେ ପ୍ରେମ ଦାନ କରନ୍ତି ସ୍ୱାମୀଙ୍କୁ. ଚତୁର୍ଥ ସନ୍ତାନ ଝିଅ ଟିଏ ହେଲା ପରେ ତା ମୁଁହକୁ ଚାହିଁ ସବୁ ଭୁଲିଯାଉଥିବା ମାଆ ଅଳକା କିନ୍ତୁ ପାଇଗଲେ ପ୍ରେମ ସବୁକୁ ଝିଅଠାରୁ.ବଢନ୍ତା ଝିଅ ର ହସ, ଖେଳ, କୌତୁକ ସାଙ୍ଗକୁ ତାର ମିଠା ମିଠା କଥା ରୁ ନାଚ ଗୀତ, ଖେଳ, ପାଠ ପଢ଼ା ଦେଖିବା ଯାଏଁ. ଅଳକା ଝିଅଠୁ ଯାହା ପାଇଥିଲେ ଜୀବନରେ ଆଉ କାହାଠୁ ପାଇନଥିଲେ ଏଯାଏଁ. ଝିଅ ବଡ଼ ହେଲାପରେ ସତେ ଯେମିତି ସାଙ୍ଗ ପାଲଟି ଗଲା ମାଆ ର. କହେ ବାପା ତ ଘରର ଯାବତୀୟ ଜିନିଷ ପତ୍ର ଆଣୁଛନ୍ତି. ଔଷଧ ପତ୍ର ସହ ମୋ ପାଇଁ ବହି ଖାତା ପେନ ଓ ଜାତି ଜାତି ଖେଳନା ସହ ଘର ସଜ୍ଜା ଉପକରଣ ଆଣୁଛନ୍ତି ତ ତୁ ବାପାଙ୍କ ଉପରେ ଦୁଃଖ କରି ଅଭିମାନ କାହିଁ କରୁଛୁ ମାଆ!ଅଳକା ମଧ୍ୟ ବୁଝିପାରନ୍ତିନି କୋଉ ଅଭାବ ବୋଧ ତାଙ୍କୁ ଘାରିଛି. ଚାରିଚାରିଟା ଛୁଆ ର ମାଆ ହେଲାପରେ ବି କାହିଁକି ସେ ସ୍ୱାମୀଙ୍କ ପ୍ରେମ ରେ ଊଣା ଅନୁଭବ କରନ୍ତି କେଜାଣି!
ସେଦିନ ଯେବେ ରାତି ଅଧରେ ସ୍ୱାମୀଙ୍କର ହାର୍ଟ ଆଟାର୍କ ହେଲା ସ୍ତବ୍ଧ ଚକିତ ହୋଇ ଅଳକା ଭୂଇଁ ସାଉଣ୍ଟି ଲୋଟୁ ଥିଲେ ସ୍ୱାମୀଙ୍କ ମୃତ୍ୟୁରେ. ଝିଅ ବାହା ହୋଇସାରିଥିଲା. ସେ ନଆସିଲେ ବାପାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇପାରୁନଥିଲା ବେଳେ କାର ଲାଗିଲା ଦୁଆରେ. ଝିଅ ବେବିନା ଆସିଛି ବୋଲି କରୁଣ କାନ୍ଦଣା ଭିତରେ ଅଳକା ଦେଖିଲେ ଜଣେ ସ୍ତ୍ରୀ ଲୋକ ବହୁନା ପକାଇ ମତେ ଛାଡ଼ି ଏ ଅଲକ୍ଷଣୀ ପାଖରେ ରହି ସିନା ଦୁନିଆଁ ରୁ ଚାଲିଗଲ କହୁଥିଲା ବେଳେ ଯୁବକ ପୁଅ ତାର ମାଆ କୁ ବୁଝାଉଥିଲା ଆଉ ଅଳକା ବୁଝିପାରୁନଥିଲେ ବି ସମୟ କ୍ରମେ ବୁଝିଯାଇଥିଲେ ସେ ସ୍ତ୍ରୀ ଲୋକ ହିଁ ସ୍ୱାମୀଙ୍କ ପ୍ରେମ ସବୁ ଦାନରେ ନେଇ ଆଜି ଆସିଛି ତାଙ୍କୁ ଅସମ୍ମାନ କରିବାକୁ. ବୁଝିଗଲେ କାହିଁକି ତାଙ୍କ ପାଖେ ପାଖେ ଥାଇ ସ୍ୱାମୀ ଲାଗୁଥିଲେ ବହୁତ ପର. ଝିଅ ବେବିନା ପହଞ୍ଚିଗଲା ପରେ ପରିସ୍ଥିତି ଅଣାୟତ ହୋଇ ସଂଘର୍ଷ ରେ ପରିଣତ ହେଲା. ଆସିଥିବା ଅନାହୁତ ଅତିଥି ପରି ମାଆ ପୁଅ କହୁଥିଲେ ସେମାନଙ୍କ ଅଧିକାର ସେମାନେ ମୁଖାଗ୍ନି ଦେବେ ହେଲେ ବେବିନା ନଛୋଡ଼ବନ୍ଧା. ଶେଷକୁ ଅଳକା ଝିଅକୁ ଆକଟ କଲେ. ଦୂରେଇ ଯିବାକୁ କହିଲେ ଯାହା ବେବିନାକୁ ପସନ୍ଦ ନଥିଲା. ସବୁକାମ ସରିଯିବା ପରେ ସେମାନେ ଏଘରୁ ଫେରିଗଲେ ସତ ହେଲେ କୋର୍ଟ ରେ ଦେଖା ହେବା ବୋଲି ଅଳକା ଓ ବେବିନା କୁ ଧମକ ଦେଇଗଲେ. ଅଳକା ଚାଁହୁଥିଲେ ତାଙ୍କ ପ୍ରେମ ର ଦାନ ଅବ୍ୟକ୍ତ ହେଲେ ବି ଝିଅ ବୁଝୁ ଓ ସେମାନଙ୍କୁ ଘର ଛାଡ଼ିଦେଇ ନିଶ୍ଚିନ୍ତ ରେ ଶାଶୁଘର ଚାଲିଯାଉ କିନ୍ତୁ ହକ ପାଇଁ ବେବିନା ପଛ ଘୁଞ୍ଚା ଦେବାକୁ ରାଜି ନୁଁହଁ. ଶେଷକୁ ଅଳକା ନିଜେ ଘର ଦ୍ୱାର ସବୁ ଛାଡ଼ିଦେଇ ଚାଲିଆସିଥିଲେ ନୂଆ କିଣିଥିବା ଘରକୁ ହେଲେ ଝିଅ ଆଉ ଦୁଆର ମାଡୁନଥିଲା ମାଆ ର. ଅଳକା ଅକାଳରେ ବୁଢ଼ୀ ହୋଇଗଲେ ଚିନ୍ତାରେ. ସତରେ ଏଇ ପଶୁ ପକ୍ଷୀ ଙ୍କ ଛଡା କିଏ ତାଙ୍କ ପ୍ରେମ ଦାନର ମହତ୍ତ୍ୱ ବୁଝେ ଏ ସଂସାରରେ ଯେ!
ଅଳକା ଦେଖିଲେ ଶୀତ ଦିନେ ଛୁଆ କରିଥିବା ମାଆ କୁକୁର ଟା କୁଁ କୁଁ ହେଉଛି ତ ତାକୁ ଅଖା ପାରି ଓ ଅଖା ଘୋଡେଇ ରଖିଲା ବେଳକୁ ତା ତଥା କଥିତ ସ୍ୱାମୀ ବୋଲାଉଥିବା କୁକୁରଟି ଆଉ ଗୋଟିଏ କୁକୁରକୁ ପ୍ରେମ ଦାନ କରୁଥିଲା. ହଠାତ ପିଲାକରିଥିବା ମାଇ କୁକୁରଟି ଉଠିଲା ଓ ଅନ୍ୟ କସରା ମାଇ କୁକୁର ଟିକୁ ଏମିତି ଭିଣିଭିଣା କରିପକେଇଲା ଯେ ସେ ଆଉ ତଳୁ ଉଠିପାରୁନଥିଲା. ରାତିସାରା ଅଳକା କାହାର ଯତ୍ନ ନେବେ ଭାବିପାରୁନଥିଲେ. ତିନି ଗୋଟି ଛୁଆ କୁକୁରଙ୍କର ନା ସେ ଆହତ କୁକୁରଟିର ନା ରାଗରେ ଗଁ ଗଁ ହୋଇ ନିଜ ଅଧିକାର ସାବ୍ୟସ୍ତ କରି ସ୍ୱାମୀ ବୋଲାଉଥିବା ଅଣ୍ଡିରା କୁକୁର କୁ ଜଗିରହିଥିବା ମାଈ କୁକୁର ର! ବହୁତ ଦିନ ପରେ ଘରକୁ ଆସିଥିବା ଝିଅ ପଛରୁ କହୁଥିଲା ଏବେ ବୁଝିଲୁ ତ ମାଆ!ଏବେ ଠିକ ବୁଝିଥିବୁ ନିଶ୍ଚୟ ଯେ ସେ ମଣିଷ ହେଉ କି ପଶୁ,ନିଜ ପୁରୁଷର ପ୍ରେମ କୁ ଆଉକାହାକୁ ଦାନ କଲେ ସେ ନାଗୁଣୀ ପାଲଟି ଯାଏ. ଝିଅ ମୁଁହକୁ ଚାହିଁ ଆଜି ପ୍ରଥମ କରି ମନ ଭରି କାନ୍ଦିଥିଲେ ଅଳକା.
ଝିଅ କଣ ବୁଝିଲା କେଜାଣି ସେଦିନ କଥା ମନେପକାଇ ଅନୁତାପ କରୁଥିଲା. ଏବେ ରାକ୍ଷୀ ସହ ଫୁଲ, ଚନ୍ଦନ, କସ୍ତୁରୀ, ମାଳି ସହ ରାକ୍ଷୀ ପୂର୍ଣ୍ଣମୀ ରେ ଯାଇଥିଲା ସେହି ଯୁବକ ଯିଏ ବାପାଙ୍କ ପୁତ୍ର କହି ସମ୍ପତ୍ତି ଜାହିର କରୁଥିଲେ ତାଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ. ରାକ୍ଷୀ ବାନ୍ଧି ଫେରିଲା ବେଳେ ଭାଇ ଓ ସେହି ତଥାକଥିତ ମାଆ ଦେଇଥିବା ଉପହାର ଫିଟେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଝିଅ ବେବିନା. ତାହା ଥିଲା ସମ୍ପତ୍ତି ପାଇଁ କରିଥିବା କେଶ ଉଠାଇ ନେଇଥିବା ଦସ୍ତାବିଜ. ଦେଖାଗଲା ଏଣିକି ଅଳକା ଙ୍କ ଘରେ ସେହି ମାଆ ପୁଅ ଏକାଠି ରହୁଥିଲେ. ବେବିନା ନିଜେ ସେମାନଙ୍କୁ ଏକାଠି କରି ବାହୁଡ଼ି ଯାଇଥିଲା ନିଜ ଘର ସଂସାରକୁ ସତ ହେଲେ ଭାଉଜ ଆଣିବା ସହ ଦୁଇ ମାଆ ଙ୍କୁ ନିଜର କରି ଭାଇ ହାତରେ ରାକ୍ଷୀ ବାନ୍ଧୁଥିଲା ପ୍ରତିବର୍ଷ.ଏସବୁ ଦେଖି ବିକାଶ ଭାବୁଥିଲେ ମଣିପଣିଆ ଉଦ୍ରେକ ହେଲେ ଓକିଲ ର ଓକିଲାତି କଣ ଦରକାର ଯେ!
